• About
  • Contact
Tuesday, August 11, 2026
Tuesday, August 11, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଓଡ଼ିଶା ରେ ହୋଲି ପର୍ବ

ଓଡ଼ିଶା ରେ ହୋଲି ପର୍ବ
Share on FacebookShare on Xshare on Whatsappshare on Linkedin
ସାରିକା ମହାନ୍ତି, ଭୁବନେଶ୍ୱର, ୨୬ ମାର୍ଚ୍ଚ ୨୦୨୪

ହୋଲି ହେଉଛି ହିନ୍ଦୁ ମାନଙ୍କର ଏକ ଲୋକପ୍ରିୟ ତଥା ମହତ୍ଵପୂର୍ଣ୍ଣ ପର୍ବ,  ଯାହାକି ରଙ୍ଗ, ପ୍ରେମ ଏବଂ ବସନ୍ତ ଋତୁ ପର୍ବ ଭାବରେ ପାଳନ କରାଯାଏ । ରାଧା ଓ କୃଷ୍ଣ ଙ୍କର ଅନନ୍ତ ତଥା ଇଶ୍ୱରୀୟ ପ୍ରେମକୁ ଏହି ପର୍ବରେ ପାଳନ କରା ଯାଇଥାଏ । ଓଡ଼ିଶା ସମେତ ଭାରତ ବର୍ଷର ବିଭିନ୍ନ ରାଜ୍ୟରେ ଏହି ହୋଲି ପର୍ବ ଅତ୍ୟନ୍ତ ଆନନ୍ଦ ଉଲ୍ଲାସ ସହିତ ପାଳନ କରାଯାଏ । ଶୀତର ଅବସାନ ପରେ ବସନ୍ତର ଆଗମନ ରେ ପ୍ରେମର ସନ୍ତକ ସ୍ୱରୂପ ହୋଲି ପର୍ବ ପାଳିତ ହୁଏ । ଏହା ମଧ୍ୟ ବସନ୍ତ ଋତୁ ରେ ଏକ ଭଲ ଅମଳ ପାଇଁ ଆହ୍ୱାନ । ଏହି ପର୍ବ ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ଫାଲ୍ଗୁନ ମାସ ପୂର୍ଣ୍ଣିମା ସନ୍ଧ୍ୟା ଠାରୁ ଆରମ୍ଭ ହୋଇ ପରଦିନ ପର୍ଯ୍ୟନ୍ତ ଚାଲିଥାଏ । ଏହାକୁ ଆମ ଓଡ଼ିଶାରେ ଦୋଳ ଯାତ୍ରା ବୋଲି ମଧ୍ୟ କୁହାଯାଏ ।

ବସନ୍ତର ଆଗମନକୁ ଚିହ୍ନିତ କରି ରଙ୍ଗର ପର୍ବ ଭାବେ ଏହା ଏକ ଅନନ୍ୟ ଉପାୟରେ ଆମ ରାଜ୍ୟରେ ବହୁ ଆନନ୍ଦ ଏବଂ ଉତ୍ସାହର ସହିତ ପାଳନ କରାଯାଏ । ଓଡ଼ିଆ କ୍ୟାଲେଣ୍ଡର ପ୍ରସ୍ତୁତ ହୋଇ ଏହି ଦିନ ଶ୍ରୀଜଗନ୍ନାଥଙ୍କୁ ଅର୍ପଣ କରାଯାଏ । ଏହି ଉତ୍ସବ ପ୍ରାୟତଃ ଗ୍ରାମାଞ୍ଚଳରେ ପାଳନ ହେଉଥିଲା । କିନ୍ତୁ, ଏବେ ଏହା ନଗର ସହରକୁ ପରିବ୍ୟାପ୍ତ ହେଲାଣି, ଯେଉଁଠାରେ ରାଧା ଏବଂ କୃଷ୍ଣ ଙ୍କ ପ୍ରତିମା ଏକ ସାଧାରଣ ସ୍ଥାନକୁ ଆସନ୍ତି ।

ପାରମ୍ପରିକ ଭାବରେ ଏହି ପର୍ବ ଫଗୁ ଦଶମୀ ରୁ ଆରମ୍ଭ ହୁଏ, ଯେଉଁଠାରେ ଭଗବାନ କୃଷ୍ଣଙ୍କ ମୂର୍ତ୍ତି ସ୍ଥାନୀୟ ଅଞ୍ଚଳର ପ୍ରତ୍ୟେକ ଘର ପରିବାରକୁ ଏକ ବିମାନରେ ବସାଇ ପରିକ୍ରମା କରାଯାଇଥାଏ ଏବଂ ଦୋଳ ପୂର୍ଣ୍ଣିମା ଦିନ ଶେଷ ହୁଏ; ଯେତେବେଳେ ଲୋକମାନେ ପରସ୍ପର ଉପରେ ରଙ୍ଗ ଅବିର ଲଗାନ୍ତି ଏବଂ ଉତ୍ସବ ପରିସରରେ ଆନନ୍ଦିତ ହୁଅନ୍ତି । ଏହାଦ୍ବାରା ପ୍ରେମ, ମମତ୍ଵ ଜାଗେ ଏବଂ ସାମାଜିକ ସମ୍ପର୍କ ନିବିଡ ହୁଏ ବୋଲି ବିଶ୍ବାସ ରହିଛି ।

