• About
  • Contact
Thursday, August 27, 2026
Thursday, August 27, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ବିଜନେସ

ବିଜନେସ
Share on FacebookShare on Xshare on Whatsappshare on Linkedin
ରଶ୍ମୀ ସାମଲ, ଭୁବନେଶ୍ୱର, ୧ ଜାନୁଆରୀ ୨୦୨୪

ଦୀର୍ଘ ବାଇଶି ବର୍ଷ ବିତି ସାରିଲାଣି ଅନିଶାର ବାହାଘରକୁ, ସମୟ କିପରି ଚାଲି ଯାଉଛି ବିଲକୁଲ ଜଣା ବି ପଡ଼ୁନି। ଆଇନା ସାମ୍ନାରେ ବସିପଡ଼ିଲେ ବୟସର ଛାପ ନିଜେ ଅନୁଭବ କରେ, ପଡ଼ିଥିବା କପାଳରେ କୁଞ୍ଚ କୁଞ୍ଚ ଗାର ଗୁଡ଼ିକୁ ଦେଖି। ବିଭିନ୍ନ ପ୍ରକାର ଚିନ୍ତା ସବୁ ମନ ମଧ୍ୟରେ ପଶି ମୁଣ୍ଡଟା ଭାରି ଭାରି ଲାଗୁଥାଏ ସେ ଦିନ, କାହିଁକି କେଜାଣି ରାତିରେ ଆଖିକୁ ନିଦଟା ଆସୁନଥାଏ, ମୋବାଇଲ କୁ ଟିକେ ଖେଳଉ ଖେଳଉ, ଚମକି ପଡ଼ିଲା ଅକୁହା ସମ୍ପର୍କର ରୂପକୁ ଦେଖି। ବିଳମ୍ବିତ ରାତ୍ରିରେ ଫେସବୂକ ରେ ଗୋଟେ ନୂଆ ଫ୍ରେଣ୍ଡ ରିକୁୱେଷ୍ଟ, ଯାହାକୁ ଦେଖି ନିଜ ଆଖିକୁ ମଧ୍ୟ ବିଶ୍ୱାସ କରିପାରୁ ନଥାଏ, ଏକ ଶକ୍ତ ଝଟକା ଯେପରି ଲାଗିଲା, ତଥାପି ଏହି ନିସ୍ତବଦ୍ଧତା ଭିତରେ କିଏ ଯେପରି ମନ ମୋହିନେଲା। ଆଖିରେ ଆଖିଏ ଅବଶୋଷ ର ପ୍ରଶ୍ନ, ନିଃସହାୟ ଭାବ, ଯାହାର ଉତ୍ତର ଏବେବି ଖୋଜୁଛି।ନିରବ ନିଶ୍ଚଳ ହୋଇ ବାରମ୍ବାର ସେହି ପ୍ରୋଫାଇଲ କୁ ତନ୍ନ ତନ୍ନ କରି ଦେଖୁଥାଏ, ହଠାତ ଭାବନା ଟା କାହିଁ ଅନାବନା ହୋଇ ଚହଲି ଉଠିଲା, ମନଟା ତାର କିନ୍ତୁ ଝାଉଁଳି ପଡ଼ିଲା ଲାଜ଼ କୁଳି ଲତା ପରି। ନାଁଆଟା ବନୋଜ ପ୍ରଧାନ, ଜନ୍ମସ୍ଥାନ ନରହରିପୁର, ବୟସ ପଚାଶ ଆଉ ବର୍ତ୍ତମାନ ର ରହଣି ସ୍ଥଳୀ ଦୁବାଇ, ମ୍ୟାରେଡ୍ କି ଅନ ମ୍ୟାରେଡ଼ ସେଥିରେ ଲେଖାନାହିଁ, ପରିବାରର ସମ୍ପର୍କୀୟ ମାନଙ୍କ ବିଷୟରେ ମଧ୍ୟ କିଛି ଉଲ୍ଲେଖ ନଥିଲା, ହଁ ପ୍ରାଇଭେସି କରି ଦେଇ ପାରି ଥିବ, ଯାହାକୁ ଅନ୍ୟ କେହି ଦେଖି ପାରିବେ ନାହିଁ, କିନ୍ତୁ ପ୍ରଫେସନ ଟା ବିଜନେସ ବୋଲି ସ୍ପଷ୍ଟ ଭାବେ ଉଲ୍ଲେଖ ହୋଇଛି। ବିଜନେସ ଶବ୍ଦଟା ଛାତିକୁ ଛଟ ପଟ କରି ଥରାଇ ଦେଲା କିଛି ସମୟ ପାଇଁ। ପ୍ରୋଫାଇଲ ର ସବୁ ଫଟୋକୁ ଆଡେ଼ଇ ନିରିଖେଇ ଦେଖୁଥାଏ ତଳକୁ ତଳକୁ ଅନିଶା। ବନୋଜ ର ମୁଣ୍ଡରୁ କିଛି ଚୁଟି ଖାଲି କମିଯାଇଛି ଚନ୍ଦାପଣ ଟା ସ୍ପଷ୍ଟ ବାରି ହୋଇ ପଡ଼ୁଥାଏ, ଅନ୍ୟ କିଛି ପରିବର୍ତ୍ତନ ସେଥିରେ ଦେଖି ପାରୁନଥିଲା। ଭାବୁଥାଏ କଥାରେ କୁହନ୍ତି ପରା ଧନ ଯେତେ ବଢେ ମୁଣ୍ଡରୁ ଚୁଟି କାଳେ ସେତେ କମିଯାଏ, ଏହା ଧନୀର ଶିମ୍ବଲ, ହଁ ଆଉ ଗୋଟେ କଥା ତା ସ୍ତ୍ରୀ କିମ୍ବା ପିଲା ଙ୍କର ଅନ୍ୟ କୌଣସି ଫଟୋ ଅନିଶା ଦେଖି ପାରୁନଥିଲା। ଖାଲି ଗାଁ ର ଚିତ୍ର ଠିକ ଚିହ୍ନି ପାରୁଥିଲା। ସତରେ କ୍ୟାମେରାରେ କଏଦୀ କରିଥିବା ସେହି ଗାଁ ପାଖ ପଡ଼ିଆରେ ଗାଈ, ବାଛୁରୀ, ଓ ଛେଳି ପଲ ସବୁ ଚରିବାର ଦୃଶ୍ୟ ପାଖ ବାଉଁଶ ବାଡ଼ି ଓ ଚାଖୁଣ୍ଡା ଗଛର ଚିତ୍ର ସବୁ ସେଥିରେ ପୋଷ୍ଟ ହୋଇଛି।ଯେପରି ଜୀବନର ପ୍ରତ୍ୟେକ ଆନନ୍ଦ ମୁହୂର୍ତ୍ତକୁ ସାଇତି ରଖିଛି ଆଜି ବି ସେହି ସବୁ ଫଟୋ ଗୁଡ଼ିକ, ସେଇ ଫଟୋରୁ ଅନିଶା ସେ ଦିନର ଶବ୍ଦ ଗୁଡ଼ିକୁ ଯେପରି ଜଳ ଜଳ ବାରିପାରୁଥିଲା। ହେ ଭଗବାନ, ଗାଁ କୁ ଭଲ ପାଇବା ମନୋଭାବ ବନୋଜର ଏବେ ବି ସେମିତି ରହିଛି!

