• About
  • Contact
Friday, September 18, 2026
Friday, September 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଆମେ ପାଉଡି ଭୂୟାଁ (ଭାଗ ୨୪)

ଆମେ ପାଉଡି ଭୂୟାଁ (ଭାଗ ୧୪)
Share on FacebookShare on Xshare on Whatsappshare on Linkedin
ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୪ ଡିସେମ୍ବର ୨୦୨୩

ଅଳ୍ପ ବର୍ଷା ହୋଇ ଛାଡି ଯାଇଥିଲା। ଚିନାମାଳୀ ଘର ପାଇଟି ସାରି ଚମ୍ପା ଘର ଆଡେ ଵାହାରିଥିଲା। ଏହି ସମୟରେ ଦାଣ୍ଡରେ ନୁଆ ଲୋକର ପାଟି ଶୁଣି ଦାଣ୍ଡ ଆଡ଼କୁ ଗଲା। ଦେଖିଲା ବିଷ୍ଣୁ ମାମୁଁ ଵାପା ସହିତ କଥା ହେଉଥିଲେ। ସେ ମନ୍ମଥ ର ମାମୁଁ ଲାଗିବେ (ହେବେ କୁ ଭୂୟାଁ ଭାଷାରେ ଲାଗିବେ କହନ୍ତି)। ତରବର ହୋଇ ମାଞ୍ଚିଆ ଟା ଆଣିବାକୁ ଦଉଡ଼ି ଯାଉଯାଉ ବୋଉକୁ ଡ଼ାକ ପକାଇ କହିଲା ବୋଉ ମାମୁଁ ଆସିଛନ୍ତି। ତୁ ଚା ଵସା ମୁଁ ମାମୁଁ ଙ୍କୁ ଵସାଇ ପାଣି ଆଣିବା ପାଇଁ କଳ ପାଖକୁ ଯାଉଛି। ହଁ ଆସିଲା ବେଳେ ଦୋକାନ ରୁ ବିସ୍କୁଟ ଧରି ଆସିବି। ଦୁଆରେ ମାଞ୍ଚିଆ ଟା ପକାଇ ଦେଇ ପାଣି ଆଣିବା ପାଇଁ ଯାଉଛି ମାମୁଁ ଵାପା ସହିତ ଆସି ପହଞ୍ଚିଲେ। ଜୁହାର ହୋଇ କଳ ପାଖକୁ ଚାଲିଗଲା ସେ।କଳ ପାଖରେ ଚମ୍ପା ଦେଖା ପଡ଼ିଗଲା। ତାକୁ ଦେଖି ଚମ୍ପା କହିଲା କଣ ମହାରାଣୀ ଆଜି ଭାରି ଖୁସି ଜଣା ପଡ଼ୁଛନ୍ତି। କଣ କିଛି ଶୁଭ ଖବର ଅଛି କି? ମାମୁଁ କଣ ତମ ଘର ଆଡ଼େ ଗଲେ। ହସିଦେଇ ଚିନାମାଳୀ କହିଲା ବୁଲି ଆସିଥିବେ। ଆଉ ସବୁ ଖବର କଣ କହିଲୁ। ନାହିଁ ସେମିତି। ତୋ ଲୋକ କାଲି ଆସିଛନ୍ତି। ଆଜି ଜଙ୍ଗଲରେ ଦେଖା ହେବ କହିଛନ୍ତି। ମାମୁଁ ଙ୍କୁ ପଠାଇଛନ୍ତି ତୁମ ଘରକୁ ବାହାଘର ବିଷୟରେ କଥା ହେବା ପାଇଁ। କହିଲେ ଆଉ ମୁଁ ଚିନାର ଦୁଃଖ ସହି ପାରୁନି। ବିଚରା ଭାରି ବ୍ୟସ୍ତ ହୋଇ ପଡ଼ିଲାଣି। ଏତିକି କହି ଚମ୍ପା ଚିନାମାଳୀ ର ଗାଲକୁ ଚିପି ଦେଇ ଦୌଡ଼ି ପଳେଇବାକୁ ବସିଛି ଚିନାମାଳୀ ତା ହାତକୁ ଖପ୍ କରି ଧରି ପକେଇ କହିଲା ଆଲୋ ମୁଁ କଣ ତୋତେ ବିଦା ନକରି ଯାଉଛି। ହଉ ଦେଵ ଖବର କଣ ? ସେ ଗଲାଣି ନା ଅଛି? ସେ କୁଆଡ଼େ ଯିବ ସେ ତା ନାନୀ ଘରେ ଅଛି। ଆଜି ଜଙ୍ଗଲରେ ଦେଖା ହେବ କହି ଚମ୍ପା ପଳାଇଲା। ଗଲାବେଳେ କହି କରି ଗଲା ମୁଁ ଯାଉଛି। ତୁ କାମ ସାରିଆ ଜଙ୍ଗଲ କୁ ବାହାରି ଯା ସେଠି ତୋତେ ମନ୍ମଥ ଭାଇ ଅପେକ୍ଷା କରିଥିବ ।

