• About
  • Contact
Monday, August 24, 2026
Monday, August 24, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଆଉ କାହାପାଇଁ ପଣ୍ଡିଚେରୀ ?

ଆଉ କାହାପାଇଁ ପଣ୍ଡିଚେରୀ ?
Share on FacebookShare on Xshare on Whatsappshare on Linkedin
ଶୈଳବାଳା ମହାପାତ୍ର, ୨୭ ଅଗଷ୍ଟ ୨୦୨୨

ଉଣେଇଶି ଶହ ବୟାନବେ ମସିହା (୧୯୯୨) ଡିସେମ୍ବର ମାସର ଶେଷାର୍ଦ୍ଧରେ ପ୍ରତିବର୍ଷ ଭଳି ପିଲାମାନଙ୍କୁ ନେଇ ଦିଲ୍ଲୀ ଯାଇଥିଲି ସ୍ଵାମୀ ଙ୍କ ପାଖକୁ। ତାହା ପିଲାମାନଙ୍କର ଓ ମୋର X’MAS ଛୁଟି। ସ୍ଵାମୀ ମାନସ ରଞ୍ଜନ ମହାପାତ୍ର ନ୍ୟାସନାଲ ବୁକ୍ ଟ୍ରଷ୍ଟ ର ଓଡ଼ିଆ ସମ୍ପାଦକ ଭାବେ କାର୍ଯ୍ୟ କରୁଥାନ୍ତି ନୂଆ ଦିଲ୍ଲୀରେ ।

ଦିଲ୍ଲୀରେ ପହଞ୍ଚି ଜାଣିଲି ଯେ ଆମେ ପଣ୍ଡିଚେରୀ ଯିବୁ ଏବଂ ପଣ୍ଡିଚେରୀ ଠାରୁ ଯିବୁ କନ୍ୟା କୁମାରୀ। ତେବେ ପଣ୍ଡିଚେରୀ ଯିବାର ମୁଖ୍ୟ ଆକର୍ଷଣ ଥିଲେ ପ୍ରିୟ ଲେଖକ ଶ୍ରୀ ମନୋଜ ଦାସ !

ମନୋଜ ସାର୍ ଆମ ପାଇଁ ଆଶ୍ରମର ଅତିଥି ଭବନରେ ରୁମ୍ ବୁକ୍ କରିଦେଇଥିଲେ। ଆମେ ପହଞ୍ଚିଲା ବେଳକୁ ରାତି ହେଇଯାଇଥିଲା। ସାର୍ ଆମ ପାଇଁ ଅପେକ୍ଷା କରି କରି ସବୁ ବ୍ୟବସ୍ଥା କରି ଯାଇଥିଲେ । ମତେ ସବୁଠୁ ଆଶ୍ଚର୍ଯ୍ୟ ଲାଗିଲା, ସକାଳୁ ସକାଳୁ ବିଶ୍ଵବିଖ୍ୟାତ ଲେଖକ, ସମ୍ପାଦକ, ଦାର୍ଶନିକ,ଚିନ୍ତାନାୟକ ମନୋଜ ଦାସ ସାଇକେଲ ଖଣ୍ଡିଏ ଚଢ଼ି ଆମ ପାଖେ ପହଞ୍ଚିଲେ ପିଲାମାନଙ୍କ ସୁବିଧା ଅସୁବିଧା ବୁଝିବା ପାଇଁ ! କେତେ ନମ୍ର କେଡେ ସରଳ ! କେତେ ଆପଣାପଣ ! ତାଙ୍କ ପ୍ରତିଭା ସମକ୍ଷରେ କେତେ ତୁଚ୍ଛ ଆମେ।ଅଥଚ ଆମକୁ ସେ କେତେ ଗୁରୁତ୍ଵ ଦେଇ ନିଜର ଭାବେ ବ୍ୟବହାର କରିଥିଲେ !