ସେ ଦିନ କୁମାର ପୂର୍ଣ୍ଣିମା ରାତିର ବାଉଁଶ ଗଛ ପାଖରେ ଜହ୍ନର ଅଧା ଆଲୋକ ଅଧା ଛାଇର ଲୁଚକାଳି ଖେଳ ସବୁ ବେଶ ଖୁସି ସମୟ ଥିଲା ତା ପାଇଁ। ବନୋଜ ତାଙ୍କ ଗାଁରୁ ଅନିଶା ଗାଁ କୁ ଖେଳିବାକୁ ପ୍ରାୟେ ସମୟ ଚାଲିଆସେ। ଝିଅ ମାନଙ୍କ ମଧ୍ୟରେ ପଶି ଖେଳୁଥିବାରୁ ତାକୁ ସମସ୍ତେ ମାଇଚିଆ ଟୋକା ବୋଲି ଚିଡାଇଥାଆନ୍ତି। କିନ୍ତୁ ସମସ୍ତଙ୍କ କଥାକୁ ସେ ହସରେ ଉଡ଼ାଇଦିଏ । ଭାରି ମେଳାପୀ, ବନୋଜ ଅନିଶାର କେବଳ ସହପାଠୀ ନଥିଲା, ଅତି ଅନ୍ତରଙ୍ଗ ବନ୍ଧୁ ପରି ଦୁଇଜଣ ମିଶୁଥିଲେ। ସେହି ପୂର୍ଣ୍ଣମୀ ରାତିରେ ସେଦିନ ବନୋଜ ଚୁପ କରି କାନ ପାଖରେ ଆସି ପଚାରିଥିଲା ଅନିଶା ତୁ ଚାନ୍ଦ ପୂଜା କଲା ବେଳେ କାହା କଥା ଭାବି ପୂଜା କଲୁ କିରେ। ଆରେ ଶୁଣୁ ବୋକାଟା, ତୋରି କଥା ଚିନ୍ତା କରୁଥିଲି, ଆଉ ମୋର କିଏ ଅଛିକି? କାହା କଥା ଭାବିବି? ବେଳ ଆସିଲେ ଠିକ ବୁଝି ଯିବୁ ରହ ଆଉ କିଛିଦିନ ଅପେକ୍ଷା କରେ, କିଛି ମନ୍ଦ ଅଭିଳାଷ ମନ ମଧ୍ୟରେ ନଥିଲେ ମଧ୍ୟ କୋଉ କୋଣରୁ ଟିକିଏ ପ୍ରେମର ଆରମ୍ଭ ଦୁହିଁଙ୍କ ମଧ୍ୟରେ ନିଶ୍ଚିତ ବୋଧେ ହୋଇଥିଲା। କିନ୍ତୁ ସେ ଦିନର ଥିବା ପ୍ରତିଶୃତି ସବୁ ଭୁଲ ପ୍ରମାଣିତ ହୋଇଗଲା ଶେଷରେ। ଏହି ଭାବିବା ସମୟ ରେ ଦୁଇ ଆଖିରୁ ଲୁହ ଟିକେ ଜକେଇ ଆସିଲା। ଅଧୁରା ରହିଯାଏ କିଛି କଥା ଗୁଡ଼ିକ ଯେପରି, ଅଧୁରା ସ୍ବପ୍ନ ପୂରଣ ହେବା ସମ୍ଭବ ହୁଏନି ବେଳେ ବେଳେ। ଉକୁଟି ଉଠୁଥିବା ଫୁଲ କଢ଼ ସୂର୍ଯ୍ୟାଲୋକ ଦେଖିବା ପୂର୍ବରୁ ମଉଳି ପଡ଼ିଲା ଯେପରି। ଇଚ୍ଛା ନଥାଇ ପୂର୍ଣ୍ଣଛେଦ ପକାଇବାକୁ ବାଧ୍ୟ ହୋଇଥିଲି। ସେଦିନ ଯେପରି ଭୂମିକମ୍ପରେ ବିରାଟ ପ୍ରସାଦ ଅଚାନକ ଭାଙ୍ଗିଯିବା ପରି ସବୁ ମନର ଇଛା ଗୁଡ଼ିକ ଭୁଶୁଡ଼ି ତଳେ ପଡ଼ି ଖିନ୍ନ ଭିନ୍ନ ହୋଇଗଲା।

