• About
  • Contact
Tuesday, September 22, 2026
Tuesday, September 22, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଗାନ୍ଧୀଙ୍କ ଦୃଷ୍ଟିରେ ନାରୀ

ଗାନ୍ଧୀଙ୍କ ଦୃଷ୍ଟିରେ ନାରୀ
Share on FacebookShare on Xshare on Whatsappshare on Linkedin

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨ ଅକ୍ଟୋବର ୨୦୨୩

ମହାତ୍ମା ଗାନ୍ଧୀ ନାରୀମାନଙ୍କୁ ଯଥେଷ୍ଟ ସମ୍ମାନ ପ୍ରଦର୍ଶନ କରୁଥିଲେ ଏବଂ ଆମ ସମାଜ ସେମାନଙ୍କୁ ସମୁଚିତ ମର୍ଯ୍ୟାଦା ପ୍ରଦର୍ଶନ କରୁ ବୋଲି ମଧ୍ୟ ଚାହୁଁଥିଲେ । ପରିବାର ଠାରୁ ଆରମ୍ଭ କରି ପାର୍ଲାମେଣ୍ଟ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ନାରୀ ମାନଙ୍କ ଭାଗୀଦାରିତା ଉପରେ ସେ ଗୁରୁତ୍ୱାରୋପ କରୁଥିଲେ । ଗାନ୍ଧିଜୀ ନାରୀମାନଙ୍କ ହାତରେ ସୁଦର୍ଶନ ଚକ୍ର ସଦୃଶ “ଅରଟ” ପ୍ରଦାନ କରି ସେମାନଙ୍କୁ ଆତ୍ମନିର୍ଭରଶୀଳ ହେବା ପାଇଁ ଯେଭଳି ବାଟ ଦେଖାଇଛନ୍ତି ଏବଂ ଦେଶ କାମରେ ସାମିଲ କରି ନାରୀ କର୍ମଶକ୍ତିର ଜାଗୃତି କରିଛନ୍ତି, ତାହା ପୃଥିବୀରେ ଅନ୍ୟତ୍ର ପରିଲକ୍ଷିତ ହୁଏ ନାହିଁ ।

ଗାନ୍ଧିଜୀଙ୍କ ନେତୃତ୍ୱରେ ଆମ ଦେଶରେ ବ୍ରିଟିଶ ସରକାର ବିରୁଦ୍ଧରେ ୧୯୨୦ ମସିହାରେ ଅସହଯୋଗ ଆନ୍ଦୋଳନ ଆରମ୍ଭ ହୋଇଥିଲା । ତା’ପୂର୍ବରୁ ଆମ ସମାଜରେ ଝିଅମାନେ ରନ୍ଧାବଢ଼ା କରି କେବଳ ଘର କାମରେ ସମୟ ବିତାଉଥଲେ । ନାରୀର କାମ ଥିଲା କେବଳ ଘରକରଣା । ଦେଶ କଥା ଚିନ୍ତା କରିବା କିମ୍ବା ଦେଶ କାମରେ ସାମିଲ ହେବା ସେମାନଙ୍କ ପାଇଁ ସ୍ବପ୍ନ ଥିଲା । କିନ୍ତୁ ସେତେବେଳେ ମହାତ୍ମା ଗାନ୍ଧୀ କହିଥିଲେ, ଅସହଯୋଗ ଯୁଦ୍ଧରେ ଉଭୟ ନାରୀ ଓ ପୁରୁଷ ସମାନ ଭାବରେ କାମ କରିବେ । ଦେଶର ସ୍ୱାଧୀନତା ସମର, ରାଜନୀତି ଚର୍ଚ୍ଚା, ଶାସନ କାର୍ଯ୍ୟ ଆଦି ପ୍ରତ୍ୟେକ କ୍ଷେତ୍ରରେ ନାରୀ ଏବଂ ପୁରୁଷ ଦୁହିଁଙ୍କର ସମାନ ଅଧିକାର ଅଛି । ମା’ ଭଉଣୀ ମାନେ ଦେଶ କାମରେ ଯୋଗଦେଇ ନିଜର ଦାବି ହାସଲ କରନ୍ତୁ । ତାଙ୍କର ଏହି ଆବେଗ ଭରା ଡ଼ାକରାରେ ଦେଶର ହଜାର ହଜାର ନାରୀ ଘରକୋଣରୁ ବାହାରି ଆସି ଅସହଯୋଗ ଆନ୍ଦୋଳନରେ ଝାସ ଦେଲେ । ପରିବାରର କୁନିକୁନି ପିଲାମାନଙ୍କ ଲାଳନ ପାଳନ ଦାୟିତ୍ୱ ନିଜେ ବହନ କରି ସ୍ୱାମୀ ଓ ଅନ୍ୟ ପୁରୁଷ ସଦସ୍ୟ ମାନଙ୍କୁ ଗାନ୍ଧିଜୀଙ୍କ ସତ୍ୟାଗ୍ରହରେ ସାମିଲ ହେବାପାଇଁ ପଠାଇ ଦେଇଥିଲେ । ଏପରିକି ଶହ ଶହ ନାରୀ ଗାନ୍ଧୀଙ୍କ ନାମ ଉଚ୍ଚାରଣ କରି ହସି ହସି କାରାବରଣ କରିଥିଲେ ।