ଘରେ ବୋଉକୁ ରୋଷେଇ ରେ ସାହାର୍ଯ୍ୟ କରି ଶାଗ ଆଣିଵାକୁ ଜଙ୍ଗଲ କୁ ବାହାରି ପଡ଼ିଲା । ଜଙ୍ଗଲରେ ପହଞ୍ଚି କୁଲିଆରି ଶାଗ ତୋଳି କିଛି ବଇଙ୍ଗା ଓ ପିତା ଆଳୁ ସଂଗ୍ରହ କରି ଝରଣା ଆଡ଼େ ବାହାରିଲା। ସେ ପହଞ୍ଚିଵା ପୁର୍ବରୁ ମନ୍ମଥ ଆସି ପହଞ୍ଚି ଯାଇଥିଲା। ବହୁତ ଝଡି ଯାଇଥିଲା ସେ। ମନ୍ମଥ ପାଖକୁ ଯାଇ ତା ପାଖରେ ବସି ଚିନାମାଳୀ ପଚାରିଲା ଘରେ ସମସ୍ତେ ଭଲ ଅଛନ୍ତି? ତୁମେ କଣ ଏପରି ଝଡ଼ି ଯାଇଛ? ଚିନାମାଳୀ ଗଭାରେ ଏକ ଫୁଲ ଖୋସି ଦେଇ ମନ୍ମଥ କହିଲା ନାଇଁ ଵାପା ଚାଲିଗଲା ପରେ ଘରର ସବୁ ଦାୟିତ୍ବ ମୋ ଉପରେ ପଡ଼ିଲା। ଚାଷବାସ, ବନ୍ଧୁ ବାନ୍ଧବ ସମସ୍ତ ଙ୍କ କଥା ଵାପା ବୁଝୁଥିଲା। ସେଥିପାଇଁ ତୁମ ଗାଁ କୁ ଆସି ପାରୁନାହିଁ। ଛାଡ଼ ମାମୁଁ ଆଜି ତୁମ ଘରକୁ ଯାଇଥିଲେ କି। ହଁ ଆଜି ସକାଳେ ଆମ ଘରକୁ ଯାଇଥିଲେ। ଆଛା ବାପା ନଷ୍ଟ ହୋଇଛନ୍ତି। ଏବେ ଆମ ବାହାଘର ହୋଇପାରିବ ତ ? କିଛି ସମୟ ନିରବ ରହି ମନ୍ମଥ କହିଲା ହଁ ମୁଁ ଗାଁ ପ୍ରଧାନ ଙ୍କ ସହିତ କଥା ହେଉଥିଲି। ସେ କହିଲେ ଛଅମାସ ପରେ ହୋଇ ପାରିଵ। ଵାପା ନଷ୍ଟ ହେବାର ଚାରିମାସ ହେଲା। ଏବେ ବାହାଘର କଥା ଆରମ୍ଭ ହେଲେ ବାହାଘର ତିଥି କୁ ଛଅମାସ ପୁରି ଯାଇଥିବ। ଛାଡ଼ ତୋ ଖବର କଣ କହ ? ତା ପ୍ରଶ୍ନ ରେ ଚିନାମାଳୀ ତାକୁ ସିଧା କରି ଚାହିଁଲା ଓ କହିଲା ମୁଁ କେମିତି ଅଛି? ବହୁତ ଭଲ ଅଛି।ତୁ ଭଲ କରି ଜାଣିଛୁ ମୁଁ କେମିତି ଅଛି। ଏତିକି କହି ସେ କାନ୍ଦିବାକୁ ଲାଗିଲା। ତା ଆଖିରୁ ଲୁହ ପୋଛି ଦେଇ ମନ୍ମଥ ବୁଝାଇ କହିଲା ଆଲୋ ତୋ କଥା ଜାଣିଛି ବୋଲି ତ ବାପା ନଷ୍ଟ ହେବାର ଛଅ ମାସରେ ତୋତେ ବିହା ହେଉଛି। ଜଙ୍ଗଲରୁ ଆଣିଥିବା ହାତପାଚେରି କୋଳି ଗାମୁଛା ରୁ ବାହାରକରି ତା ପାଖରେ ରଖି କହିଲା ଛାଡ କୋଳି ଖା। ଅଳ୍ପ ଦିନ ର କଥା। ମନ ଉଣା କରନି। କୋଳି ଆଣି ଦୁଇ ହାତ ପାପୁଲିରେ ତାକୁ ପଚାଇ ମନ୍ମଥ କୁ ଖୋଇ ଦେଇ ଚିନାମାଳୀ କହିଲା ତୋ ଇଛା ତୁ ଯାହା କରିବୁ। ତୋ ଉପରେ ମୋର ମୋ ନିଜଠାରୁ ଅଧିକ ଭରସା ଅଛି। ଏହା ପରେ ମନ୍ମଥ ସହିତ କଥା ରେ ମଜ୍ଜି ଗଲା ସେ । ଏହି ସମୟରେ ଜଙ୍ଗଲ ରୁ ଦନ୍ତାହାତୀ ର ପେଁ କାଳି ଶୁଣି ତରବର ହେଇ ମନ୍ମଥ ଉଠିପଡ଼ି ଚିନାମାଳୀ କୁ କହିଲା ଚାଲେ ଘରକୁ ଯିବା। ହାତୀ ପାଣି ପିଇବାକୁ ଆସିବା ସମୟ ହୋଇଗଲା। ଏହାପରେ ଦୁହେଁ ଗାଁ ମୁହାଁ ହେଲେ।