ଆଜି ସେ ସବୁ ମନେ ପଡ଼ି ଏତେ ରାତି ହେବା ସତ୍ତ୍ୱେ ଆଖିକୁ ନିଦ ଟିକେ ବି ଆସୁନି। ମନ କହୁଥାଏ ଟିକେ ବନୋଜ ସହ କଥା ହୁଅନ୍ତି କି, ପୁଣି କାହିଁକି ପାପ ଛୁଏ ସେହି ଅବୁଝା ମନ, ବାହାରେ ବୁଲା କୁକୁରଙ୍କର ଶବ୍ଦ କବାଟ ଫାଙ୍କରେ ଭୋ ଭୋ ଶୁଭୁଛି। ଝରକାରେ ଦିଶୁଛି ଯେପରି ତାରା ଫୁଲ ପରି ସହର ସାରା ବିଛାଡ଼ି ହୋଇଥିବା ସେହି ରଙ୍ଗୀନ ନାଲି ନୀଳ ଆଲୋକ ର ମାଳା। ରାତି ବଢିବା ସହ ନୀରବତା ମଧ୍ୟ ଚାରିଆଡ଼େ ଖେଳେଇ ହୋଇ ଯାଉଥାଏ। ଯେପରି ଅତିତରୁ ବର୍ତ୍ତମାନ ଯାଏ କିଛି ଶବ୍ଦ ଛିଟିକି ଆସୁଥାଏ, ସେହି ସମୟରେ ମେସେଜ ର ଏକ ଶବ୍ଦ କାନରେ ବାଜିଲା। ହାଏ ଅନିଶା! କିଛି ସମୟ ସ୍ଥିର ହୋଇ ଛାତିରେ ମୋବାଇଲ ଟାକୁ ଜାକି ଧରି ଉତ୍ତର ରେ ଲେଖିଥିଲି ହାଲୋ କେମିତି ଅଛୁ ବୋଲି। ସେପଟୁ ଗୋଟେ ଇମୋଜିର ଚିହ୍ନ, ଯାହା ବୁଝି ପାରିନଥିଲି। ତଥାପି ଲେଖିଥିଲି, ବନୋଜ ଏତେ ବଡ଼ କମ୍ପାନୀର ମାଲିକ, ଉତ୍ତର କୁ ଅପେକ୍ଷା ନ କରି ନିଜ ଆଡ଼ୁ କହି ଚାଲିଲି ସଫଳତାର ପାହାଚ ଉପରେ ପାହାଚ ଚଢ଼ି ଚାଲିଛୁ ଦେଖି ବହୁତ ଖୁସି ଲାଗିଲା। ଗାଁ କୁ ମଧ୍ୟ ମନରେ ଜାବୁଡ଼ିଛୁ ଆହୁରି ଆନନ୍ଦିତ ହେଲି ସବୁ ଦେଖି। ଗାଁ ଚିତ୍ର ଠାରୁ ଦୁବାଇ ର ଆକାଶ ଛୁଆଁ ମାଳ ମାଳ କଥା ସୁନ୍ଦର ମହଲ ର ଚିତ୍ର ସବୁ ପ୍ରୋଫାଇଲ ପୋଷ୍ଟ ରେ ଦେଖି ପାରିଲି। ତୋର ଉନ୍ନତିରେ ମୁଁ ବହୁତ ଖୁସି। ଯାହା ହେଉ ଆଜି ଏହି ସୋସିଆଲ ମିଡିଆ କୁ ଧନ୍ୟବାଦ ଜଣାଉଛି। ବିଦେଶରେ ଥିଲେ ବି ତୋ ବିଷୟରେ ଏତେ କଥା ସବୁ ଅତି ସହଜରେ ଜାଣିପାରିଲି। କୋଟିପତି ହୋଇ ମଧ୍ୟ ସେହି ଗାଁ ପ୍ରତି ମମତା ସେମିତି ରହିଛି। ଭଗବାନ ତୋ ପରିବାର ର ମଙ୍ଗଳ କରନ୍ତୁ। ବନୋଜ ଠାରୁ କିଛି ପ୍ରଶ୍ନ ଶୁଣିବା ପୂର୍ବରୁ ସବୁ ନିଜ ଆଡ଼ୁ କହି ଚାଲିଲି। ଆଜି କାଲି ଭଳି ସେତେବେଳେ ଫୋନ କଲ କିମ୍ବା ମେସେଜ ଦେବା ଏତେ ସହଜ ନଥିଲା। ତୁ ଠିକ ଜାଣିଛୁ ସେତେବେଳେ ବଜାର ରେ ଏପରି ବୁଲିବା କିମ୍ବା ବାହାରକୁ ଯିବାର ସ୍ବାଧୀନତା ମଝିରେ ଏକ ବିରାଟ ଲକ୍ଷ୍ମଣ ରେଖା ଟଣା ଯାଇଥାଏ ଯାହା କି ଘରର ଆଭିଜାତ୍ୟ ଓ ମାନ ସମ୍ମାନ କୁ ବୁଝାଇଥାଏ। ଉପାୟ କିଛି ନଥିଲା। କେମିତି ବା ଜଣାଇଥାନ୍ତି।

