• About
  • Contact
Monday, September 21, 2026
Monday, September 21, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ପୁସ୍ତକ ପ୍ରକାଶନର ସ୍ବକୀୟ ଶୈଳୀ

ପୁସ୍ତକ ପ୍ରକାଶନର ସ୍ବକୀୟ ଶୈଳୀ
Share on FacebookShare on Xshare on Whatsappshare on Linkedin
ମାନସ ରଂଜନ ମହାପାତ୍ର, ପୁରୀ, ୧୫ ମାର୍ଚ୍ଚ ୨୦୨୪

ପୁସ୍ତକର ପାଣ୍ଡୁଲିପି ସମ୍ପାଦନା ଓ ପ୍ରକାଶକଙ୍କ ପ୍ରକାର କଥା ଆମେ ଏହି ପତ୍ରିକାରେ ପୂର୍ବରୁ ଆଲୋଚନା କରିସାରିଛେ। ପାଣ୍ଡୁଲିପି ସମ୍ପାଦନା ସମ୍ପର୍କରେ ଓଡ଼ିଆରେ ବିଶେଷ ତଥ୍ୟ ବା ପୁସ୍ତକ ନାହିଁ। ଆମର ଉଦ୍ୟମ ଏ ଦିଗରେ ଏକ ପ୍ରୟାସ ମାତ୍ର ।

ଆଗରୁ ଆମେ କଥା ହୋଇଛେ, ଭଲ ବହି ବାରି ହୋଇପଡ଼େ। ଏହି ବାରି ହେବାର ଲକ୍ଷଣ ହେଉଛି ବହିର ମୁଦ୍ରଣ, ସମ୍ପାଦନା ଓ ବିଷୟର ସ୍ଵକୀୟ ଶୈଳୀ। ଇଂରାଜୀରେ ଏହାକୁ ‘ହାଉସ୍ ଷ୍ଟାଇଲ୍’ କୁହାଯାଏ। ଏ ବିଷୟରେ ପ୍ରକାଶନ କଳାର ମହାନ ଗ୍ରନ୍ଥ ‘ଚିକାଗୋ ମାନୁଆଲ୍ ଅଫ ଷ୍ଟାଇଲ୍’ରେ ବିଶଦ ଭାବେ ଲେଖାଯାଇଛି ।

ହାଉସ୍ ଷ୍ଟାଇଲ୍
ହାଉସ୍ ଷ୍ଟାଇଲ୍ ହେଉଛି ଏକ ସମ୍ପାଦନା, ସଂରଚନାର ନିୟମ ଏବଂ ପ୍ରକାଶକ, ମୁଦ୍ରକ, ଟାଇପସେଟର୍ ଆଦିଙ୍କ ପାଇଁ ଉଦ୍ଦିଷ୍ଟା ପ୍ରଯୁଜ୍ୟ ନୀତି ସମୂହ, ଯାହାକି ଲେଖକ ଏବଂ ପାଣ୍ଡୁଲିପି ସମ୍ପାଦକଙ୍କ ଗୋଚରାର୍ଥେ ଆରମ୍ଭରୁ ଦିଆଯାଇଥାଏ। ପ୍ରକାଶନ ସଂସ୍ଥାର ନିଜସ୍ବ ପାଣ୍ଡୁଲିପି ସମ୍ପାଦନା ଏକ ନିର୍ଦ୍ଦିଷ୍ଟ ବ୍ୟାକରଣଗତ ବ୍ୟବହାର ଏବଂ ତର୍କସଙ୍ଗତ କ୍ରମ, ଯଥା, ଶୀର୍ଷକ, ଉପଶୀର୍ଷକ, ନୋଟ ବା ଦ୍ରଷ୍ଟବ୍ୟ, କୋଟେଶନ (ଉଦ୍ଧୃତି) ଆଦିର ନିୟମ ଅନୁସରଣ କରିଥାନ୍ତି, ଯାହାକି ପାଣ୍ଡୁଲିପିର ପ୍ରସ୍ତୁତି ସମ୍ପର୍କରେ ପାଠକ ଏବଂ ମୁଦ୍ରକଙ୍କୁ ସୂଚନା ଦେଇଥାଏ। ଏଥିରେ ଥାଏ କ୍ରମାଗତ ଭାବେ ସଂକ୍ଷିପ୍ତକରଣ, ଅକ୍ଷର, ପଙ୍କଚୁଏସନ୍ ବା ବିରାମ, ଶବ୍ଦ ଖଣ୍ଡିତ କରିବାର ନିୟମାବଳୀ, ଯାହାକି ଲେଖକଙ୍କ ରଚନା ପାଠକକୁ ଶୃଙ୍ଖଳିତ ଭାବେ ବୁଝାଏ ଓ ମୁଦ୍ରକଙ୍କ ପାଇଁ ସରଳ, ଦିଗଦର୍ଶକର କାମ କରେ ।

