• About
  • Contact
Friday, September 18, 2026
Friday, September 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଆମେ ପାଉଡି ଭୂୟାଁ (ଭାଗ ୧୪)

ଆମେ ପାଉଡି ଭୂୟାଁ (ଭାଗ ୧୪)
Share on FacebookShare on Xshare on Whatsappshare on Linkedin
ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୪ ଜୁଲାଇ ୨୦୨୩

ସେଦିନ ସକାଳୁ ସକାଳୁ ଉଠି ବାପା ସହିତ ବିଲକୁ ବିହନ ନେଇ ଯାଇଥିଲା ଚିନାମାଳୀ। ସେଠାରୁ ଫେରିବା ବେଳକୁ ଅଧାଦିନ ହୋଇଥିଲା। ଗାଧୋଇ କଣ କିଛି ପଖାଳ ପାଣି ଖାଇ ସେ ଚମ୍ପା ଘରକୁ ବାହାରି ପଡ଼ିଲା ସେ। ତାଙ୍କ ଘରେ ପହଞ୍ଚିଲା ବେଳକୁ ଚମ୍ପା ହେଂସ ବୁଣୁଥିଲା। ତାକୁ ଦେଖି ଚମ୍ପା ପଚାରିଲା କିଲୋ ଅକାଳ ବଳଦ ସକାଳେ। କେମିତି ମୋ କଥା ମନେ ପଡ଼ିଲା। ତା ଗାଲକୁ ଟିକିଏ ଚିମୁଟି ଦେଇ ଚିନାମାଳୀ କହିଲା କଣ ତୋର ମନେ ନାହିଁକି ଆଜି ପା ଆମେ ଜୋଛନା ଘରକୁ ଯିବା କଥା।ତା ଭାଇ ପୁଅର ଆଜି ଏକୋଇଶା।ଆରେ ଆରେ ମୁଁ ତ ଭୁଲି ଯାଇଥିଲି କହି ଚମ୍ପା ଉଠିଗଲା ତାଙ୍କ ଘରକୁ ଯିବାପାଇଁ ପ୍ରସ୍ତୁତ ହେବା ପାଇଁ। ପିଣ୍ଡାରେ ବସି ସେ ଚାରିଆଡକୁ ଚାହୁଁ ଥିଲା। ମନେମନେ ଖୋଜୁଥିଲା ମନ୍ମଥକୁ। ଏହି ସମୟରେ ଚମ୍ପା ବାହାରି ଆସି କହିଲା ଚାଲ୍ ଯିଵା। ତୁ ଯାହାକୁ ଖୋଜୁଛୁ ସେ ଜୋଛନା ଘରକୁ ଯାଇଛି।କଣ ହେଲା କହି ଚମକି ଚାହିଁଲା ଚମ୍ପା କୁ ସେ। ମନେମନେ ଭାବୁଥିଲା ମନ୍ମଥ କାହିଁକି ସେଠାକୁ ଯାଇଛି। ସେ ତ ବନ୍ଧୁ ପିଲା। ତାଙ୍କ ଘରେ ତାର କାମ କଣ? ତା ଚାହାଣୀ ରୁ ତା ମନର କଥା କୁ ପଢିଲା ପରି ଚମ୍ପା କହିଲା ଆସେ ଯିବା ବିଷ୍ଣୁ ମାମୁଁ ତାକୁ ସାଙ୍ଗରେ ଡାକି ନେଇଛନ୍ତି। ଏତିକି କହି ସେ ତା ହାତକୁ ଧରି ଟାଣି ଟାଣି ସଙ୍ଗରେ ନେଇଗଲା।

