• About
  • Contact
Monday, June 8, 2026
Monday, June 8, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ମନେ ପଡନ୍ତି ବଣମଲ୍ଲୀ ଭାବେ ଝଡ଼ି ପଡିଥିବା ବିଶୁ ମିଶ୍ରେ….

ମନେ ପଡନ୍ତି ବଣମଲ୍ଲୀ ଭାବେ ଝଡ଼ି ପଡିଥିବା ବିଶୁ ମିଶ୍ରେ….
Share on FacebookShare on Xshare on Whatsappshare on Linkedin
ମାନସ ରଞ୍ଜନ ମହାପାତ୍ର, ପୁରୀ, ୩୦ ଅଗଷ୍ଟ ୨୦୨୨

ଭାରତୀୟ ରାଜନୀତିର କଳା ଅଧ୍ୟାୟ ଏବଂ ସବୁଠାରୁ ଆଲୋଚ୍ୟ ବିଷୟ ହେଉଛି ୧୯୭୫ ଏର୍ମଜେନ୍ସି । ଏହି ସମୟରେ ସମ୍ପୂର୍ଣ୍ଣ ଭାରତରେ ସୃଷ୍ଟି ହୋଇଥିବା ରାଜନୈତିକ ଆଲୋଡ଼ନରୁ ଓଡିଶା ଏବଂ ପୁରୀ କିପରି ବାଦ୍ ପଡିଥାନ୍ତା.. । ପୁରୀର କୁମାର ମହାନ୍ତି, ହରିହର ମିଶ୍ର, ରାଜେନ୍ଦ୍ର କିଶୋର ପଣ୍ଡା, କୈଳାସ ରାୟ ଓ ବିଶୁ ମିଶ୍ରଙ୍କ ପରି ବ୍ୟକ୍ତିତ୍ୱ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ ମଧ୍ୟ ଅଣଦେଖା, ଅଲୋଡ଼ା ତଥା ନେପଥ୍ୟ ପଛର ନାୟକ ହୋଇ ପଡିଥିଲେ ।

ବିଶୁ ମିଶ୍ରଙ୍କ ବିଷୟରେ ଆଲୋଚନା ହେବା ମାନେ ବ୍ରଜ କିଶୋର ତ୍ରିପାଠୀଙ୍କ କଥା ନିଶ୍ଚିତ ଉଠିବ । ଏହି ପୂର୍ବତନ ଇସ୍ପାତ ଓ ଖଣି କେନ୍ଦ୍ର ମନ୍ତ୍ରୀ ସେ ସମୟରେ କାଉନସିଲର୍ ଥିଲେ । ୧୯୭୪-୭୫ରେ ମୁଁ ବ୍ରଜ ବାବୁଙ୍କୁ ବ୍ୟକ୍ତିଗତ ଭାବେ ଜାଣି ନ ଥିଲେ ମଧ୍ୟ ସେହି ସାହିକୁ ମୋର ଅନ୍ୟ କାରଣ ନେଇ ଯିବା ଆସିବା ଲାଗି ରହିଥାଏ । ସେ ସମୟରେ ବ୍ରଜ ତ୍ରିପାଠୀ ଓ ବିଶୁ ମିଶ୍ର ମିିଳିତ ଭାବେ ଏକ ସାହିତ୍ୟ ପତ୍ରିକା ‘ଅନୁରାଗ’ ବାହାର କରୁଥିଲେ । ଅନ୍ୟ ଅର୍ଥରେ ଏହିଠାରୁ ଜଣେ କବି ଭାବେ ମୋର ଖଡ଼ି ଛୁଆଁ ଆରମ୍ଭ ହୋଇଥିଲା । ମୁଁ ଅନୁରାଗକୁ ଏକ କବିତା ବାହାର କରିବା ପାଇଁ ଦେଇଥିଲି ମାତ୍ର ତାହା ଅବଶ୍ୟ ବାହାରି ନ ଥିଲା । ପରେ ଅବଶ୍ୟ ଫଣ୍ଡ୍ ଅଭାବ ଯୋଗୁ ଅନୁରାଗର ପବ୍ଲିକେଶନ ବନ୍ଦ ହୋଇ ଯାଇଥିଲା ।

