• About
  • Contact
Friday, July 31, 2026
Friday, July 31, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଆମେ ପାଉଡି ଭୂୟାଁ (ଭାଗ ୪୭)

ଆମେ ପାଉଡି ଭୂୟାଁ (ଭାଗ ୧୮)
Share on FacebookShare on Xshare on Whatsappshare on Linkedin
ଭବେଶ ଚନ୍ଦ୍ର କର, କେନ୍ଦୁଝର, ୨୮ ନଭେମ୍ବର ୨୦୨୪

ତା ପରଦିନ ସକାଳୁ ସକାଳୁ ମନ୍ମଥ, ଝରା ଭାଇ, ବିଲୁଆ ଭାଇ, ବୈରାଗୀ ଭାଇ, ଓ ମୁଣ୍ଡା ଭାଇ ସାଙ୍ଗ ହୋଇ ତଳବରଡା ଅର୍ଥାତ ମୋ ଶାଶୁଘର ଗାଁ କୁ ବାହାରି ପଡ଼ିଲେ। ପାଦଚଲା ରାସ୍ତା। ଦୁଇଟି ପାହାଡ଼ ଡେଇଁବା ପରେ ପାଖାପାଖି ତିନି କିଲୋମିଟର ଯିବାପରେ ଯେଉଁ ଛୋଟିଆ ଗାଁ ଟିଏ ପଡ଼େ ତା’ର ନାଁ ତଳବରଡା। ରାସ୍ତାରେ ସମସ୍ତେ କଥା ହୋଇ ହୋଇ ଯାଉଥିଲେ। ନଦୀ ପାଖରେ ଭେଟ ପଡ଼ିଗଲେ ବରଡିହି ଗାଁର ଡାକୁଆ ଖମାରୀ ଭାଇ। ତାଙ୍କୁ ଭଲମନ୍ଦ ଖବର ପଚାରିବାରୁ ସେ ଗାଁ ହାଲଚାଲ କହିଲେ ଏବଂ କହିଲେ କାଲି ତାଙ୍କ ଗାଁ ର ବୁଢ଼ୀ ଲୋକମାନେ ଓଢଣୀପକା ଓଷା କରିଥିଲେ ବୋଲି। ମନ୍ମଥ ଗାଁରେ ସେ ଓଷା ଏବେ ହେଉନଥିବା ରୁ ସେ ଖମାରୀ ଭାଇ ଙ୍କୁ ସେ ଓଷା ସମ୍ପର୍କ ରେ ପଚାରିଲା । ତେଣୁ ସେ କଥା ଆରମ୍ଭ କରି କହିଲେ ଯେ, “ଆମେ ଭୂୟାଁ ଲୋକଙ୍କ ପାଇଁ ଜଙ୍ଗଲ ଆମର ଦେବତା। ଜଙ୍ଗଲକୁ ଆମ ବାପା, ଗୋସେଇଁ ବାପାଙ୍କ ଅମଳରୁ ପୂଜା କରି ଆସୁଛୁ। ଏବେ ସେହିଭଳି କିଛି ପର୍ବ ଯଥା ଢିଅବନ୍ଦାଣ, ବଡାମ୍ ପୂଜା, ଓଢଣୀପକା (ବଣେଁଇ ଅଞ୍ଚଳରେ ଯାହାକୁ ବସଣା ବୋଲି କହନ୍ତି), ଓ ଜଟାଳପୂଜା ଉପରେ ମୁଁ ଯାହା ଜାଣିଛି ତାହା କହୁଛି।”

“ବଡାମ୍ ପୂଜା – ପ୍ରତ୍ୟେକ ଭୂୟାଁ ପୀଢରେ ଏବଂ ଗାଁ ରେ ଗ୍ରାମଦେବତା ପୂଜା ପାଆନ୍ତି। ଧରମ ଦେବତାଙ୍କୁ ବଡାମ୍ ବୋଲି ମାନନ୍ତି। ବଡାମ୍ ଙ୍କୁ ସେମାନେ ମଙ୍ଗଳା ଭାବେ ମଧ୍ୟ ପୂଜା କରନ୍ତି। ବଡାମ ପୂଜା ଫଗୁଣ ମାସରେ କରାଯାଇଥାଏ।”

