• About
  • Contact
Sunday, June 7, 2026
Sunday, June 7, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଚାରି ଧର୍ମ ସାର

ଚାରି ଧର୍ମ ସାର
Share on FacebookShare on Xshare on Whatsappshare on Linkedin
ଗୀତାଞ୍ଜଳି କର, କଟକ, ୨୭ ନଭେମ୍ବର ୨୦୨୩

ସଂସାର ଧର୍ମରେ  ଚାରି ଧର୍ମ ସାର ଅଟେ l ବୈଦିକ ଯୁଗରୁ ଏହି ଚାରି ଧର୍ମକୁ ପ୍ରାଧାନ୍ୟ ଦିଆଯାଇଛି l  ତେଲ ଲୁଣ ସଂସାରରେ ଏହି ଚାରି ଧର୍ମକୁ ଆପଣାଇ କରିପାରିଲେ ସଂସାର ଜଞ୍ଜାଳରୁ ମୁକ୍ତ ହୁଏ ମଣିଷ l ତେଣୁ କାର୍ତ୍ତିକ ମାହାତ୍ମ୍ୟରେ କୁହାଯାଇଛି….

ସଂସାର ଚାରି ଧର୍ମ ସାର
ସେ ଯେ ଅତ୍ୟନ୍ତ ପ୍ରିୟ ମୋର ll
ବୃକ୍ଷଙ୍କ ମଧ୍ୟରେ ତୁଳସୀ
ତିଥିରେ ବ୍ରତ ଏକାଦଶୀ ll
କ୍ଷେତ୍ର ଦ୍ୱାରାକାପୁର ସ୍ଥାନ
ତିଥିରେ ବ୍ରତ ଏକାଦଶୀ ll
କ୍ଷେତ୍ର ଦ୍ୱାରାକାପୁର ସ୍ଥାନ
ମାସେ କାର୍ତ୍ତିକ ବିଦ୍ୟମାନ ll

 ତେଣୁ ବିଷ୍ଣୁ କହିଛନ୍ତି ବୃକ୍ଷ ମଧ୍ୟରେ ତୁଳସୀ ପୂଜନ, ତିଥି ମଧ୍ୟରେ ଏକାଦଶୀ ବ୍ରତ, କ୍ଷେତ୍ର ମଧ୍ୟରେ ଦ୍ୱାରାକାପୁର ଦର୍ଶନ ଓ ମାସ ମଧ୍ୟରେ କାର୍ତ୍ତିକକୁ ଵିଧିରେ ଯିଏ ଶ୍ରଦ୍ଧା ସହକାରେ ପାଳନ କରେ, ସେଇ ଭକ୍ତ ମୋର ଅତ୍ୟନ୍ତ ପ୍ରିୟ l ଭକ୍ତର ସମସ୍ତ ମନୋବାଞ୍ଛା ପୂରଣ ପୂର୍ବକ ସମସ୍ତ ଦୁର୍ଗତିରୁ ଉଦ୍ଧାର କରିଥାଏ l ଆମ ସନାତନ ଧର୍ମ କଠୋରତାର ନିୟମକୁ ପାଳନ କରେନାହିଁ l ଯିଏ ହେଉ ନା କାହିଁକି ଶ୍ରଦ୍ଧାର ସହିତ ମୋତେ ଡାକିଦେଲେ ମୁଁ ତାର ଦୁଃଖ ମୋଚନ କରେ l ଧର୍ମ ଓ ଧର୍ମୀୟ ଭାବନାରେ ମଣିଷ ପାଲଟେ ଈଶ୍ୱର l ଧର୍ମ ଭାବନାରେ ଦିବ୍ୟ ଚେତନା ସୃଷ୍ଟି ହୁଏ l ସେଇ ଦିବ୍ୟତା ହିଁ ଈଶ୍ୱର l ପ୍ରକୃତି ପୂଜନ, ବ୍ରତ ପାଳନ, କ୍ଷେତ୍ର ଗମନରେ, ଵିଧି ପାଳନରେ ସଂସାର କଷ୍ଟ ଦୂରୀଭୂତ ହୁଏ l

