• About
  • Contact
Wednesday, August 26, 2026
Wednesday, August 26, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଅରୁଣିମା

ଅରୁଣିମା
Share on FacebookShare on Xshare on Whatsappshare on Linkedin
ରଶ୍ମି ସାମଲ, ଭୁବନେଶ୍ଵର, ୧ ମାର୍ଚ ୨୦୨୩

ସକାଳୁ ସକାଳୁ ବାହାର ଅଗଣା ଟା ଝାଡ଼ୁ କରୁ କରୁ କଣ ଗୁଡ଼ାଏ ମନକୁ କୁ ମନ ଗୁଣୁ ଗୁଣୁ ହୋଇ କହି ଚାଲିଥାଏ ଜାନକୀ, ପୁଣି ବାମ ହାତରେ ନିଜ ଲୁଗା କାନିରେ ବୋହି ଯାଉଥିବା ଆଖି ଲୁହ ସବୁ ପୋଛି ପକାଉଥାଏ। ତାର ସେହି ସୁଁ ସୁଁ କାନ୍ଦ ଶବ୍ଦଟା ମୋ କାନରେ ପଡ଼ୁ ପଡ଼ୁ ମୁଁ ଟିକେ ଚମକି ପଡ଼ିଲି। ହଠାତ କଣ ହୋଇଗଲା ଭାବି ଝରକା ବାଟ ଦେଇ ଦେଖି, ବାହାରକୁ ଯାଇ ପଚାରିଲି, “ଆରେ କାହାକୁ କଣ କହୁଛୁ କିରେ? ଆଉ କାହିଁ ଏମତି କାନ୍ଦୁଛୁ?” “ନାଇଁ ସାନ ମା, କିଛି ନାହିଁ। ଏ ସବୁ ତ ମୋ ପୋଡା କପାଳରେ ଅଛି। କଣ ଆଉ କହିବି? ସେହି ମଦୁଆ ଘଇତା ମୋର ମରୁନି କି କୁଆଡେ଼ ଯାଉନି। କାଲି ରାତିରୁ ଅଳପେଇସିଆଟା ବରମୁଣ୍ଡା ବସ ଷ୍ଟାଣ୍ଡ ରେ ମଦ ପିଇ ପଡ଼ିଥିଲା।ଆମ ସେ ବସ୍ତିର ଅନାମ ଟା ଯାଇ ମୋତେ ଖବର ଦେଲା। କଣ ଆଉ କରିବି? ଧର୍ମକୁ ଚାହିଁ ସେ ଯୋଗନିଖିଆ କୁ ସକାଳୁ ଗୋଟେ ଟଲୀ ରେ ନେଇ ଘର ବାରଣ୍ଡାରେ ପକେଇଛି। ସେ ବାଡ଼ିଖିଆ ର ଏ ଯାଏ ନିଶା ଖସିନୀ ମା। ମୁଁ ଭାତ ଡାଲି ଟିକେ କରି ପିଲାଙ୍କ ପାଇଁ ରଖି ଦେଇ ଆସିଲି। ଆଜି ଆସିବା ସେଥି ପାଇଁ ଡେରି ହୋଇଗଲା। ଜାଣିଲ ମା, ଦିନରେ ବୁଲି ବୁଲି ଆଇସକ୍ରିମ ବିକୁଛି, ଆଉ ଯାହା ପଇସା ଆଣୁଛି ସବୁ ମଦ ପିଉଛି। ଆଉ ଯାହା କିଛି ବଳୁଛି ସେ ମାଲିକ କୁ ଦଉଛି।ଗୋଟିଏ ବୋଲି ପଇସା ମୁ ଦେଖୁନି ତାର। ସେଥିରେ ମୋତେ ସୋଧୁଛି ଖରାପ ଭାଷା ରେ। ପୁଣି ମୋ ବୋପା ଭାଇଙ୍କୁ ଗାଳି ଗୁଲଜ କରୁଛି। ଦୁଇ ବର୍ଷ ହେଲା ଘର ଛପର ହୋଇନି ମା, ଦିନରେ ଖରା ଦେଖି, ରାତିରେ ତାରା ଗଣି ଭାଗ୍ୟକୁ ଆଦରି ଆମେ ମାଆ ପିଲା ପଡ଼ି ରହିଛୁ। ଆଜି ରାଗଲାଗିବାରୁ ତାକୁ ଝାଡୁରେ ଚାରି ପାହାରେ ବାଡ଼େଇକି ଆସିଛି। ଦୋଷ ପଛେ ଲାଗୁ, ଆଉ ତା ଜ୍ଵାଳା ସହି ପାରିବିନି।”

