• About
  • Contact
Sunday, June 7, 2026
Sunday, June 7, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଆମେ ବି ପାରିବା

ଆମେ ବି ପାରିବା
Share on FacebookShare on Xshare on Whatsappshare on Linkedin
ସୌଭାଗ୍ୟ କର, ନୂଆଦିଲ୍ଲୀ, ୧୬ ସେପ୍ଟେମ୍ବର ୨୦୨୨

ଅପ୍ରେଲ ୧୬ ତାରିଖ, ୨୦୨୧ । ସନ୍ଧ୍ୟା ୭ଟା । ବାଣୀବିହାର କ୍ୟାମ୍ପସ୍ ଭିତରେ ଜଣେ ସାଙ୍ଗ ସହ ଜୀବନର ଶେଷ ସିଗାରେଟ ପିଆ । ୧୮ ତାରିଖରେ ବାପା (ସୌରୀବନ୍ଧୁ କର)ଙ୍କ ଅସ୍ତି ଆଣି ସଙ୍ଗମରେ ବିସର୍ଜନ କଲା ସମୟରେ ପ୍ରତିଜ୍ଞା କଲି ଆଜିଠୁ ଆଉ ତମାଖୁ ଜାତୀୟ ଦ୍ରବ୍ୟ (ପାନ, ବିଡ଼ି,ସିଗାରେଟ, ଗୁଟଖା) କେବେ ଛୁଇଁବିନି । ବର୍ଷେ ହୋଇଗଲା । ମୁଁ ଜଣେ ସାଧାରଣ ନାଗରିକ । ନାମଜାଦା ନୁହେଁ କି କୌଣସି ଥିରେ ବିଶେଷ ଉପଲବ୍ଧି ନାହିଁ । କିନ୍ତୁ ବୋଧେ ତମାଖୁ ଛାଡ଼ିବା ମୋର ଏକ ମାତ୍ର ଉପଲବ୍ଧି ଗତ ବର୍ଷରେ । ନିଜକୁ ପ୍ରତିଷ୍ଠିତ କରିବାପାଇଁ ସ୍ୱପ୍ନର ଦୋଛକିରେ କେତେବେଳେ ଯେ ମୁଁ ସିଗାରେଟ, ତମାଖୁ ଗ୍ରସ୍ତ ହୋଇଯାଇଥିଲି । ତାହା ଜାଣିଲାବେଳକୁ ବେଶ ଡେରି ହୋଇଯାଇଥିଲା ।

ଘରେ ଲୁଚିକରି ସିଗାରେଟ ପିଇବା ପଛରେ ମୋ ଭିତରେ ଭଲ ମଣିଷ ହେବାର ଶିକ୍ଷା ଓ ନିଜକୁ ବଡ଼ ବୋଲି ପ୍ରମାଣ କରିବାର ଇଛାର ପାରସ୍ପରିକ ସଂଘର୍ଷର ଏକ ପ୍ରତିଫଳନ ଥିଲାବୋଲି ଏବେ ମନେହୁଏ । ରାତିରେ ଦୀର୍ଘ ସମୟ କାମ କରିବା ବେଳେ ମୁଁ ସିଗାରେଟ ପିଇ ରବି ସିଂ ଙ୍କ ସେ କବିତା ମନେପକାଉଥିଲି :

‘ ସିଗାରେଟ ନିଃସଙ୍ଗର ସଖା ତମେ
ଯନ୍ତ୍ରଣାର ଅମୋଘ ଚନ୍ଦନ ‘

ମୋ ଭଳି ଅନେକ ଯୁବକଙ୍କ ସିଗାରେଟ ଅଭ୍ୟାସ ପଛରେ ସରକାର କ’ଣ ଦାୟୀ ନୁହଁନ୍ତି ? ସରକାର ନହଲେ ବି ସିଗାରେଟ, ଗୁଟଖା ତିଆରି କରୁଥିବା କମ୍ପାନୀ ମାନେ କ’ଣ ଦୋଷର ସମଭାଗୀ ନୁହଁନ୍ତି ? ଆଗରୁ ସିଗାରେଟ ପ୍ୟାକେଟରେ କୌଣସି ବୈଧାନିକ ସତର୍କତା ଲେଖାଯାଇ ନଥିଲା ! ଏବେ କିନ୍ତୁ ଖୋଳ ଉପରେ ଏକ କ୍ଷତବିକ୍ଷତ ଫୁସ୍ ଫୁସ୍ ର ଚିତ୍ର କିଛି ସମୟ ପାଇଁ ମନକୁ ଆନ୍ଦୋଳିତ କରିଦେଉଛି ।