ପ୍ରକୃତିର ଉପାସନା ଆମ ସଂସ୍କୃତିରେ ଅନନ୍ୟ ପରମ୍ପରା l ତେଣୁ ତୁଳସୀ ବୁକ୍ଷକୁ ଭାରତୀୟ ଜନମାନସରେ ଏକ ପବିତ୍ର ସ୍ଥାନ ଦିଆଯାଇଛି l ଲଷ୍ମୀ ଓ ନାରାୟଣଙ୍କ ପ୍ରିୟ ତୁଳସୀ ବୃକ୍ଷ l ବିନା ତୁଳସୀରେ ଯଜ୍ଞ, ହୋମ, ପୂଜା, ସାଧନା, ଦେବ କର୍ମକାଣ୍ଡ, ଉପାସନା ପୂର୍ଣ୍ଣ ହୁଏ ନାହିଁ l ଏମିତି କି ଶ୍ରାଦ୍ଧ, ତର୍ପଣ, ଦାନ, ସଂକଳ୍ପରେ, ଚରଣାମୃତ, ପ୍ରସାଦ ଏବଂ ଭଗବାନଙ୍କ ଭୋଗରେ ତୁଳସୀ ଅନିର୍ବlଯ୍ୟ ଅଟେ l ଭାରତୀୟ ସମାଜରେ ତୁଳସୀ ବୃକ୍ଷକୁ ଦେବୀତୁଲ୍ୟ ଆସନ ଦିଆଯାଇଛି l ତେଣୁ ସବୁ ପରିବାରର ଅଗଣାରେ ତୁଳସୀର ସ୍ଥାନ ରହିଛି l କୁହାଯାଏ ଯେଉଁଠାରେ ତୁଳସୀ ସେଠାରେ ଲଷ୍ମୀ ବାସ କରନ୍ତି l ସେଥିପାଇଁ କୁହାଯାଇଛି – “ମୂଳେ ତୋର ଗଙ୍ଗା, ଡାଳେ ତୋର ବିଷ୍ଣୁ ପତ୍ରେ ଦେବତାଙ୍କ ବାସ” l ସ୍ୱୟଂ ନାରାୟଣ ନିଜ ମସ୍ତକରେ ଧାରଣ କରନ୍ତି l ତୁଳସୀ ସମ୍ବନ୍ଧରେ ଅନେକ ପୌରାଣିକ କଥାବସ୍ତୁ ନିହିତ ଅଛି l ତୁଳସୀକୁ ବୃନ୍ଦା, ବିଷ୍ନୁପ୍ରିୟା, ହରିପ୍ରିୟା ମଧ୍ୟ କୁହାଯାଏ l କାର୍ତ୍ତିକ ମାସରେ ତୁଳସୀ ପୂଜାର ବିଶେଷତ୍ୱକୁ ଲକ୍ଷ୍ୟ ରଖି ତୁଳସୀ ବିବାହର ପ୍ରଥା ଶାସ୍ତ୍ରରେ ଉଲ୍ଲେଖ ଅଛି l ଏସବୁ ଭଗବାନ ବିଷ୍ଣୁଙ୍କୁ ପ୍ରସନ୍ନତା ପ୍ରାପ୍ତ ପାଇଁ କରାଯାଏ l ସେଥିପାଇଁ ବୈଷ୍ଣବ ପୂଜା ବିଧାନରେ ତୁଳସୀ ବିବାହ ପ୍ରମୁଖ ପର୍ବ ଅଟେ l