ଇଂରାଜୀ ଭାଷାର ବ୍ରିଟିଶ ଓ ଆମେରିକୀୟ ଲିପି ବା ବନାନ୍ ପଦ୍ଧତି ପରି ଭାରତୀୟ ଭାଷାମାନଙ୍କରେ ସଂଯୁକ୍ତାକ୍ଷର, ବିସର୍ଗ, ହଳନ୍ତ, ଚନ୍ଦ୍ରବିନ୍ଦୁ ଆଦିର ବ୍ୟବହାର ମଧ୍ୟ ହାଉସ୍ ଷ୍ଟାଇଲ୍ ର ଅନ୍ତର୍ଭୁକ୍ତ। ସେହିପରି ଇଂରାଜୀର ପ୍ଲସରୀ, ଧୂସାରସ୍, ଏବଂ ଡିକ୍ସିନାରୀ ପରି ଭାରତୀୟ ଭାଷାମାନଙ୍କରେ ମାନକ ଶବ୍ଦକୋଷ ଓ ଭାଷାକୋଷ ରହିଛି। ଓଡ଼ିଆ ଭାଷାରେ ଗୋପାଳଚନ୍ଦ୍ର ପ୍ରହରାଜଙ୍କ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ପ୍ଲସରୀ, ଧୂସାରସ୍ ଏବଂ ଡିକ୍ସିନାରୀର ଏକ ଅପୂର୍ବ ସଂଯୁକ୍ତ ଉଦାହରଣ।

ପ୍ରକାଶନ ସଂସ୍ଥାର ଲୋଗୋ ବା ଚିହ୍ନର ବ୍ୟବହାର ଓ ଅଳଙ୍କରଣ ମଧ୍ୟ ହାଉସ୍ ଷ୍ଟାଇଲର ଅଂଶବିଶେଷ। ସାହିତ୍ୟ ଅକାଦେମିର ପୁସ୍ତକମାନଙ୍କର ଇନର୍ କଭରରେ ଅଜନ୍ତା ବା ଏଲୋରାର ଭାସ୍କର୍ଯ୍ୟର ଚିତ୍ର ଥାଏ। ସେହିପରି ନ୍ୟାସନାଲ ବୁକ୍ ଟ୍ରଷ୍ଟର ପ୍ରଚ୍ଛଦରେ ଥାଏ ବିଶିଷ୍ଟ ଶିଳ୍ପୀମାନଙ୍କର କଳାକୃତି। ଯେଉଁ ଓଡ଼ିଆ ପ୍ରକାଶକମାନଙ୍କ ଲୋଗୋ ବା ପ୍ରକାଶକୀୟ ଚିହ୍ନ ଉଲ୍ଲେଖଯୋଗ୍ୟ, ସେମାନେ ହେଲେ କଟକ ଷ୍ଟୁଡେଣ୍ଟସ୍ ଷ୍ଟୋର, ଲାର୍କ ବୁକ୍ସ, ଗ୍ରନ୍ଥ ମନ୍ଦିର, କାହାଣୀ, ଫ୍ରେଣ୍ଡସ ପବ୍ଲିସର ଇତ୍ୟାଦି । ଏଗୁଡିକ ଉତ୍ତମ ରେଖାଚିତ୍ର ବା କ୍ୟାଲିଗ୍ରାଫ ଉପରେ ଆଧାରିତ। ଅଧିକାଂଶ ଅସିତ୍ ମୁଖାର୍ଜୀଙ୍କ କଳାକୃତି।

