• About
  • Contact
Thursday, July 30, 2026
Thursday, July 30, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଆମେ ପାଉଡି ଭୂୟାଁ (ଭାଗ ୨୦)

ଆମେ ପାଉଡି ଭୂୟାଁ (ଭାଗ ୧୮)
Share on FacebookShare on Xshare on Whatsappshare on Linkedin
ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୪ ଅକ୍ଟୋବର ୨୦୨୩

କେନ୍ଦୁଝର ଡାକ୍ତରଖାନାରେ ଦୁଇଦିନ ବିତିଗଲା । ଡାକ୍ତରଙ୍କ ଅକ୍ଲାନ୍ତ ଉଦ୍ୟମ ସତ୍ତ୍ଵେ ଚିନାମାଳୀ ର ଚେତା ଫେରିଲା ନାହିଁ । ସମସ୍ତେ ଆଶା ଛାଡି ଦେଲେ । ନିରାଶ୍ରୟ ଲୋକ କୁଟାଖିଅକୁ ଆଶା କରିଵା ଭଳି କେବଳ ଗୋଟିଏ ଆଶା ଥିଲା କାଳେ କଟକକୁ ନେଲେ ଠିକ ହୋଇଯିବ । ମନ୍ମଥ ଚିନାମାଳୀର ଵାଆକୁ କହିଲା ଚାଲ ଯିଵା ଡାକ୍ତର ଙ୍କୁ କହିଵା କଟକ ଡ଼ାକ୍ତରଖାନାକୁ ପଠାଇଦେଵେ । ମନେମନେ ବଡାମ ଦେଵତା ଙ୍କୁ ସୁମରଣା କରି ମନ୍ମଥ ଡାକ୍ତର ଙ୍କ ନିକଟକୁ ଗଲା ଓ ଡାକ୍ତରଙ୍କୁ କହିଲା ସାର୍ ଆମ ରୋଗୀ ଦେହ କିପରି ଅଛି । ଜଣେ ତରୁଣ ଡାକ୍ତର ଡ୍ୟୁଟି ରେ ଥିଲେ। ସେ କିଛି ସମୟ ନିରବ ରହି କହିଲେ ବ୍ୟସ୍ତ ହୁଅନି । ଶେଷ ଇଞ୍ଜେକସନ ଦେବା ପରେ କିଛି ପରିବର୍ତ୍ତନ ଆସିଛି । ମୋତେ ଲାଗୁଛି ସନ୍ଧ୍ୟା ବେଳକୁ ଚେତା ଫେରି ଆସିଵ । ଡାକ୍ତରଙ୍କ କଥା ଶୁଣି ସାମାନ୍ୟ ଆଶ୍ବସ୍ତ ହେଲେ ମଧ୍ୟ କେଉଁ ଗୋଟାଏ ଅହେତୁକ ଭୟ ମନ୍ମଥ ମନକୁ ଘାରି ହେଉଥିଲା । ଉପରକୁ ହାତଟେକି ଵଡାମ ମହାପୁରୁଙ୍କୁ ପ୍ରଣାମ କରି କିଛି ଗୋଟାଏ ବିଡିବିଡି କରି କହି ଚିନାମାଳୀ ଥିବା ରୁମ ଆଡକୁ ଆଗେଇଲା ସେ ।

