• About
  • Contact
Monday, June 8, 2026
Monday, June 8, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

କେଉଁଠି ସେ ଭୂତକୋଠି ?

କେଉଁଠି ସେ ଭୂତକୋଠି ?
Share on FacebookShare on Xshare on Whatsappshare on Linkedin
ମାନସ ରଂଜନ ମହାପାତ୍ର, ପୂରୀ, ୧୫ ସେପ୍ଟେମ୍ବର ୨୦୨୩

ମୋ ପିଲାଦିନେ ମୋର ଛୋଟ ସହର ପୁରୀରେ ଥିଲା ଏକ ଭୂତ ଘର, ଲୋକମୁଖରେ ଯାହାର ନାଁ ଥିଲା ଭୂତକୋଠି । ଏହା କଲିକତାର ଜଣେ ବ୍ୟକ୍ତିଙ୍କର ଥିଲା । ଷଷ୍ଠ ଶ୍ରେଣୀ ପରଠାରୁ, ମୁଁ ମୋ ସ୍କୁଲ ବିଶ୍ଵମ୍ବର ବିଦ୍ୟାପୀଠକୁ ଯିବା ସମୟରେ PWD କାର୍ଯ୍ୟାଳୟ ସାମ୍ନାରେ ଏହାକୁ ଦେଖୁଥିଲି । ସେହି ଦିନଗୁଡ଼ିକରେ ସକାଳେ ରାସ୍ତାରେ କମ୍ ଭିଡ଼ ରହୁଥିଲା । ମୁଁ ଭୟଭୀତ ହୋଇଯାଉଥିଲି ।

ସେଠାରେ ପରେ ଏକ ଟେଲିଫୋନ୍ ଏକ୍ସଚେଞ୍ଜ କାମ କରୁଥିବା ମୁଁ ଦେଖିଲି । ଏହି ଘରଟି ଥିଲା ଏକ ଢିପଜାଗା ଉପରେ । ଆମେ ବେଳେବେଳେ ଭୟ ସହକାରେ ଏହା ନିକଟକୁ ଯାଉଥିଲୁ ।

ଶ୍ରୀ ହୋଟେଲ ଏବଂ ରେଷ୍ଟୁରାଣ୍ଟ ନାମରେ ମୋ ବାପାଙ୍କର ଗୋଟିଏ ହୋଟେଲ ଥିଲା । ପୁରୀରେ କାର୍ଯ୍ୟ କରୁଥିବା ଜଣେ ବଙ୍ଗୀୟ ଭଦ୍ରଲୋକ ଦୈନିକ ମଧ୍ୟାହ୍ନ ଭୋଜନ କରିବାକୁ ସେଠାକୁ ଆସୁଥିଲେ । ତାଙ୍କ ନାମ ଥିଲା ରମେଶ ତାଲୁକଦାର, ସେ ସେହି ଏକ୍ସଚେଞ୍ଜରେ ଟେଲିଫୋନ୍ ଅପରେଟର ଥିଲେ । ୧୯୭୧ରେ ପୁରୀରେ ପ୍ରାୟ ୨୦୦ ଟେଲିଫୋନ୍ ସଂଯୋଗ ଥିଲା ।

ତାଲୁକଦାର ମଉସା ମୋତେ ୧୯୭୨ରେ ପ୍ରଥମ ଥର ପାଇଁ ସେହି ଏକ୍ସଚେଞ୍ଜକୁ ନେଇଯାଇଥିଲେ । ଏଠାରେ ସୁପରଭାଇଜର, ପିଅନ ଏବଂ ସିକ୍ୟୁରିଟି ଗାର୍ଡଙ୍କ ସମେତ ପ୍ରାୟ ୧୦ ଜଣ କର୍ମଚାରୀ ଥିଲେ। ସନ୍ଧ୍ୟା ହୋଇଯିବାରୁ ମୁଁ ଡରିଗଲି । ତାଲୁକଦାର ମଉସା ମୋତେ ଘରେ ଛାଡିଦେଲେ ।

ସେ ସମୟରେ ମୋର ଛୋଟ ସହରରେ ଗୋଟିଏ ଦୁଇଟି ଆମ୍ବାସାଡର କାରକୁ ଛାଡ଼ିଦେଲେ ଅନେକ ମାନବଚାଳିତ ରିକ୍ସା ଏବଂ ୩ଟି ଫିଏଟ୍ କାର୍ ଥିଲା । ପ୍ରଭୁ ଜଗନ୍ନାଥଙ୍କୁ ଛାଡ଼ିଦେଲେ ସମୁଦ୍ରକୂଳ ଥିଲା ଏକମାତ୍ର ବାଣିଜ୍ୟସ୍ଥଳ ।

