• About
  • Contact
Monday, December 1, 2025
Monday, December 1, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Media

ରହସ୍ୟ ଓ ରୋମାଞ୍ଚଭରା କାହାଣୀର ସପ୍ତାହ…

ରହସ୍ୟ ଓ ରୋମାଞ୍ଚଭରା କାହାଣୀର ସପ୍ତାହ…
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୧୦ ଫେବୃଆରୀ ୨୦୨୩

ଓଡ଼ିଶାବାସୀ ଏହି ସପ୍ତାହରେ ପ୍ରମୁଖ ଗଣମାଧ୍ୟମ ଗୁଡ଼ିକରେ ଦେଖିଲେ ଓ ପଢ଼ିଲେ ଅନେକ ରହସ୍ୟମୟ, ରୋମାଞ୍ଚଭରା କାହାଣୀ । ଝାରସୁଗୁଡ଼ାରୁ ଏହି କାହାଣୀ ଆରମ୍ଭ ହୋଇ ପହଞ୍ଚିଥିଲା ଗୁଜରାଟରେ। ଗତ ସପ୍ତାହରେ ବ୍ରଜରାଜନଗରରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ପରଠାରୁ ଗତିଶୀଳ ହୋଇଥିଲା ଏହି କାହାଣୀ । ହାତଗଣତି କଳାକାରଙ୍କୁ ନେଇ ନ୍ୟୁଜ୍ ଚ୍ୟାନେଲ୍ ଓ ଖବର କାଗଜ ମାନେ ନିଜର ଦର୍ଶକ ଓ ପାଠକଙ୍କୁ ଭେଟି ଦେଇଥିଲେ ବେଶ୍ ରୋଚକ ତଥା ରହସ୍ୟଭରା କାହାଣୀର ପେଡ଼ି । ହତ୍ୟାକାଣ୍ଡର କାରଣ ଓ ଏହାର ଚରିତ୍ର ମାନଙ୍କୁ ନେଇ ଲେଖାଯାଇଥିଲା ଚିତ୍ରନାଟ୍ୟ ଓ ପରିବେଷଣ କରାଯାଇଥିଲା ଲୋକଙ୍କ ପାଖରେ ।

ମିଡ଼ିଆର ଛାନଭିନ : ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ହତ୍ୟାପରେ ଓଡ଼ିଶାର ଗଣମାଧ୍ୟମ ବେଶ୍ ଗତିଶୀଳ ହୋଇପଡ଼ିଛନ୍ତି । ହତ୍ୟାର ୨୪ଘଣ୍ଟା ନପୁରୁଣୁ ମିଡ଼ିଆ ଆରମ୍ଭ କରିଥିଲା ହତ୍ୟାକାଣ୍ଡ ସମ୍ପର୍କିତ ଏକାଧିକ କାହାଣୀ। ଖୋଜାଚାଲିଲା ହତ୍ୟାକାଣ୍ଡର କାରଣ କ’ଣ ହୋଇଥାଇପାରେ ? କିଏ ଏଥିରେ ସମ୍ପୃକ୍ତ ? ଏହା ରାଜନୈତିକ, ବ୍ୟବସାୟିକ ନା ବ୍ୟକ୍ତିଗତ ଶତ୍ରୁତାରୁ ହୋଇଛି କି ? ଏସବୁ ପ୍ରଶ୍ନର ଉତ୍ତର ଖୋଜିଲେ ଆମ ନ୍ୟୁଜ୍ ଚ୍ୟାନେଲ୍ ଓ ଖବର କାଗଜ ମାନେ । କିଏ କିଏ ଏହାକୁ ବ୍ୟକ୍ତିଗତ ଶତ୍ରୁତାରୁ ହୋଇଛି ବୋଲି ଦର୍ଶାଇଲା ବେଳେ ଆଉ କିଏ କିଏ ଏହାକୁ ବ୍ୟବସାୟିକ ଶତ୍ରୁତା ବୋଲି ଦର୍ଶାଇବାକୁ ପଛାଇଲେ ନାହିଁ । ମାତ୍ର ହତ୍ୟା କାଣ୍ଡର ଏକ ସପ୍ତାହ ପରେ ମଧ୍ୟ କାରଣ ସ୍ପଷ୍ଟ ହୋଇପାରିନାହିଁ । କ୍ରାଇମବ୍ରାଞ୍ଚ ପକ୍ଷରୁ କୌଣସି କାରଣ କୁହାଯାଇନଥିବା ବେଳେ ପୋଲିସ ଡିଜି ଆସିଲେ ସାମ୍ନାକୁ ଓ କହିଲେ “ମହାପ୍ରଭୁ ହିଁ ସବୁ ଜାଣନ୍ତି” ।