ଅରୁଣୀମା ସବୁ ଶୁଣି ସାରି କହିଲେ, “ଆରେ ଏମତି କଣ କହୁଛୁ? ସିଏ ପରା ତୋର ସ୍ୱାମୀ? ଇହ କାଳ ପର କାଳର ଦେବତା।” “ସାନ ମା, ସେଇଟା ସ୍ୱାମୀ ନା ଚୋପା। ମା ମୁଁ ବାହା ହୋଇ ଆସିବା ପରେ ମୋତେ ଠିକାଦାର ପାଖରେ ବାଲି ସିମେଟ କାମ କରେଇଲା। ମୋ ବୋପା ମା ମଦୁଆ ଟା ହାତରେ ହାତକୁ ମୋର ଛନ୍ଦି ଦେଇ ନିଜେ ସେ ପୁରକୁ ଚାଲିଗଲେ। ବିଧାତା ଲଲାଟରେ ଯାହା ଲେଖିଛି ସେ ଅଲିଭା ଲେଖାକୁ ଲିଭାଇ ପାରିବିନି ବୋଲି ପଡ଼ି ରହିଛି ମା। ହଁ ଜାଣିଛ ମା, ଗୋଟିଏ ନୁହେଁ ଦୁଇଟା ନୁହେଁ ତିନିଟା ଛୁଆ ଜନ୍ମ ହେଲା। ସେ ଛୁଆ କଣ ଖାଇବେ କେମିତି ବଞ୍ଚିବେ ସେ ମଦୁଆ ର ଚିନ୍ତା ନାହିଁ। ମୁଁ ବାର ଆଡେ଼ କାମ କରି ତାଙ୍କ ତୁଣ୍ଡରେ ଦାନା ଦେଉଛି। ଏହା ପରେ ପୁଣି ତାର ଦୌରାତ୍ମ।”

ତା ଠାରୁ ସବୁ ଶୁଣିବା ପରେ ମୋ ନିଜ କଥା ଭାବି ଆଖି ଲୁହକୁ ଚାପିରଖି ଥିଲି ସେହି ଆଖି ଭିତରେ ମୋର। ତଥାପି ସେଠାରେ କାନ୍ଦି ନଥିଲି। ହସି ଦେଇ କହିଥିଲି, “ଜାନକୀ, ସେମିତି କୁହନ୍ତିନି। ତା ପାଇଁ ତୋ ମଥାରେ ସିନ୍ଦୁର ଆଉ ହାତରେ ଲାଲ୍ ସଂଖା ଝଟକୁଛି।” ଏକଥା ଶୁଣି ସେ ମୋତେ କହିଲା, “ମୋର ସେ ସବୁ ଆଉ ଦରକାର ନାହିଁ ମା। ସିଏ ନ ବଞ୍ଚିଲେ ବି କିଛି ଫରକ ନାହିଁ। ବହୁତ କଷ୍ଟ ପାଇସାରିଲିଣି। ଶୁଣିବ ମା, ଆଉ ଥରେ ଖଣ୍ଡଗିରି ପାଖରେ ପଡ଼ି ହୋସରେ ନଥିଲା, ଗାଡ଼ି ବାଡ଼େଇ ଦେଇଥିଲା। ମରିଥାନ୍ତା। ଦୟା ପାଇ ସୁଧିଆ କରଜ କରି ଟଙ୍କା ଆଣି ତାକୁ ବଡ଼ ଡାକ୍ତର ଖାନା ନେଇ ଭଲ କରିଥିଲି। ସାନ ମା, ମୋର ଯଦି ଆପଣେ ତମ ମାନଙ୍କ ଭଳି ବାପା ଭାଇ ଘର କିମ୍ବା ସମ୍ବଳ ଥାଆନ୍ତା, ମୁଁ ଏହି ବାଡ଼ିପୋଡ଼ା ପାଖରେ ଜମା ରହି ନଥାଆନ୍ତି। ମୋ ପିଲା ମାନଙ୍କୁ ନେଇ ସିଧା ଚାଲି ଯାଇଥାନ୍ତି ବାପ ଘରକୁ।” ଏ କଥା ଶୁଣି ମୁଁ କହିଲି, “ହଉ ତୁ ଯାଆ, ରୋଷେଇ ଘରେ ରୁଟି ଅଛି ଖାଇଦେ ଆଗେ ତା ପରେ ବାସନ ମାଜିବୁ।”

