• About
  • Contact
Monday, March 2, 2026
Monday, March 2, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Media

ସୁରକ୍ଷିତ ସାମ୍ବାଦିକତା ଓ ଅସୁରକ୍ଷିତ ସାମ୍ବାଦିକ !

ସୁରକ୍ଷିତ ସାମ୍ବାଦିକତା ଓ ଅସୁରକ୍ଷିତ ସାମ୍ବାଦିକ !
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨ ଡିସେମ୍ବର ୨୦୨୨

ପଦ୍ମପୁର ଉପନିର୍ବାଚନରେ ଖବର ସଂଗ୍ରହ କରୁଥିବା ଗୋଟିଏ ନ୍ୟୁଜ୍ ଚ୍ୟାନେଲ୍ ର ପ୍ରତିନିଧିଙ୍କ ଉପରେ ରାଜନୈତିକ ଅକ୍ରୋଶ ରଖି ଆକ୍ରମଣ ହୋଇଛି ବୋଲି ସେହି ନ୍ୟୁଜ୍ ଚ୍ୟାନେଲ୍ ର କର୍ମଚାରୀମାନେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହୋଇଛନ୍ତି। ଆକ୍ରମଣକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଏମାନେ ଦାବୀ କରିବା ସହ ଆକ୍ରମଣର ଶିକାର ହୋଇଥିବା ଖବରଦାତାଙ୍କୁ ସୁରକ୍ଷା ପ୍ରଦାନ ପାଇଁ ଦାବୀ ଜଣାଇଛନ୍ତି। ଏପରିକି ପୋଲିସ ଉପସ୍ଥିତିରେ ଆକ୍ରମଣ ହୋଇଥିବା କଥା ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ବୋଲି ସମ୍ପୃକ୍ତ ନ୍ୟୁଜ୍ ଚ୍ୟାନେଲ୍ ପକ୍ଷରୁ ମଧ୍ୟ ଅଭିଯୋଗ କରାଯାଇଛି।

ଏ ଅଭିଯୋଗ ସତ ହୋଇଥିଲେ ସାଙ୍ଘାତିକ। କାରଣ ଅଭିଯୋଗକାରୀ ମାନେ ହେଉଛନ୍ତି TRPରେ ୪ ନମ୍ବର ସ୍ଥାନରେ ଥିବା ରାଜ୍ୟର ଏକ ପ୍ରତିଷ୍ଠିତ ଓ ପ୍ରଭାବଶାଳୀ ଓଡ଼ିଆ ନ୍ୟୁଜ ଚ୍ୟାନେଲ୍ ର କର୍ମଚାରୀ। ଯେଉଁ ନ୍ୟୁଜ ଚ୍ୟାନେଲରେ କାମ କରୁଥିବା କ୍ୟାମେରମ୍ୟାନଙ୍କ ଠାରୁ ସମ୍ପାଦକଙ୍କ ପର୍ଯ୍ୟନ୍ତ ସମସ୍ତେ ଜଣେ ଜଣେ ନାଁ କରା ବ୍ୟକ୍ତି। ତେବେ ଏହି ଅଭିଯୋଗ କାହିଁକି ଆଣିଲେ, କେଉଁ ସମୟରେ ଆଣିଲେ, କେଉଁଠି ଆଣିଲେ ଓ କାହା ବିରୋଧରେ ଆଣିଲେ ତାହା ବିଶ୍ଳେଷଣ ସାପେକ୍ଷ।

ଏଠାରେ ପ୍ରଶ୍ନ ଉଠୁଛି ଏକ ଲୋକପ୍ରିୟ ଚ୍ୟାନେଲ୍ ର ପ୍ରତିନିଧିଙ୍କୁ କାହିଁକି ଆକ୍ରମଣ କରାଗଲା ? ଏକ ପ୍ରତିଷ୍ଠିତ ମିଡ଼ିଆ ସଂସ୍ଥାର ପ୍ରଭାବଶାଳୀ ସାମ୍ବାଦିକଙ୍କ ଉପରେ ପୋଲିସ ଉପସ୍ଥିତିରେ ଏଭଳି ଆକ୍ରମଣ କିପରି ସମ୍ଭବ ହେଲା ? ଏପରିକି ଆକ୍ରମଣ ପରେ ମଧ୍ୟ ପୋଲିସ ପ୍ରଶାସନ ଆକ୍ରମଣକାରୀଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନେଉନାହିଁ ? ଯଦି ରାଜ୍ୟର ସବୁଠାରୁ ପ୍ରଭାବଶାଳୀ ଗଣମାଧ୍ୟମର ପ୍ରତିନିଧିମାନେ ପୋଲିସ ଉପସ୍ଥିତିରେ ଆକ୍ରମଣର ଶିକାର ହେଉଛନ୍ତି ତେବେ ଅନ୍ୟ ଗଣମାଧ୍ୟମ କ୍ଷେତ୍ରରେ କ’ଣ ହେଉଥିବ?