ପିଲାଦିନେ ଜହ୍ନମାମୁଁରେ ମନୋଜ ଦାସଙ୍କ ଲେଖା ପଢ଼ିଥିଲି।ଭଲ ଲାଗୁଥିଲା। କିନ୍ତୁ ମନୋଜ ଦାସ ବ୍ୟକ୍ତିଟି ଯେ ଏକ ବିରାଟ କାରୁକାର୍ଯ୍ୟ ମୟ ସୈ।ଧ; ତାହା କଲେଜରେ ପଢ଼ିବା ବେଳେ ତାଙ୍କର କିଛି କିଛି କାହାଣୀ ପଢ଼ି ମୁଗ୍ଧ ହେଲାବେଳେ ବି ଜାଣି ପାରିନଥିଲି। ଯଦିଓ ଆମ ସ୍କୁଲ ପାଠ୍ୟ ବହିରେ “ଶେଷ ବସନ୍ତର ଚିଠି” ପଢ଼ି କିଛି ଦିନ ଖୁବ୍ ଅନ୍ୟମନସ୍କ ରହିଲି ଏବଂ ଅନେକ ଦିନ ପର୍ଯ୍ୟନ୍ତ ରୀନା ମୋ ଛାତିରୁ ଓହ୍ଲାଇ ନଥିଲା । ଶେଷ ବସନ୍ତର ଚିଠି ପଢିବା ପରେ ଯେଉଁ ପତ୍ରିକା ରେ ତାଙ୍କ ନାମଟି ଦେଖେ, ନିଶ୍ଚୟ ସେଇ କାହାଣୀ ବା ନିବନ୍ଧଟି ପଢେ। ଏହାପରେ ମାନସ ମତେ ସାର୍ ଙ୍କ ବହି ଗୋଟେ ଦି’ଟା ଆଣି ଦିଅନ୍ତି। ସେସବୁ ପଢିବା ପରେ ଲେଖକ ମନୋଜ ଦାସଙ୍କ ପ୍ରତି ମୋର ଭକ୍ତି ଓ ଅନୁରକ୍ତି ପ୍ରଗାଢ଼ ହୁଏ। ଏତେ ଭଲ ଲାଗେ ତାଙ୍କ ଲେଖା ଯେ ବହିଟି ପାଇବା ମାତ୍ରେ ସୁନ୍ଦରକି ସଜାଡି ତୁମେ; ବିଲକୁଲ୍ ନିରୋଳାରେ ଅନୁଭବ କରିବା ପାଇଁ। ଏକଦମ୍ ଜଞ୍ଜାଳହୀନ ହୋଇ ଚୁପଚାପ୍ ପଢିବି ବୋଲି କିଛି ପୁସ୍ତକ ସାର୍ ଙ୍କର ଏବେ ବି ଅପଢା ହୋଇ ରହିଛି । ଅନ୍ୟ କାହାକୁ ହାତ ମରେଇ ଦେଇନି।

ପଣ୍ଡିଚେରୀରେ ଆମେ ସାର୍ ଙ୍କ ଘରକୁ ଗଲୁ। ପ୍ରତିଜ୍ଞା ମାଡାମ୍ (ସାର୍ ଙ୍କ ପତ୍ନୀ) ଙ୍କ ସହ ଦେଖାହେଲା। ସାର୍ ମୋ ପିଲାମାନଙ୍କୁ ଖୁବ୍ ସ୍ନେହ କଲେ। ଆମେ ଡିସେମ୍ବର ଶେଷ ବେଳକୁ ପଣ୍ଡିଚେରୀ ଯାଇଥିଲୁ । ମୁଁ ତା୧୫-୧୧-୯୨ ରେ ଅର୍ଥାତ୍ ଠିକ୍ ମାସକ ପୂର୍ବରୁ ମନୋଜ ଦାସଙ୍କ କବିତା ସଙ୍କଳନ “ତୁମ ଗାଁ ଓ ଅନ୍ୟାନ୍ୟ କବିତା” ପଢ଼ି ଏତେ ବିଭୋର୍ ହେଇଥିଲି ଯେ ତାଙ୍କୁ ସମର୍ପଣ କରି କବିତାଟିଏ ଲେଖିଥିଲି । ମୋର ଖୁବ୍ ଇଛା ଥିଲା କବିତାଟି ସାର୍ ଙ୍କୁ ପଢ଼ି ଶୁଣାଇବି ବୋଲି। ମତେ କିନ୍ତୁ ଲାଜ ତଥା ଡର ଡର ଲାଗିଲା। “ଏତେ ବଡ଼ ଲେଖକ ଙ୍କ ଆଗେ ପଢ଼ିକି ଶୁଣେଇବି କ’ଣଟେ ଲେଖିଛି ଯେ ମୁଁ —-“!
ସେ କବିତା ଟି ଥିଲା ଏଇପରି :