ଜାନକୀର କଥା ଶୁଣି ଅରୁଣୀମା ମନେ ମନେ ଭାବୁଥାଏ, ସେ ସିନା ସବୁ କଥା ମୋତେ କହିଦେଲା। ମୁଁ କାହାକୁ କହିବି ମୋର ଏହି ହୃଦୟର କଥା ସବୁ? ତାର ଠିକ ମନେଅଛି ଚତୁର୍ଥୀ ପରଦିନ ରାତି କଥା। ତରୁଣ ପାଦ ଟଳମଳ କରି ବିଳମ୍ବିତ ରାତ୍ରିରେ ଘରକୁ ଫେରିବା ପରେ ପଚାରିବାରୁ କହିଲେ ସାଙ୍ଗ ମାନଙ୍କ ସହିତ ଭୋଜି ଖାଇ ଟିକେ ପିଇଦେଇଛି । କିନ୍ତୁ ଏହା ପରେ ସେ ସବୁ ଦିନ ବିଳମ୍ବିତ ରାତ୍ରିରେ ଟଳି ଟଳି ଘରକୁ ଫେରନ୍ତି। ଫେରିବା ପରେ ଆଉ ତାଙ୍କର ଅସହ୍ୟ ବ୍ୟବହାର। ସବୁ କିଛି ମନ ଭିତରେ ଚାପି ରଖିଛି। ଜଳୁଛି ସତେ ଯେପରି ଦୁଃଖର ନିଆଁରେ। ଅସହାୟତାର ପୋଡ଼ା ପାଉଁସରେ ଘାଣ୍ଟି ହେଉଛି। ଜାନକୀ ପରି ସେ ତ ତା ମନର ଭାବ କୁ ବାହାରେ ଯାଇ କାହା ଆଗରେ ପ୍ରକାଶ କରି ପାରିବିନି। ଅରୁଣୀମା ତାର ସେହି ଯୌବନ ଦୀପ୍ତ ଚେହେରାକୁ ଦର୍ପଣରେ ବାରମ୍ବାର ଦେଖୁଥାଏ। ଭାବୁଥାଏ ମୋ ପାଖରେ କଣ ଅଭାବ ରହି ଯାଇଛି ଯେ ମୁଁ ତରୁଣଙ୍କର ଏତେ ନିଜର ହୋଇ ପାରୁନି। ଅରୁଣୀମା ଟିକେ ଅନ୍ୟମନସ୍କ ହୋଇ ବାଲ୍କୋନି ଚେୟାର ରେ ବସି ପଡ଼ି ବାହାର ଆକାଶକୁ ସେମିତି ଅପଲକ ନୟନରେ ଚାହିଁଥାଏ। ଥଣ୍ଡା ପାଣି ବୋତଲରୁ ଢୋକେ ଢୋକେ ପିଉଥାଏ। ଦୂର କୁ ଲମ୍ବିଥିବା ରାସ୍ତାକୁ ଅପଲକ ନୟନରେ ଅନାଇଥାଏ।ବହୁ ଦୂର ସାମ୍ନାରେ ବଡ଼ ବଡ଼ ପଳାସ ଗଛରେ ଫୁଲ ଗୁଡ଼ିକ ଯେପରି ଲଦି ହୋଇ ପଡ଼ୁଥାନ୍ତି। ଅରୁଣୀମା ଭାବୁଥାଏ ଭଗବାନ କଣ ସବୁ ନାଲି ରଙ୍ଗ ମୁଠା ମୁଠା ବିଞ୍ଚି ଦେଇଛନ୍ତି ବୋଧେ। ପେନ୍ଥା ପେନ୍ଥା ନାଲି ଫୁଲ ଗୁଡ଼ିକ ତାକୁ ହିଁ ଅନେଇ ହସୁଥାନ୍ତି।ଅରୁଣୀମା ଭାବୁଥାଏ ସତେ କଣ ସେ ଫୁଲ ଗୁଡ଼ିକ ମୋ ବିଷୟରେ କିଛି ଜାଣିଛନ୍ତି ନା କଣ। ଶିହରି ଉଠେ ଦେହ ତାର। ମନ ମଧ୍ୟରେ ତରୁଣ ଙ୍କର ବାହୁ ବନ୍ଧନରେ ହଜି ଯାଏ।ବାହାଘର ପାଞ୍ଚ ବର୍ଷ ପୁରି ସାରିଲାଣି।ଶାଶୁ ଙ୍କର ଅନେକ ଥର ପ୍ରଶ୍ନ ସଂସାର କାଁହିକି ଆଗକୁ ବଢୁନି। ଶାଶୁ ଙ୍କୁ ତାଙ୍କ ମନ ବୁଝେଇଲା ଭଳି କଥା କହିଦିଏ। ସେ କୁହନ୍ତି ତୁ ଯାହା କହ ବୋହୁ ନାତି କି ନାତୁଣୀ କୁ ମୁଁ ଅପେକ୍ଷା କରିଛି। ମୋତେ ଏ ସବୁ କିଛି ଭଲ ଲାଗୁନି। ମାଙ୍କୁ ସବୁ କଥା କହିଲେ ତାଙ୍କ ମନ ନିଶ୍ଚିତ କଷ୍ଟ ହେବ ସେଥି ପାଇଁ ସବୁ କଥାକୁ ମନ ଭିତରେ ଚାପି ରଖିଛି। “ଭବିଷ୍ୟତ ଚିନ୍ତା କଣ କିଛି ନାହିଁ?” ଏହି ପ୍ରଶ୍ନର ଶବ୍ଦଟା ମୋ କାନରେ ବାଜିଲେ ଶୀତେଇ ଉଠେ ମୋ ଦେହ ଆଉ ମନ।