ସ୍କୁଲରେ ପାଠ ପଢ଼ୁଥିବା ବେଳେ ମୁଁ ନିୟମିତ ବ୍ରଜକିଶୋର, ବିଶୁ ମିଶ୍ର ରହୁଥିବା ତିଆଡି ସାହିକୁ ଯାଉଥାଏ । ମୋ ବୋଉର ବଡ ଭଉଣୀ ସେଠାରେ ରହୁଥିଲେ । ତାଙ୍କ ପୁଅ ସତ୍ୟ ମିଶ୍ର (ବଳଗଣ୍ଡି ୟୁପି ସ୍କୁଲର ଶିକ୍ଷକ) ସେମାନଙ୍କ ଭଲ ସାଙ୍ଗ ଥିଲେ । ସମସ୍ତେ ପୁରୀ ମ୍ୟୁନିସପାଲ୍ ହାଇସ୍କୁଲରେ ପଢ଼ୁଥିଲେ । ସତ୍ୟ ଭାଇନାଙ୍କ ସାନ ଭାଇ ନେପାଳୀ ଭାଇନା ୩/୪ ବର୍ଷ ମୋ ଠାରୁ ବଡ ଥିଲେ ମଧ୍ୟ ଆମେ ଏକତ୍ର ପାଠ ପଢ଼ୁଥିଲୁ ।

ଅନାମ ଆନ୍ଦୋଳନରେ ମୁଁ ସାମିଲ ହେବା ପରେ ବିଶୁ ମିଶ୍ରଙ୍କୁ ଭଲ ଭାବେ ଜାଣି ପାରିଥିଲି । ୫ ଫୁଟ ୨ଇଂଚର ଏହି ବ୍ୟକ୍ତିଜଣଙ୍କ ସର୍ବଦା ମୋ ସହ ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର କରିଥାନ୍ତି । ଇଲେକ୍ଟ୍ରିସିଟି ଅଫିସରେ ସେ କିରାଣୀ ଥିଲେ । ବ୍ରଜ କିଶୋର ସେମାନଙ୍କ ପତ୍ରିକା ଅନୁରାଗ ପାଇଁ ସେ ସମୟରେ ଫଣ୍ଡ୍ ଯୋଗାଡ କରୁଥିଲେ । ଉଭୟ ସାହିତ୍ୟ ପ୍ରତି ଉତ୍ସର୍ଗୀକୃତ ଥିଲେ କହିଲେ ଭୁଲ ହେବନି ।