ଜୋଛନା ଘରେ ପହଞ୍ଚିଲା ବେଳକୁ ବିଷ୍ଣୁ ମାମୁଁ ଓ ମନ୍ମଥ ତାଙ୍କ ଘରୁ ବାହାରି କରି ଆସୁଥିଲେ। ତାଙ୍କୁ ଦେଖି ମାମୁଁ ପଚାରିଲେ କଣ ପିଲାମାନେ ଏତେ ଡେରି କଲ।ହଉ ହଉ ତମେମାନେ ଆସ ଆମେ ଦୁଇଜଣ ଆଗରେ ଯାଉଛୁ। ରାତିରେ କାମିନୀ ଅପା ଘରେ ଦେଖାହେବା। ଏତିକି କହି ସେ ଦୁଇଜଣ ଆଗରୁ ବଢିଲେ। ମନ୍ମଥ ହାତକୁ ଜୋରରେ ଚିମୁଟି ଦେଇ ଚିନାମାଳୀ କହିଲା ଏଇଆ କରୁଛୁ ନାହିଁ। କାଲି ଦେଖାହେଲେ ତୋର ମୋର କଥାବାର୍ତ୍ତା। ଜୋଛନା ଘରେ ତା ପୁତୁରା କୁ ଦେଖି ଖାଇସାରି ସିଧା ଦୁଇଜଣ ପହଞ୍ଚିଲେ କାମିନୀ ଆଈ ଘରେ। ସେତେବେଳକୁ ଦୁଇଘଡି ରାତି ହେଵ। ଗାଁର ଝିଅମାନେ ଆଈ ସହିତ ଗପ ଜମାଇ ଥିଲେ। ଚିନାମାଳୀ ଓ ଚମ୍ପା ପହଞ୍ଚିବାର ଅଳ୍ପ ସମୟ ପରେ ବିଷ୍ଣୁ ମାମୁଁ ଓ ଅର୍ଜୁନ ମାମୁଁ ଆସି ପହଞ୍ଚିଲେ। ସମସ୍ତେ ବସିଗଲେ ଓ ମାମୁଁ କଥା ଆରମ୍ଭ କଲେ। ପିଲାମାନେ ତୁମମାନଙ୍କୁ କାଲି କହିଥିଲି ଯେ ଆମ ଦେଶର (ଭୂୟାଁମାନେ ନିଜ ଅଞ୍ଚଳକୁ ଦେଶ ବୋଲି କହିଥାନ୍ତି) କଥା କହିବି ବୋଲି। ଆଜି ତୁମମାନଙ୍କୁ ଡେରି, ବାରକଳା ଗାଁ ବିଷୟରେ କହିବି।

ଡେରି ଗାଆଁଟି ଏକ ଛୋଟିଆ ପାଉଡି ଭୂୟାଁ ଅଧ୍ୟୁଷିତ ଗାଁ। କିଛି ମୁଣ୍ଡା ପରିବାରକୁ ଛାଡିଦେଲେ ଗାଁରେ ମୋଟ୍ ୪୭ ଟି ପରିବାର ଆମ ଭୂୟାଁ ଜନଜାତିର। ବହୁ ବର୍ଷ ପୂର୍ବେ କେନ୍ଦୁଝର ଜିଲ୍ଲାର ଅସନପାଟ ତଥା ଅନ୍ୟାନ୍ୟ ଅଞ୍ଚଳରୁ ବୌଦ୍ଧ ଶ୍ରମଣମାନେ ତଥା ଅନ୍ୟ ଲୋକମାନେ ଏହି ଗାଁ ଦେଇ ସୁନ୍ଦରଗଡ଼ ଜିଲ୍ଲାର ଅକ୍ଷରଶିଳା ବୌଦ୍ଧବିହାରକୁ ଯିଵା ସମୟରେ ଏହିଠାରେ ରାତ୍ରୀ ରହଣୀ ପାଇଁ ଡେରା ପକାଇ ରହୁଥିବାରୁ ଏହି ଗ୍ରାମ ର ନାମ ଡେରା ଓ ପରବର୍ତ୍ତୀ ସମୟରେ ଅପଭ୍ରଷ୍ଟ ହୋଇ ଡେରି ହୋଇଗଲା। ଚାରିପଟେ ପାହାଡ଼ ଘେରି ରହିଥିବା ଏହି ଗାଆଁଟି ପ୍ରାକୃତିକ ଶୋଭା ମନମୁଗ୍ଧକର। ଲୋକମାନେ ବାରମାସରେ ତେର ପର୍ବ ପାଳନ କରନ୍ତି । ଗାଁ ରେ ଅନ୍ୟ ଭୂୟାଁ ଗାଁ ଭଳି ପ୍ରଧାନ, ଦେହୁରୀ ଓ ଡାକୁଆ ମଧ୍ୟ ଅଛନ୍ତି।