ଶାଶୁ ବାହାଘର ପରେ କହିଥିଲେ, “ଦେଖେ ବୋହୁ, ପୁଅ ଟା ମୋର କୁସଙ୍ଗ ରେ ପଡ଼ି ଅସଜଡ଼ା ହୋଇ ଯାଇଛି। ସଜାଡ଼ିବା ଦାୟିତ୍ୱ ତୋର।ହାତକୁ ଦୁଇ ହାତ କରି ଦେଲେ ସବୁ ଠିକ ହୋଇଯିବ ବୋଲି ଆମେ ବାହାଘର ସାରିଦେଲୁ।” ଶଶୁର ମୋର କହିଥିଲେ, “ମା ଏଥର ସଂସାର କେମିତି ସୁଖରେ ଗଢିବୁ ତୁ ବୁଝିବୁ।”

ଶାଶୁ ଶଶୁରଙ୍କ ମିଶ୍ରିତ ସ୍ୱର ଖାଲି ଶୁଭୁଥାଏ ମୋ କାନ ଭିତର ଟାକୁ। ସମସ୍ତଙ୍କ ଠାରୁ ଅଲଗା ହୋଇ ବସିଛି ଆସି। ସବୁ କଥା ଗୁଡ଼ା ସ୍ମରଣ କରାଇ ଦେଉଛି ମନ ତାର। ଥଣ୍ଡା ଥଣ୍ଡା ସୁଲୁସୁଲିଆ ପବନ ବୋହି ଆସୁଥାଏ ତାର ସେହି ଶୋଇବା ଘର ଖରକା ଦେଇ। ପ୍ରକୃତିର ଅପୂର୍ବ ଦୃଶ୍ୟ ସବୁ ଫୁଟି ଦିଶୁଥାଏ। ଦୀର୍ଘ ଦିନର ନିଷ୍ଠା ସାଧନା ଯୋଗୁ ତାକୁ ଭଲ ବୋହୁ ଆଖ୍ୟା ମିଳିଛି। ହେଲେ କୁଅଁରୀ ବୟସର ରଙ୍ଗୀନ ସ୍ବପ୍ନ ସବୁ ଫିକା ପଡ଼ି ଯାଇଛି ବିବାହ ପରେ।ହୃଦୟର କଥା ଗୁଡ଼ା ଅଛିଣ୍ଡା ହୋଇ ରହି ଯାଉଛି ଖିଅ ମିଳୁ ନଥିବା ସୂତା ପରି। ମିମାଂସା ହୋଇ ପାରୁ ନଥିବା କଥା ଗୁଡ଼ା ମନ ମଧ୍ୟରେ ଅଟକି ରହିଛି ଯାହା ପ୍ରକାଶ କରି ପାରୁନି।ମଧୁର ରାତ୍ରୀକୁ ଉପଭୋଗ କରିବା ତା ଭାଗ୍ୟରେ ନାହିଁ। ଏହି ରଙ୍ଗୀନ ସହର ର ଶୋଭା ପାଉଥିବା ବିରାଟ କୋଠାରୁ କଣ ତାକୁ ମିଳିଲା?ହୋଟେଲ ବୟ କାଲି ରାତି ବାରଟାରେ ଟେଲିଫୋନେ ରେ କହିଲା ମାଡାମ ସାର ଆଜି ଏତେ ମଦ ପିଇଛନ୍ତି ନିଜେ ଗାଡ଼ି ଡ୍ରାଇଭିଂ କରିବା ଅବସ୍ଥାରେ ନାହାନ୍ତି। ଆମେ ତାଙ୍କୁ ଗୋଟେ ରୁମ ରେ ଶୋଇ ଦେଇଛୁ। କାଲି ନିଶା କମିଲେ ଘରକୁ ଯିବେ। କାନ୍ଦି ପାରୁ ନଥିଲା ଅରୁଣୀମା। ରାତିସାରା ଶୋଇ ପାରି ନଥାଏ ମନଟା ଭାରି ଭାରି ଲାଗୁଥାଏ। ଡାଇନିଂ ଉପରେ ସ୍ବାମୀଙ୍କ ପସନ୍ଦର ଖାଦ୍ୟ ସବୁ ରଖି ଦେଇଥିଲା। ସ୍ୱାମୀ ଙ୍କର ଏଭଳି ବ୍ୟବହାର ଓ ଖରାପ ଆଚରଣ କୁ କିପରି ବଦଲେଇବ? ଶାଶୁ ଙ୍କ କଥା ମନେ ପଡ଼ୁଛି, ସ୍ୱାମୀ କୁ କାନିରେ ବାନ୍ଧି ରଖିବୁ।

