• About
  • Contact
Sunday, October 18, 2026
Sunday, October 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ମ୍ଳେଛନିବାରି ସନ୍ଥ ପାଳୁ, ତୁ ନାଥ ପରମ ଦୟାଳୁ

ମ୍ଳେଛନିବାରି ସନ୍ଥ ପାଳୁ, ତୁ ନାଥ ପରମ ଦୟାଳୁ
Share on FacebookShare on Xshare on Whatsappshare on Linkedin
ସ୍ବର୍ଗତ ଶରତ କୁମାର କର

(ଆଜି ସ୍ବର୍ଗତ ଶରତ କୁମାର କରଙ୍କ ୮୫ ତମ ଜୟନ୍ତୀ ଅବସରରେ ତାଙ୍କରି ସ୍ଵଲିଖିତ ପ୍ରଜ୍ଞାବାଣୀ ପ୍ରବନ୍ଧ କୁ ପାଠକ ମାନଙ୍କ ପାଇଁ ପରଷି ଦେଇ ସେଇ ପବିତ୍ର ଅମର ଆତ୍ମାଙ୍କର ସ୍ମୃତି ଚାରଣ କରୁଛୁ ।)

ଆଧୁନିକ ବିଶ୍ଵରେ ‘କଳି’ର ପ୍ରବାହ ଅତି ପ୍ରବଳ। କଳିର ପ୍ରଭାବ ହେତୁ ପ୍ରତ୍ୟେକ ପରିବାର, ଅଞ୍ଚଳ, ଗ୍ରାମ, ସହର, ରାଜ୍ୟ, ରାଷ୍ଟ୍ର ମଧ୍ୟରେ ତିକ୍ତତା, ଘୃଣା, ହିଂସ୍ରତା, ଅହଂକାର, ଉଗ୍ରତା ସମାଜ ପ୍ରଗତିର ପଥରୋଧ କରୁଛି । ମନୁଷ୍ୟ ଭଗବାନଙ୍କର ଶ୍ରେଷ୍ଠ ସୃଷ୍ଟି ବା ଜୀବ ହିସାବରେ, ଜଗତରନାଥ ଜଗନ୍ନାଥଙ୍କ ପ୍ରତିନିଧି ହିସାବରେ ପତନମୁଖୀ ସମାଜକୁ ନିଜେ ଉଦ୍ଧାର କରୁ। ସେ ଚକାନୟନରେ ଅହର୍ନିଶ ଚାହିଁ ରହିଥିବା ‘କଳ୍‌କୀ’ ମଙ୍ଗଳ ପ୍ରଦାନ କରିବା ପାଇଁ ଆମକୁ ଜଗିରହି ଜାଗରିତ କରୁଛନ୍ତି ଯେ ଶତ୍ରୁ, ମ୍ଲେଛ ନିଧନ କରି (ଅର୍ଥାତ ଆସୁରିକ ଭାବ ନିଃଶେଷ କରି) ଶାନ୍ତି, ଅଭୟ ପ୍ରସାର କରିବାରେ ଲାଗିପଡ଼ ।

କିନ୍ତୁ ଏ ପ୍ରଚେଷ୍ଟା କଣ ବିନା ଯୁଦ୍ଧ, ଦ୍ବନ୍ଦରେ ରାକ୍ଷସୀ ପ୍ରକୃତିର ଅବସାନ ଘଟାଇ ପାରିବ ? ମହାତ୍ମା ଗାନ୍ଧୀ ଶାନ୍ତି, ଅହିଂସା, ଅସହଯୋଗ, ଅସ୍ତେୟ (ଅସଞ୍ଚୟ) ସ୍ଵଦେଶପ୍ରୀତି, ଜାତୀୟତା, ମାନବିକତା ପ୍ରବୃତ୍ତି ବଳରେ ଭାରତକୁ ଏକତ୍ରିତ କରାଇଥିଲେ ଇଂରେଜ ଶାସନ କବଳରୁ ଭାରତକୁ ମୁକ୍ତି ଦେବା ପାଇଁ। ମୁଁ କିନ୍ତୁ କଳ୍‌କୀ ଅବତାରର ଏକ ଆଧ୍ୟାତ୍ମିକ ମାହାତ୍ମ୍ୟକୁ ବୁଝି ବୁଝାଇବାକୁ ଚାହୁଁଛି, ପ୍ରତ୍ୟେକ ଚେତନାଶୀଳ ନାଗରିକଙ୍କୁ ଏକ ମାନବିକ ମୁକ୍ତି ଶାନ୍ତି ପାଇଁ ସମୂହ ଉଦ୍ୟମ କରିବାକୁ ।