ଓଡ଼ିଶାର ଶ୍ରୀକ୍ଷେତ୍ର ଧାମ ଶ୍ରୀଜଗନ୍ନାଥ ମନ୍ଦିରରେ ପୌରାଣିକ ଆଖ୍ୟାନ ଅନୁଯାୟୀ ରାକ୍ଷସ ହିରଣ୍ୟକାଶ୍ୟପ ର ଭଉଣୀ ହୋଲିକା ଉପରେ ଭଗବାନ ବିଷ୍ଣୁଙ୍କ ବିଜୟ ସ୍ମାରକୀ ଉତ୍ସବ ଭାବେ ରକ୍ତବର୍ଣ୍ଣ ଅବିର ଲଗାଇ ହୋଲି ପର୍ବ ପାଳନ କରାଯାଉଛି । ଶେଷଦିନ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ହୋଲିକା ଦହନ ରୀତିନୀତି ମଧ୍ୟ ପାଳିତ ହୋଇ ଆସୁଛି । ଓଡ଼ିଶାରେ ଅନୁଷ୍ଠିତ ହୋଇ ଆସୁଥିବା ଏହି ଉତ୍ସବର ଅନ୍ୟତମ ମୁଖ୍ୟ ଆକର୍ଷଣ ହେଉଛି ମେଳଣ, ଯେଉଁଥିରେ ବିଭିନ୍ନ ଅଞ୍ଚଳରେ ଥିବା ମନ୍ଦିର ମାନଙ୍କରେ ପୂଜିତ ହେଉଥିବା ରାଧାକୃଷ୍ଣ / ଗୋପୀନାଥଙ୍କ ଯୁଗଳ ମୂର୍ତ୍ତି ମାନଙ୍କୁ ବିମାନରେ ବସାଇ ଗୋଟିଏ ସ୍ଥାନରେ ଏକାଠି ମେଳି କରାଯାଇଥାଏ । ଭକ୍ତି ସଙ୍ଗୀତ, ଭେରୀତୁରୀ, ଢୋଲକ, ମାଦଳ, ଝାଞ୍ଜ, ମୃଦଙ୍ଗ ଆଦି ବାଦ୍ୟର ତାଳେ ତାଳେ ହର୍ଷ ଉଲ୍ଲାସରେ ସୁସଜ୍ଜିତ ବିମାନରେ ବିରାଜିତ ପ୍ରତିମା ମାନଙ୍କୁ ଦୋଳାୟିତ କରାଯାଇଥାଏ । ଆମ ଓଡ଼ିଶାର ଏହି ପାରମ୍ପରିକ ପର୍ବରେ ଦୋଳାୟିତ ବିମାନରେ ଠାକୁର ପ୍ରତିମା ମାନଙ୍କର ମେଳି ହେଉଥିବା ଯାତ୍ରା ମହୋତ୍ସବ କୁ ଦୋଳ ମେଲଣ ବୋଲି ଅଭିହିତ କରାଯାଇଛି ।

ଖାଲି ହିନ୍ଦୁ ସମ୍ପ୍ରଦାୟ ର ଲୋକେ ଏହି ପର୍ବ ପାଳନ କରନ୍ତି, ତାହା ନୁହେଁ; ବରଂ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତ ମାନବ ସମାଜ ପାଇଁ ବାସ୍ତବରେ ହୋଲି ହେଉଛି ଏକ ରଙ୍ଗ ଓ ପ୍ରେମର ଉତ୍ସବ । ରାଧାକୃଷ୍ଣ ଭକ୍ତିରସର ଅପୂର୍ବ ସଙ୍ଗମ ସହିତ ଆସୁରିକ ଶକ୍ତିର ବିନାଶ ଏବଂ ଶାନ୍ତି ପ୍ରେମର ପ୍ରତିଷ୍ଠା ସ୍ୱରୂପ ଉତ୍କଳୀୟ ପାରଂପରିକ ପର୍ବ ଭାବେ ଓଡ଼ିଶାରେ କେଉଁ ପୁରୁଣା କାଳରୁ ହୋଲି ପାଳିତ ହୋଇ ଆସୁଛି ।

ସାରିକା ମହାନ୍ତି

ସାରିକା ମହାନ୍ତି

ଯୁବ ଲେଖିକା

Related Posts

Dhanada’s Discourse: The Cloud Has a Thirst – India’s data-centre dilemma
More

Dhanada’s Discourse: 
The Cloud Has a Thirst – India’s data-centre dilemma

by Dhanada K. Mishra
August 10, 2026

Dhanada K Mishra, Hong Kong, 10 August 2026 At first glance, a data centre appears almost unreal. There are no...

Read more
Vipul’s Voice: Realisation at the age of 70

Vipul’s Voice:
 Realisation at the age of 70

July 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୭)

July 17, 2026
ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

July 16, 2026
ରଥଯାତ୍ରାର ପୌରାଣିକ ତଥ୍ୟ

ରଥଯାତ୍ରାର ପୌରାଣିକ ତଥ୍ୟ

July 16, 2026
ଆଧ୍ୟାତ୍ମିକ ପୁସ୍ତକ ସଂକଳନ: ବ୍ରହ୍ମ ଅଚ୍ୟୁତ ଲୋକାର୍ପିତ

ଆଧ୍ୟାତ୍ମିକ ପୁସ୍ତକ ସଂକଳନ: ବ୍ରହ୍ମ ଅଚ୍ୟୁତ ଲୋକାର୍ପିତ

July 12, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.