ଜୀବନ ଏକ ଏଭଳି ପ୍ରଶ୍ନରେ ଅଟକି ଯାଇଛି ଯେ ନା ଆଗକୁ ଯାଇ ପାରୁଛି ନା ପଛକୁ। ବିବାହ ତ କରିଛି।ଅଜାଣତରେ କିଛି ଲୁହ କୁ ଲୁଚାଇ ରଖିଲେ ବି ସେ ଆପେ ଆପେ ଓଠ ଛୁଇଁ ଯାଉଛି। ଗୃହସ୍ଥ ଜୀବନ କେମିତି ଭଲରେ କଟିବ ସେଥି ପାଇଁ ବାପା ମା ଭଲ ଧନୀ ଘର ଦେଖି ବାହା ଦେଇଥିଲେ। ଆଉ କହିଥିଲେ ଦୁହିତା ଦୁଇ କୂଳକୁ ହିତା ନୋହିଲେ ପିତା।ବାପା ଘର ଆଉ ଶାଶୁ ଘର ସବୁ ର ନା ରଖିବୁ। ସେମାନଙ୍କ ମନ ନେଇ ଚଳିବୁ। ଭୁବନେଶ୍ୱର ସହିଦ ନଗର ରେ ରାଜ ମହଲ ଭଳି କୋଠା। ନାମୀ ଦାମୀ ବିଜନେସ କରୁଥିବା ଜ୍ବାଇଁ। ଅପରର୍ଯ୍ୟାପ୍ତ ପଇସା। ମା କହିଥିଲା ତାଙ୍କର ଚାକର, ପୂଜାରୀ, ଗାଡ଼ି ଘୋଡ଼ା କୋଉଥିରେ ଅଭାବ ନାହିଁ। ତୁ ଶାଶୁ ଘରେ ରାଣୀ ହୋଇ ରହିବୁ। ସବୁ ସ୍ବାଧୀନତା ତୋତେ ମିଳିବ। ଦେଶ ବିଦେଶ ସବୁଠି ବୁଲିବୁ ଲୋ ଝିଅ। ଏବେ ସୁଧା ବାପା ମାଙ୍କ ଆଗରେ ମୁଁ ମିଛ ବାହାନା କରି କହି ଚାଲିଛି। ସବୁ ଅଭିଳାଷା ମୋର ଚୁରମାର୍। ନାରୀର ହୃଦୟ ବୁଝିବା ଦରକାର ଥିଲା। ଠିକ ମନ ଦରକାର ଥିଲା ଜୀବନ ସାଥି ସହ ଦୁଃଖ ସୁଖ ହେବାର। ହେଲେ ତରୁଣଙ୍କର ହୋଟେଲ, ବାର୍, ମଦ ଗ୍ଲାସ ହିଁ ସାଥି। କେବେ ଦୁଃଖ ସୁଖ ହେବାର ସୁଯୋଗ ବି ଦିନେ ପାଇନି। ସେଦିନ ସକାଳୁ ଚା ରେ ଟିକେ ମିଠା କମି ଯାଇଛି କହି କପ ଟାକୁ ମୋ ଆଡ଼କୁ ଫିଙ୍ଗି ଦେଇଥିଲେ। ଚାଇନାମାଟିର ତୁକୁରା ଖଣ୍ଡ ହାତରେ ପଶି ବହୁତ ରକ୍ତ ବାହାରିଥିଲା। ନିଜ ଶାଢ଼ୀ କାନିରେ ହାତ ଟାକୁ ଚାପି ରଖି ଶାଶୁ ଙ୍କୁ ଲୁଚାଇ କପଡ଼ା ଗୁଡ଼ାଇ ଥିଲି।