ଜେଜେ ମାଆ ମୋର ଆଣ୍ଠୁ ଗଣ୍ଠି ରୋଗ ସହ ଅନ୍ୟ ରୋଗରେ ମଧ୍ୟ ପୀଡ଼ିତ ହୋଇଥିଲା। ନାତୁଣୀ ବାହାଘର ଦେଖିବ ବୋଲି ସବୁବେଳେ ବାଉଳି ଚାଉଳି ହେଲା।ତାର ଏପରି ବିକଳ କଥା ମୋ ବୋଉ ଆଉ ସହି ପାରିଲା ନାହିଁ। ଜେଜେ ମାଆ ର କଷ୍ଟ ଦେଖି ବୋଉ ଅସ୍ଥିର ହୋଇପଡ଼େ ସବୁବେଳେ। ବାପାଙ୍କୁ ବାହାଘର ପ୍ରସ୍ଥାବ ପାଇଁ କାନେ କାନେ କହୁଥାଏ। ବାପା କିନ୍ତୁ କୁହନ୍ତି ଗଛର ଫଳ ହୋଇନି ଯେ ଛିଡେଇ ଆଣି ଘରେ ତମ ହାତରେ ସବୁ ଧରେଇ ଦେବି, ଏହା ଶୁଣି ମୋ ମନ ଟିକେ ଖୁସି ହୋଇଯାଏ। ଯାହା ହେଉ କିଛି ସମୟ ମିଳି ଗଲେ ବିଜନେସ କରୁଥିବା ଲୋକର ଭବିଷ୍ୟତ ଭଲ ବୋଲି ସେ ବିଷୟରେ ସବୁ ବୁଝାଇଦେବି ବାପାଙ୍କୁ। ସମ୍ପର୍କ ସେ ପର୍ଯ୍ୟନ୍ତ ଠିକ ଥିଲା ଯେ ପର୍ଯ୍ୟନ୍ତ ମୋର ବାହାଘର ଠିକ ହୋଇନଥିଲା।ନିଜ ତରଫରୁ ସବୁ କହିବା ପରେ ବାପା ମୋର ତମ ବିଜନେସ କଣ ବୁଝିପାରି ନଥିଲେ।