କେମିତି ସେ ଗାଆଁ ଗୋଟି
ଭାବିହୁଏ
ପଢ଼ିସାରି :”ତୁମ ଗାଁ ଅନ୍ୟାନ୍ୟ କବିତା”
ସେ ଅବା ଅଳସୀ କନ୍ୟା
ଛୁଇଁଦେଲେ ଝରିଯିବ
ଆଖି ତା’ର ତନ୍ଦ୍ରାରେ ଆନତା !

ଏମିତି ବା ହେଇଥିବ:
ଚପଳ କିଶୋରୀ ଟିଏ
ପାଦରେ ତା’ ସ୍ଵପ୍ନର ନୂପୁର
ସେ ସ୍ବପ୍ନରେ ମତୁଆଲା ପ୍ରିୟ ତମେ
ହୋଇଥିବ ଶବ୍ଦରେ ବିଭୋର !

ସେ ଗାଆଁର ଶାନ୍ତ ଖରା ଜହ୍ନ ରାତି
ସାବଜା ଦିଗ୍ ବଳୟ
ତମକୁ କରିଲା ମାୟାଛନ୍ନ
ମୋହରେ ଚିତ୍ରିଲ ଛବି କେତେ
ଜୀବନ ଜୀବନ !!

ପ୍ରାଣମୟ କଲା ଯେଉଁ ଗାଆଁ ଗୋଟି
ତମ ସୃଜନ ସଂପ୍ରୀତି
ସେ ଗାଆଁ ଶ୍ଯାମଳ ପଦେ
ବାଢେ ମୋର ଛୋଟିଆ ପ୍ରଣତି !!
(୧୫-୧୧-୧୯୯୨ , ପୁରୀ )

ସେଦିନ କବିତା ଟି ଶୁଣାଇ ପାରିଲି ନାହିଁ। ଏବେ ଏବେ ଜାଣିଲି ମନୋଜ ସାର୍ ସମସ୍ତଙ୍କ କଥା ଶୁଣନ୍ତି । ସମସ୍ତଙ୍କ ଚିଠିର ଉତ୍ତର ଦିଅନ୍ତି। ଏମିତିକି ମୋ ସାନ ଭଉଣୀ ତାଙ୍କୁ ଲେଖିଥିବା ଖଣ୍ଡେ ପୋଷ୍ଟ କାର୍ଡ ର ଉତ୍ତର ମଧ୍ୟ ସେ ଦେଇଥିଲେ ବୋଲି ମୋ ସାନ ଭଉଣୀ ଠାରୁ ଏବେ ଶୁଣିବାକୁ ପାଇଲି । ଏସବୁ ଶୁଣିବା ପରେ ମୋ ମନ ଭୀଷଣ ଦୁଃଖ ହେଲା।ଆହା ,କବିତାଟି ଶୁଣାଇଥାନ୍ତି ହେଲେ !!