ପ୍ରାୟ ସମସ୍ତେ ଅନ୍ୟକୁ ଦୋଷ ଦେଇ ସମୟ ଖରାପ ହେଇଗଲଣି କହି, କିମ୍ବା ନିଜ ନିଜର ଇଷ୍ଟ ଦେବତାଙ୍କୁ ନିଜ ଭାଗ୍ୟକୁ ଦୋଷ ଦେଇ ନାନା କଥା, ନାନା ଯୁକ୍ତି ବଳରେ ଖସିଯିବାକୁ ଚାହୁଁଛନ୍ତି ଯେ, ବିଶ୍ବରେ ଶାନ୍ତି, ସହାବସ୍ଥାନ, ମୈତ୍ରୀ ସମ୍ଭବ ନୁହେଁ । ସେମାନେ କୁହନ୍ତି :‘ମର୍ତ୍ତ୍ୟ ବୈକୁଣ୍ଠ’ ବା ‘UTOPIA’ ଗ୍ରୀକ୍ ଦାର୍ଶନିକ ପ୍ଲୁଟୋଙ୍କ ‘REPUBLIC’ ଆଦିର କଳ୍ପନା କେବଳ କଳ୍ପନାରେ ସୀମିତ । କାରଣ ଅତ୍ୟାଧୁନିକ ମନୁଷ୍ୟ ନିଜର ସମସ୍ତ ବିଦ୍ୟା, ବଳ, କୌଶଳ ପରୀକ୍ଷା କରିସାରି ନିଜ ଉପରୁ ବିଶ୍ବାସ, ଭରସା ତୁଟାଇ ସାରିଲାଣି ଯେ ତାର ଅର୍ଥ ପ୍ରାଚୁର୍ଯ୍ୟ, ଉଚ୍ଚ ପରିଚାଳନା (Management) ଉଚ୍ଚମାନର ଜୀବନର ସୁବ୍ୟବସ୍ଥାରେ ଫଳ କାହିଁକି ଫଳୁନି ? ଏଥରେ ସେ ନିଶ୍ଚିତ ଚିନ୍ତିତ ଓ ବ୍ୟଥିତ | ମାତ୍ର କଳି ଯୁଗରେ କଳ୍‌କୀ ଜାହାକୁ ଛାଡ଼ିବ ନାହିଁ ବୋଲି ମୋର ବିଶ୍ବାସ | ଏ ବିଷୟ ବିସ୍ତୃତ ଭାବରେ ବୁଝିବା ଦରକାର । ଇସ୍କନ ‘ISKCON’ ଗୋଷ୍ଠୀର ‘କୃଷ୍ଣ ଚେତନା’ (ପ୍ରଭୁପାଦଙ୍କ ଏକାନ୍ତ ଉଦ୍ୟମରେ) ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କରେ ପ୍ରସାରିତ ହେଉଥିବା ଭଳି ଜଗନ୍ନାଥ ଚେତନା (କଳ୍‌କୀ ଚେତନା) ବା ମା’କାଳୀର ଦୟାର ଜାଗରଣକୁ ସାର୍ବଭୌମ କରିବାକୁ ପଡ଼ିବ । ସେ ଦିଗରେ ପାଠକମାନଙ୍କୁ ଆଗେଇ ଆସି ବିଚାର କରିବାକୁ ମୁଁ ନମ୍ର ନିବେଦନ କରିବି। ଠାକୁର ଅନୁକୂଳ ଚନ୍ଦ୍ରଙ୍କ ମନ୍ତବ୍ୟ ମନେ ପକାଇଦିଏ – Clear your heart. My Shadow will fall on you, follow you. Love all. Love is more powerful than magnet to attract and mightier than Atom bomb to destroy cruelty and sorrow (ହୃଦୟକୁ ସଫାକର ମୋ ଛାୟା ତୁମ ଉପରେ ପଡ଼ିବ । ତୁମର ପଛେ ପଛେ ଅନୁଧାବନ କରିବ । ପ୍ରେମ କର, ପ୍ରେମ ଚୁମ୍ବକ ଭଳି ସମସ୍ତଙ୍କୁ ଆକର୍ଷଣ କରିବ । ପ୍ରେମ ଆଟମବମ୍ ଠାରୁ ଶକ୍ତିଶାଳୀ ହୋଇ ଦୁଃଖ ଦୂର୍ଦ୍ଦଶାକୁ ନଷ୍ଟ କରିବ) ।