ସେଦିନ ସନ୍ଧ୍ୟା ବେଳକୁ ଚିନାମାଳୀ ର ଚେତା ଫେରି ଆସିଲା ଓ ସେ ସମସ୍ତଙ୍କୁ ଚିହ୍ନି ପାରିଲା । ଏହାପରେ କିଛି ଦିନ ପରେ ସେ ସମ୍ପୁର୍ଣ୍ଣ ସୁସ୍ଥ ହୋଇଗଲା । ଵାଆ ସଙ୍ଗେ ଘରକୁ ଯିଵା ଦିନ ମନ୍ମଥ କୁ କହିଲା ମୁଁ ଘରକୁ ଯାଉଛି।ତୁ ଦେହ ପା ଜଗି ଚଳୁଥିଵୁ । ସମୟ ପାଇଲେ ଆମ ଗାଁ ଆଡେ ଯିଵୁ । ତା କଥାରେ ହଁ ମାରି ମନ୍ମଥ ଘରକୁ ବାହାରିପଡିଲା । ଘରେ ପାଖାପାଖି ଗୋଟିଏ ମାସ ବିଛଣାରେ ପଡ଼ିବା ପରେ ଚିନାମାଳୀ ଧିରେଧିରେ ବୋଉକୁ ରୋଷେଇ କାମରେ ସାହାର୍ଯ୍ୟ କଲା । ସେଦିନ ସଞ୍ଜରେ କାମିନୀ ଆଈ ଘରକୁ ତୁଣ ନେଇ ଯାଇଥାଏ ଏହି ସମୟରେ ରାସ୍ତାରେ ମନ୍ମଥ ଦେଖା ପଡ଼ିଗଲା । ଭିତରକୁ ଖୁସି ଥିଲେ ବି କୃତ୍ରିମ ରାଗ କରି ପଚାରିଲା କଣ ଏତେ ଦିନେ ମୋ କଥା ମନେ ପଡ଼ିଲା । ମୁହଁ ଶୁଖେଇ ମନ୍ମଥ କହିଲା ନାହିଁଲୋ ଚିନା ମେଡିକାଲରୁ ଘରକୁ ଆସିଵା ପରେ ଏତେ ଦୁର୍ବଳ ହୋଇପଡିଥିଲି ଚଲାବୁଲା ମଧ୍ୟ କରି ପାରୁନଥିଲି । ମୋ ଦେହ ଠିକ ହେବା ପରେ ପରେ ବାପା ଦେହ ଖରାପ ହେଲା । ମେଡିକାଲ ନେଇଥିଲି କିନ୍ତୁ ଡାକ୍ତର ଦେଖି ଫେରାଇ ଦେଲେ । ଏହି କାଲି ଵାପା ନଷ୍ଟ (ମରିଗଲା) ହୋଇଗଲା । ସେହି ଖବର ନେଇ ଅପା ଘରକୁ ଆସିଥିଲି । କାଲି ସକାଳେ ଘରକୁ ପଳାଇ ଯିଵି । ତୁ ଜମା ବ୍ୟସ୍ତ ହୋନି । ମୁଁ ତୋତେ ଜମା ଠକିବି ନାହିଁ । ଏହା କହିଵା ମଧ୍ୟରେ ତା ଆଖିରୁ ଦୁଇ ଧାର ଲୁହ ଵୋହି ଆସିଲା। ଚିନାମାଳୀ ମଧ୍ୟ ଏ ଖବର ଶୁଣି କାନ୍ଦି ପକେଇଲା । ତଥାପି କିଛି ସମୟ ପରେ କାନ୍ଦ ବନ୍ଦ କରି ମନ୍ମଥ କୁ ବୁଝାଇ କହିଲା । ତୁ ଜମା ବ୍ୟସ୍ତ ହୋନି । ମୁଁ ସେମିତି କହିଦେଲି ନା । ତୋ ଉପରେ ମୋର ଵିଶ୍ଵାସ ଅଛି। ନାନୀ ଘରକୁ ଯା । ମୁଁ ପହରଦିନ ଆଡ଼କୁ ଵାଆ କୁ କହିଵି ତୁମ ଘର ଆଡେ ଵୁଲି ଆସିବ । ଏହା ପରେ ଚିନାମାଳୀ ଆଈ ଘର ଆଡେ ମୁହାଁଇଲା ।

କାମିନୀ ଆଈ ଘରେ ପହଞ୍ଚିବା ପରେ ସେ ଦେଖିଲା ଯେ ତାଙ୍କ ଗାଁ ରାଉଡିଆ (ଭୂୟାଁ ମାନେ ଗୁଣି ଗାରେଡ଼ି କୁ ବହୁତ ବିଶ୍ବାସ କରନ୍ତି । ଗୁଣିଆକୁ ସେମାନେ ରାଉଡିଆ କହନ୍ତି) ଆସି ବସି କଣ ପୂଜାପାଠ କରୁଛି । ଚିନାମାଳୀ ଭିତରକୁ ଯାଇଁ ଦେଖେତ ବୁଢ଼ୀ ଜରରେ କମ୍ପୁଛି ଓ ତାର ଜଣେ ସମ୍ପର୍କୀୟ ପୁତୁରା ତା ପାଖରେ ଅଛି । ତାକୁ ଦେଖି ତାର ପୁତୁରା କହିଲା ବୁଢ଼ୀ କୁ କିଏ ପାଙ୍ଗି ଦେଇଛି । ତେଣୁ ସେ ଜରେଇଛି । ଚିନାମାଳୀ ର ମେଡିକାଲ ରେ ଡାକ୍ତର କହିଥିବା କଥା ମନେ ପଡ଼ିଲା । ଡାକ୍ତର କହୁଥିଲେ ତୁମେ ଜର ହେଵା ମାତ୍ରେ ଆଣିଵନି । ନେଇକରି ଗୁଣିଆକୁ ଦେଖାଇବ । ରୋଗ ବଢ଼ିବା ପରେ ମେଡିକାଲ ଆଣିଵ । ତେଣୁ ରୋଗୀ ମରି ଯାଉଛନ୍ତି । ସେ ସଙ୍ଗେ ସଙ୍ଗେ ଏନଏମ୍ ଦିଦିଙ୍କୁ ଡାକିଵାକୁ ତାଙ୍କ ଵସା ଆଡେ ଗଲା । ଅଳ୍ପ ସମୟ ମଧ୍ୟରେ ସେ ଦିଦିଙ୍କୁ ଧରି ଆସି ପହଞ୍ଚିଗଲା । ଦିଦିଙ୍କୁ ଦେଖି ରାଉଡିଆ ପଳେଇଵାକୁ ଵସିଥିଲା । ଦିଦି ତାକୁ ଗାଳି କରିଵା ସହ ସେ ଧରିଥିବା ଵ୍ୟାଗକୁ ଖୋଲି ସମସ୍ତଙ୍କୁ ଦେଖାଇଲେ। ସେଥିରେ କିଛି କୁଇନାଇନ୍ ଓ ଲାରିଆଗୋ ବଟିକା ଥିଲା। ଦିଦି ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସ କୁ ଫୋନ୍ କଲେ ଏଵଂ ଗାଡି ଆସିଵା ପରେ ବୁଢ଼ୀ କୁ ନେଇ ହସ୍ପିଟାଲ ଗଲେ ।