ସକାଳୁ ଶାଶୁ କହିଥିଲେ, “ଆଜି ମୋ ସୁନା ବୋହୂର ମୁଂହଟା କାହିଁ ଫିକା ଫିକା ଦିଶୁଛି? ଓଠଟା ସୁଖୀ ଯାଇଛି। କଣ ଦେହ ଭଲ ନାହିଁ କି? ପୁଅ କୁ କହିଲୁନି କଣ ଔଷଧ ନେଇ ଆସିଥାନ୍ତା?” “ନାଇଁ ମା, ସେମିତି କିଛି ହୋଇନି।” ଅରୁଣୀମା ଭାବୁଥାଏ ମନର ମଣିଷ ପାଖରେ ନଥାଇ ଫାଙ୍କା ଫାଙ୍କା ଲାଗୁଥିବା ବେଳେ କେମିତି ବା ମନର ରଙ୍ଗ ଉଜ୍ବଳ ରହିବ? ସ୍ଵାମୀଙ୍କର ପ୍ରତି କଥାରେ ମୋ ଉପରେ ଚିଡ଼ି ଉଠିବା, ସବୁ କଥା ଗୁଡ଼ା ଦେହ ସୁଆ ହୋଇ ଗଲାଣି। ମନ ମଧ୍ୟରେ ରାଗ ଆସୁଥାଏ। ପୁଣି ଭାବୁଥାଏ ସ୍ୱାମୀ ମନରେ ସଂଶୟ ଜନ୍ମଆଇବା ଅନୁଚିତ ପରିଣାମ ବିଷମ ହୋଇପାରେ। ଏହି ବିରାଟ ଖାନଦାନ ଘରକୁ ଯେତେ ବେଳେ ବୋହୁ ହୋଇ ଆସିଥିଲି ମନ ମଧ୍ୟରେ ଆଶାର ଅସୁମାରୀ ନଅର ତୋଳିଥିଲି। ସବୁ କଳ୍ପନାର ନଅରକୁ ଯେପରି କିଏ ଭସେଇ ନେଲା। ମଉଳା ଫୁଲ ପରି ମନ ମଉଳି ଯାଇଥିଲା। ଅରୁଣୀମାର ଆଖିରୁ ବହି ଯାଉଥିଲା ଧାର ଧାର ଲୁହ। ନିୟତିର ତୀବ୍ର ପ୍ରବାହରେ ସତେ ଯେପରି କୁଟା ଖିଅ ପରି।ଜୀବନର ବନ୍ଧା ଡୋରକୁ ବିଧାତା ହୃଦୟହୀନ ଭାବେ କାଟି ଦେଉଥିଲା।ଆଖି ଆଗରେ ସେହି ମାଳ ମାଳ ସ୍ବପ୍ନ ସବୁ ତା ଠାରୁ ଦୁରେଇ ଯାଉଥାନ୍ତି।ଅରୁଣୀମା ଭାବୁଥିଲା, ଆଜି ନହେଲେ କାଲି ତାଙ୍କୁ ପରିବର୍ତ୍ତନ କରାଇ ପାରିବ। ଆଉ ଶାଶୁ ଶଶୁରଙ୍କ ଇଛା କୁ ସେ ଠିକ ପାଳନ କରି ପାରିବ। ହେଲେ ନା ସେ ପାରିଲାନି। ବୟସ ବଢ଼ିବା ସହ କର୍ତ୍ତବ୍ୟ ବୋଧ ବଢ଼େ।କିନ୍ତୁ ସ୍ଵଭାଵ ବଦଳେ ନି।