କେବଳ ମନ୍ଦିରରେ ବା ମଣ୍ଡପରେ ପୂଜା କରିଦେଲେ କାମ ସରିଯାଏ ନାହିଁ । ସେ ପୂଜା ତ ହେଉଛି ଚର୍ମଚକ୍ଷୁରେ ସାକାର ପ୍ରତିନିଧ‌ିକୁ ଦର୍ଶନ କରି ମନ ହୃଦୟରେ ତାଙ୍କ ଭାବ ଧାରଣ କରି ପୂଜାର୍ଚ୍ଚନାରେ ମଗ୍ନ ହେବା ଏବଂ କଣ୍ଠ, ଜିହ୍ୱା, ସ୍ୱର ଚାଳନା କରି ତାଙ୍କ ମହିମା ଉଚ୍ଚାରଣ, ଭଜନ ଓ କୀର୍ତ୍ତନ କରିବା । କିନ୍ତୁ ଆଚରଣରେ ତାଙ୍କ ନିରାକାର, ଅଣାକାର ଅକ୍ଷର, ଅକ୍ଷୟ ଭାବକୁ ହୃଦପଦ୍ମରେ ରଖି ତଦାନୁସାରେ କାର୍ଯ୍ୟାନୁଷ୍ଠାନ ସଦାସର୍ବଦା କରିବା ହିଁ ଉଚିତ୍। ‘କଳ୍‌କୀ’ ଅବତାରର ଆଚରଣ କାଳିଆ ସାଆନ୍ତ ଜଗନ୍ନାଥଙ୍କ ମୈତ୍ରୀ ପ୍ରୀତି, ସଂହତିର ସଦୁପଯୋଗ, ସମ୍ପ୍ରସାରଣ ମନୁଷ୍ୟ ସମାଜରେ କରାଇବା ହିଁ କଳିଯୁଗରେ ଏ ଅବତାରର ଏକାନ୍ତ ଏକତ୍ରିତ ସାମୁହିକ ଉଦ୍ଦେଶ୍ୟ । କାରଣ ସେ “ପରମାତ୍ମା” ହେଲେ ଆମେ ତାହାର ଅଂଶବିଶେଷ “ଆତ୍ମା”। ଆମ ଆତ୍ମା ଜରିଆରେ ପରମାତ୍ମା କର୍ତ୍ତା ହିଁ ତାଙ୍କର ସମସ୍ତ କାର୍ଯ୍ୟ ନିର୍ଦ୍ଦିଷ୍ଟକାରଣ (ମ୍ଳେଛ ନିବାରି ସନ୍ଥପାଳନ) ଅନୁସାରେ ସେ ଜନତା ଦ୍ଵାରା କରାଇବାକୁ ଚାହାନ୍ତି । ଆମ କ୍ରିୟା ହିଁ ତାଙ୍କର କ୍ରିୟା। (‘ମ୍ଳେଛ ନିବାରି ସନ୍ଥ ପାଳୁ, ତୁ ନାଥ ପରମ ଦୟାଳୁ’) ତେଣୁ ଆମ କ୍ରିୟାରେ ହିଂସା, ମ୍ଳେଚ୍ଛତ୍ୱ, ଅବିବେକିତା, ଈର୍ଷା, ଦ୍ବେଷ, ଅମାନବିକତା, ପ୍ରେମ-ଭକ୍ତିବିହୀନତା ହେଲେ କିପରି ଦୁଃଖ ଦୁର୍ଦ୍ଦଶା ହଟିବ, ବା କଟିଯାଇପାରିବ ? ଆମ ଆତ୍ମା ପରମାତ୍ମାଙ୍କ ସହ ଏକାକାର ହୋଇ ତାଙ୍କ ମହନୀୟ କାର୍ଯ୍ୟ କରିନପାରିଲେ ଆମ ଆତ୍ମା ଶାନ୍ତି, ମୈତ୍ରୀ, ମଙ୍ଗଳ ଅପେକ୍ଷା ଅଧଃପତନାତ୍ମାରେ ପରିଣତ ହେବ। ସେତେବେଳେ କଳ୍‌କୀ ଅବତାର କିଭଳି ତାର ‘କୁରୁକ୍ଷେତ୍ର – ଧର୍ମକ୍ଷେତ୍ର’ କୁ ‘ଅକ୍ଷୟ ହେଉ ଧର୍ମ ଜଗତେ ପୁଣ୍ୟର ହେଉ ଜୟ’ ଭଳି ସନ୍ଦେଶ, ସଦିଚ୍ଛା, ଯୋଗାଇ ସୃଷ୍ଟି ଓ ସ୍ଥିତିର ସଦଭାବନା ରକ୍ଷା କରିପାରିବେ ?