ବିଜେଡି, ବିଜେପି ଓ ବୟାନବାଜି : ଅରମ୍ଭ ହୋଇଗଲା ଗଣମାଧ୍ୟମରେ ଶାସକ ବିଜେଡି ଓ ବିରୋଧୀ ବିଜେପି ମଧ୍ୟରେ ବୟାନବାଜିର ଲଢ଼େଇ । ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର, ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ ଓ ପଦ୍ମପୁରର ପୂର୍ବତନ ବିଜେପି ବିଧାୟକ ପ୍ରଦୀପ ପୁରୋହିତ ଆଣିଲେ ସାଙ୍ଘାତିକ ଅଭିଯୋଗ । ଶାସକ ଦଳର ନେତାଙ୍କ ସମ୍ପୃକ୍ତି ନେଇ ଅଭିଯୋଗ କଲେ ବିଜେପି ନେତାମାନେ ଏମାନଙ୍କ ଅଭିଯୋଗ ଆଧାରରେ ହାତ ଗଣତି କିଛି ଗଣମାଧ୍ୟମ ଏହି ହତ୍ୟାକାଣ୍ଡକୁ ନେଇ ଖବର ପରିବେଷଣ ଆରମ୍ଭ କରିଦେଲେ। ଏହି କାହାଣୀକୁ କାଉଣ୍ଟର କରିବାକୁ ଯାଇ ସରକାରୀ ଗଣମାଧ୍ୟମରେ ତିଆରି ହେଲା ଆଉ ଏକ ନୂଆ କାହାଣୀ ଯେଉଁଥିରେ କୁହାଗଲା ହତ୍ୟାକାଣ୍ଡରେ ବିଜେପି ନେତା ସମ୍ପୃକ୍ତ ଅଛନ୍ତି ବୋଲି। ଏହି ଅଭିଯୋଗ ଗୁଡ଼ିକରେ କମ୍ପିଲା ଟିଭି ଷ୍ଟୁଡ଼ିଓ । ଶାସକ ଦଳର ମୁଖପାତ୍ର ମାନଙ୍କୁ ବେଶ୍ ସମୟ ଦେଲେ ନ୍ୟୁଜ୍ ଆଙ୍କର ମାନେ ତାଙ୍କର ସଫେଇ ରଖିବା ପାଇଁ ଓ ବିରୋଧୀଙ୍କ ଅଭିଯୋଗ ନେଇ ନ୍ୟୁଜ ଚ୍ୟାନେଲ ଆଙ୍କରମାନେ ତଦନ୍ତକାରୀ ଅଧିକାରୀଙ୍କ ଭଳି ଜେରାକଲେ ବିରୋଧୀ ଦଳର ନେତା ମାନଙ୍କୁ ।

ଅଭିନୟର ଲାଇଭ୍ ଦୃଶ୍ୟ: ଅଭିଯୁକ୍ତ ଗୋପାଳ ଦାସକୁ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିବାକୁ ଘଟଣାସ୍ଥଳକୁ ନେଲା କ୍ରାଇମ୍ ବ୍ରାଞ୍ଚ ପୋଲିସ । ଏଇଠୁ ଆରମ୍ଭ ହୋଇଗଲା ନ୍ୟୁଜ୍ ଚ୍ୟାନେଲ୍ ମାନଙ୍କରେ ଗୋପାଳ ଦାସ ନାଟକର ସିଧାପ୍ରସାରଣ । ଅଭିଯୁକ୍ତର ଭାବ ଭଙ୍ଗୀ ଓ ନିଖୁଣ ଅଭିନୟକୁ କ୍ୟାମେରାରେ ଧରି ରଖିଲେ ନ୍ୟୁଜ୍ ଚ୍ୟାନେଲ୍ ଗୁଡ଼ିକ ଓ ପ୍ରସାରଣ ହେଲା ଅଭିଯୁକ୍ତ ଗୋପାଳ ଦାସର ନିଖୁଣ ଅଭିନୟ । TRP ପାଇବା ଆଶାରେ ଏହି ଅଭିନୟ ଦୃଶ୍ୟକୁ ଦର୍ଶକମାନଙ୍କ ପାଖରେ ପହଞ୍ଚାଇବାର ଭରପୁର ପ୍ରୟାସ କଲେ ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ୍ ଗୁଡ଼ିକ । ଓଡ଼ିଆ ଖବର କାଗଜ ଗୁଡ଼ିକ ମଧ୍ୟ ନୂଆ ନୂଆ କାହାଣୀ ଭେଟି ଦେଲେ ପାଠକ ମାନଙ୍କୁ ।