ନିୟମିତ ସ୍ନାନ ପରେ ତମ୍ବା ପାତ୍ରରେ ତୁଳସୀକୁ ପ୍ରାତଃ କାଳରେ ଜଳ ପ୍ରଦାନ କରାଯାଏ l ସନ୍ଧ୍ୟା ସମୟରେ ଦୀପ ପ୍ରଜ୍ବଳନ କରାଯାଏ l ସବୁ ଅଶୁଭତ୍ବର ଦୂରୀକରଣ କରି ଘରର ସୁଖ, ସମୃଦ୍ଧି ପାଇଁ ପ୍ରାର୍ଥନା କରାଯାଏ l ଧାର୍ମିକ ଦୃଷ୍ଟିକୋଣରୁ କେବଳ ତୁଳସୀର ସ୍ଥାନ ବହୁ ଉଚ୍ଚରେ କହିବା ଠିକ ହେବ ନାହିଁ l ତୁଳସୀରେ ଔଷଧୀୟ ଗୁଣ ଭରପୁର ରହିଛି l ତେଣୁ ଆରୋଗ୍ୟ, ସୁଖ, ସମୃଦ୍ଧି, ଶାନ୍ତି ପାଇଁ ତୁଳସୀର ସୁରକ୍ଷା ନିହାତି ଆବଶ୍ୟକ l କାରଣ ତୁଳସୀ ସବୁ ଦୃଷ୍ଟିକୋଣରୁ ମୋକ୍ଷ ପ୍ରଦାୟିନୀ l

ତିଥି ଭିତରେ ଏକାଦଶୀ ବ୍ରତ ଦ୍ଵିତୀୟ ସାର ଧର୍ମ l ବାର ମାସରେ ଚବିଶି ଏକାଦଶୀ ଭିନ୍ନ ଭିନ୍ନ ନାମରେ ନାମିତ l ଏହି ବ୍ରତକୁ ଵିଧି ବିଧାନରେ କଲେ ବ୍ୟକ୍ତିକୁ ମୋକ୍ଷ ପ୍ରାପ୍ତି ହୁଏ l କୁହାଯାଏ ଚନ୍ଦ୍ରର ସ୍ଥିତି ବ୍ୟକ୍ତିର ମାନସିକ ଓ ଶାରୀରିକ ଅବସ୍ଥାକୁ ଭଲ, ମନ୍ଦରେ ପରିଣତ କରିପାରେ l ତେଣୁ ମାନସିକ ଓ ଶାରୀରିକ ଅବସ୍ଥାକୁ ସନ୍ତୁଳନରେ ରଖିବା ଲାଗି ଏକାଦଶୀ ପାଳନ କଲେ ସ୍ୱାସ୍ଥ୍ୟ ପାଇଁ ଉତ୍ତମ l କାରଣ ଯେତେସବୁ ବ୍ରତ, ଉପବାସ ମଧ୍ୟରେ ଏକାଦଶୀ ବ୍ରତ ପାଳନ ମହାନ l କାରଣ ଏହି ବ୍ରତରେ ଚିନ୍ତା, ମୋହ, ମାୟାର ପ୍ରଭାବ ଦୂର ହୁଏ l ଐଶ୍ଵରିକ ଶକ୍ତିର ଅନୁଭବ ହୁଏ l ମନ ଶୁଦ୍ଧ ରହିବା ସହିତ ସମସ୍ତ କ୍ଳେଶ ଦୂରୀଭୂତ ହୋଇ ଶାଶ୍ୱତ ଶାନ୍ତି ମିଳିଥାଏ l ଧାର୍ମିକ ଭାବାପନ୍ନ ହୋଇ ଚିତ୍ତରେ ଶୁଦ୍ଧି ଆସିଲେ ବ୍ୟକ୍ତିର ଆଉ କିଛି ଦରକାର ହୁଏନାହିଁ l ଏହାଦ୍ୱାରା ବ୍ୟକ୍ତି ନିଜର ମଙ୍ଗଳ ସହିତ ଅନ୍ୟର ମଙ୍ଗଳ ଆଣିପାରେ l ଭଗବାନ ବିଷ୍ଣୁଙ୍କୁ ଆରାଧନା ପୂର୍ବକ ପ୍ରାତଃ ସ୍ନାନ ସାରି ସୂର୍ଯ୍ୟଙ୍କୁ ଜଳାର୍ଘ୍ୟ ଦେଇ ସାରି ଦୀପ ବସାଇ ରାମ ନାମ ଜପ କରିବା ବିଧେୟ l ଏକାଦଶୀରେ ଜଳାହାର କିମ୍ବା ଫଳାହାର କରି ଉପବାସ କରବା ଫଳପ୍ରଦ l ଅସୁସ୍ଥ ଲୋକ ଅନ୍ନ ପରିତ୍ୟାଗ କରି ସାତ୍ତ୍ୱିକ ଖାଦ୍ୟ ଗ୍ରହଣ କରିପାରିବେ l ତେଣୁ ଏକାଦଶୀ ବ୍ରତ ସର୍ବ କଲ୍ୟାଣକାରୀ ଓ ମୋକ୍ଷଦାୟୀ  ଅଟେ l ଶ୍ରଦ୍ଧା ପୂର୍ବକ କରାଯାଉଥିବା ଉପବାସ ହିଁ ସାତ୍ତ୍ଵିକତା ଆଣି ଶାଶ୍ୱତ ଅନୁଭବ ଦେଇଥାଏ l