ଭକ୍ତିର ଗୀତ ଗାଇ ଗାଇ, ପ୍ରୀତିର ବଳିୟାର ଭୁଜ ବିସ୍ତାର କରି ‘ସୁଦର୍ଶନ’ ସୌର ସୁକାନ୍ତ-ଶକ୍ତିରେ ସମସ୍ତଙ୍କୁ ଆଲିଙ୍ଗନ କରି ଶକ୍ତି ରୂପରେ ସର୍ବଥା ସର୍ବଦା ବିଦ୍ୟମାନ ହୋଇ, ଚକାନୟନର ଇଙ୍ଗିତରେ ଜାଗ୍ରତ ହୋଇ ଅଚ୍ୟୁତ, ଅମୃତ ପଥଗାମୀ ହୁଅ ହେ ମର୍ତ୍ତ୍ୟର ମାନବ। ଚତୁର୍ଦ୍ଧାମୂର୍ତ୍ତିର ରଥଯାତ୍ରାରେ ଏକମାତ୍ର ଧର୍ମ ନନ୍ଦିଘୋଷର ଘୋଷଣା – ସର୍ବଧର୍ମାବଲମ୍ବୀ, ସର୍ବପନ୍ଥାନୁରାଗୀ, ସର୍ବଶକ୍ତିମାନ, ସର୍ବସ୍ନେହଧନବାନ, ସର୍ବନିରାହଂକାରୀ, ସର୍ବସ୍ଵାଭିମାନୀ, ସର୍ବରୂପରଙ୍ଗ ଲିଙ୍ଗ ଭେଦାଭେଦ ଗୁଣଧାରୀ ସର୍ବମୟ ଦେବତା। ମଣିଷ ବା ରାକ୍ଷସ, ଦେବ ବା ସୟତାନ ପାଇଁ ତାର ଗୋଟିଏ ବାର୍ତ୍ତା – “ସର୍ବେ ଭବନ୍ତୁ ସୁଖୀନଃ, ସର୍ବେ ସନ୍ତୁ ନିରାମୟା, ସର୍ବେ ଭଦ୍ରାଣି ପଶ୍ୟନ୍ତୁ ମା କଶ୍ଚିତ୍ ଦୁଃଖଭାଗ ଭବେତ” – ଓଁ ଶାନ୍ତିଃ ଶାନ୍ତିଃ ଶାନ୍ତିଃ ।” ଏହା ହିଁ କଳ୍‌କୀ ଅବତାରରେ ବୀଜମନ୍ତ୍ର ଓ ସର୍ବବ୍ୟାପୀ ମନ୍ତ୍ର।