ସମାଜରେ ନାରୀର ସ୍ଥାନ ସମ୍ପର୍କରେ ଗାନ୍ଧିଜୀ ବିଭିନ୍ନ ପ୍ରସଙ୍ଗରେ ଅନେକ ପ୍ରକାରର ମତ ପ୍ରଦାନ କରିଛନ୍ତି । ହିନ୍ଦୁ ନାରୀ ଉପରେ ସ୍ୱାମୀର ଅମାନବୀୟ ଅତ୍ୟାଚାର ପ୍ରସଙ୍ଗରେ ସେ ଦର୍ଶାଇଛନ୍ତି, ସ୍ତ୍ରୀ ହେଉଛି “ଗୃହ ଲକ୍ଷ୍ମୀ” । ସେ ରାଣୀ କିମ୍ବା ଦାସୀ ନୁହେଁ । ସ୍ତ୍ରୀ ସ୍ୱାମୀର ଅତ୍ୟଧିକ ବଶ୍ୟତା ସ୍ୱୀକାର କରିବା ଏବଂ ସ୍ୱାମୀ ଦେହରେ ପୂର୍ଣ୍ଣ ଲୀନ ହେବା ହେଉଛି ହିନ୍ଦୁ କୁଷ୍ଟିର ପ୍ରମାଦ । ପରିଣାମରେ ସ୍ୱାମୀ ସମୟ ସମୟରେ ପଶୁ ଭଳି ତା’ର କର୍ତ୍ତୃତ୍ୱ ପ୍ରୟୋଗ କରେ । ତେବେ ଆଇନ ମାଧ୍ୟମରେ ନୁହେଁ ବରଂ ଖୋଦ ନାରୀ ନିଜେହିଁ ଏହି ସମସ୍ୟାର ପ୍ରତିକାର କରିବା ସମ୍ଭବ । ନାରୀ ତା’ର ଆଇନଗତ ବନ୍ଧନକୁ ଛିନ୍ନ ନକରି ମଧ୍ୟ ସ୍ୱାମୀ ଠାରୁ ପୃଥକ ରହି ଆଦୌ ବିବାହ କରିନଥିବା ଭଳି ନିଜକୁ ଜ୍ଞାନ କରିପାରିବ । ଅନ୍ୟପକ୍ଷରେ ସମାଜସେବାରେ ନିୟୋଜିତ ହୋଇ ସ୍ୱାମୀର ଶଯ୍ୟାଭାଗିନୀ ନହେବାର କ୍ଷତି ପୂରଣ ଠାରୁ ଅଧିକ ହେଲା ବୋଲି ବିଚାରି ପାରିବ । ସେହିପରି ବିବାହିତ ଜୀବନକୁ ଏକ ଶୃଙ୍ଖଳା ଓ ଆଚାରପୂର୍ଣ୍ଣ ଜୀବନ ବୋଲି ଉଲ୍ଲେଖ କରି ସେ ଜଣାଇଛନ୍ତି, ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ମତ ପାର୍ଥକ୍ୟ ଉପୁଜିଲେ – ସ୍ତ୍ରୀ ଯଦି ବିଚାର କରେ ସେ ସଠିକ୍ ମାର୍ଗରେ ଅଛି, ତେବେ ସେ ମୀରା ବାଇଙ୍କ ପନ୍ଥା ଆପଣେଇ ନେବା ଉଚିତ ।