ଓଡ଼ିଶା ଭଳି ଏକ ଶାନ୍ତିପ୍ରିୟ ରାଜ୍ୟରେ ସାମ୍ବାଦିକମାନେ କେବେବି ନିଜକୁ ଅସୁରକ୍ଷିତ ବୋଲି ଭାବି ନାହାନ୍ତି। କାଁ ଭାଁ କିଛି ଛୋଟ ଘଟଣାକୁ ଛାଡ଼ିଦେଲେ ଓଡ଼ିଶାର ସାମ୍ବାଦିକଙ୍କ ଉପରେ ଆକ୍ରମଣର ହାର ଦେଶର ଅନ୍ୟରାଜ୍ୟ ତୁଳନାରେ ଯଥେଷ୍ଟ କମ୍ ।

Indian Press Freedom Report – 2021 ଯାହାକି Rights & Risks Analysis Group (RRAG) ଦ୍ୱାରା ପ୍ରସ୍ତୁତ ହୋଇଥିଲା, ସେହି ରିପୋର୍ଟ ଅନୁଯାୟୀ ଜାମ୍ମୁ କାଶ୍ମୀର, ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ତ୍ରିପୁରା, ଦିଲ୍ଲୀ, ବିହାର, ଆସାମ, ହରିୟାଣା, ମହାରାଷ୍ଟ୍ର, ଗୋଆ, ମଣିପୁର, କର୍ଣ୍ଣାଟକ, ତାମିଲନାଡ଼ୁ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, କେରଳ ଆଦି ରାଜ୍ୟରେ ୧୩ଟି ମିଡ଼ିଆ ହାଉସ୍ କୁ ଟାର୍ଗେଟ୍ କରାଯାଇଥିବା ବେଳେ ୧୦୮ଜଣ ସାମ୍ବାଦିକଙ୍କ ଉପରେ ଆକ୍ରମଣ ହୋଇଥିଲା ଓ ଏଥିରେ ୬ଜଣ ମୃତ୍ୟୁବରଣ କରିଥିଲେ ।

ଏହି ତଥ୍ୟକୁ ବିଶ୍ଳେଷଣ କଲେ, ସ୍ପଷ୍ଟ ଭାବେ ବୁଝାପଡ଼ୁଛି ଯେ, ଓଡ଼ିଶାରେ ସାମ୍ବାଦିକତା ଓ ସାମ୍ବାଦିକ ମାନେ ଅତ୍ୟନ୍ତ ସୁରକ୍ଷିତ ଭାବେ କାର୍ଯ୍ୟ କରୁଛନ୍ତି। ଏହା ବ୍ୟତୀତ ଓଡ଼ିଶା ସରକାର କୋଭିଡ୍ ମହାମାରୀ ସମୟରେ ସାମ୍ବାଦିକ ମାନଙ୍କୁ କୋଭିଡ୍ ଯୋଦ୍ଧା ଭାବେ ଘୋଷଣା କରିବା ସହ ସେମାନଙ୍କ ପାଇଁ ସମସ୍ତ ସହାୟତା ଯୋଗାଇଦେଇ ଅନ୍ୟ ମାନଙ୍କ ପାଇଁ ପାଲଟିଥିଲେ ଉଦାହରଣ। ବିଭିନ୍ନ ସମୟରେ ରାଜ୍ୟ ସରକାର କାର୍ଯ୍ୟରତ ସାମ୍ବାଦିକଙ୍କ ସମେତ ଗଣମାଧ୍ୟମ ମାଲିକ ମାନଙ୍କୁ ଖୁସି ରଖିବାରେ ମଧ୍ୟ ଆଦୌ ହେଳା କରିନାହାଁନ୍ତି। ଯେଉଁଥିପାଇଁ ଓଡ଼ିଶାର ୭ଟି ନ୍ୟୁଜ୍ ଚ୍ୟାନେଲ୍ ମଧ୍ୟରୁ ୫ଟି ଚ୍ୟାନେଲ୍ ର ସମ୍ପାଦକ ଓ ମାଲିକ ମାନେ ସମସ୍ତେ ସରକାରଙ୍କ ନିକଟରେ ଚିର କୃତଜ୍ଞ।