ଏହି ମନ୍ତ୍ର ତନ୍ତ୍ର ବାଣୀକୁ ଯେଉଁ ମନୁଷ୍ୟମାନେ କାର୍ଯ୍ୟକାରିଣୀ କରିପାରିବେ ସେ ସର୍ବତୋ ଉପାୟରେ ସବୁ ଭୂମିରେ ସାର୍ବଭୌମ କ୍ଷେତ୍ରରେ ନୀଳାଚଳ ପ୍ରଭୁଙ୍କ ଅବତାରର ଅଂଶୀଦାର ହେବେ । ସେହି ମଣିଷ ତାର ଗଢ଼ଣ ବା ରୂପ ଏ ଯୁଗରେ ଯାହା ହୋଇଥାଉ ପଛକେ ତାକୁ ପ୍ରଥମେ ସମଗ୍ର ମାନବ ସମାଜକୁ ନିଜର କରାଇ ଏ ଯୁଗ ତଥା ଆଗାମୀ ଯୁଗର ‘କଳ୍‌କୀ’ (କଳ୍‌କୀ) (କାଲିର) ଯୁଗ ଅବତାର ହେବାକୁ ପଡ଼ିବ। ତାରି ସମସ୍ତ ଯୋଜନାବଦ୍ଧ କାର୍ଯ୍ୟକ୍ରମର ପଥ ଦେଖାଇବାକୁ ‘କଳ୍‌କୀ’ ଅବତାର ଙ୍କ ପାଖକୁ ଆସନ୍ତୁ, ଶିଖନ୍ତୁ। ଆଜି କାଲିର ଯୁଗ ଅବତାର ଭବିଷ୍ୟତର ଅବତାର ଭାବେ ତାଙ୍କୁ (କାଲି ପାଇଁ) ପ୍ରାର୍ଥନା କରାଯାଇଛି– “ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ” ପଥ ଦେଖାଅ ପଥ ଦେଖାଅ। ପରଂବ୍ରହ୍ମଙ୍କର ମାର୍ଗଦର୍ଶୀ ଉତ୍ତର ହେଲା- “ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ।” ତେଣୁ ଏ ଯୁଗର ଜଗତ, ସମୟ, ମନୁଷ୍ୟକୁ ସମସ୍ତ ସଙ୍କଟ ଓ ଧର୍ମଗ୍ଳାନିରୁ ଉଦ୍ଧାର କରି, ସାଧୁ ସନ୍ଥଙ୍କୁ ଯାବତୀୟ ପାପବିନାଶ କରି ଉଦ୍ଧାର କରିବାକୁ ‘ମୁଁ’ ଆସିଛି । ମୁଁ ‘କଳ୍‌କୀ’ ତୁମେ ମୋର ସେନାବାହିନୀ। ସମଗ୍ର ବିଶ୍ବରେ ମାନବ ସମାଜରେ ଏଇ ମୈତ୍ରୀ, ଶାନ୍ତି, ସୁଖର ଆଜ୍ଞାମାଳ ନେଇ କାର୍ଯ୍ୟକର । କାରଣ ମଣିଷ ସବୁ ଶ୍ରୀଜଗନ୍ନାଥଙ୍କ ବଂଶ, ସ୍ଵଜନ ଓ ଅଂଶୀଦାର ।

