• About
  • Contact
Sunday, April 19, 2026
Sunday, April 19, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଖଦୀ ଆଜି ବି ପ୍ରାସଂଗିକ

ଖଦୀ ଆଜି ବି ପ୍ରାସଂଗିକ
Share on FacebookShare on Xshare on Whatsappshare on Linkedin
ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୫ ଡିସେମ୍ବର ୨୦୨୩

‘ଖଦର’ ଶବ୍ଦରୁ ‘ଖଦୀ’ ର ଉତ୍ପତ୍ତି । ତୁଳାରୁ ତିଆରି ହାତ ବୁଣା ବସ୍ତ୍ରକୁ ଖଦୀ କୁହାଯାଇଥାଏ । ୧୯୧୮ ମସିହାରେ ସ୍ୱାଧୀନତା ସଂଗ୍ରାମ କାଳରେ ମହାତ୍ମାଗାନ୍ଧୀଙ୍କ ଦ୍ୱାରା ‘ଖଦୀ‛ ଶବ୍ଦ ଆବିଷ୍କୃତ ହୋଇଥିଲା । ସାବରମତି ଆଶ୍ରମରେ ପ୍ରଥମ ହାତ ବୁଣା ଖଦୀ ବସ୍ତ୍ର ୧୯୧୭-୧୮ ମସିହାରେ ତିଆରି କରାଯାଇଥିଲା । ଖଦୀ ବସ୍ତ୍ରର ବିଶେଷତ୍ୱ ହେଉଛି ଖରାଦିନେ ଏହା ଶରୀରକୁ ଥଣ୍ଡା ପ୍ରଦାନ କରିଥାଏ ଏବଂ ଶୀତ ଦିନରେ ଉତ୍ତାପ । ପ୍ରାଥମିକ ଅବସ୍ଥାରେ ଖଦୀ ଗରିବ ଲୋକଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ବ୍ୟବହୃତ ହୋଇଥିଲା । କିନ୍ତୁ ୧୯୩୪ ମସିହା ପର ଠାରୁ ଗ୍ରାମାଞ୍ଚଳର ଲୋକମାନେ ଏହାକୁ ସେମାନଙ୍କ ପରିଧାନ ଭାବରେ ଉପଯୋଗ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ ।

ଜାତିର ପିତା ମୋହନଦାସ କରମଚାନ୍ଦ ଗାନ୍ଧୀ ୧୯୨୦ ମସିହାରେ ଖଦୀକୁ ଏକ ରାଜନୈତିକ ଅସ୍ତ୍ର ଭାବରେ ଜାତୀୟ ସଂଗ୍ରାମ ବା ସ୍ୱଦେଶୀ ଆନ୍ଦୋଳନରେ ବ୍ୟବହାର କରିଥିଲେ । ପ୍ରାଥମିକ ପର୍ଯ୍ୟାୟରେ ଗ୍ରାମୀଣ ଆତ୍ମନୀର୍ଭରଶୀଳତା ପାଇଁ ଗାନ୍ଧିଜୀ ଖଦୀକୁ ପ୍ରୋତ୍ସାହିତ କରିଥିଲେ । ତେବେ ପରବର୍ତ୍ତୀ ସମୟରେ ସେ ବିଦେଶୀ ବସ୍ତ୍ର ବର୍ଜନ ଲାଗି ତାର ଉପଯୋଗ କରି ଖଦୀକୁ ସ୍ୱଦେଶୀ ଆନ୍ଦୋଳନର ଅବିଚ୍ଛିନ୍ନ ଅଙ୍ଗରେ ପରିଣତ କରିଥିଲେ । ୧୯୨୧ ମସିହାରେ ସୂତା ବୁଣା ଯାଉଥିବା ଚରଖାର ଚକ୍ରି ଭାରତୀୟ ପତାକାରେ ସ୍ଥାନ ପାଇଥିଲା । ଭାରତ ସମେତ ପାକିସ୍ଥାନ ଓ ବାଂଲାଦେଶରେ ଏହି ‘ଖଦୀ’ ଶବ୍ଦ ବିଶେଷ ଭାବରେ ବ୍ୟବହାର କରାଯାଇଥାଏ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ସ୍ୱଦେଶୀ ଆନ୍ଦୋଳନ ସମୟରେ ଆରମ୍ଭ ହୋଇଥିବା ଏହି ଖଦୀ କାର୍ଯ୍ୟକ୍ରମ ଆଜି ମଧ୍ୟ ସମଗ୍ର ବିଶ୍ୱରେ ପ୍ରାସଙ୍ଗିକ ମନେ ହେଉଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଲୋକପ୍ରିୟ ‘ମନ୍ କି ବାତ୍‌‛ କାର୍ଯ୍ୟକ୍ରମରେ ଏକାଧିକ ଥର ଖଦୀ ବିଷୟରେ ଅବତାରଣା କରିଛନ୍ତି । ସେଥିରେ ସେ ଖଦୀର ଗୁରୁତ୍ୱ ବର୍ଣ୍ଣନା କରିବା ସହିତ ତାର ପ୍ରଚାର ପ୍ରସାର ପାଇଁ ମଧ୍ୟ ଆହ୍ୱାନ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି ଯେ, ଖଦୀ ଏକ ବସ୍ତ୍ର ନୁହେଁ ବରଂ ଗରିବ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଏକ ଆନ୍ଦୋଳନ । ଏହାକୁ ଆଗେଇ ନେବା ଲାଗି ତାକୁ ଏକ ଅଭିଯାନ ଭାବେ ଗଢ଼ି ତୋଳାଯିବା ଦରକାର ।