ତାଲୁକଦାର ମଉସା ଥିଲେ ରବୀନ୍ଦ୍ର ସଂଗୀତ ଅନୁରକ୍ତ। ପୁରୀର ସେଣ୍ଟ୍ରାଲ ସ୍କୁଲର ପ୍ରିନ୍ସିପାଲ ଭାବରେ ଜଣେ ବୃଦ୍ଧ ବଙ୍ଗୀୟ ବ୍ୟକ୍ତିଙ୍କୁ ପୋଷ୍ଟିଂ କରାଯାଇଥିଲା । ୧୯୭୬ ମସିହାରେ ଆମ ହୋଟେଲ ବନ୍ଦ ହୋଇଗଲା, କିନ୍ତୁ ତାଲୁକଦାର ମଉସା ଏବଂ ମୁଁ ଯୋଗାଯୋଗରେ ଥିଲୁ । ସେହି ବଙ୍ଗୀୟ ପ୍ରିନ୍ସିପାଲଙ୍କ ଝିଅ ଥିଲେ ଜଣେ ଗାୟିକା । ପ୍ରିନ୍ସିପାଲ ଥିଲେ ବିପତ୍ନୀକ । ତାଲୁକଦାର ମଉସା ଏବଂ ମୁଁ ସଙ୍ଗୀତ ଅଭ୍ୟାସ ପାଇଁ ସେଠାକୁ ଅନେକଥର ଯାଇଥିଲୁ । ଥରେ ହାରମୋନିୟମ ପାଇବା ପରେ ତାଲୁକଦାର ମଉସା ଏକଘଣ୍ଟା ପାଇଁ ରବୀନ୍ଦ୍ର ସଂଗୀତ, ନଜରୁଲ ସଂଗୀତ, ଶ୍ୟାମା ସଂଗୀତ ଏବଂ ଲୋକଗୀତ ଗାଉଥିଲେ । ମୁଁ ଓଡିଆ ଭକ୍ତିଗୀତ ଏବଂ ତତ୍କାଳୀନ ପ୍ରସିଦ୍ଧ ଓଡ଼ିଆ ଗାୟକ ଅକ୍ଷୟ ମହାନ୍ତି ଏବଂ ପ୍ରଫୁଲ୍ଲ କରଙ୍କ ଗୀତଗୁଡ଼ିକ ଗାଇବାକୁ ଚେଷ୍ଟା କରୁଥିଲି । ମୁଁ ମଧ୍ୟ ସେମାନଙ୍କ ପ୍ରଭାବରେ ବାଉଲ୍ ଗୀତ ଶିଖିବାକୁ ଚେଷ୍ଟା କଲି ।

ଧୀରେ ଧୀରେ ଟେଲିଫୋନର ବ୍ୟବହାର କମିଗଲା । ଟେଲିଫୋନ୍ ଏକ୍ସଚେଞ୍ଜ ମଧ୍ୟ ପୁରୀ ରେଳଷ୍ଟେସନ ନିକଟରେ ଥିବା ନିଜ କୋଠାକୁ ସ୍ଥାନାନ୍ତର ହୋଇଗଲା । ତାଲୁକଦାର ମଉସା ତାଙ୍କ ସହର କଲିକତାକୁ ବଦଳି ହୋଇଗଲେ। ପୁରୁଣା ଭୂତମାନଙ୍କ ଘର ଚାରିପାଖରେ ନୂଆଘରଗୁଡ଼ିକ ତିଆରି ହୋଇଆସୁଥିଲା । ଶେଷଥର ପାଇଁ ମୁଁ ସେଠାରେ ମହର୍ଷି ମହେଶ ଯୋଗୀ ସଂଗଠନର ଏକ ଧ୍ୟାନ କେନ୍ଦ୍ର ଦେଖିଥିଲି ।

କିଛିକାଳ ପୂର୍ବେ ମୋର ଯୁବବନ୍ଧୁ ଅଭିନ୍ନ ହୋତା ମୋତେ ସେଇ ତଥାକଥିତ ଭୂତକୋଠି ନିକଟ ମଟନ୍ ଜଙ୍କସନରେ ମଧ୍ୟାହ୍ନ ଭୋଜନ ପାଇଁ ନିମନ୍ତ୍ରଣ କରିଥିଲେ । ମୁଁ ଦେଖିଲି, ପାଖପାଖି ସମଗ୍ର ଅଞ୍ଚଳ ସମ୍ପୂର୍ଣ୍ଣ ସମତଳ ଭୂମିରେ ପରିଣତ ହୋଇଛି ।