ଦ୍ଵାରକାପୁର କ୍ଷେତ୍ର ଚାରି ଧାମରୁ ଅନ୍ୟତମ l କୁହାଯାଏ ପ୍ରଭୂ ବଦ୍ରୀନାଥରେ ସ୍ନାନ କରନ୍ତି l ଦ୍ୱାରକାରେ ବସ୍ତ୍ର ପିନ୍ଧନ୍ତି l ପୁରୀରେ ଭୋଜନ କରନ୍ତି ଏବଂ ରlମେଶ୍ୱରରେ ବିଶ୍ରାମ କରନ୍ତି l ଦ୍ଵାରକା କ୍ଷେତ୍ରରେ ପରଂବ୍ରହ୍ମ, ନିରାକାର, ନିର୍ବିଚାର,  ନିଃସ୍ପ୍ରପଞ୍ଚ ଦ୍ଵାରକାଧୀଶ ଶ୍ରୀକୃଷ୍ଣ ବିଦ୍ୟମାନ l ଶ୍ରଦ୍ଧା ରଖି ଯେଉଁ ଭକ୍ତ ଏଠାକୁ ମନୋକାମନା ନେଇ ଆସେ ତାହା ପ୍ରଭୁ ପୂରଣ କରନ୍ତି l ଏହି କ୍ଷେତ୍ରର ମହିମା ଅନନ୍ୟ l ସକଳ ପାପକୁ ଖଣ୍ଡନ କରି ପୁଣ୍ୟ ବର୍ଦ୍ଧିତ କରିଥାଏ l ଦାରିଦ୍ର୍ୟତା ଦୂର କରି ଧନ ସମୃଦ୍ଧି କରାଏ ବୋଲି ବିଶ୍ୱାସ କରାଯାଏ l ଏଠାରେ ମୂଳ ଦ୍ଵାରକା, ଗୋମତୀ ଦ୍ଵାରକା, ଭେଟ ଦ୍ଵାରକାର ତୀର୍ଥ କ୍ଷେତ୍ର ରହିଛି l ମୂଳ ଦ୍ଵାରକାରେ  ମିତ୍ର ସୁଦାମାପୁରୀ ଯାହା ସୁଦାମାଙ୍କ ଲାଗି କୃଷ୍ଣ ଦାନ ଦେଇଥିଲେ, ଗୋମତୀ ଦ୍ୱାରକାରେ ରାଜକାର୍ଯ୍ୟ କରୁଥିଲେ, ଆଉ ଭେଟ ଦ୍ୱାରକାରେ କୃଷ୍ଣ ନିବାସ କରୁଥିଲେ l