ଅନ୍ୟାନ୍ୟ ପ୍ରସଙ୍ଗରେ ବାପୁ କହିଛନ୍ତି, ଆଇନର ଆଶ୍ରୟ କିମ୍ବା ସମାଜର ପରିହାସକୁ ଭୃକ୍ଷେପ ନକରି ସାହସିକ ପଦକ୍ଷେପ ଗ୍ରହଣ ନିମନ୍ତେ ନାରୀର ଚରିତ୍ର ଅତ୍ୟନ୍ତ ମଜଭୁତ ହେବା ଦରକାର । ନାରୀ ହେଉଛି ତ୍ୟାଗ ଓ ସହନଶୀଳତାର ମୂର୍ତ୍ତିମନ୍ତ ପ୍ରତୀକ । ନାରୀର ସମ୍ପତ୍ତି ହେଉଛି ତା’ର ଚରିତ୍ର, ନୈତିକତା ଓ ଶିକ୍ଷା । ସ୍ତ୍ରୀ ଓ ପୁରୁଷଙ୍କ ମଧ୍ୟରେ ଅତିରିକ୍ତ ଇନ୍ଦ୍ରିୟ ଲାଳସାହିଁ ନାରୀକୁ ଆଜି ପୁରୁଷର ଦାସୀ କରି ଗଢ଼ି ତୋଳିଛି । ନାରୀ ପୁରୁଷକୁ ବଶ କରିବା ପାଇଁ ତା’ର ସମସ୍ତ ସୁକ୍ଷ୍ମ ଉପାୟ ଅଜ୍ଞାତରେ ଅବଲମ୍ବନ କରେ ।

ଅନ୍ୟପକ୍ଷରେ ପୁରୁଷ ମଧ୍ୟ ନାରୀକୁ ତା’ର ଆୟତାଧିନ କରିବା ଲାଗି ଯତପରୋନାସ୍ତି ଉଦ୍ୟମ ଚଳାଇଥାଏ । ତେଣୁ ନାରୀ ନିରାଡ଼ମ୍ବର ତଥା ସାଜସଜ୍ଜାବିହୀନ ଜୀବନ ବିତାଇବା ସହିତ ନିଜକୁ ପୁରୁଷର ଲାଳସାର ସାମଗ୍ରୀ ବୋଲି ବିବେଚନା କରିବା ଉଚିତ୍ ନୁହେଁ ।

ଆଧୁନିକ ସୁସଜ୍ଜିତ ବାଳିକାମାନଙ୍କୁ ଲକ୍ଷ୍ୟ କରି ଗାନ୍ଧିଜୀ ଥରେ କହିଥିଲେ, ଗୋଟିଏ ଭୟ ମୋ ଭିତରେ ଅଛି ଯେ, ଆଧୁନିକା ବାଳିକାମାନେ ଅଧ ଡର୍ଜନ ଖଣ୍ଡେ “କେଦାର”ଙ୍କର “ଗୌରୀ” ହେବାକୁ ସୁଖ ପାଆନ୍ତି । ସେମାନେ ପୋଷାକ ପିନ୍ଧନ୍ତି ପାଣି, ପବନ, ଖରା ଓ ଧାସରୁ ଆପଣାକୁ ବଞ୍ଚେଇବା ପାଇଁ ନୁହେଁ, ବରଂ ଅନ୍ୟର ଦୃଷ୍ଟିକୁ ଆକର୍ଷଣ କରିବା ନିମନ୍ତେ ତା’ର ବେଶ ପ୍ରସାଧନ ଉଦ୍ଧିଷ୍ଟ । ସେଥିଲାଗି ସେ ନିଜକୁ ରଂଜିତ କରେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଅଧିକ ମନୋରମ କରିବା ପାଇଁ ।

