ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୪ ଅକ୍ଟୋବର ୨୦୨୩
କେନ୍ଦୁଝର ଡାକ୍ତରଖାନାରେ ଦୁଇଦିନ ବିତିଗଲା । ଡାକ୍ତରଙ୍କ ଅକ୍ଲାନ୍ତ ଉଦ୍ୟମ ସତ୍ତ୍ଵେ ଚିନାମାଳୀ ର ଚେତା ଫେରିଲା ନାହିଁ । ସମସ୍ତେ ଆଶା ଛାଡି ଦେଲେ । ନିରାଶ୍ରୟ ଲୋକ କୁଟାଖିଅକୁ ଆଶା କରିଵା ଭଳି କେବଳ ଗୋଟିଏ ଆଶା ଥିଲା କାଳେ କଟକକୁ ନେଲେ ଠିକ ହୋଇଯିବ । ମନ୍ମଥ ଚିନାମାଳୀର ଵାଆକୁ କହିଲା ଚାଲ ଯିଵା ଡାକ୍ତର ଙ୍କୁ କହିଵା କଟକ ଡ଼ାକ୍ତରଖାନାକୁ ପଠାଇଦେଵେ । ମନେମନେ ବଡାମ ଦେଵତା ଙ୍କୁ ସୁମରଣା କରି ମନ୍ମଥ ଡାକ୍ତର ଙ୍କ ନିକଟକୁ ଗଲା ଓ ଡାକ୍ତରଙ୍କୁ କହିଲା ସାର୍ ଆମ ରୋଗୀ ଦେହ କିପରି ଅଛି । ଜଣେ ତରୁଣ ଡାକ୍ତର ଡ୍ୟୁଟି ରେ ଥିଲେ। ସେ କିଛି ସମୟ ନିରବ ରହି କହିଲେ ବ୍ୟସ୍ତ ହୁଅନି । ଶେଷ ଇଞ୍ଜେକସନ ଦେବା ପରେ କିଛି ପରିବର୍ତ୍ତନ ଆସିଛି । ମୋତେ ଲାଗୁଛି ସନ୍ଧ୍ୟା ବେଳକୁ ଚେତା ଫେରି ଆସିଵ । ଡାକ୍ତରଙ୍କ କଥା ଶୁଣି ସାମାନ୍ୟ ଆଶ୍ବସ୍ତ ହେଲେ ମଧ୍ୟ କେଉଁ ଗୋଟାଏ ଅହେତୁକ ଭୟ ମନ୍ମଥ ମନକୁ ଘାରି ହେଉଥିଲା । ଉପରକୁ ହାତଟେକି ଵଡାମ ମହାପୁରୁଙ୍କୁ ପ୍ରଣାମ କରି କିଛି ଗୋଟାଏ ବିଡିବିଡି କରି କହି ଚିନାମାଳୀ ଥିବା ରୁମ ଆଡକୁ ଆଗେଇଲା ସେ ।
ସେଦିନ ସନ୍ଧ୍ୟା ବେଳକୁ ଚିନାମାଳୀ ର ଚେତା ଫେରି ଆସିଲା ଓ ସେ ସମସ୍ତଙ୍କୁ ଚିହ୍ନି ପାରିଲା । ଏହାପରେ କିଛି ଦିନ ପରେ ସେ ସମ୍ପୁର୍ଣ୍ଣ ସୁସ୍ଥ ହୋଇଗଲା । ଵାଆ ସଙ୍ଗେ ଘରକୁ ଯିଵା ଦିନ ମନ୍ମଥ କୁ କହିଲା ମୁଁ ଘରକୁ ଯାଉଛି।