ମନୋଜ ସାର୍ ଙ୍କ ଘରୁ ଫେରିବା ବେଳକୁ ସେ ମତେ ଶ୍ରୀମା ଓ ଶ୍ରୀ ଅରବିନ୍ଦଙ୍କ ଆଶୀର୍ବାଦ ପତ୍ରିକା ଓ ଧୂପକାଠି ଇତ୍ୟାଦି ଦେଇଥିଲେ। ସେ ଆଶୀର୍ବାଦ ଏବେ ବି ମୋ ପାଖରେ ଅଛି। କେବଳ ଏତିକି ନୁହେଁ; ଯେତେବେଳେ ସାର୍ ଦିଲ୍ଲୀ ଆସନ୍ତି,ମାନସଙ୍କ ହାତରେ ଘର ପାଇଁ ଆଶ୍ରମ ଧୂପ କାଠି ଧୂପବତୀ ପଠାନ୍ତି । ମୁଁ କିନ୍ତୁ ସେ ଉଜ୍ଜ୍ୱଳ ଅଧ୍ଯାତ୍ମ ବ୍ୟକ୍ତିତ୍ଵ ପାଇଁ କିଛି ପଠାଇ ପାରିଲି ନାହିଁ ।ମାନସ ବି ଏତେ ଲେଖକ ଙ୍କୁ ଘରକୁ ଡାକିକି ଆଣନ୍ତି । ଦିନେ ହେଲେ ମନୋଜ ସାର୍ ଙ୍କୁ ଡାକି ଆଣିନାହାନ୍ତି ।

ମୁଁ ଯେତେ ଯେତେ ମନୋଜ ଦାସଙ୍କ ଲେଖା ପଢ଼ିଲି ସେ ବ୍ୟକ୍ତିତ୍ଵ ପ୍ରତି ସେତେ ସେତେ ଆକର୍ଷଣ ଅନୁଭବ କଲି। ଦିଲ୍ଲୀରେ ମନୋଜ ସାର୍ ଙ୍କ ସହ ଦେଖା ହୋଇଛି।ବିଶ୍ଵପୁସ୍ତକ ମେଳା ରେ ଭେଟ ହୋଇଛି । ଅରବିନ୍ଦ ଆଶ୍ରମ, ନୂଆଦିଲ୍ଲୀରେ ଥରେ ମୁଁ ପିଲାମାନଙ୍କୁ ନେଇ ତାଙ୍କ ପାଖକୁ ଯାଇଥିଲି। ସାର୍ ଙ୍କ ଆଣ୍ଠୁ ଅପରେସନ ବେଳେ ମଧ୍ୟ ସେଇଠାରେ ଦେଖା ହୋଇଛି। ମାତ୍ର ସେ ଦେଖାରେ ମୋ ମନ ପୁରି ନାହିଁ । ଛାତି ଭିତରେ ଆଶାଟିଏ ବାନ୍ଧି ରଖିଥିଲି କେବେ ଥରେ ପୁଣି ପଣ୍ଡିଚେରୀ ଯିବି। ମନୋଜ ସାର୍ ଙ୍କ ସହ ଦୁଇପଦ କଥା ହେବି। ମାନସ ଙ୍କୁ ଏକଥା ବହୁବାର କହିଲି ।ସେ ନେଲେ ନାହିଁ। ବୋଧହୁଏ ସରକାରୀ ଟୁର୍ କୁ ଅପେକ୍ଷା ରଖିଥିଲେ । ମୁଁ ମଧ୍ୟ ଜୀବନରେ ଏତେ କାମ ଏକା ଏକା କଲି । ପଣ୍ଡିଚେରୀ ଯିବାକଥା ବି ଏକା ଏକା ସିଦ୍ଧାନ୍ତ ନେଇ ଯାଇ ପାରିଥାନ୍ତି ! ମୁଣ୍ଡକୁ ସେତକ ସେତେବେଳେ ଯୁଟି ନଥିଲା । ଏବେ ଏତେ ମନସ୍ତାପ ହେଉଛି !