ଅନ୍ୟ ଏକ ପ୍ରସଙ୍ଗରେ ବାପୁ କହିଛନ୍ତି, ଅନେକ ନାରୀର ପତନ ପାଇଁ ପୁରୁଷକୁ ଦୋଷ ଦେଇଥାନ୍ତି । କିନ୍ତୁ ନାରୀ ଠିକ୍ ଥିଲେ, ପୁରୁଷ ନାରୀକୁ ଭୁଲି ପାରିବ ନାହିଁ । ନାରୀର ଇଛା ବିରୁଦ୍ଧରେ ବଳାତ୍କାର କରିବା ପୁରୁଷ ପକ୍ଷରେ ଅସମ୍ଭବ । ନାରୀ ଯେତେବେଳେ ଭୟର ବଶବର୍ତ୍ତୀ ହୋଇଯାଏ କିମ୍ବା ତା’ର ନୈତିକ ବଳ କଳନା କରିପାରେ ନାହିଁ, ସେତେବେଳେ ବଳାତ୍କାର ସମ୍ଭବ ହୁଏ ।

ସେଥିପାଇଁ ବର୍ତ୍ତମାନର ଯୁଗରେ ନାରୀ ତା’ର ନୈତିକ ବଳ ଉପରେ ଠିଆ ହେବାର ସମୟ ଉପଗତ ହୋଇଛି । ଯିଏ ନିଜର ନୈତିକ ବଳ ଓ ଭଗବତ ବଳ ଉପରେ ଛିଡ଼ା ହୋଇପାରିବ, ସିଏ ହେଉଛି ପ୍ରକୃତରେ ଗାନ୍ଧୀ କଳ୍ପିତ ନାରୀ ।

ପ୍ରଭୁକଲ୍ୟାଣ ମହାପାତ୍ର

ପ୍ରଭୁକଲ୍ୟାଣ ମହାପାତ୍ର

ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର
ମୋବାଇଲ : ୯୯୩୭୭୧୧୩୮୯

Related Posts

ଆମେ ପାଉଡି ଭୂୟାଁ (ଭାଗ ୧୮)
More

ଆମେ ପାଉଡି ଭୂୟାଁ (ଭାଗ ୭୯)

by ଭବେଶ ଚନ୍ଦ୍ର କର
September 17, 2026

ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୭ ସେପ୍ଟେମ୍ବର ୨୦୨୬ ତାପରଦିନ ସନ୍ଧ୍ୟାରେ ଆମେ ଜଙ୍ଗଲରୁ ଫେରି ଦାଣ୍ଡପିଣ୍ଡାରେ ବସି କଥା ହେଉଛୁ ଏହି ସମୟରେ ଦେହୁରୀ ଦାଦାଙ୍କ...

Read more
Dhanada’s Discourse: The Day AI Started Doing the Work  – The Opportunity and Pitfalls of Agentic AI

Dhanada’s Discourse: The Day AI Started Doing the Work – The Opportunity and Pitfalls of Agentic AI

September 9, 2026
Vipul’s Voice:What is Spirituality?

Vipul’s Voice:
What is Spirituality?

August 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୮)

August 14, 2026
Dhanada’s Discourse: The Cloud Has a Thirst – India’s data-centre dilemma

Dhanada’s Discourse: 
The Cloud Has a Thirst – India’s data-centre dilemma

August 10, 2026
Vipul’s Voice: Realisation at the age of 70

Vipul’s Voice:
 Realisation at the age of 70

July 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.