ଦ୍ଵାରକାର ବିଶେଷତ୍ୱକୁ ଉପଲବ୍ଧି କଲେ ଜଣାଯାଏ ଏଠାରେ ଅନେକ ଧର୍ମସ୍ଥଳୀ ରହିଛି l ଏଠାରେ ଏକ ଦୀର୍ଘ ସରୋବର ଅଛି ଯାହାକୁ ଗୋମତୀ ସରୋବର କୁହାଯାଏ l ଆଉ ନିଷ୍ପାପ କୁଣ୍ଡ ଅଛି ଯେଉଁଥିରେ ଗୋମତୀର ଜଳ ଭରି ରହିଛି l ପାପ ମୋଚନ ପାଇଁ ଏହି ନିଷ୍ପାପ କୁଣ୍ଡରେ ସ୍ନାନ କରି ନିକଟରେ ଥିବା ପାଞ୍ଚଟି କୂଅର ପାଣିରେ କୁଳି କରି ପାର୍ଶ୍ୱସ୍ଥ ରଣଛୋଡ ମନ୍ଦିର ଦର୍ଶନ କରିବାକୁ ପଡେ l ରଣଛୋଡ ହିଁ ସ୍ୱୟଂ ଦ୍ୱାରାକାଧୀଶ ଅଟନ୍ତି l ଏହା ବ୍ୟତୀତ ଏଠାକାର ଦୁର୍ବାସା ଏବଂ ତ୍ରିବିକ୍ରମ ମନ୍ଦିର, କୁଶେଶ୍ୱର ମନ୍ଦିର, ଶାରଦା ମଠ ଯାହା ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ସ୍ଥାପିତ, ଚକ୍ରତୀର୍ଥ, କୈଳାଶ କୁଣ୍ଡ, ଗୋପୀ ସରୋବର, ଶଙ୍ଖ ସରୋବରର ଦର୍ଶନ ନିଆରା l କୁହାଯାଏ ସବୁ ଦର୍ଶନ ସାରି ଭେଟଦ୍ଵାରକା ଦର୍ଶନ ନ କଲେ ପୁଣ୍ୟ ଫଳ ମିଳେ ନାହିଁ l ଭେଟଦ୍ୱାରକlରେ କୃଷ୍ଣ ଓ ସୁଦାମାଙ୍କ ଭେଟ ହୋଇଥିଲା l ସେଥିପାଇଁ ଏଠାରେ ଭକ୍ତ ସ୍ମରଣ କରେ “ଜୟ ଦ୍ଵାରକାଧୀଶ” l ଏଠାରେ ଚାଉଳ ଦାନ କଲେ ଜନ୍ମ ଜନ୍ମାନ୍ତର ପାଇଁ ଦାରିଦ୍ର୍ୟତା ଆସେ ନାହିଁ l ତେଣୁ ଦ୍ଵାରକା କ୍ଷେତ୍ର ଚାରି ଧର୍ମରେ ସାର l

ପୁଣ୍ୟର ମାସ କାର୍ତ୍ତିକ l ପୁରାଣରେ ବର୍ଣିତ ଅଛି ଏହି ମାସରେ କୁମାର କାର୍ତ୍ତିକ ତାରକାସୁରକୁ ଵଧ କରିଥିଲେ l ତାଙ୍କର ପରାକ୍ରମକୁ ସମ୍ମାନ ଦେବାପାଇଁ ଏହି ମାସର ନାମ କାର୍ତ୍ତିକ ହୋଇଛି l ସ୍ୱୟଂବିଷ୍ଣୁ ନାରାୟଣ ରୂପରେ ଜଳରେ ନିବାସ କରନ୍ତି l ଏଥିପାଇଁ କାର୍ତ୍ତିକ କୃଷ୍ଣ ପ୍ରତିପଦାରୁ କାର୍ତ୍ତିକ ପୁର୍ଣିମା ପର୍ଯ୍ୟନ୍ତ ନିୟମିତ ସୁର୍ୟୋଦୟ ପୂର୍ବରୁ ନଦୀ ଅଥବା ପୁଷ୍କରିଣୀରେ ସ୍ନାନ କଲେ ଅକ୍ଷୟ ପୁଣ୍ୟ ପ୍ରାପ୍ତି ହୁଏ l ଏହି ମାସରେ ସ୍ନାନ, ଦାନ, ଦୀପ ଦାନ, ଗୀତା ପାଠ ଇତ୍ୟାଦି କଲେ ମୋକ୍ଷ ଅବଶ୍ୟ ପ୍ରାପ୍ତି ହୋଇଥାଏ l ତେଣୁ ଚତୁର୍ଥ ସାର ଧର୍ମ ହେଲା କାର୍ତ୍ତିକ ମାସ l