ଗାଁ ରେ ହାତ ଗଣତି ଶିକ୍ଷିତ ଲୋକ।କିଏ ବା ତାଙ୍କୁ ବୁଝାଇବ ଏ ସବୁ?ତାଙ୍କର ଗୋଟେ ଜିଦ୍ଦି ଚାକିରୀ ଖଣ୍ଡେ କରିଥିବା ପିଲା ସହ ବାହା କରିବି।ଶେଷରେ ବାପା ତାଙ୍କ କଥାରେ ହିଁ ଜିତିଲେ, ମୁଁ ହାରିଗଲି ବନୋଜ ତାଙ୍କ ପାଖରେ, ଆମ ଭଲ ପାଇବା ପାଖରେ ମଧ୍ୟ। ସତରେ ଏବେ ବି ଭରି ରହିଛି ମିଠା ମିଠା ଅଭୁଲା ସ୍ମୃତି ସବୁ। ହଁ ଜାଣିଛ ଭଗବାନ ସବୁ ଦେଇଛନ୍ତି, ଭଲ ଘର, ଭଲ ବର, ଭଲ ଶାଶୁ ଶଶୁର, କଣ୍ଢେଇ ଭଳି ସୁନା ପୁଅ ଝିଅ ଦୁଇ ଜଣ। ତଥାପି ଆମର ଏହି ନିରବତାରେ ଥିବା ନିଃସ୍ୱାର୍ଥ ପର ନିଆରା ଭଲ ପାଇବାର ଅନୁଭବ ଯେପରି ବେଳେ ବେଳେ କୁଳ ଲଙ୍ଘନ କରେ। ସେ ଦିନ ଅବୁଝା ରାତିର ବୟସ ବଢି ବଢି ଚାଲିଥାଏ, ମୋର କିଛି ପ୍ରଶ୍ନର ଉତ୍ତରରେ ବନୋଜ ତାଙ୍କ ପାରିବାରିକ କଥା ଆଉ ନିଜ ବିଷୟରେ କହିବାକୁ ଆରମ୍ଭ କଲା। ତା କଥା ଗୁଡ଼ିକରେ ମୁଁ ବେଳେ ବେଳେ ଛନ୍ଦି ହୋଇ ପଡ଼ୁଥାଏ, ରୋଷେଇ ଘରେ ରୋଷେଇ ବେଳେ କେତେ ଥର ତାର ହାତ ଜଳି ଯାଇଛି ବୋଲି କହୁଛି ତ, ମୁଁ ଭାବୁଥାଏ ତା ସ୍ତ୍ରୀ ବୋଧେ କିଛି ଚାକିରୀ ବାକିରି କରିଛି। ଝିଅ ପାଠ ପଢା ଏବଂ ତାର ସ୍କୁଲ କୁ ଯାଇ ସବୁ ବୁଝିବାକୁ ପଡ଼େ, ହଁ ଭଲ ପାଠ ପଢୁଥିଲା ଆମ ଶ୍ରେଣୀରେ ତେଣୁ ଝିଅ ପାଠ ବୁଝିବା ତ ସ୍ୱାଭାବିକ। ଝିଅ କୁ ଛାଡ଼ି କୁଆଡ଼େ ଏକୁଟିଆ ଯାଇପାରେନି, ଏମତି ବି ଗାଁ କୁ ଗଲେ ତାକୁ ସାଙ୍ଗରେ ଧରି ଯିବାକୁ ହୁଏ, ଏହା ପରେ ବନୋଜର ଶେଷ ଉତ୍ତର ଶୁଣି ଆଖିରୁ ଲୁହ ଆସି ଢେଉ ପରି ଅନିଶାର ହୃଦୟରେ ପିଟିହେଲା। ଶୁଣିବାକୁ ବହୁତ କଷ୍ଟ ହେଲା, ନିଜ ଆଡ଼ୁ କହିଲି ଯାଅ ରେଷ୍ଟ ନିଅ, କୋହ ସମ୍ଭାଳି ପାରି ନଥିଲି, ମୋବାଇଲ ନେଟ ଅଫ କରିଦେଲି, ଶୁଣିବାର ଧର୍ଯ୍ୟ ସବୁ ଯେପରି ଉଭେଇ ଯାଇଥିଲା। ଝିଅ ଲୁସି କୁ ଚାରିବର୍ଷ ହେବା ପରେ ସ୍ତ୍ରୀ ସୁମୀ ତାର ସେହି ବିଜନେସ ପାଟନର ସହ ଯାଇ ଅନ୍ୟ ସହରରେ ରହୁଛି। ହେ ପ୍ରଭୁ କେଡ଼େ ନିଷ୍ଠୁର ମାଆଟା? ଥରେ ସେ ଛୁଆ କଥା ତ ଚିନ୍ତା କରିଥାନ୍ତା, ଏ ବୟସରେ ଏମତି କାମ କରିବାକୁ ଟିକେ ବି ସରମ ଲାଗିଲାନି, କିଭଳି ଚାରିତ୍ର ର କେଜାଣି? ତେର ବର୍ଷର ଝିଅ କୁ ନେଇ ଏକୁଟିଆ ରହୁଛି ବନୋଜ, ଏମତି ଭାବି ଭାବି ବ୍ୟସ୍ତ ବିବ୍ରତ ହୋଇ ପଡ଼ିଲା, ଠିକ ଜାଣିଛି ବନୋଜ ଏତେ ସରଳ ଯେ କୌଣସି ପ୍ରତିବାଦ କରିନଥିବ। ମୁଁହରେ ବିଷାଦର କଳା ବାଦଲ ସବୁ ଛାଇ ହୋଇ ଯାଇଥିଲା ଅନିଶାର। ଏବେ ବନୋଜ ଅନୁତାପ ଓ ଚିନ୍ତାରେ କେତେ ରାତି ଅନିଦ୍ରା ରହି ମୁଁହ ଲୁଚାଇ କାନ୍ଦୁଥିବ, ଜୀବନ ସାଥି ହୋଇ ହୃଦୟ ଭାଙ୍ଗି ଚାଲିଯିବା ଠିକ ନଥିଲା ତା ସ୍ତ୍ରୀର। ଏତେ ଉଚ୍ଚ ଶିକ୍ଷିତର ଏଭଳି କାର୍ଯ୍ୟ ଅତି ନିନ୍ଦନୀୟ, ଏତେ ଲମ୍ବା ବ୍ୟବଧାନର କଥାରେ କିଛି ଖୁସି ସାଉଁଟିବି ବୋଲି ବିଶ୍ୱାସ ଥିଲା। କିନ୍ତୁ ସବୁ ନକ୍ସା ଯେପରି ବଦଳି ଗଲା। କଣ୍ଠ ରୁଦ୍ଧ ଆଖିରେ ସାଇତା ଲୁହ ବୁନ୍ଦେ ବୁନ୍ଦେ ଭୂମିକୁ ଛୁଇଁଲା। ଭଗବାନ ଙ୍କୁ ପ୍ରାଥନା କଲି ପ୍ରଭୁ ତାକୁ ସବୁ ଶକ୍ତି ଓ ଧର୍ଯ୍ୟ ଦିଅ, ଚଲା ବାଟରେ ତାର କଣ୍ଟା ନଫୁଟୁ। ପରିବାର ର ବୋଝକୁ ମୁଣ୍ଡାଇ ଏପାରି ରୁ ସେପାରି କୁ ନେଇ ଯାଉ। ନିଜ ପୁଅ ଝିଅ ସ୍ୱାମୀ ସମସ୍ତେ ଶୋଇ ଯାଇଥିଲେ ନିଘୋଡ଼ ନିଦରେ, ସବୁ କଥାଗୁଡ଼ିକ ହୃଦୟରେ ଧାବମାନ ସେମିତି ହେଉଥାଏ। ରାତି ପାହିବାକୁ ଆଉ ମାତ୍ର ଘଣ୍ଟାଏ ବାକିଥାଏ, ତଥାପି କିଛି ସମୟ ସେହି ଅନ୍ଧାରକୁ ଚାହିଁ ଶୋଇ ବାକୁ ଚେଷ୍ଟା କଲା ଅନିଶା।

ରଶ୍ମି ସାମଲ

ରଶ୍ମି ସାମଲ

ରଶ୍ମି ସାମଲ, ଭୁବନେଶ୍ୱର, ବିଶିଷ୍ଟ କବି ଓ ଗାଳ୍ପିକ

Related Posts

Vipul’s Voice:What is Spirituality?
More

Vipul’s Voice:
What is Spirituality?

by Vipul Agarwal
August 19, 2026

Vipul Agarwal, Delhi, 19 August 2026 The five elements, Prithvi, Jal, Agni, Vayu, and Aakash, are the fundamental components of the...

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୮)

August 14, 2026
Dhanada’s Discourse: The Cloud Has a Thirst – India’s data-centre dilemma

Dhanada’s Discourse: 
The Cloud Has a Thirst – India’s data-centre dilemma

August 10, 2026
Vipul’s Voice: Realisation at the age of 70

Vipul’s Voice:
 Realisation at the age of 70

July 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୭)

July 17, 2026
ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

July 16, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.