ଏହା କାନକୁ, ମନକୁ, ହୃଦୟକୁ ଶୁଭୁଛି ପବିତ୍ର ସନ୍ତୋଷଜନକ ଓ ମଙ୍ଗଳମୟ । ମହାଭାରତ ଗୀତାରେ କିନ୍ତୁ କୃଷ୍ଣଙ୍କ ବାଣୀ ଶୁଣି ଅର୍ଜୁନ ଯେପରି ‘ବିଷାଦ’ ଛାଡ଼ି କର୍ମକ୍ଷେତ୍ରକୁ ଲମ୍ଫ ପ୍ରଦାନ କଲେ ଆମେ ତାହା କରିବାକି ? ବା ନକରିବା ? ଆଜିର କୁରୁକ୍ଷେତ୍ରର ଯୁଦ୍ଧକ୍ଷେତ୍ର ହେଲା ସମ୍ପୂର୍ଣ୍ଣ ପୃଥ‌ିବୀ ଓ ମନୁଷ୍ୟ ସମାଜ । ଯୋଦ୍ଧା ଅର୍ଜୁନ କ୍ଷେତ୍ରକୁ ଚାହିଁ ଦେଇ କର୍ମ ସ୍ଥିର କଲାଭଳି ସ୍ଥିର କରାଯାଉ ଆମ ଆଗରେ ସମସ୍ୟା କ’ଣ ? ଶତ୍ରୁ କିଏ ? ତାର ନିରାକରଣର ଉପାୟ କ’ଣ ? ଆମକୁ ଭରସା ଦେଇଥିବା ମାର୍ଗ ଦର୍ଶାଉଥ‌ିବା ଏ ନନ୍ଦିଘୋଷ ରଥର ସାରଥ ଭାବେ ରହିଥିବା ଶ୍ରୀଜଗନ୍ନାଥ (ଦାରୁବ୍ରହ୍ମ) କଳ୍‌କୀ ଅବତାରରେ ମଧ୍ୟ ଅସ୍ତ୍ର ନ ଧରିଥିବା ଏକମାତ୍ର ସାର୍ଥକ ସାରଥି କିନ୍ତୁ ନନ୍ଦିଘୋଷର ମହାନାୟକ ଅଲୌକିକ ଚକାନୟନଧାରୀ ନିଳାଦ୍ରୀବିହାରୀ ଦାରୁବ୍ରହ୍ମଙ୍କର ପାର୍ଥ ଧନୁର୍ଦ୍ଧର କିଏ ହେବ ? ଧର୍ମ ଯୁଦ୍ଧ ଲଢ଼ିବା ପାଇଁ ?

ଉତ୍ତର ମନକୁ ଆସୁଛି, ଅସଂଖ୍ୟ ମନୁଷ୍ୟ ସଖା ପାର୍ଥ ଧନୁର୍ଦ୍ଧର ଭାବେ ଭଲ ମଣିଷ, ଚିନ୍ତାଶୀଳ ମଣିଷ ଏ ବିଶ୍ବରେ ବ୍ୟାପିଯାଇ ଧର୍ମପ୍ରାଣ ମନୁଷ୍ୟର ଧରାଧାମରେ ଧର୍ମ ବିଜୟକୁ ସୁନିଶ୍ଚିତ କରିବେ । ସେ ସେନାବାହିନୀ କାହାନ୍ତି ? କାହାନ୍ତି ‘କଳ୍‌କୀ’ ର ଭାବରେ ବନ୍ଧା ଆଜ୍ଞାମାଳ ବାହକ ଭକ୍ତ ଶିରୋମଣି କର୍ମୀବୃନ୍ଦ ? ସହସ୍ରକ୍ଷେତ୍ରରେ କାର୍ଯ୍ୟ କରୁଥିବା ସନାତନମାର୍ଗୀ ସେନାନୀ ? ବିଭିନ୍ନ ଧର୍ମମତର ନୈତିକ, ମାନବବାଦୀ, ଶାନ୍ତିକାମୀ ଜାଗ୍ରତ ଜନତା ନିଜ ନିଜ କ୍ଷେତ୍ରରେ ଉନ୍ନତିରେ ସେବା, ପ୍ରେମ, ଶ୍ରଦ୍ଧା ସମର୍ପଣ ଭାବକୁ ଉଜ୍ଜୀବିତ କରି ଏ ଧରାଧାମକୁ ସ୍ଵର୍ଗଧାମରେ ପରିଣତ କରନ୍ତୁ। ଏହାହିଁ ଜଗନ୍ନାଥ, ଆଲ୍ଲା ଅଥବା ଖ୍ରୀଷ୍ଟଙ୍କ ଇଚ୍ଛା, ତାଙ୍କର ସୃଷ୍ଟିକୁ ସରସ ସୁନ୍ଦର ଶାନ୍ତିମୟ ଆନନ୍ଦମୟ କରିବାକୁ।