ପୌରାଣିକ କଥାବସ୍ତୁ ଅନୁସାରେ ଶଙ୍ଖାସୁର ନାମକ ଅସୁର ବ୍ରହ୍ମାଙ୍କ ନିକଟରୁ ବେଦ ଚୋରାଇ ନେଇ ସମୁଦ୍ରରେ ଲୁଚି ରହିଲା l ବ୍ରହ୍ମାଙ୍କ ଵିଵସତାକୁ ଦେଖି ଦେବଗଣ ପ୍ରାର୍ଥନା କଲେ ଭଗବାନ ବିଷ୍ଣୁଙ୍କୁ l ପ୍ରସନ୍ନ ହୋଇ ବିଷ୍ଣୁ ମୀନ ରୂପ ଧାରଣ କରି ଶଙ୍ଖାସୁରକୁ ଵଧ କରିଥିଲେ l ଏହି କାରଣରୁ ଏହି ମାସରେ ଭଗବାନ କହିଲେ ମୁଁ ମାସ ସାରା ଜଳରେ ବାସ କରିବି l ଯିଏ କେହିବି ମାସସାରା କାର୍ତ୍ତିକରେ ସ୍ନାନ ଓ ମୋର ପୂଜା ମୋର କରିବ ସେ କୁବେରଙ୍କ କୃପା ପାଇବ l ତାକୁ ଯମଲୋକ, ସ୍ବର୍ଗଲୋକ ନୁହେଁ ସିଧା ବୈକୁଣ୍ଠ ପ୍ରାପ୍ତି କରିବ l ଜନ୍ମ ମୃତ୍ୟୁର ଚକ୍ରରୁ ମୁକ୍ତି ମିଳିବ l ତେଣୁ ସ୍କନ୍ଧ ପୁରାଣରେ ଉଲ୍ଲେଖ ଅଛି…

“କାର୍ତ୍ତିକା ଖଳୁ ବୈ ମାସଂ ସର୍ବା ମସେସୁ ଚ ଉତ୍ତମମ
ପୁଣ୍ୟଂ ପରମଂ ପୁଣ୍ୟଂ ପାବନଂ ଚ ପାବନଂ” ll