“ଢିଅବନ୍ଦାଣ – ମାଘ ପୂର୍ଣମୀପରେ ଦେହୁରୀ ଙ୍କ ଉପସ୍ଥିତିରେ ଗାଁ ଲୋକମାନେ ଏକଦିନ ସ୍ଥିର କରନ୍ତି।ଏହିଦିନ ଦେହୁରୀ ଓ ଗାଁର ବୟସ୍କ ଲୋକମାନେ ସେମାନଙ୍କର ପାରମ୍ପରିକ ବା ପ୍ରଥାନୁମୋଦିତ ଜଙ୍ଗଲ ସୀମା ଚାରିପଟ ବୁଲନ୍ତି ଓ ସୀମାରେ ପୂଜା ଦିଅନ୍ତି। ବାଂଶପାଳ, ବଣେଇଁ ଓ ପାଳ୍ଲହଡ଼ା ଅଞ୍ଚଳର ପାଉଡି ଭୂୟାଁ ମାନେ ଏହି ଢିଅବନ୍ଦାଣ ପର୍ବ ପାଳନ କରନ୍ତି।ସେମାନେ କହନ୍ତି ଯେ ଜଙ୍ଗଲ ସୀମାକୁ ସମ୍ମାନ ଦେବା ଓ ପଡୋଶୀ ଗାଁର ଲୋକମାନଙ୍କ ସହ ସଂମ୍ପର୍କ ବୃଦ୍ଧି କରାଇବା ଉଦ୍ଦେଶ୍ୟରେ ଏହି ପର୍ବ ପାଳନ କରାଯାଏ।”

“ଓଢଣିପକା ବା ବସଣା – ଜ୍ୟେଷ୍ଠ ଓ ପୁଷମାସରେ ପାଳନ କରାଯାଉଥିବା ଏହି ପର୍ବ ମୁଖ୍ୟତଃ ଜଙ୍ଗଲକୁ ସୁରକ୍ଷା ଦେବା ଓ ଏହା ଉପରେ ଖରାପ ନଜର ନ ଲଗାଇବା ପାଇଁ ବାର୍ତ୍ତା ଦେଉଥିବା ଏକ ପର୍ବ। ଏହି ପର୍ବ ଦିନ ସକାଳୁ ସକାଳୁ ବୁଢ଼ୀ ଲୋକମାନେ ଜଙ୍ଗଲକୁ ଯାଆନ୍ତି। ସେଠାରେ ସମସ୍ତେ ମିଶି ଭାତ, ରୁମା ଡାଲି, ତରକାରୀ ଓ ରାଶିଖିରି ରାନ୍ଧନ୍ତି। ଏହାପରେ ସେହି ଖାଦ୍ୟକୁ ଜଙ୍ଗଲରେ ଥିବା ଦେବୀମାନଙ୍କ ନିକଟରେ ପୂଜା ଦେବାପରେ ସାଙ୍ଗରେ ନେଇଥିବା ଗୋଟିଏ କୁକୁଡ଼ା ଚିଆଁର ଆଖିର ପତାରେ ଗୋଟିଏ କଣ୍ଟାମାରି ଜଙ୍ଗଲକୁ ଛାଡ଼ିଦିଅନ୍ତି। ଏହିପରି କରିବାର କାରଣ ହେଉଛି ଏହିଭଳି କରି ଅନ୍ୟମାନଙ୍କୁ ବିଶେଷକରି ବାହାର ଲୋକମାନଙ୍କୁ ଜଣାଇଦିଅନ୍ତି ଯେ ଆମ ଜଙ୍ଗଲ ଉପରେ ଖରାପ ନଜର ରଖିଲେ ବା ଏହାକୁ ନଷ୍ଟ କଲେ ଆମେ ବରଦାସ୍ତ କରିବୁନି, ଏହାର ବିରୋଧ କରିବୁ ଏବଂ ନଷ୍ଟ କରୁଥିବା ଲୋକମାନଙ୍କୁ କୁକୁଡା ଚିଆଁର ଅବସ୍ଥା ଭୋଗିବାକୁ ପଡ଼ିବ। ଏହାପରେ ସମସ୍ତେ ଜଙ୍ଗଲ ମଧ୍ୟରେ ସାମୁହିକ ଭୋଜନ କରନ୍ତି ଓ ବଳକା ଖାଦ୍ୟକୁ ଗାଁ କୁ ଆଣି ପିଲାମାନଙ୍କୁ ଖାଇବା ପାଇଁ ଦିଅନ୍ତି। ଜଙ୍ଗଲ ଭିତରେ ଖାଇ ସାରିବା ପରେ ସେମାନେ ଜଙ୍ଗଲ କୁ ନଷ୍ଟ କରୁଥିବା ଲୋକମାନଙ୍କୁ ଗୀତ ମାଧ୍ୟମରେ ଗାଳି ଦେଇ ନୃତ୍ୟ କରିଥାନ୍ତି।”