ଏହାପରେ ବାରକଳା ଗାଁ ର କଥା କହୁଛି ଶୁଣ। କୋଡ଼ିଏ ବାଇଶି ଘର ଭୂୟାଁ ପରିବାର କୁ ନେଇ ସିଂପୁର ନିକଟରେ ଥିବା ଏହି ଗାଆଁଟିକୁ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର। ଗାଁ ରେ ଅନ୍ୟ ଭୂୟାଁ ଗାଁ ପରି ଦରଵାର ଘର,ବିଶ୍ରୀ କୋଠି ରହିଛି। ଗାଁ କୁ ନେଇ ଏକ ସୁନ୍ଦର ଲୋକକଥା ଟିଏ ରହିଛି। ତାହା ହେଉଛି ଏହିପରି। ବହୁଦିନ ତଳର କଥା। ଦୁଦୁପଶି ବୋଲି ଗୋଟିଏ ଭୂୟାଁ ଗାଁରେ ଚାଷକାର୍ଯ୍ୟ ପୂର୍ବରୁ ଗ୍ରାମଶ୍ରୀ ଠାକୁରାଣୀ ଙ୍କ ନିକଟରେ ଏକ ପୂଜା ହେବାର ଥିଲା। ଗ୍ରାମର ଦେହୁରୀ ସମସ୍ତ ପୂଜା ସାମଗ୍ରୀ ସହିତ କିଛି ଗାଇ କ୍ଷୀର ଘରେ ରଖି ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ତାଙ୍କ ବୋହୂ ଘର ଲିପାପୋଛା କରୁଥିବା ସମୟରେ ଅସାବଧାନତା ବଶତଃ ପୂଜା ପାଇଁ ରଖାଯାଇଥିବା କ୍ଷୀର ଢ଼ାଳିଦେଲା। ବୋହୂଟି କଣ କରିବ କିଛି ସ୍ଥିର କରିପାରିଲା ନାହିଁ। ତା ମୁଣ୍ଡରେ ଏକ ଉପାୟ ଆସିଲା। ସେ ଶଶୁର ଆସିବା ପୂର୍ବରୁ ନିଜ ସ୍ତନରୁ କିଛି କ୍ଷୀର ବାହାର କରି ସେହି ଗିଲାସ ରେ ରଖି ପୁଣି ନିଜ କାମରେ ଲାଗି ପଡିଲା। ଦେହୁରୀ ଗାଧୋଇ ଆସି ପୂଜା ସାମଗ୍ରୀ ଓ କ୍ଷୀର ସହ ପୂଜା କରିବା ପାଇଁ ଚାଲିଗଲେ। ସେ ଜାଣି ନ ଥିଲେ ପୂର୍ବଵର୍ଣିତ ଘଟଣା ସବୁକୁ। ଗାଁ ଲୋକଙ୍କ ଉପସ୍ଥିତିରେ ଦେହୁରୀ ପୂଜା ସାରିଲେ। ଆଶ୍ଚର୍ଯ୍ୟର କଥା ସେହି ବର୍ଷ ବହୁତ ଭଲ ଫସଲ ଗାଁ ଲୋକମାନେ ଅମଳ କରି ଘରକୁ ଆଣିଲେ।