ଚାରି ପାଞ୍ଚ ଦିନ ହସ୍ପିଟାଲରେ ଚିକିତ୍ସିତ ହେଵା ପରେ ବୁଢ଼ୀ ର ଜର କମିଗଲା ଓ ସେ ଘରକୁ ଆସିଲା । ଗାଁ ରେ ସମସ୍ତେ ଚିନାମାଳୀ ର ପ୍ରଶଂସା କଲେ। ଗାଁ ପ୍ରଧାନ ସେ ଦିନ ଦରଵାର ଘରେ ମିଟିଂ ଡକାଇଲେ । ଡାକୁଆ ଶିର ନାୟକ ଘରଘର ବୁଲି ସମସ୍ତଙ୍କୁ ମିଟିଂ ଆସିବାକୁ କହି ଆସିଲା । ଦରଵାର ଘରେ ହେଉଥିବା ମିଟିଂ ରେ ଗାଁ ର ସମସ୍ତେ ଚିନାମାଳୀ ଯୋଗୁଁ କାମିନୀ ଆଈ ନୁଆ ଜୀଵନ ପାଇଲା ଵୋଲି କହିଵା ସହିତ ଗାଁ ରେ ରାଉଡିଆ କାମ କରୁଥିଵା ନିତିଆ ପ୍ରଧାନ କୁ ଗାଳି କରିଵା ସହିତ ଜୋରିମାନା ଆକାରରେ ଗାଁ ର ବିଶ୍ରି ପୂଜା ରେ ଗୋଟିଏ ଦିନ ଗାଁ ଲୋକଙ୍କୁ ଖାଇଵାକୁ ଦେବାକୁ କହିଲେ । ରାଉଡିଆ ନିତିଆ ପ୍ରଧାନ ମଧ୍ୟ ନିଜର ଭୂଲ ପାଇଁ ଗାଁ ଲୋକଙ୍କୁ କ୍ଷମା ମାଗିବା ସହିତ ଗାଁ ଲୋକଙ୍କ ପ୍ରସ୍ତାବ ରେ ରାଜି ହେଲା ଏଵଂ ଆଗକୁ ସେ ଏହି କାମ ନ କରିଵାର ପ୍ରତିଶ୍ରୁତି ଦେଲା ।

ଭବେଶ ଚନ୍ଦ୍ର କର

ଭବେଶ ଚନ୍ଦ୍ର କର

ସମାଜସେବୀ, ଗବେଷକ ଏବଂ ଲେଖକ
ମୋବାଇଲ -୮୨୪୯୭୭୭୫୦୨

Related Posts

Vipul’s Voice: Realisation at the age of 70
More

Vipul’s Voice:
 Realisation at the age of 70

by Vipul Agarwal
July 19, 2026

Vipul Agarwal, Delhi, 19 July 2026 I fail to even imagine how it will feel when somebody realises at the...

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୭)

July 17, 2026
ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

July 16, 2026
ରଥଯାତ୍ରାର ପୌରାଣିକ ତଥ୍ୟ

ରଥଯାତ୍ରାର ପୌରାଣିକ ତଥ୍ୟ

July 16, 2026
ଆଧ୍ୟାତ୍ମିକ ପୁସ୍ତକ ସଂକଳନ: ବ୍ରହ୍ମ ଅଚ୍ୟୁତ ଲୋକାର୍ପିତ

ଆଧ୍ୟାତ୍ମିକ ପୁସ୍ତକ ସଂକଳନ: ବ୍ରହ୍ମ ଅଚ୍ୟୁତ ଲୋକାର୍ପିତ

July 12, 2026
Dhanada’s Discourse: In Praise of Productive Hallucinations

Dhanada’s Discourse:
In Praise of Productive Hallucinations

July 8, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.