ତେବେ ଏଭଳି ଏକ ସମୟରେ ଏହି ଅଭିଯୋଗ ଆସିଛି ଓ ଅଭିଯୋଗକାରୀ ଯେଉଁମାନେ ରହିଛନ୍ତି ସେମାନଙ୍କ ଅଭିଯୋଗକୁ ହାଲକା ଭାବେ ନିଆଯାଇ ପାରିବ ନାହିଁ। ଯେତେବେଳେ ଓଡ଼ିଶାରେ ଶିଳ୍ପ ମହାକୁମ୍ଭ ଚାଲିଛି ଓ ଏଥିରୁ ୬ଲକ୍ଷ କୋଟିର ପୁଞ୍ଜି ନିବେଶର ଆଶା ରାଜ୍ୟ ସରକାର ରଖିଛନ୍ତି, ସେତିକିବେଳେ ରାଜ୍ୟର ପ୍ରତିଷ୍ଠିତ ଓ ପ୍ରଭାବଶାଳୀ ଗଣମାଧ୍ୟମ ନିଜେ ଅସୁରକ୍ଷିତ ବୋଲି ଅଭିଯୋଗ ଆଣିବା ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରତି ଏକ ଉପହାସ ନୁହେଁ କି ? ପୁଞ୍ଜି ନିବେଶକାରୀ ଯଦି ବୁଝିବେ ଓଡ଼ିଶାରେ ଗଣମାଧ୍ୟମ ଗୁଡ଼ିକ ନିଜକୁ ସୁରକ୍ଷିତ ମଣୁ ନାହାଁନ୍ତି, ତେବେ ଓଡ଼ିଶାର ଆଇନ ଶୃଙ୍ଖଳା ବାବଦରେ ସେମାନଙ୍କ ମନରେ କି ଧାରଣା ସୃଷ୍ଟି ହେବ ? ଏହି ଗଣମାଧ୍ୟମର ଅଭିଯୋଗ ଅନୁଯାୟୀ ରାଜ୍ୟ ପୋଲିସ ପ୍ରଶାସନର ଅପାରଗତା ପୁଞ୍ଜି ନିବେଶକାରୀଙ୍କୁ କି ବାର୍ତ୍ତା ଦେବ ? ସର୍ବୋପରି ସାମ୍ବାଦିକ ଓ ସାମ୍ବାଦିକତା କୁ ସବୁବେଳେ ସୁରକ୍ଷା ଦେଇ ଆସୁଥିବା ଓଡ଼ିଶା ସରକାରଙ୍କ ଭାବମୂର୍ତ୍ତୀ ଉପରେ ଏଭଳି ଏକ ସମୟରେ ରାଜ୍ୟର ଏକ ପ୍ରତିଷ୍ଠିତ ନ୍ୟୁଜ ଚ୍ୟାନେଲର କର୍ମଚାରୀମାନେ ଆଣିଥିବା ଅଭିଯୋଗର ପ୍ରଭାବ ପଡ଼ିବ ନାହିଁ ତ ? ଯଦି ନ୍ୟୁଜ ଚ୍ୟାନେଲ କର୍ମଚାରୀଙ୍କ ପାଇଁ ଖୋଦ ଶାସକଦଳକୁ ମଧ୍ୟ ରାଜ୍ୟର ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହେବାକୁ ପଡୁଛି,ଏଥିରୁ ବୁଝିବାକୁ ହେବ ଏହି ଅଭିଯୋଗର ଗୁରୁତ୍ୱ କେତେ ?

ଏଭଳି ଘଟଣା ଯେ କେବଳ ରାଜ୍ୟ ସରକାରଙ୍କ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନବାଚୀ ଲଗାଇଛି ତା ନୁହେଁ, ବରଂ ସାମ୍ବାଦିକତାକୁ ସର୍ବଦା ସୁରକ୍ଷା ଦେଇ ଆସୁଥିବା ଓଡ଼ିଶା ସରକାରଙ୍କ ଭାବମୂର୍ତ୍ତୀକୁ ମଧ୍ୟ କ୍ଷୁର୍ଣ୍ଣ କରିଛି। ତେବେ ଏହି ଚ୍ୟାନେଲ୍ ର ସମ୍ପାଦକଙ୍କୁ ଧନ୍ୟବାଦ ଦେବାର କଥା କାରଣ ସେ ନିଜର ସହଯୋଗୀଙ୍କ ପାଇଁ ଆଗକୁ ଆସି ରାଜ୍ୟ ପୋଲିସ ପ୍ରଶାସନର ଦୁର୍ବଳତା ବାବଦରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବାର ସାହସ ଦେଖାଇଛନ୍ତି। ଏବେ ଦେଖିବାର କଥା ଯେ, ରାଜ୍ୟ ସରକାର ଦୋଷୀଙ୍କ ବିରୋଧରେ କେତେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବା ସହ ୪ ନମ୍ବର ଚ୍ୟାନେଲର ଏହି ସାହସୀ ତଥା ନାଁ କରା ସମ୍ପାଦକଙ୍କୁ ନିଜର ସହଯୋଗୀ ସାମ୍ବାଦିକଙ୍କ ପାଇଁ ଲଢ଼େଇ କରିବାର ପୁରସ୍କାର ଦେଉଛନ୍ତି କି ନାହିଁ ?…

Nirvik Bureau

Nirvik Bureau

Related Posts

Media:   ANI vs. YouTubers: Copyright “Extortion” Claims Spark Debate on Fair Use and News Agency Practices in India
Media

Media:
ANI vs. YouTubers: Copyright “Extortion” Claims Spark Debate on Fair Use and News Agency Practices in India

by Sanctimonia Binocs
May 28, 2025

Sanctimonia Binocs, Bhubaneswar, 28 May 2025 YouTuber vs. ANI: Copyright Fight Sparks Fair Use Debate A recent public dispute between...

Read more
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

June 16, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

June 9, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

June 2, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ୍

ଏ ସପ୍ତାହର ମିଡ଼ିଆ ହାଲଚାଲ୍

May 26, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

May 19, 2023
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.