ଅର୍ଥାତ କାର୍ତ୍ତିକ ମାସ ଅନ୍ୟ ମାସ ଠାରୁ ଶ୍ରେଷ୍ଠ ଅଟେ l କାର୍ତ୍ତିକ ମାସ ସବୁଠାରୁ ପୁଣ୍ୟ ଓ ପବିତ୍ର ଅଟେ l ତେଣୁ କାର୍ତ୍ତିକ ମାସରେ ନିତ୍ୟ ସ୍ନାନ ଉପରାନ୍ତେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ, ଚଉରା ମୂଳେ ମୁରୁଜ ଅଙ୍କନ, ଦୀପ ଦାନ, ଗୀତା ପଠନ, ଅନ୍ନ ଦାନ କରୁଥିବା ବ୍ୟକ୍ତିକୁ ଭବ ଦୁଃଖ ମିଳେ ନାହିଁ l ଏପରି ରୁକ୍ମଣୀ, ସତ୍ୟଭାମା ପୂର୍ବ ଜନ୍ମରେ କାର୍ତ୍ତିକ ବ୍ରତ କରି ବିଷ୍ଣୁଙ୍କ ପାଟରାଣୀ ହୋଇଥିଲେ l ଗଣିକା ମଧ୍ୟ କାର୍ତ୍ତିକ ଵିଧି କରି ବୈକୁଣ୍ଠକୁ ଗଲା l ମାସ ସାରା କରି ନ ପାରିଲେ କାର୍ତ୍ତିକ ପୁର୍ଣିମାରେ ଯିଏ କାର୍ତ୍ତିକ ବିଧିକୁ ଶ୍ରଦ୍ଧା ସହିତ ପାଳନ କରିବ ତାର ମଙ୍ଗଳ ହିଁ ମଙ୍ଗଳ ହେବ l ବ୍ରତ, ଉପବାସ, ତୀର୍ଥ ଭ୍ରମଣ କେବଳ ମାନସିକ ଶାନ୍ତି ଦେଇ ନ ଥାଏ, ଶାରୀରିକ କଷ୍ଟ ମଧ୍ୟ ଲାଘବ କରିଥାଏ l ନାସ୍ତିକ ମନ ଏହାକୁ ଉପହାସ କରେ ସିନା କିନ୍ତୁ ସନାତନ ସଂସ୍କୃତି ସର୍ବଦା ଧର୍ମ ଓ ବିଜ୍ଞାନକୁ ସମ୍ମିଳିତ କରି ଶାସ୍ତ୍ର, ପୁରାଣ ଉଲ୍ଲେଖ କରିଛି l ଯାହାକୁ ଆପଣେଇଲେ ସମସ୍ତ ଅସୁବିଧା ଦୂରହୁଏ ଓ ଜୀବନ ସହଜଲବ୍ଧ ହୋଇଥାଏ l

 

ଗୀତାଞ୍ଜଳି କର

ଗୀତାଞ୍ଜଳି କର

ଗୀତାଞ୍ଜଳି କର ଜଣେ ସୁପରିଚିତ ଲେଖିକା ଏବଂ ସମାଜସେବୀ। ତାଙ୍କର ଅନେକ ପୁସ୍ତକ ପ୍ରକାଶିତ ହୋଇ ସାରିଛି।

Related Posts

ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ୧୮୨ ତମ ଜୟନ୍ତୀ ପାଳିତ
More

ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ୧୮୨ ତମ ଜୟନ୍ତୀ ପାଳିତ

by Nirvik Bureau
June 5, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୫ ଜୁନ୍ ୨୦୨୬ ମାହାଙ୍ଗା ମାଟିର ଅନ୍ୟତମ ବରପୁତ୍ର ତଥା ଓଡ଼ିଆ ଅସ୍ମିତାର ଆଦ୍ୟ ଉଦ୍ ଗାତା ରାୟ ବାହାଦୁର ନନ୍ଦ କିଶୋର...

Read more
ଜଣେ ବିସ୍ମୃତ ଓଡ଼ିଆ ଅଭିଭାବକ

ଜଣେ ବିସ୍ମୃତ ଓଡ଼ିଆ ଅଭିଭାବକ

June 5, 2026
Story Not So Untrue

Story Not So Untrue

May 21, 2026
Vipul’s Voice: Crystal Clear Reality

Vipul’s Voice:
 Crystal Clear Reality

May 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୫)

May 15, 2026
Dhanada’s Discourse: Super El Nino Fear  and the Built Environment: India’s Heatwave Crisis and the Coming ENSO Challenge — A Call for Climate-Resilient Infrastructure

Dhanada’s Discourse: Super El Nino Fear  and the Built Environment: India’s Heatwave Crisis and the Coming ENSO Challenge — A Call for Climate-Resilient Infrastructure

May 8, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.