‘ସେ ଭୂତକୋଠିଟି କୁଆଡ଼େ ଗଲା?’ ମୁଁ ସେଠାରେ ଜଣକୁ ପଚାରିଲି । ସେଠାରେ ଗୋଟିଏ କୋଠା ଥିଲା, ଲାଗୁଥିଲା ବର୍ଷ ବର୍ଷ ଧରି ଜନମାନବଶୂନ୍ୟ ହୋଇ ପଡ଼ିଛି । ‘ଏଇଟା କ’ଣ ସେଇ ଭୂତକୋଠି?’ ମୁଁ ତାଙ୍କୁ ପଚାରିଲି । ସେଠାରେ ଥିଲା ଗୋଟିଏ ବଡ଼ ବରଗଛ। ନିକଟରେ ଛୋଟିଆ ଚା’ ଦୋକାନଟିଏ ଗ୍ରାହକଙ୍କ ବିନା ଏକାକୀ ଠିଆ ହୋଇଥିଲା ।

– ‘ସାର୍, ଏ ସହରରେ ଆଗରୁ ବହୁତ କମ୍ ଦିମହଲା ଘର ଥିଲା । ଏବେ ସହରସାରା ବହୁମହଲା ଆପାର୍ଟମେଣ୍ଟରେ ଭର୍ତ୍ତି, ବୋଧହୁଏ ୨୦ରୁ ଅଧିକ । ଏ ଘରର ମାଲିକ ଥିଲେ କଲିକତାର ଜଣେ ବଙ୍ଗାଳୀ ଲୋକ । ସେ ଏ ଘରକୁ କଲିକତାର ଜଣେ ଲୋକକୁ ବିକ୍ରି କରିଥିଲେ । ସେ ମରିଗଲେଣି, ତାଙ୍କ ପୁଅମାନେ ବିଦେଶରେ ଅଛନ୍ତି। ଏବେ ଏ ବିଲ୍ଡିଂର କେହି ଯତ୍ନ ନେଉନାହାନ୍ତି ।’ ସେ ବିରକ୍ତିର ସହ ଉତ୍ତର ଦେଲେ ।

ସେ ପୁଣି କହିଲେ, ‘ଆଗରୁ କିଛି ବଦମାସ୍ ଏଠାକୁ ବେଶ୍ୟାମାନଙ୍କୁ ଆଣୁଥିଲେ । କେତେକ ନିଶାଖିଆ ଟୋକା ଗଞ୍ଜେଇ ଟାଣିବାକୁ ବି ଆସୁଥିଲେ । ଏବେ ମଦ ଗଞ୍ଜେଇ ଡ୍ରଗ୍ସ ତ ଚାରିଆଡ଼େ ବ୍ୟାପିଗଲାଣି ।’

– ‘ଆଉ ଭୂତ?’ ମୁଁ ପ୍ରଶ୍ନ କଲି । ଆମେ ଆମ ପିଲାଦିନେ ଶୁଣିଥିଲୁ ଯେ ରାତିରେ ମଣିଷମାନେ ସେ ଜାଗା ଛାଡ଼ି ଯିବାପରେ ଭୂତମାନେ ସେଠି ନାଚନ୍ତି ଆଉ ଗୀତ ଗାଆନ୍ତି ।

-‘ଭୂତ? ସେମାନେ ଦିଲ୍ଲୀ, ବମ୍ବେ ନହେଲେ କଲିକତା ଭଳି ବଡ଼ ସହରକୁ ପଳେଇଥିବେ ବୋଧେ!’ ସେ ଅନାୟାସରେ ଉତ୍ତର ଦେଲେ ।

Manas Ranjan Mahapatra

Manas Ranjan Mahapatra

Former Editor, National Book Trust and Head of National Children's Literature

Related Posts

ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ୧୮୨ ତମ ଜୟନ୍ତୀ ପାଳିତ
More

ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ୧୮୨ ତମ ଜୟନ୍ତୀ ପାଳିତ

by Nirvik Bureau
June 5, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୫ ଜୁନ୍ ୨୦୨୬ ମାହାଙ୍ଗା ମାଟିର ଅନ୍ୟତମ ବରପୁତ୍ର ତଥା ଓଡ଼ିଆ ଅସ୍ମିତାର ଆଦ୍ୟ ଉଦ୍ ଗାତା ରାୟ ବାହାଦୁର ନନ୍ଦ କିଶୋର...

Read more
ଜଣେ ବିସ୍ମୃତ ଓଡ଼ିଆ ଅଭିଭାବକ

ଜଣେ ବିସ୍ମୃତ ଓଡ଼ିଆ ଅଭିଭାବକ

June 5, 2026
Story Not So Untrue

Story Not So Untrue

May 21, 2026
Vipul’s Voice: Crystal Clear Reality

Vipul’s Voice:
 Crystal Clear Reality

May 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୫)

May 15, 2026
Dhanada’s Discourse: Super El Nino Fear  and the Built Environment: India’s Heatwave Crisis and the Coming ENSO Challenge — A Call for Climate-Resilient Infrastructure

Dhanada’s Discourse: Super El Nino Fear  and the Built Environment: India’s Heatwave Crisis and the Coming ENSO Challenge — A Call for Climate-Resilient Infrastructure

May 8, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.