ହଠାତ ଗାଡ଼ିର ହର୍ଣ୍ଣ ଶୁଭିଲା ।ଜାନକୀ ଆସି କହିଲା ମା ବାବୁ ଆସିଲେଣି। ଚମକି ଉଠିଲା ଅରୁଣୀମା। ଦୀର୍ଘ ନିଶ୍ଵାସ ଛାଡ଼ି ଧୀର ଓ ସନ୍ତର୍ପଣରେ ଯାଇ ଦରଜା ଖୋଲିଲା ଏକ ନୂଆ ଆଶା ନେଇ………

ରଶ୍ମି ସାମଲ

ରଶ୍ମି ସାମଲ

ରଶ୍ମି ସାମଲ, ଭୁବନେଶ୍ୱର, ବିଶିଷ୍ଟ କବି ଓ ଗାଳ୍ପିକ

Related Posts

Vipul’s Voice:What is Spirituality?
More

Vipul’s Voice:
What is Spirituality?

by Vipul Agarwal
August 19, 2026

Vipul Agarwal, Delhi, 19 August 2026 The five elements, Prithvi, Jal, Agni, Vayu, and Aakash, are the fundamental components of the...

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୮)

August 14, 2026
Dhanada’s Discourse: The Cloud Has a Thirst – India’s data-centre dilemma

Dhanada’s Discourse: 
The Cloud Has a Thirst – India’s data-centre dilemma

August 10, 2026
Vipul’s Voice: Realisation at the age of 70

Vipul’s Voice:
 Realisation at the age of 70

July 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୭)

July 17, 2026
ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

July 16, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.