ଏଥ‌ିପାଇଁ ଆମେ ଆମ ଠାକୁର ପାଇଁ ଗର୍ବ କରୁଥିବା, ସଂସ୍କୃତି ବୁଝୁଥିବା ଲେଖକ, ଗବେଷକ, ପ୍ରଚାରକ, ଭଜନକାରୀ, ସେବାୟତ, ରାଜନୈତିକ ନେତା, ଅର୍ଥନୈତିକ, ବିଜ୍ଞ ସାମାଜିକ ଚକ୍ରବର୍ତ୍ତୀମାନଙ୍କୁ ନିବେଦନ କରିବା କି, ଦିବାରାତ୍ରୀ ‘କୃଷ୍ଣଚେତନା’ ଗୋଷ୍ଠୀପରି ‘ଜଗନ୍ନାଥ ଚେତନା’ ଗୋଷ୍ଠୀକୁ ଆଗେଇ ନିଅନ୍ତୁ। God helps those who help themselves – ଭଗବାନ ସେମାନଙ୍କୁ ସାହାଯ୍ୟ କରନ୍ତି, ଯିଏ ନିଜକୁ ସାହାଯ୍ୟ କରେ। ଶ୍ରୀଜଗନ୍ନାଥଙ୍କ ସମ୍ବନ୍ଧରେ ଯିଏ ଯେତେ ଗ୍ରନ୍ଥ ଅଧ୍ୟୟନ, ଚେତନା ସଭା, ଗବେଷଣା, ବେଶ ପ୍ରଦର୍ଶନ, ମନ୍ଦିର ନିର୍ମାଣ, ଚଳଚ୍ଚିତ୍ର ନିର୍ମାଣ, ସଙ୍ଗୀତ, ଭଜନ, ପ୍ରବଚନ ସଭା ସମ୍ମିଳନୀ କରୁଛନ୍ତି, ତାଙ୍କୁ ଏକତ୍ର କରାଇ ପାରିବା କି, ଏହିଭଳି ଏକ ସାମୁହିକ ଉଦ୍ଦେଶ୍ୟରେ ? ନିଜେ ନିଜର ସୁଚିନ୍ତିତ ସ୍ଵମତ ଦେବାକୁ ଏ ଲେଖକର ଆପଣମାନଙ୍କୁ ନମ୍ର ନିବେଦନ। ଆଜ୍‌କି (ଆଜି) ଓ କଳ୍‌କୀ (କାଲିର) କର୍ତ୍ତବ୍ୟ, ଉପାୟ, ସମାଧାନ ସ୍ଥିର କରନ୍ତୁ । ଏ ମାନବ ସମାଜର ଉଦ୍ଧାରମାର୍ଗ ଓ ଆଲୋକର ମାର୍ଗ ପାଇଁ ଚିନ୍ତନ, ମନନ, ପ୍ରସ୍ତାବ ଗ୍ରହଣ ଓ କାର୍ଯ୍ୟକରଣର ଶୁଭାରମ୍ଭ ହେଉ।

Nirvik Bureau

Nirvik Bureau

Related Posts

ମାହାଙ୍ଗାରେ ମହାତ୍ମା ଗାନ୍ଧୀ ପ୍ରଶିକ୍ଷଣ କକ୍ଷ  ଉଦ୍ଘାଟିତ
More

ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ଗାନ୍ଧିଜୀ ଙ୍କ ୧୫୮ ଜୟନ୍ତୀ ପାଳିତ ।

by Nirvik Bureau
October 2, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨ ଅକ୍ଟୋବର, ୨୦୨୬ ଜାତିର ଜନକ ମହାତ୍ମା ଗାନ୍ଧୀ ଙ୍କ ୧୫୮ ତମ ଜୟନ୍ତୀ ଶରତ କର ଓ ଅନିମା କର ଫାଉଣ୍ଡେସନ...

Read more
ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ଗାନ୍ଧିଜୀ ଙ୍କ ୧୫୮ ଜୟନ୍ତୀ ପାଳିତ ।

ମାହାଙ୍ଗାରେ ମହାତ୍ମା ଗାନ୍ଧୀ ପ୍ରଶିକ୍ଷଣ କକ୍ଷ ଉଦ୍ଘାଟିତ

October 2, 2026
ଅନନ୍ତ ବ୍ରତ ମହିମା

ଅନନ୍ତ ବ୍ରତ ମହିମା

September 25, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୯)

September 17, 2026
Dhanada’s Discourse: The Day AI Started Doing the Work  – The Opportunity and Pitfalls of Agentic AI

Dhanada’s Discourse: The Day AI Started Doing the Work – The Opportunity and Pitfalls of Agentic AI

September 9, 2026
Vipul’s Voice:What is Spirituality?

Vipul’s Voice:
What is Spirituality?

August 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.