“ସରଣୀମେଢ (ମେଳ) ବା ଜଟାଳପୂଜା – ଏହା ଭୂୟାଁ ମାନଙ୍କ ଦ୍ବାରା ପାଳନ କରାଯାଉଥିବା ଏକ ଗୁପ୍ତପୂଜା।ଶସ୍ୟଅମଳ ପରେ ବାଘିଆକୁ ସମର୍ପଣ କରାଯାଉଥିବା ଏହି ପୂଜା ଜଙ୍ଗଲରେ ଥିବା ଦେବତାଙ୍କ ନିକଟରେ ହୋଇଥାଏ। ପୂଜା ସମୟରେ କେହି କଥାବାର୍ତ୍ତା କରି ନଥାନ୍ତି। ସେହିଦିନ ଗାଁକୁ ଆସିଥିବା ଅତିଥିଙ୍କୁ ମଧ୍ୟ ସେହି ଗାଁରେ ରହିବାକୁ ପଡ଼ିଥାଏ। ପୂଜା ପରେ ସମସ୍ତେ ଦରବାର ଘର ନିକଟକୁ ଆସନ୍ତି ଓ ସେଠାରେ ସାମୁହିକ ଭୋଜନ ର ବ୍ୟବସ୍ଥା ହୋଇଥାଏ। ସମସ୍ତେ ଏକତ୍ର ଭୋଜନ କରିବା ପରେ ଚାଙ୍ଗୁ ବଜାଇ ଦଳଗତ ଭାବେ ନୃତ୍ୟଗୀତ ରେ ମଜ୍ଜି ଯାଆନ୍ତି।”

ଏମିତି କଥା ହେବା ଭିତରେ କେତେବେଳେ ସେମାନେ ତଳବରଡା ଗାଁ ନିକଟରେ ପହଞ୍ଚି ଯାଇଥିଲେ ସମୟ ଜଣା ପଡ଼ିଲାନି। ଗାଁ ମୁଣ୍ଡରେ ମୋ ତଳବରଡା ଗାଁ ର ଦେହୁରୀ କିର୍ତ୍ତନ ଦେହୁରୀ ଦେଖା ହୋଇଗଲେ। ସମସ୍ତ ଙ୍କୁ ଦେଖି ସେ ବହୁତ ଖୁସି ହୋଇଗଲେ ସମସ୍ତ ଙ୍କୁ ତାଙ୍କ ଘରକୁ ଡ଼ାକି ନେଇଗଲେ। ମୋ ଶାଶୁଘର ପାଖାପାଖି ତାଙ୍କର ଘର। ତାଙ୍କ ଘରେ ପହଞ୍ଚି ପାଣିପୁଣା ପିଇ ସମସ୍ତେ ଏକାଠି ବସି କଥାବାର୍ତ୍ତା ରେ ମଜ୍ଜି ଗଲେ।

ଭବେଶ ଚନ୍ଦ୍ର କର

ଭବେଶ ଚନ୍ଦ୍ର କର

ସମାଜସେବୀ, ଗବେଷକ ଏବଂ ଲେଖକ
ମୋବାଇଲ -୮୨୪୯୭୭୭୫୦୨

Related Posts

Vipul’s Voice: Realisation at the age of 70
More

Vipul’s Voice:
 Realisation at the age of 70

by Vipul Agarwal
July 19, 2026

Vipul Agarwal, Delhi, 19 July 2026 I fail to even imagine how it will feel when somebody realises at the...

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୭)

July 17, 2026
ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

July 16, 2026
ରଥଯାତ୍ରାର ପୌରାଣିକ ତଥ୍ୟ

ରଥଯାତ୍ରାର ପୌରାଣିକ ତଥ୍ୟ

July 16, 2026
ଆଧ୍ୟାତ୍ମିକ ପୁସ୍ତକ ସଂକଳନ: ବ୍ରହ୍ମ ଅଚ୍ୟୁତ ଲୋକାର୍ପିତ

ଆଧ୍ୟାତ୍ମିକ ପୁସ୍ତକ ସଂକଳନ: ବ୍ରହ୍ମ ଅଚ୍ୟୁତ ଲୋକାର୍ପିତ

July 12, 2026
Dhanada’s Discourse: In Praise of Productive Hallucinations

Dhanada’s Discourse:
In Praise of Productive Hallucinations

July 8, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.