୧୯୭୫ରେ ଦେଶରେ ଏର୍ମଜେନ୍ସି ଘୋଷଣା କରାଗଲା । ଏହାକୁ ବିରୋଧ କରି ବ୍ରଜ କିଶୋର ଅନ୍ୟ ପ୍ରମୁଖ ନେତାଙ୍କ ସହ ଗିରଫ ହୋଇଥିଲେ । ଅନୁରାଗର ପବ୍ଲିକେଶନ ବି ବନ୍ଦ ହୋଇ ଯାଇଥିଲା । ଜୁନ ୧୯୭୬ରେ ବିଶୁ ମିଶ୍ର ମୋତେ ଭେଟି କରି କହିଥିଲେ, ବର୍ଷେ ବିତିଗଲା ଆମ ବନ୍ଧୁ ଜେଲରେ ଅଛନ୍ତି । ବୁଟୁକୁ ମୁଁ ବର୍ଷେ ହେବ ଦେଖିନି…ଚାଲ କିଛି କବିଙ୍କ କବିତା ମାଧ୍ୟମରେ ତାଙ୍କୁ ମନେ ପକାଇବା । ଜଗନ୍ନାଥ ମନ୍ଦିର ସମ୍ମୁଖ ଏମାର ମଠ ଚକଡ଼ାରେ ଏହାକୁ ଆୟୋଜନ କରିବା । ମୁଁ ପଚାରିଲି ଟଙ୍କା କେଉଁଠାରୁ ଆସିବ ? କିଛି ନ ହେଲେ ମାଇକ୍ରୋଫୋନ, ଟେବୁଲ ଓ ଲାଇଟ୍ ର ଆବଶ୍ୟକତା ରହିଛି । ବିଶୁ ମିଶ୍ର କହିଥିଲେ ମୁଁ ହାଡୁ ମହାରାଣାଙ୍କୁ କହିଛି… ଅନ୍ୟ ସବୁ ବ୍ୟବସ୍ଥା ହୋଇଯିବ । ପୁରୀର ପ୍ରତିଷ୍ଠିତ କବିଙ୍କୁ ଡକା ଯାଇଥିଲା । କବିତାର ଶୀର୍ଷକ ଥିଲା ବନ୍ଧୁ ବିହୁନେ ବରଷେ ବିତିଲା ।

୧୯୭୭ରେ ଏର୍ମଜେନ୍ସିର ସମାପ୍ତି ଘଟିଥିଲା । ଏହା ପରେ ସାଧାରଣ ନିର୍ବାଚନର ଆୟୋଜନ ହୋଇଥିଲା । ବ୍ରଜ କିଶୋର ବିଜୟ ସହ ବିଧାୟକ ହୋଇ ଯାଇଥିଲେ । କିନ୍ତୁ ସେ ଅନୁରାଗ ପ୍ରତି ଆଉ ଧ୍ୟାନ ଦେଇ ନ ଥିଲେ । ଏହା ପରେ ସେ ମୁଖ୍ୟ ସଚେତକ ଓ ପରେ ଏମପି ହୋଇଥିଲେ । ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ସେ ଇସ୍ପାତ ଓ ଖଣି ମନ୍ତ୍ରୀ ମଧ୍ୟ ହୋଇଥିଲେ । ତେବେ ସେ ଭାଷା, ସଂସ୍କୃତି, ସାହିତ୍ୟ, ଅନୁରାଗ ଓ ବିଶୁ ମିଶ୍ରଙ୍କ ପାଇଁ କିଛି ଉଦ୍ୟମ କରି ନ ଥିଲେ ।

ବିଶୁ ମିଶ୍ର ତାଙ୍କ ଲେଖା ଜାରୀ ରଖିଥିଲେ । ସେ ଜଣେ ଭଲ ଲେଖକ ଥିଲେ । ମୁଁ ତାଙ୍କର ଅନେକ ଗଳ୍ପ ପଢ଼ିଛି..ବ୍ୟକ୍ତିଗତ ପସନ୍ଦ କରୁଥିବା ଏହି ମିଷ୍ଟଭାଷୀ ବ୍ୟକ୍ତିଙ୍କ ସହ ୧୯୮୭ ପର୍ଯ୍ୟନ୍ତ ଯୋଗାଯୋଗରେ ଥିଲି । ଏହା ପରେ ମୁଁ ଏନସିଇଆରଟିରେ ଚାକିରୀ ପାଇ ଲକ୍ଷ୍ନୌ ପଳାଇ ଯାଇଥିଲି ।