ଗୋପାଳ ଦାସର ହସ : କାହାଣୀକୁ ବେଶ୍ ଗତିଶୀଳ କରିଚାଲିଲେ ଆମର ଗଣମାଧ୍ୟମ ମାନେ । ବ୍ରଜରାଜନଗରରୁ ଆରମ୍ଭ ହୋଇଥିବା କାହାଣୀ ମାଡିଚାଲିଲା ଗୁଜୁରାଟ ଆଡ଼େ ଭାୟା ଝାରସୁଗୁଡା ହୋଇ । ଝାରସୁଗୁଡା ଏୟାରପୋର୍ଟରେ ପହଞ୍ଚିଲା ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ । ସେଠାରୁ ଆରମ୍ଭ ହେଲା ଗୋପାଳଙ୍କ ଅଭିନୟର ଆଉ ଏକ ଏପିସୋଡ୍ । ହଠାତ ଗୋପାଳ ଦାସଙ୍କ ହସିବାର ଭିଡ଼ିଓ ଆସିଗଲା ମିଡ଼ିଆ ହାତକୁ । “ହସୁଛି ଗୋପାଳ ଦାସ” ଶିରୋନାମାରେ ଚାଲିଲା ଖବର ପ୍ରସାରଣ । ନ୍ୟୁଜ୍ ଚ୍ୟାନେଲ୍ ଠାରୁ ଖବର କାଗଜ ମାନେ ସମସ୍ତେ ଗୋପାଳର ହସକୁ ନେଇ ପୁଣି ତିଆରି କଲେ ଆଉକିଛି ରୋଚକ କାହାଣୀ ।

କାହିଁକି ହସୁଛି ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ ? ଏହାର କାରଣ କ’ଣ? ପ୍ରତିଶୋଧ ନେବାରେ ସଫଳ ହୋଇଥିବାରୁ ନା ଏହି ଅଭିଯୋଗରୁ ଖସିବାର ବାଟ ପାଇଯାଇଥିବାରୁ? ଏ ବାବଦରେ କୌଣସି ମିଡ଼ିଆ ଅନୁସନ୍ଧାନ କଲେ ବି ନାହିଁ । ମିଡ଼ିଆ ଆରମ୍ଭ କରିଥିବା ପାଗଳ ଥିଓରୀକୁ ଅଧାରେ ଛାଡ଼ି ଦେଲା କି? କ୍ରାଇମ୍ ବ୍ରାଞ୍ଚର ନୀରବତା ଓ ତଦନ୍ତର ଦିଗ ସମ୍ପର୍କରେ ଗଣମାଧ୍ୟମ ପଚାରିବା ଉଚିତ୍ ନୁହେଁ କି? ହତ୍ୟାର ପ୍ରକୃତ ଦିଗ ଓ କାରଣ ନେଇ ଗଣମାଧ୍ୟମର ଅନୁସନ୍ଧାନ ମୂଳକ ରିପୋର୍ଟ ଦେଖିବାକୁ ମିଳିଲା କି? ଏ ସବୁକୁ ବାଦ୍ ଦେଇ ଆମ ଗଣମାଧ୍ୟମ ଦେଖାଇଲେ ରହସ୍ୟ ଓ ରୋମାଞ୍ଚରେ ଭରା ଗୋପାଳ ଦାସ ଓ କ୍ରାଇମବ୍ରାଞ୍ଚ ଅଧିକାରୀଙ୍କ ନିଖୁଣ ଅଭିନୟର ଗୋଟିଏ ଗୋଟିଏ କାହାଣୀ ।

Nirvik Bureau

Nirvik Bureau

Related Posts

Media:   ANI vs. YouTubers: Copyright “Extortion” Claims Spark Debate on Fair Use and News Agency Practices in India
Media

Media:
ANI vs. YouTubers: Copyright “Extortion” Claims Spark Debate on Fair Use and News Agency Practices in India

by Sanctimonia Binocs
May 28, 2025

Sanctimonia Binocs, Bhubaneswar, 28 May 2025 YouTuber vs. ANI: Copyright Fight Sparks Fair Use Debate A recent public dispute between...

Read more
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

June 16, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

June 9, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

June 2, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ୍

ଏ ସପ୍ତାହର ମିଡ଼ିଆ ହାଲଚାଲ୍

May 26, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

May 19, 2023
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.