• About
  • Contact
Saturday, December 27, 2025
Saturday, December 27, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Media

ନ୍ୟୁଜ୍ ଚ୍ୟାନେଲ୍ ହାଲ୍ ଚାଲ…

ନ୍ୟୁଜ୍ ଚ୍ୟାନେଲ୍ ହାଲ୍ ଚାଲ…
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୧୬ ଡିସେମ୍ବର ୨୦୨୨

ଓଡ଼ିଶାର ପ୍ରମୁଖ ଗଣମାଧ୍ୟମ ବୋଲି ନିଜକୁ ଦାବୀ କରୁଥିବା ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ୍ ଗୁଡ଼ିକ ଗତସପ୍ତାହରେ କେଉଁ ଖବରକୁ କିଭଳି ପରିବେଷଣ କରିଥିଲେ ଓ ଦର୍ଶକଙ୍କୁ କେଉଁ ଖବର ଦେଖିବାକୁ ବାଧ୍ୟ କରିଥିଲେ ତାଉପରେ ଟିକେ ନଜର ପକାଇବାକୁ ପଡ଼ିବ। ବ୍ରେକିଂ ଠାରୁ ଆରମ୍ଭ କରି ବିତର୍କ ଓ ମହାମଞ୍ଚ ପର୍ଯ୍ୟନ୍ତ । ପଦ୍ମପୁର ଉପନିର୍ବାଚନ ଫଳାଫଳ ବାହାରିବା ପରେ ନିଜ ଭିତରେ ଲଢ଼େଇ କରିଥିବା ଦୁଇ ନ୍ୟୁଜ୍ ଚ୍ୟାନେଲ୍ ଏବେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ନୀତିରେ ଖବର ପରିବେଷଣ କରୁଛନ୍ତି। ସମ୍ପାଦକଙ୍କ ଠାରୁ ଆରମ୍ଭ କରି ଏହି ଦୁଇଟି ନ୍ୟୁଜ୍ ଚ୍ୟାନେଲ୍ ର ସାମ୍ବାଦିକ ଓ ନ୍ୟୁଜ୍ ଆଙ୍କର ମାନଙ୍କୁଏବେ ମିଳିଯାଇଛି ଫୁରସତ । ଉପନିର୍ବାଚନ ସମୟରେ ମାଡ଼ଖାଇଥବା ସାମ୍ବାଦିକ ମାନେ ଏବେ ସୁସ୍ଥ ହୋଇଗଲେଣି । ପୁଣି ଫିଟ୍ ହୋଇ ଲଢ଼ିବା ପାଇଁ ସମ୍ପାଦକ ମାନେ ତାଙ୍କୁ ଲମ୍ବା ଛୁଟି ମଧ୍ୟ ଦେଇଥିବାର ଶୁଣିବାକୁ ମିଳୁଛି । ଟଙ୍କା ବଣ୍ଟା ଅଭିଯୋଗ ଆସିଥିବା ଚ୍ୟାନେଲ୍ ବିରୋଧରେ ନିର୍ବାଚନ ଅଧିକାରୀଙ୍କ ତଦନ୍ତର ଫଳାଫଳ ବି ବାହାରି ପାରୁନାହିଁ । ଏପରିକି ଅଭିଯୋଗ କରିଥିବା ଶାସକ ଦଳ ଓ ଏହାର ମୁଖପତ୍ର ଟିଭି ଚ୍ୟାନେଲ ମଧ୍ୟ ଏହି ଘଟଣାକୁ ଭୁଲିଗଲେଣି। ସେହିପରି ମାଡ଼ ଖାଇଥିବା ସାମ୍ବାଦିକ ମାନଙ୍କୁ ପୋଲିସ କ’ଣ ନ୍ୟାୟ ଦେଲା ଏନେଇ ନ୍ୟୁଜଚ୍ୟାନେଲ୍ ରେ ଖବର ମଧ୍ୟ ଦେଖିବାକୁ ମିଳୁନାହିଁ । ପଦ୍ମପୁର ଉପନିର୍ବାଚନ ପରେ ଏବେ ନ୍ୟୁଜ୍ ଚ୍ୟାନେଲ୍ ଗୁଡ଼ିକର ପ୍ରମୁଖ ଖବର ହେଉଛି “କଂଗ୍ରେସର ଭୋଟ ଡିଲ୍” ଅଭିଯୋଗ। ୩ ଜଣ କଂଗ୍ରସ ବିଧାୟକ ସୁରେଶ ରାଉତରାୟ, ମହମ୍ମଦ ମୋକିମ୍ ଓ ତାରା ପ୍ରସାଦ ବାହିନୀପତିଙ୍କ ମତାମତ ନେଇ ସମସ୍ତ ନ୍ୟୁଜ୍ ଚ୍ୟାନେଲ୍ ରେ ଚାଲିଛି ହୋ ହଲ୍ଲା । ସମସ୍ତଙ୍କର ଗୋଟିଏ ମୁଖ୍ୟ ଖବର “କଂଗ୍ରସ ଭୋଟ ବିକ୍ରି ହୋଇଯାଇଛି” ବୋଲି । ଯଦି କଂଗ୍ରେସ ଭୋଟ ବିକ୍ରିହୋଇ ଯାଇଛି, ତେବେ ଏହି ଭୋଟ କିଏ କିଣିଛି ଓ କିଏ ବିକିଛି ଏନେଇ କେହିବି କିଛି ତଥ୍ୟ ଉପସ୍ଥାପନ କରୁନାହାଁନ୍ତି କି ଅନୁସନ୍ଧାନ ମୂଳକ ଖବର ମଧ୍ୟ ପରିବେଷଣ କରିବାପାଇଁ ଇଚ୍ଛା ପ୍ରକାଶ କରୁନାହାନ୍ତି । ନେତାଙ୍କ ଭିତରେ ଡିଲ୍ ହୋଇଛି ବୋଲି ଖବର ଦେଖାଉଥିବା ବେଳେ ଡିଲ୍ କାହା କାହା ମଧ୍ୟରେ, କେତେବେଳେ, କେଉଁଠି ହେଲା ତାହାର ଖୁଲାସା କରିବାର ଅଛି କି ନାହିଁ, ଆପଣମାନେ ଭାବନ୍ତୁ ତ ? ବିଜେପି କାହିଁକି ହାରିଲା ଓ ବିଜେଡି କାହିଁକି ଜିତିଲା ତାହା ଉପରେ ନ୍ୟୁଜ୍ ଚ୍ୟାନେଲ୍ ଗୁଡ଼ିକରେ ବିଶ୍ଳେଷଣ ହେବା କଥା କି ନୁହେଁ ? କିନ୍ତୁ ହେଉଛି କ’ଣ ? ବିଜେଡିର ବିଜୟର କାରଣ ଓ ବିଜେପିର ପରାଜୟର ବିଶ୍ଳେଷଣ ନକରି କଂଗ୍ରେସ ଉପରେ ଚର୍ଚ୍ଚା କରି ଚାଲିଛନ୍ତି ଆମ ନ୍ୟୁଜ୍ ଚ୍ୟାନେଲ୍ ମାନେ ।