‘ମନ୍ କି ବାତ୍‌‛ କାର୍ଯ୍ୟକ୍ରମରେ ଥରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ, ତାଙ୍କ ଲଣ୍ଡନ ଗସ୍ତ କାଳରେ ଏକଦା ରାଣୀ ଏଲିଜାବେଥ୍ ତାଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ନିୟନ୍ତ୍ରଣ କରିଥିଲେ । ସେତେବେଳେ ମହାମାନ୍ୟା ରାଣୀ ତାଙ୍କୁ ଗୋଟିଏ ହାତ ବୁଣା ଖଦୀ ରୁମାଲ ଦେଖାଇଥିଲେ । ପ୍ରଥମ ସାକ୍ଷାତ ସମୟରେ ମହାତ୍ମାଗାନ୍ଧୀ ତାଙ୍କୁ ସେହି ରୁମାଲଟି ଉପହାର ଦେଇଥିଲେ, ଯାହାକୁ ସେ ଅଦ୍ୟାବଧି ସାଇତି ରଖିଛନ୍ତି ବୋଲି ଜଣାଇଥିଲେ । ଏହି କଥାଟି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ଗଭୀର ଭାବରେ ଆନ୍ଦୋଳିତ କରିଥିଲା । ତେଣୁ ସେ ତାଙ୍କର ୩୩ତମ ସଂସ୍କରଣ ‘ମନ୍ କି ବାତ୍‌‛ କାର୍ଯ୍ୟକ୍ରମରେ ଲୋକମାନେ ପୁଷ୍ପଗୁଚ୍ଛ ପରିବର୍ତ୍ତେ ଖଦି ରୁମାଲ କିମ୍ବା ପୁସ୍ତକ ଉପହାର ରୂପେ ଦେବାପାଇଁ ନିବେଦନ କରିଥିଲେ ।  ପ୍ରଧାନମନ୍ତ୍ରୀ ଦର୍ଶାଇଥିଲେ ଯେ, ପୁଷ୍ପ ଗୁଚ୍ଛ ଦିନେ କିମ୍ବା ଦୁଇ ଦିନ ପରେ ମଉଳି ଯିବ । କିନ୍ତୁ ଖଦୀ ରୁମାଲ କିମ୍ବା ପୁସ୍ତକକୁ ଦୀର୍ଘ କାଳ ଧରି ଉପଯୋଗ କରାଯାଇ ପାରିବ । ପରବର୍ତ୍ତୀ ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଦେଶବାସୀ ଖଦୀ ବସ୍ତ୍ର କିଣିବା ପାଇଁ ଆହ୍ୱାନ ଜଣାଇଥିଲେ । ତଦ୍ୱାରା ଦେଶର ଅଗଣିତ ବୁଣାକାର ଉପକୃତ ହୋଇ ପାରିବେ ବୋଲି ସେ ସ୍ପଷ୍ଟ କରି ଦେଇଥିଲେ ।

ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଅବିଭକ୍ତ ଉତ୍ତର ପ୍ରଦେଶର ପ୍ରାକ୍ତନ ରାଜ୍ୟପାଳ ସ୍ୱର୍ଗତଃ ବିଶ୍ୱନାଥ ଦାଶ ମଧ୍ୟ ରାଜ୍ୟ ବିଧାନସଭାରେ ଏକଦା ଖଦୀର ମହାତ୍ମ୍ୟ ସଂପର୍କରେ ଅତି ଚମତ୍କାର ବକ୍ତବ୍ୟ ପ୍ରଦାନ କରିଥିଲେ । ସେ କହିଥିଲେ, ଯଦି ପ୍ରଶାସନ ପ୍ରତ୍ୟେକ ସରକାରୀ ଦପ୍ତରର କବାଟ, ଝର୍କା ପରଦା ସମେତ ସୋଫା ଓ ଚେୟାର କଭର, କର୍ମଚାରୀଙ୍କ ପରିଧାନ ଲାଗି ପୋଷାକ ପ୍ରଭୃତି ନିମନ୍ତେ ଖଦୀ ବସ୍ତ୍ରର ଉପଯୋଗକୁ ବାଧ୍ୟତାମୂଳକ କରିବେ, ତେବେ ଦୁଇଟି ଲାଭ ହେବ । ଗୋଟିଏ ପକ୍ଷରେ ଖଦୀ ଗ୍ରାମୋଦ୍ୟୋଗ ସଂସ୍ଥାର ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ । ଅନ୍ୟପକ୍ଷରେ ରାଜ୍ୟର ଅଗଣିତ ବୁଣାକାର ପରିବାରଙ୍କୁ ମଧ୍ୟ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରାଯାଇ ପାରିବ । ଆଜି ମଧ୍ୟ ସ୍ୱର୍ଗତଃ ଦାଶଙ୍କର ଏହି ପରାମର୍ଶ ଅତ୍ୟନ୍ତ ଉପାଦେୟ ଓ ପ୍ରାସଂଗିକ ମନେ ହୁଏ । କାରଣ ଖଦୀ ଓ ଗ୍ରାମୋଦ୍ୟୋଗ ସଂସ୍ଥା ଏବେବି ଶୋଚନୀୟ ଆର୍ଥିକ ସ୍ଥିତି ଭିତରେ ଗତି କରୁଛି ।

ସ୍ୱାଧୀନତା ପରେ ୧୯୫୩ ମସିହାରେ ଭାରତ ସରକାର ପ୍ରଥମେ ନିଖିଳ ଭାରତ ଖଦୀ ଓ ଗ୍ରାମୋଦ୍ୟୋଗ ବୋର୍ଡ ଗଠନ କରିଥିଲେ । ଏହି ବୋର୍ଡକୁ ଗୋଟିଏ ବୈଧାନିକ ସଂସ୍ଥା ରୂପେ ଗଢି ତୋଳିବା ପାଇଁ ୧୯୫୫ ମସିହାରେ ନିଷ୍ପତ୍ତି ଗୃହୀତ ହୋଇଥିଲା । ତା’ପରବର୍ଷ ୧୯୫୬ ମସିହାରେ ଖଦୀ ଓ ଗ୍ରାମୋଦ୍ୟୋଗ ଆୟୋଗ (କମିଶନ) ଆଇନ ପ୍ରଣୟନ କରାଯାଇଥିଲା । ଫଳରେ ୧୯୫୭ ମସିହା ଠାରୁ ଏହି ଆୟୋଗ ଦେଶର ଅନ୍ୟତମ ବୈଧାନିକ ସଂସ୍ଥା ଭାବେ କାର୍ଯ୍ୟ ସଂପାଦନ କରୁଛି ।