ତୁ ଦେହ ପା ଜଗି ଚଳୁଥିଵୁ । ସମୟ ପାଇଲେ ଆମ ଗାଁ ଆଡେ ଯିଵୁ । ତା କଥାରେ ହଁ ମାରି ମନ୍ମଥ ଘରକୁ ବାହାରିପଡିଲା । ଘରେ ପାଖାପାଖି ଗୋଟିଏ ମାସ ବିଛଣାରେ ପଡ଼ିବା ପରେ ଚିନାମାଳୀ ଧିରେଧିରେ ବୋଉକୁ ରୋଷେଇ କାମରେ ସାହାର୍ଯ୍ୟ କଲା । ସେଦିନ ସଞ୍ଜରେ କାମିନୀ ଆଈ ଘରକୁ ତୁଣ ନେଇ ଯାଇଥାଏ ଏହି ସମୟରେ ରାସ୍ତାରେ ମନ୍ମଥ ଦେଖା ପଡ଼ିଗଲା । ଭିତରକୁ ଖୁସି ଥିଲେ ବି କୃତ୍ରିମ ରାଗ କରି ପଚାରିଲା କଣ ଏତେ ଦିନେ ମୋ କଥା ମନେ ପଡ଼ିଲା । ମୁହଁ ଶୁଖେଇ ମନ୍ମଥ କହିଲା ନାହିଁଲୋ ଚିନା ମେଡିକାଲରୁ ଘରକୁ ଆସିଵା ପରେ ଏତେ ଦୁର୍ବଳ ହୋଇପଡିଥିଲି ଚଲାବୁଲା ମଧ୍ୟ କରି ପାରୁନଥିଲି । ମୋ ଦେହ ଠିକ ହେବା ପରେ ପରେ ବାପା ଦେହ ଖରାପ ହେଲା । ମେଡିକାଲ ନେଇଥିଲି କିନ୍ତୁ ଡାକ୍ତର ଦେଖି ଫେରାଇ ଦେଲେ । ଏହି କାଲି ଵାପା ନଷ୍ଟ (ମରିଗଲା) ହୋଇଗଲା । ସେହି ଖବର ନେଇ ଅପା ଘରକୁ ଆସିଥିଲି । କାଲି ସକାଳେ ଘରକୁ ପଳାଇ ଯିଵି । ତୁ ଜମା ବ୍ୟସ୍ତ ହୋନି । ମୁଁ ତୋତେ ଜମା ଠକିବି ନାହିଁ । ଏହା କହିଵା ମଧ୍ୟରେ ତା ଆଖିରୁ ଦୁଇ ଧାର ଲୁହ ଵୋହି ଆସିଲା। ଚିନାମାଳୀ ମଧ୍ୟ ଏ ଖବର ଶୁଣି କାନ୍ଦି ପକେଇଲା । ତଥାପି କିଛି ସମୟ ପରେ କାନ୍ଦ ବନ୍ଦ କରି ମନ୍ମଥ କୁ ବୁଝାଇ କହିଲା । ତୁ ଜମା ବ୍ୟସ୍ତ ହୋନି । ମୁଁ ସେମିତି କହିଦେଲି ନା । ତୋ ଉପରେ ମୋର ଵିଶ୍ଵାସ ଅଛି। ନାନୀ ଘରକୁ ଯା । ମୁଁ ପହରଦିନ ଆଡ଼କୁ ଵାଆ କୁ କହିଵି ତୁମ ଘର ଆଡେ ଵୁଲି ଆସିବ । ଏହା ପରେ ଚିନାମାଳୀ ଆଈ ଘର ଆଡେ ମୁହାଁଇଲା ।
କାମିନୀ ଆଈ ଘରେ ପହଞ୍ଚିବା ପରେ ସେ ଦେଖିଲା ଯେ ତାଙ୍କ ଗାଁ ରାଉଡିଆ (ଭୂୟାଁ ମାନେ ଗୁଣି ଗାରେଡ଼ି କୁ ବହୁତ ବିଶ୍ବାସ କରନ୍ତି । ଗୁଣିଆକୁ ସେମାନେ ରାଉଡିଆ କହନ୍ତି) ଆସି ବସି କଣ ପୂଜାପାଠ କରୁଛି । ଚିନାମାଳୀ ଭିତରକୁ ଯାଇଁ ଦେଖେତ ବୁଢ଼ୀ ଜରରେ କମ୍ପୁଛି ଓ ତାର ଜଣେ ସମ୍ପର୍କୀୟ ପୁତୁରା ତା ପାଖରେ ଅଛି । ତାକୁ ଦେଖି ତାର ପୁତୁରା କହିଲା ବୁଢ଼ୀ କୁ କିଏ ପାଙ୍ଗି ଦେଇଛି । ତେଣୁ ସେ ଜରେଇଛି । ଚିନାମାଳୀ ର ମେଡିକାଲ ରେ ଡାକ୍ତର କହିଥିବା କଥା ମନେ ପଡ଼ିଲା । ଡାକ୍ତର କହୁଥିଲେ ତୁମେ ଜର ହେଵା ମାତ୍ରେ ଆଣିଵନି । ନେଇକରି ଗୁଣିଆକୁ ଦେଖାଇବ । ରୋଗ ବଢ଼ିବା ପରେ ମେଡିକାଲ ଆଣିଵ । ତେଣୁ ରୋଗୀ ମରି ଯାଉଛନ୍ତି । ସେ ସଙ୍ଗେ ସଙ୍ଗେ ଏନଏମ୍ ଦିଦିଙ୍କୁ ଡାକିଵାକୁ ତାଙ୍କ ଵସା ଆଡେ ଗଲା । ଅଳ୍ପ ସମୟ ମଧ୍ୟରେ ସେ ଦିଦିଙ୍କୁ ଧରି ଆସି ପହଞ୍ଚିଗଲା । ଦିଦିଙ୍କୁ ଦେଖି ରାଉଡିଆ ପଳେଇଵାକୁ ଵସିଥିଲା । ଦିଦି ତାକୁ ଗାଳି କରିଵା ସହ ସେ ଧରିଥିବା ଵ୍ୟାଗକୁ ଖୋଲି ସମସ୍ତଙ୍କୁ ଦେଖାଇଲେ। ସେଥିରେ କିଛି କୁଇନାଇନ୍ ଓ ଲାରିଆଗୋ ବଟିକା ଥିଲା। ଦିଦି ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସ କୁ ଫୋନ୍ କଲେ ଏଵଂ ଗାଡି ଆସିଵା ପରେ ବୁଢ଼ୀ କୁ ନେଇ ହସ୍ପିଟାଲ ଗଲେ ।
ଚାରି ପାଞ୍ଚ ଦିନ ହସ୍ପିଟାଲରେ ଚିକିତ୍ସିତ ହେଵା ପରେ ବୁଢ଼ୀ ର ଜର କମିଗଲା ଓ ସେ ଘରକୁ ଆସିଲା । ଗାଁ ରେ ସମସ୍ତେ ଚିନାମାଳୀ ର ପ୍ରଶଂସା କଲେ। ଗାଁ ପ୍ରଧାନ ସେ ଦିନ ଦରଵାର ଘରେ ମିଟିଂ ଡକାଇଲେ । ଡାକୁଆ ଶିର ନାୟକ ଘରଘର ବୁଲି ସମସ୍ତଙ୍କୁ ମିଟିଂ ଆସିବାକୁ କହି ଆସିଲା । ଦରଵାର ଘରେ ହେଉଥିବା ମିଟିଂ ରେ ଗାଁ ର ସମସ୍ତେ ଚିନାମାଳୀ ଯୋଗୁଁ କାମିନୀ ଆଈ ନୁଆ ଜୀଵନ ପାଇଲା ଵୋଲି କହିଵା ସହିତ ଗାଁ ରେ ରାଉଡିଆ କାମ କରୁଥିଵା ନିତିଆ ପ୍ରଧାନ କୁ ଗାଳି କରିଵା ସହିତ ଜୋରିମାନା ଆକାରରେ ଗାଁ ର ବିଶ୍ରି ପୂଜା ରେ ଗୋଟିଏ ଦିନ ଗାଁ ଲୋକଙ୍କୁ ଖାଇଵାକୁ ଦେବାକୁ କହିଲେ । ରାଉଡିଆ ନିତିଆ ପ୍ରଧାନ ମଧ୍ୟ ନିଜର ଭୂଲ ପାଇଁ ଗାଁ ଲୋକଙ୍କୁ କ୍ଷମା ମାଗିବା ସହିତ ଗାଁ ଲୋକଙ୍କ ପ୍ରସ୍ତାବ ରେ ରାଜି ହେଲା ଏଵଂ ଆଗକୁ ସେ ଏହି କାମ ନ କରିଵାର ପ୍ରତିଶ୍ରୁତି ଦେଲା ।