ଅନ୍ୟ ପକ୍ଷରେ ନାଗ- ଚାନ୍ଦ କାହାଣୀ ବି ଆଗକୁ ବଢ଼ି ପାରୁନାହିଁ ଆମ ନ୍ୟୁଜ୍ ଚ୍ୟାନେଲ୍ ଗୁଡ଼ିକରେ । ଇଡ଼ି ଘାଣ୍ଟିବ ….ଇଡ଼ି ଘାଣ୍ଟୁଛି … ବଡ଼ବଡ଼ ନେତାମାନେ ଏହି ମାମଲାରେ ଫସିବେ … ଇତ୍ୟାଦି କହି କହି ହାଲିଆ ହୋଇ ଗଲେଣି ସାମ୍ବାଦିକଙ୍କ ଠାରୁ ନ୍ୟୁଜ୍ ଆଙ୍କର ମାନଙ୍କ ପର୍ଯ୍ୟନ୍ତ। କାହିଁକି ନେତାମାନଙ୍କ ନାଁ ପଦାକୁ ଆସୁନାହିଁ, କୁଆଡ଼େ ଗଲେ ବଡ଼ ବଡ଼ିଆ, ନାଗ – ଚାନ୍ଦ ଦମ୍ପତ୍ତି ଚୁପ୍ ରହିବା ପଛର କାରଣ କ’ଣ, ଇଡ଼ି ବଡ଼ ବଡ଼ିଆଙ୍କୁ କାହିଁକି ଜେରା କରିବା ପାଇଁ ଡାକୁନାହିଁ ଏସବୁ ପ୍ରଶ୍ନର ଉତ୍ତର ଖୋଜି ପାଉନାହାନ୍ତି ଆମର ନ୍ୟୁଜ୍ ଚ୍ୟାନେଲ୍ ଗୁଡ଼ିକ ଓ ଏହାର ସାମ୍ବାଦିକ ମାନେ । ତେଣୁ ଖବରର ମରୁଡ଼ି ହୋଇଛି ଏହି ସପ୍ତାହରେ । ବିଗ୍ ବ୍ରେକିଙ୍ଗ୍, ବିତର୍କ ଓ ମହାମଞ୍ଚ ମଧ୍ୟ ଦର୍ଶକଙ୍କ ଆଦୃତି ଲାଭ କରିପାରୁନାହିଁ ବୋଲି ଏ ସପ୍ତାହର TRP ତଳମୁହାଁ ହୋଇଯାଇଛି ୭ଟି ନ୍ୟୁଜ୍ ଚ୍ୟାନେଲ୍ ର । ତେବେ ଗତ ସପ୍ତାହରେ ସର୍ବାଧିକ କ୍ଷତି ସହିଛନ୍ତି ବିଜେଡି ଓ ବିଜେପିର ୭୦:୩୦ ଓ ୫୦:୫୦ ପ୍ରତିଶତ ଶୈଳୀରେ ଖବର ପରିବେଷଣ କରୁଥିବା ଦୁଇ ନ୍ୟୁଜ୍ ଚ୍ୟାନେଲ୍ । ୭୦:୩୦ ଧାରାକୁ ଆପଣେଇ ଥିବା ନ୍ୟୁଜ୍ ଚ୍ୟାନେଲ୍ କନ୍ଧମାଳର ମେଡ଼ିକାଲ ଛାତ୍ର ଇଫୁ ମଲ୍ଲିକଙ୍କୁ ସରକାରଙ୍କ ସହାୟତା ଓ ନିଜ ମାଲିକଙ୍କ ସହଯୋଗ ଖବରକୁ ଅଧିକ ଗୁରୁତ୍ୱ ଦେଇ “ଆପଣଙ୍କର ବିଶ୍ୱସ୍ତ” ବୋଲି ନିଜକୁ ପ୍ରମାଣିତ କରିବାକୁ ଚେଷ୍ଟା କରିଥିବା ବେଳେ ୫୦:୫୦ ଧାରାରେ ବିଶ୍ୱାସ କରୁଥିବା ଅନ୍ୟତମ ନ୍ୟୁଜଚ୍ୟାନେଲ୍ ଟି ନିଜର ବାର୍ଷିକ ଉତ୍ସବ ପାଳନ ଅବସରରେ ବିଜେଡି ଓ ବିଜେପିର ଶୀର୍ଷନେତାଙ୍କୁ ଅତିଥି ଭାବରେ ନିମନ୍ତ୍ରଣ କରି ନିରପେକ୍ଷତାର ପରୀକ୍ଷା ଦେଇ ପାଶ୍ କରିଛି । ଏହି ଖବର ପରିବେଷଣ ଶୈଳୀ ଓ ନ୍ୟୁଜ୍ ଚ୍ୟାନେଲ୍ ଗୁଡ଼ିକର ଆଭିମୁଖ୍ୟ ଦେଖି ଦର୍ଶକ ମାନେ ସ୍ଥିର କରନ୍ତୁ ଯେ ଏହି ନ୍ୟୁଜ ଚ୍ୟାନେଲ ଗୁଡ଼ିକ “ଦର୍ଶକୀୟ ସ୍ୱୀକୃତି” ନା “ଆପଣଙ୍କର ବିଶ୍ୱସ୍ତ” କାହାକୁ ଗୁରୁତ୍ୱ ଦେଉଛନ୍ତି ।

Nirvik Bureau

Nirvik Bureau

Related Posts

Media:   ANI vs. YouTubers: Copyright “Extortion” Claims Spark Debate on Fair Use and News Agency Practices in India
Media

Media:
ANI vs. YouTubers: Copyright “Extortion” Claims Spark Debate on Fair Use and News Agency Practices in India

by Sanctimonia Binocs
May 28, 2025

Sanctimonia Binocs, Bhubaneswar, 28 May 2025 YouTuber vs. ANI: Copyright Fight Sparks Fair Use Debate A recent public dispute between...

Read more
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

June 16, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

June 9, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

June 2, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ୍

ଏ ସପ୍ତାହର ମିଡ଼ିଆ ହାଲଚାଲ୍

May 26, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

May 19, 2023
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.