କଭର ବନ୍ଧେଇ ମଧ୍ୟ ହାଉସ୍ ଷ୍ଟାଇଲର ଏକ ଅଂଶ। କଲିକତାର ରାଇଟର୍ସ ୱାର୍କସପର ବହିଗୁଡ଼ିକର ବନ୍ଧାଇ କନା – ତା ମଧ୍ୟ ବିଷୟ ବା କଥା ଅନୁସାରେ। ଗ୍ରନ୍ଥ ମନ୍ଦିରର ବିଶ୍ଵ ସାହିତ୍ୟ ଗ୍ରନ୍ଥମାଳା ବା ଭାରତୀୟ ସାହିତ୍ୟ ମାଳାର ପ୍ରଚ୍ଛଦ ଦେଖିଲେ ଭିତରେ କ’ଣ ଥିବ, ପାଠକ ସହଜରେ ବୁଝିପାରେ।

ପ୍ରକାଶନ ଓ ମୁଦ୍ରଣ ଛଡା ଲେଖକ ଓ ସଂପାଦକଙ୍କର ମଧ୍ୟ ନିଜ ନିଜ ସ୍ଵକୀୟ ଶୈଳୀ ବା ହାଉସ୍ ଷ୍ଟାଇଲ୍ ଥାଏ। ଅନେକ ରୋମାଞ୍ଚ କାହାଣୀ ବା ଡିଟେକ୍ଟିଭ ଉପନ୍ୟାସର ଲେଖକଙ୍କର ନିଜ ନିଜ ନାୟକ ଥାଆନ୍ତି। ଏକଦା ଲାର୍କ ବୁଵ ପ୍ରକାଶିତ । ସ୍ବୀୟ କବିତା ପୁସ୍ତକମାନଙ୍କର ମୁଖବନ୍ଧ ନ ଲେଖୁ ରମାକାନ୍ତ ରଥ ପୃଷ୍ଠବନ୍ଧ ଲେଖୁଥିଲେ। ତାଙ୍କ ଦ୍ଵାରା ପ୍ରଭାବିତ ହୋଇ ମୋର ଦୁଇଟି ବହିରେ ମୁଁ ବି ପୃଷ୍ଠବନ୍ଧ ଲେଖେଇଲି। ସତ୍ୟ ମିଶ୍ରଙ୍କ ଗଳ୍ପ ସଂକଳନ ‘ବହୁବଚନ’ରେ ସେଭଳି କିଛି ଲେଖାଥିବା ମୋର ମନେପଡ଼ୁଛି । ଅର୍ଦ୍ଧ ଶତାବ୍ଦୀ ତଳର କଥା। ସେକାଳ ପଖାଳ ଏବେ ଆଉ ନାହିଁ।

ଚିକାଗୋ ମାନୁଆଲ୍ ଅଫ ଷ୍ଟାଇଲ୍ ଛଡା ପ୍ରକାଶକୀୟ ସ୍ଵକୀୟ ଶୈଳୀ ବିଷୟରେ ଆଉ ଯେଉଁ କେତୋଟି ବହିରେ ଅଛି ସେଗୁଡିକ ହେଲା:

୧. ହାର୍ଟସ୍ ରୁସସ୍ ଫର୍ କମ୍ପୋଜିଟରର୍ସ ଆଣ୍ଡ ରିଲିଜ୍ ଆଣ୍ଡ ରିଲିଜ୍ ଆଟ୍ ଦି ୟୁନିଭରସିଟି ପ୍ରେସ୍, ଅକ୍ସଫୋର୍ଡ ୟୁନିଭରସିଟି ପ୍ରେସ୍ ୧୯୭୫
୨. ଏଡିଟର୍ସ ଅର୍ ଏଡିଟିଂ ଆଇ.ଭି.ବି.ଟି ୧୯୯୩
୩. ଜୁଡିଥ୍ ବାଚେର, କପି ଏଡିଟିଂ, କାମ୍ବ୍ରିଜ୍ ୟୁନିଭରସିଟି ପ୍ରେସ୍, ୧୯୮୭
୪. ଆଇଜିଏନ୍ଓୟୁ କୋର୍ସ ମ୍ୟାଟେରିଆଲ୍ ଅର୍ ବ୍ୟାଙ୍କ ପବ୍ଲିସିଙ୍ଗ, ୨୦୦୧
୫. ପୁସ୍ତକ ରଚନା ବିଧ୍ଵ, ଓଡ଼ିଶା ରାଜ୍ୟ ପାଠ୍ୟ ପୁସ୍ତକ ପ୍ରକାଶନ ସଂସ୍ଥା, ପ୍ରଫୁଲ୍ଲ କୁମାର ତ୍ରିପାଠୀ, ୨୦୧୧
୬. ସମ୍ବାଦ ରଚନା ବିଧୂ, ସମ୍ବାଦ, ପ୍ରଫୁଲ୍ଲ କୁମାର ତ୍ରିପାଠୀ, ୧୯୮୮
୭. ଇଟିଭି ଭାଷା ସହଚର, ପ୍ରଫୁଲ୍ଲ କୁମାର ତ୍ରିପାଠୀ, ଅଛି। ଇଟିଭି ୨୦୦୭
୮. ସମାନ୍ତର କୋଷ, ଅରବିନ୍ଦ କୁମାର ଓ କୁସୁମ କୁମାର ଏନ୍ବିଟି ୧୯୯୫