ତାପର ବର୍ଷ ଫସଲ ପୂର୍ବରୁ ପୁଣି ଗ୍ରାମଶ୍ରୀ ଠାକୁରାଣୀ ଙ୍କ ନିକଟରେ ଭୋଗ ଓ କ୍ଷୀର ଅର୍ପଣ ସହିତ ପୂଜା କରାଗଲା କିନ୍ତୁ ସେହିବର୍ଷ ଫସଲ ସବୁ ବିଲରେ ନଷ୍ଟ ହୋଇଗଲା। ଗାଁ ଲୋକେ ଦରବାର ଘରେ ଏ ସମ୍ପର୍କରେ ଆଲୋଚନା କଲେ। କିଛି ଲୋକ ଗ୍ରାମଶ୍ରୀ ଠାକୁରାଣୀ ଙ୍କ ପୂଜା ରେ କିଛି ତ୍ରୁଟି ରହିଥିବାର ଅନୁମାନ କରି ଏ ସମ୍ପର୍କରେ ଦେହୁରୀ ଙ୍କୁ ପଚାରିଲେ। ଦେହୁରୀ ଓ ତାଙ୍କ ପରିବାର ସେଠାରେ ଉପସ୍ଥିତ ଥିଲେ। ଦେହୁରୀଙ୍କ ବୋହୂ ଗାଁ ଲୋକମାନଙ୍କୁ ସମସ୍ତ ଘଟଣା କହିଲା ପରେ ଗାଁ ଲୋକେ ସେହି ପରିବାରକୁ ଗାଁ ଛାଡି ଚାଲିଯିବା ପାଇଁ କହିଲା ପରେ ଦେହୁରୀ ଓ ତାଙ୍କ ପରିବାର ଗାଁ ଛାଡି ବିଭିନ୍ନ ଗାଁ କୁ ଯାଇ ସେଠାରେ ରହିବା ପାଇଁ ସେଠାକାର ଗାଁ ଲୋକଙ୍କୁ କାକୁତି ମିନତି କଲେ। କିନ୍ତୁ ଦେବୀ କୋପ କରିବେ ଭାବି କୌଣସି ଗାଁ ର ଲୋକେ ସେହି ପରିବାର ଟିକୁ ନିଜ ଗାଁ ରେ ରହିବାକୁ ଅନୁମତି ଦେଲେ ନାହିଁ। ଶେଷରେ ସେମାନେ ସିଂପୁର ଗାଁ ର ଦରଵାର ଘରେ ପହଞ୍ଚି ଗାଁ ଲୋକଙ୍କୁ ତାଙ୍କ ଗାଁ ରେ ରହିବାକୁ ଅନୁମତି ଦେବାକୁ ଅନୁରୋଧ କରିବାରୁ ଗାଁ ର ଲୋକେ ଦୟାପରବଶ ହୋଇ କହିଲେ ତମେ ବାରକଳା ବୁଲିଲଣି (ବାର ଅର୍ଥ ବହୁତ ଓ କଳା ର ଅର୍ଥ ଗାଁ) ତେଣୁ ଆମ ଗାଁ ନିକଟରେ ଥିବା ଜଙ୍ଗଲରେ ଘରକରି ଗାଁ ଟିଏ ଆରମ୍ଭ କର। ଗାଁ ଲୋକଙ୍କ ଠାରୁ ଅନୁମତି ଆଣି ସେମାନେ ଜଙ୍ଗଲ ସଫାକରି ଗାଁ ଟିଏ ଆରମ୍ଭ କଲେ ଏବଂ ଗାଁ ର ନାମ ବାରକଳା ରଖିଲେ। ଏହାପରେ ମାମୁଁ କହିଲେ ପିଲାମାନେ ରାତି ବହୁତ ହେଲାଣି ଯାଅ ବିଶ୍ରାମ ନିଅ। କାଲି ତୁମମାନଙ୍କୁ କଆଦଵଳଈ ପୂଜା କଥା ଓ ତାପରେ ଆମ ଅଞ୍ଚଳରେ ଥିବା ପୀଢ ମାନଙ୍କ କଥା କହିବି। କାମିନୀ ଆଇ ଓ ନାତୁଣୀମାନେ ଶୋଇବା ଘରକୁ ଗଲେ ଓ ବିଷ୍ଣୁ ମାମୁଁ ତାଙ୍କ ବନ୍ଧୁଘର ମୁହାଁ ହେଲେ।

ଭବେଶ ଚନ୍ଦ୍ର କର

ଭବେଶ ଚନ୍ଦ୍ର କର

ସମାଜସେବୀ, ଗବେଷକ ଏବଂ ଲେଖକ
ମୋବାଇଲ -୮୨୪୯୭୭୭୫୦୨

Related Posts

ଆମେ ପାଉଡି ଭୂୟାଁ (ଭାଗ ୧୮)
More

ଆମେ ପାଉଡି ଭୂୟାଁ (ଭାଗ ୭୯)

by ଭବେଶ ଚନ୍ଦ୍ର କର
September 17, 2026

ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୭ ସେପ୍ଟେମ୍ବର ୨୦୨୬ ତାପରଦିନ ସନ୍ଧ୍ୟାରେ ଆମେ ଜଙ୍ଗଲରୁ ଫେରି ଦାଣ୍ଡପିଣ୍ଡାରେ ବସି କଥା ହେଉଛୁ ଏହି ସମୟରେ ଦେହୁରୀ ଦାଦାଙ୍କ...

Read more
Dhanada’s Discourse: The Day AI Started Doing the Work  – The Opportunity and Pitfalls of Agentic AI

Dhanada’s Discourse: The Day AI Started Doing the Work – The Opportunity and Pitfalls of Agentic AI

September 9, 2026
Vipul’s Voice:What is Spirituality?

Vipul’s Voice:
What is Spirituality?

August 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୮)

August 14, 2026
Dhanada’s Discourse: The Cloud Has a Thirst – India’s data-centre dilemma

Dhanada’s Discourse: 
The Cloud Has a Thirst – India’s data-centre dilemma

August 10, 2026
Vipul’s Voice: Realisation at the age of 70

Vipul’s Voice:
 Realisation at the age of 70

July 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.