ତା ପରେ ଆଉ ବିଶୁ ମିଶ୍ରଙ୍କ ସହ ଭେଟ ହୋଇପାରି ନ ଥିଲା । ୧୯୯୦ରେ ଏନବିଟିରେ ଯୋଗ ଦେଇଥିଲି । ବିଶୁ ମିଶ୍ର ସର୍ବଦା ନିଜ ଗୋଡରେ ଛିଡା ହେବାକୁ ଚାହୁଁଥିଲେ । ବିନା କାରଣରେ କାହା ପାଖରେ ହାତ ପତାଉ ନ ଥିଲେ । ତାଙ୍କ ବଡ ଭାଇ ଜଣେ ଉଚ୍ଚପଦସ୍ଥ ଅଫିସର ଥିଲେ । ମିଛ କେସ୍ ରେ ଫସି ସସପେଣ୍ଡ ହୋଇଥିଲେ ମଧ୍ୟ ବିଶୁ ମିଶ୍ର ତାଙ୍କ ସାହାଯ୍ୟ ଲୋଡି ନ ଥିଲେ । ମୁଁ ଦୁଃଖିତ ଯେ, ଏହି ଭଳି ବ୍ୟକ୍ତିଙ୍କୁ ଆଉ ଭେଟିପାରି ନ ଥିଲି ।

ଏବେ ବିଶୁ ମିଶ୍ର ଆରପାରିରେ..ଅନେକ ଏର୍ମଜେନ୍ସିକୁ ମନେ ପକାଉଛନ୍ତି । ଏହାକୁ ସାମ୍ନା କରିଥିବା ଓ ପୋଲିସକୁ ଭୟ କରୁ ନ ଥିବା ବିଶୁ ମିଶ୍ର ଏହି ଲଢ଼େଇର ସିପାହୀ ଥିଲେ ମଧ୍ୟ ଏବେ ବି ଅଜଣା, ଅଶୁଣା ଓ ଅଲୋଡା ହୋଇ ରହିଛନ୍ତି ।

ମାନସ ରଞ୍ଜନ ମହାପାତ୍ର ଜଣେ ବିଶିଷ୍ଟ ସାହିତ୍ୟିକ, ରାଷ୍ଟ୍ରୀୟ ପୁସ୍ତକ ଟ୍ରଷ୍ଟର ପୁର୍ବତନ ସମ୍ପାଦକ ଏବଂ ଜାତୀୟ ଶିଶୁ ସାହିତ୍ୟ କେନ୍ଦ୍ରର ମୁଖ୍ୟ । ଦୂରଭାଷ ନଂ ୯୮୯୧୯୪୬୧୭୮
Manas Ranjan Mahapatra

Manas Ranjan Mahapatra

Former Editor, National Book Trust and Head of National Children's Literature

Related Posts

ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ୧୮୨ ତମ ଜୟନ୍ତୀ ପାଳିତ
More

ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ୧୮୨ ତମ ଜୟନ୍ତୀ ପାଳିତ

by Nirvik Bureau
June 5, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୫ ଜୁନ୍ ୨୦୨୬ ମାହାଙ୍ଗା ମାଟିର ଅନ୍ୟତମ ବରପୁତ୍ର ତଥା ଓଡ଼ିଆ ଅସ୍ମିତାର ଆଦ୍ୟ ଉଦ୍ ଗାତା ରାୟ ବାହାଦୁର ନନ୍ଦ କିଶୋର...

Read more
ଜଣେ ବିସ୍ମୃତ ଓଡ଼ିଆ ଅଭିଭାବକ

ଜଣେ ବିସ୍ମୃତ ଓଡ଼ିଆ ଅଭିଭାବକ

June 5, 2026
Story Not So Untrue

Story Not So Untrue

May 21, 2026
Vipul’s Voice: Crystal Clear Reality

Vipul’s Voice:
 Crystal Clear Reality

May 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୫)

May 15, 2026
Dhanada’s Discourse: Super El Nino Fear  and the Built Environment: India’s Heatwave Crisis and the Coming ENSO Challenge — A Call for Climate-Resilient Infrastructure

Dhanada’s Discourse: Super El Nino Fear  and the Built Environment: India’s Heatwave Crisis and the Coming ENSO Challenge — A Call for Climate-Resilient Infrastructure

May 8, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.