ମୋ ଡାକ୍ତର ସାଙ୍ଗମାନେ ସିଗାରେଟ ପିଇଲେ କ୍ୟାନସର ହେଉଛି ବୋଲି ମତାମତ ଦେବା ସତ୍ତ୍ୱେ ମୁଁ ସିଗାରେଟ ପିଇ ଚାଲିଥିଲି । ମାତ୍ର ବାପାଙ୍କର ଚାଲିଯିବା ପରେ ମୋ ପାଇଁ ଏକ ଦାରୁଣ ଧକ୍କା ଥିଲା । ବାପାଙ୍କ ମୃତ୍ୟୁର ମାତ୍ର ୫ ମାସ ପରେ ସାନବପା (ଓଡ଼ିଶାର ସୁନାମଧନ୍ୟ ସାହିତ୍ୟିକ ଡକ୍ଟର ବାଉରୀ ବନ୍ଧୁ କର) ମଧ୍ୟ ଚାଲିଗଲେ । କୌଣସି ପ୍ରକାର ନିଶା ଦ୍ରବ୍ୟର ସେ ଘୋର ବିରୋଧୀ ଥିଲେ । ସେମାନଙ୍କ ସ୍ମୃତିରେ ଦୃଢ଼ ପ୍ରତିଜ୍ଞା – ଆଉ ପିଇବିନି । ଆମେରିକାର ପ୍ରାକ୍ତନ ରାଷ୍ଟ୍ରପତି ବାରାକ ଓବାମା ପିଲାବେଳୁ ଧୂମପାନକରି ୨୦୨୨ ମସିହାରେ ସମ୍ପୂର୍ଣ ଭାବେ ସିଗାରେଟ ଟଣା ଛାଡିଦେଲେ । ଓବାମା ୨୦୦୯ ମସିହାରେ ଆମେରିକାରେ ଧୂମପାନ ବିରୋଧୀ ବିଲ୍ ପାଶ କରାଇ ଭବିଷ୍ୟତ ପିଢ଼ିକୁ ରକ୍ଷା କରିବାପାଇଁ ଗ୍ରହଣ କରିଥିବା ଉଦ୍ୟମ ବାସ୍ତବିକ ପ୍ରସଂଶସନୀୟ ।

ବିଖ୍ୟାତ ଅଭିନେତ୍ରୀ ଜେନିଫର ଆନିଷ୍ଟନ, କ୍ୟାଟ୍ରିନ ଜେଟା ଜୋନ୍ରୁ ଓ ତାଙ୍କ ସ୍ୱାମୀ ମାଇକେଲ୍ ଡଗଲାସ୍, ରଜନୀ କାନ୍ତ, କମଲ ହାସନ ଏବଂ ତାଙ୍କ ଭଳି ଆହୁରି ଅନେକ ଚର୍ଚ୍ଚିତ ବ୍ୟକ୍ତିତ୍ୱ ବହୁ ବର୍ଷ ଧରି ସିଗାରେଟ ପିଇବା ପରେ ଆଉ ନପିଇବାର ଶପଥ ନେଇଛନ୍ତି । ଦିଲ୍ଲୀର ଫୋର୍ଟିସ୍ ଡାକ୍ତରଖାନାର ଡାକ୍ତର ଗୋପୀନାଥ ଖଭା ଥରେ କହିଥିଲେ ୧୯୭୦ ମସିହାରୁ ସେ ଧୂମପାନ କରୁଥିଲେ । ‘ସାବନ ଭାଦୋଁ’ ସିନେମାର ଅଭିନେତା ସିଗାରେଟର ଧୂଆଁ ବଳୟ ଛାଡ଼ିବା ଦେଖି ସେ ସିଗାରେଟ ପିଇବା ଆରମ୍ଭ କରିଥିଲେ । କିନ୍ତୁ ତାଙ୍କ ପୁଅର ଆଜମା ଜନିତ ସମସ୍ୟା ହେତୁ ସେ ଧୂମପାନ ଛାଡ଼ିବା ସହ ଅନ୍ୟ ମାନଙ୍କୁ ନିଜ କଥା କହି କହନ୍ତି, ‘ଯଦି ମୁଁ ଛାଡ଼ିପାରିଲି ତା’ ହେଲେ ତୁମେ କାହିଁକି ପାରିବନି ? ‘

ଆଜି ମୁଁ ସମ୍ପୂର୍ଣ ଭାବେ ଧୂମପାନ ଛାଡ଼ିଦେଇଛି । ମନରେ କିଛି ସଂଶୟ ଏବଂ ଆଖପାଖରେ କ୍ୟାନସରର ଭୟାବହତା ହୁଏତ ମତେ ମଧ୍ୟ କିଛି ମାତ୍ରାରେ ଏହା କରିବା ପାଇଁ ସାହସ ଦେଇଛି ।

ସୌଭାଗ୍ୟ କର, ବାର୍ତ୍ତା ସମ୍ପାଦକ, ଆକାଶବାଣୀ, ଦିଲ୍ଲୀ

Soubhagya Kar

Soubhagya Kar

Related Posts

ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ୧୮୨ ତମ ଜୟନ୍ତୀ ପାଳିତ
More

ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ୧୮୨ ତମ ଜୟନ୍ତୀ ପାଳିତ

by Nirvik Bureau
June 5, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୫ ଜୁନ୍ ୨୦୨୬ ମାହାଙ୍ଗା ମାଟିର ଅନ୍ୟତମ ବରପୁତ୍ର ତଥା ଓଡ଼ିଆ ଅସ୍ମିତାର ଆଦ୍ୟ ଉଦ୍ ଗାତା ରାୟ ବାହାଦୁର ନନ୍ଦ କିଶୋର...

Read more
ଜଣେ ବିସ୍ମୃତ ଓଡ଼ିଆ ଅଭିଭାବକ

ଜଣେ ବିସ୍ମୃତ ଓଡ଼ିଆ ଅଭିଭାବକ

June 5, 2026
Story Not So Untrue

Story Not So Untrue

May 21, 2026
Vipul’s Voice: Crystal Clear Reality

Vipul’s Voice:
 Crystal Clear Reality

May 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୫)

May 15, 2026
Dhanada’s Discourse: Super El Nino Fear  and the Built Environment: India’s Heatwave Crisis and the Coming ENSO Challenge — A Call for Climate-Resilient Infrastructure

Dhanada’s Discourse: Super El Nino Fear  and the Built Environment: India’s Heatwave Crisis and the Coming ENSO Challenge — A Call for Climate-Resilient Infrastructure

May 8, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.