ଇନ୍ଦ୍ରଦ୍ୟୁମ୍ନ ତୀର୍ଥ ପୋଖରୀ ପାଖରେ, ମଧୁବନ ଷଷ୍ଠ ଗଳି ରେ ମୋର ଘର ।ଛୋଟ ଘରଟିଏ । ମୁଁ ସେଇଠି ଉପର ବଖରାକୁ ଗଲାବେଳେ ମୋ ଖୋଲା ସିଡ଼ିରେ ଆକାଶ ଦେଖାଯାଏ । ବିଶେଷ କରି ଅପରାହ୍ନରେ ସିଡ଼ି ଚଢ଼ିଲା ବେଳେ ସୂର୍ଯ୍ୟାସ୍ତର ସେ ଶାଶ୍ଵତ ସୁଷମାରେ ମୁଁ ଆତ୍ମହରା ହୁଏ ।ସେ ଦୃଶ୍ୟ କୁ ବର୍ଣ୍ଣନା କରିବା ପାଇଁ ମୋ ପାଖେ ଶବ୍ଦ ନଥାଏ ।ମନେ ପଡ଼ନ୍ତି ମନୋଜ ଦାସ। ଭାବେ କେତେ ଚମତ୍କାର ଭାବେ ସେ ବର୍ଣ୍ଣନା କରନ୍ତି ଆକାଶର ଅନୁପମ ଶୋଭାକୁ ! ଏଦୃଶ୍ଯ ତ କେବଳ ତାଙ୍କରି ଲେଖନୀରେ ଉପଯୁକ୍ତ ସ୍ଥାନ ପାଇ ପାରିବ । କାହିଁକି କେଜାଣି ସେଘର ର ସେଇ ସିଡ଼ି ର ଶେଷ ପାହାଚରେ ମୁଁ ସବୁବେଳେ ଅଟକିଯାଏ । ମନ ଭିତରକୁ ମନୋଜ୍ ସାର୍ ଚାଲିଆସନ୍ତି । ହୃଦୟ ଆନ୍ଦୋଳି ହେଇଯାଏ।

ମୋ ଜୀବନର ଅନେକ ସମସ୍ୟାର ସମାଧାନ ମନର ଅସରନ୍ତି ଉଦବେଳନ ର ସ୍ଥିରତା ବହୁ ପ୍ରଶ୍ନର ଉତ୍ତର ମୁଁ ସ୍ରଷ୍ଟା ମନୋଜ ଦାସଙ୍କ ଲେଖାଗୁଡ଼ିକରୁ ପାଇଛି ।ମନଭିତରେ ଥିଲା ପଣ୍ଡିଚେରୀ ଯିବି। ସମସ୍ୟା ଓ ପ୍ରଶ୍ନର ଭଉଁରୀ ଭିତରେ ଉବୁଟୁବୁ ହୃଦୟ କୁ ମନୋଜ ସାର୍ ଙ୍କ ହସ ହସ ମୁହଁର ସରଳ ସମାଧାନରେ ଶାନ୍ତ କରି ଆସିବି —- !!

।। ପ୍ରଣତି।।
(କବି ମନୋଜ ଦାସଙ୍କୁ)

ଶୈଳବାଳା ମହାପାତ୍ର

ଶୈଳବାଳା ମହାପାତ୍ର

ବିଶିଷ୍ଟ କବି ଓ ସାହିତ୍ୟିକ, ଦୂରଭାଷ ନଂ ୭୦୦୮୫୮୬୫୦୧

Related Posts

Vipul’s Voice:What is Spirituality?
More

Vipul’s Voice:
What is Spirituality?

by Vipul Agarwal
August 19, 2026

Vipul Agarwal, Delhi, 19 August 2026 The five elements, Prithvi, Jal, Agni, Vayu, and Aakash, are the fundamental components of the...

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୮)

August 14, 2026
Dhanada’s Discourse: The Cloud Has a Thirst – India’s data-centre dilemma

Dhanada’s Discourse: 
The Cloud Has a Thirst – India’s data-centre dilemma

August 10, 2026
Vipul’s Voice: Realisation at the age of 70

Vipul’s Voice:
 Realisation at the age of 70

July 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୭)

July 17, 2026
ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

July 16, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.