ସେଦିନ ସନ୍ଧ୍ୟାରେ ସମସ୍ତେ କାମିନୀ ଆଈ ଘରେ ଏକାଠି ହେଲେ। ବିଷ୍ଣୁ ମାମୁଁ ମଧ୍ୟ ଆସି ପହଞ୍ଚିଲେ। ତାପରେ ମାମୁଁ କଥା ଆରମ୍ଭ କଲେ। ଆଜି ତୁମକୁ ପାଉଡି ଭୂୟାଁମାନଙ୍କ ସ୍ବୟଂଶାସନ ବ୍ୟବସ୍ଥା ସମ୍ପର୍କରେ କହିବି। ପାଉଡି ଭୂୟାଁମାନେ ପାହାଡ଼ରେ କମାଣ କାଟି ଚାଷ କରନ୍ତି । ଏହାକୁ ପୋଡୁଚାଷ କହନ୍ତି।ସ୍ଥାନ ନିରୂପଣ କରିବା, କମାଣ କାଟିବା, ଜମି ବାଛିବା, ଜମିରେ କି କି ଫସଲ କରାଯିବ ଏ ବାବଦରେ ଗାଁ ବୈଠକରେ ନିଷ୍ପତି ନିଆଯାଏ । ଜମି ମନୋନୟନ ସମୟରେ ବିଧବା, ସ୍ବାମୀ ପରିତ୍ୟକ୍ତା, ବୃଦ୍ଧା ଓ ଦିବ୍ୟାଂଗମାନଂକ ଜମିକୁ ସମସ୍ତ ଜମିର ମଝିରେ ଦିଆଯାଏ। ଏହାଦ୍ବାରା ସେମାନଙ୍କର ଜମି ଗାଇ ଗୋରୁ ଓ ହାତୀ ଫସଲ ଖାଇବାରୁ ରକ୍ଷା ପାଏ। କମାଣ କଟାଯିବା ପୁର୍ବରୁ ହେଉଥିବା ପୂଜାର ସମୟ ଓ ଲୋକମାନଙ୍କ ଚାନ୍ଦା ସ୍ଥିର କରାଯିବା କାର୍ଯ୍ୟମଧ୍ୟ ଗାଁ ବୈଠକ ତଥା ସମସ୍ତଙ୍କ ସହମତି ଭିତ୍ତିରେ ହୋଇଥାଏ । ପ୍ରଥମ ବର୍ଷାର ଚାଷ କୁ ଵିରିଙ୍ଗା, ଦ୍ଵିତୀୟ ବର୍ଷ ର ଚାଷକୁ କମାଣ ଓ ତୃତୀୟ ବର୍ଷର ଚାଷକୁ ଗୁଡ଼ା କହୁ। ତୃତୀୟ ବର୍ଷ ଭଲ ଅମଳ ହେଲେ ଚତୁର୍ଥ ବର୍ଷ ସେହି ଜାଗାରେ ଚାଷ କରାଯାଇଥାଏ। ତା ପରେ ଆଉ ଏକ ପାହାଡ଼ ଜାଗାରେ ଚାଷ କରାଯାଇଥାଏ। ସେଠି ଚାଷ ଚାରିବର୍ଷ କରିବା ପରେ ପୁଣି ଛାଡ଼ି ଯାଇଥିବା ଜାଗାରେ ପୁଣି ଚାଷ ଆରମ୍ଭ କରାଯାଇଥାଏ। ଏହାବ୍ୟତିତ ଗାଁର ଛୋଟବଡ଼ କଳି କଜିଆର ନିଷ୍ପତି ମଧ୍ୟ ଗାଁ ସଭା ବୈଠକରେ ଆଲୋଚନା ତଥା ଦୋଷୀକୁ ଆର୍ଥିକ ଦଣ୍ଡବିଧାନ ମାଧ୍ୟମରେ କରାଯାଏ । ଏ ସବୁ ଧିରେ କମି ଯିବାକୁ ଲାଗିଲାଣି। କିନ୍ତୁ କିଛି ଅଗମ୍ୟ ଅଂଚଳରେ ଏ ବ୍ୟବସ୍ଥା ଏବେଭି ରହିଛି। ତେବେ କାଲି ଭୂୟାଁ ଗାଁ ମାନଂକରେ ଥିବା ପ୍ରଧାନ ଓ ଦେହୁରୀମାନଙ୍କ ମନୋନୟନ ଓ କାମ ସମ୍ପର୍କ ରେ କାଲି କହିବି।

ଭବେଶ ଚନ୍ଦ୍ର କର

ଭବେଶ ଚନ୍ଦ୍ର କର

ସମାଜସେବୀ, ଗବେଷକ ଏବଂ ଲେଖକ
ମୋବାଇଲ -୮୨୪୯୭୭୭୫୦୨

Related Posts

ଆମେ ପାଉଡି ଭୂୟାଁ (ଭାଗ ୧୮)
More

ଆମେ ପାଉଡି ଭୂୟାଁ (ଭାଗ ୭୯)

by ଭବେଶ ଚନ୍ଦ୍ର କର
September 17, 2026

ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୭ ସେପ୍ଟେମ୍ବର ୨୦୨୬ ତାପରଦିନ ସନ୍ଧ୍ୟାରେ ଆମେ ଜଙ୍ଗଲରୁ ଫେରି ଦାଣ୍ଡପିଣ୍ଡାରେ ବସି କଥା ହେଉଛୁ ଏହି ସମୟରେ ଦେହୁରୀ ଦାଦାଙ୍କ...

Read more
Dhanada’s Discourse: The Day AI Started Doing the Work  – The Opportunity and Pitfalls of Agentic AI

Dhanada’s Discourse: The Day AI Started Doing the Work – The Opportunity and Pitfalls of Agentic AI

September 9, 2026
Vipul’s Voice:What is Spirituality?

Vipul’s Voice:
What is Spirituality?

August 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୮)

August 14, 2026
Dhanada’s Discourse: The Cloud Has a Thirst – India’s data-centre dilemma

Dhanada’s Discourse: 
The Cloud Has a Thirst – India’s data-centre dilemma

August 10, 2026
Vipul’s Voice: Realisation at the age of 70

Vipul’s Voice:
 Realisation at the age of 70

July 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.