ଏବେ ଖଦୀ ସହିତ ପଲିଷ୍ଟର ତନ୍ତୁର ମିଶ୍ରଣ ଜରିଆରେ ଗୁଜୁରାଟ ଓ ରାଜସ୍ଥାନ ଉକୃଷ୍ଟ ମାନର ‘ଖଦୀପଲ୍ଲୀ’ ବସ୍ତ୍ର ତିଆରି କରୁଛନ୍ତି । ଓଡିଶା, ପଶ୍ଚିମବଙ୍ଗ, ଉତ୍ତର-ପୂର୍ବ ରାଜ୍ୟ ସମୂହ ‘ଖଦୀ-ସିଲକ’ ବସ୍ତ୍ର ପ୍ରସ୍ତୁତ କରୁଥିବା ବେଳେ ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ, ବିହାର ଭଳି ରାଜ୍ୟ ଉତ୍ତମ ଗୁଣବତ୍ତାର ‘ନିରୋଳା ଖଦୀ’ ବସ୍ତ୍ର ତିଆରିରେ ବ୍ୟାପୃତ ଅଛନ୍ତି । ପ୍ରତିବର୍ଷ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଅବସରରେ ହିଁ ଆମେ କେବଳ ଖଦୀ ସଂପର୍କରେ ବିଶେଷ ଚର୍ଚ୍ଚା କରିଥାଆନ୍ତି । ପରବର୍ତ୍ତୀ କାଳରେ ସ୍ୱାଭବିକ ଭାବରେ ତାହା ଆମ ମାନସପଟରୁ ହଜି ଯାଇଥାଏ ।

ତେବେ ଜୈବିକ ଖତରେ ଉତ୍ପନ୍ନ କୃଷିଜାତ ଦ୍ରବ୍ୟ ଭଳି ଖଦୀ ସାମଗ୍ରୀ ସଂପ୍ରତି ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ସମେତ ସମଗ୍ର ବିଶ୍ୱରେ ବିପୁଳ ଲୋକପ୍ରିୟତା ଅର୍ଜନ କରିଛି । ତେଣୁ ବହୁରାଷ୍ଟ୍ରୀୟ କମ୍ପାନୀ ଗୁଡିକ ଉନ୍ନତ ମାନର ମୂଲ୍ୟଯୁକ୍ତ ଖଦୀ ବସ୍ତ୍ର ପ୍ରସ୍ତୁତ କରି ବିଶ୍ୱ ବଜାରରେ ସେମାନଙ୍କ କବଜା ଜାରି ରଖିବାକୁ ପ୍ରତିଯୋଗିତା ଚଳାଇଛନ୍ତି । ଏଥିଯୋଗୁଁ ଗାନ୍ଧୀଙ୍କ ଦ୍ୱାରା ଆବିଷ୍କୃତ ‘ଖଦୀ’ ଆଜି ମଧ୍ୟ ସମଗ୍ର ପୃଥିବୀରେ ଏକାନ୍ତ ପ୍ରାସଂଗିକ ବୋଲି ବିଶ୍ୱବାସୀ ଉପଲବ୍ଧ କରୁଛନ୍ତି ।

ପ୍ରଭୁକଲ୍ୟାଣ ମହାପାତ୍ର

ପ୍ରଭୁକଲ୍ୟାଣ ମହାପାତ୍ର

ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର
ମୋବାଇଲ : ୯୯୩୭୭୧୧୩୮୯

Related Posts

ଆମେ ପାଉଡି ଭୂୟାଁ (ଭାଗ ୧୮)
More

ଆମେ ପାଉଡୀ ଭୂୟାଁ (ଭାଗ ୭୪)

by ଭବେଶ ଚନ୍ଦ୍ର କର
April 14, 2026

ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୪ ଏପ୍ରିଲ ୨୦୨୬ ସକାଳୁ ସକାଳୁ ଉଠିପଡ଼ି ନିତ୍ୟକର୍ମ ସାରି କୁଆଡ଼େ ଯିବା ପାଇଁ ବାହାରି ପଡ଼ିଲା ମନ୍ମଥ। ମୁଁ ପଚାରିବାରୁ...

Read more
Why We Buy Brands That Make Us Feel “Complete”

Why We Buy Brands That Make Us Feel “Complete”

April 1, 2026
Vipul’s Voice: Herd Ego

Vipul’s Voice:
Herd Ego

March 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୩)

March 14, 2026
ଯାଜପୁର ଗାନ୍ଧୀ: ପରମାନନ୍ଦ ମହାନ୍ତି

ଯାଜପୁର ଗାନ୍ଧୀ: ପରମାନନ୍ଦ ମହାନ୍ତି

March 11, 2026
Dhanada’s Discourse: In the Aftermath of the US Losing the War to Iran: Prof Jiang

Dhanada’s Discourse:
In the Aftermath of the US Losing the War to Iran: Prof Jiang

March 8, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.