ହାଉସ୍ ଷ୍ଟାଇଲ୍ ବା ପ୍ରକାଶନର ସ୍ଵକୀୟ ଶୈଳୀ ଏକ ଢାଞ୍ଚା ବା ମଡେଲ, ଏହା ଅନେକଙ୍କ ମତରେ ପ୍ରକାଶକ, ମୁଦ୍ରକ, ସଂପାଦକ ଓ ସେମାନଙ୍କ ପାଇଁ ଦେଇଥିବା ନିର୍ଦ୍ଦେଶିକା। କେତେ ମାର୍ଜିନ ଦୁଇପଟରେ ରହିବ, ଦୁଇ ଧାଡ଼ି ଭିତରେ କେତେ ଜାଗା ଛାଡ଼ିବ, ଶୀର୍ଷକ ଓ ପାରାଗ୍ରାଫ ବା କବିତା ପଙ୍କ୍ତି ଭିତରେ କେତେ ଜାଗା ବା ସିଙ୍କ ରହିବ, ଏସବୁ ପ୍ରଥମେ ଦେଇଦେଲେ, ସଂପାଦକ ପାଇଁ ସମ୍ପାଦନା ଓ ଲେଖକଙ୍କ ପାଇଁ ରଚନା ସହଜ ହୁଏ; ମୁଦ୍ରକ ଏହି ନିର୍ଦ୍ଦେଶିକା ଅନୁସାରେ କାମ କରନ୍ତି ।

ଲେଖକୀୟ ଢ଼ାଞ୍ଚା
ଅନେକଙ୍କ ମତରେ ଲେଖକୀୟ ରଚନା ଶୈଳୀ ହାଉସ୍ ଷ୍ଟାଇଲ୍ ନୁହେଁ, ମାତ୍ର ଲେଖକୀୟ ଢାଞ୍ଚା, ଯଥା ମୁଖବନ୍ଧ ରଖୁବ କି ପୃଷ୍ଠବନ୍ଧ ରଖୁବ, ପ୍ରତି ପକ୍ତି ଭିତରେ କେତେ ଜାଗା ଛାଡ଼ିବ, ଶୀର୍ଷକ ଉପରେ ରଖିବ କି କଡ଼ରେ ରଖିବ,ଏ ନେଇ କିଛି ବ୍ୟତିକ୍ରମ ରହିଥିଲେ ଲେଖକ ନିଜ ପାଇଁ ଏକ ଷ୍ଟାଇଲ ସିଟ୍ ତିଆରି କରି ମୁଦ୍ରକ ବା ପ୍ରକାଶକଙ୍କୁ ଜଣାଇବେ । ଉଭୟଙ୍କ ସମ୍ମତିରେ ଏହା ସ୍ଥିର ହେବ ଏବଂ ପ୍ରକାଶକ ପୁସ୍ତକର ଆରମ୍ଭରେ ଏ ପ୍ରକାର ନୂତନ ଢାଞ୍ଚା ସମ୍ପର୍କରେ ପାଠକଙ୍କୁ ଜଣାଇବେ। ଓଡ଼ିଆ ସାହିତ୍ୟରେ ଦିଲ୍ଲୀପ ଦାସ, ଅମରେଶ ପଟ୍ଟନାୟକ ପ୍ରମୁଖ ଏ ପ୍ରକାର ନୂତନ ପ୍ରୟୋଗ ‘ଆସନ୍ତାକାଲି’ ପୃଷ୍ଠାରେ ସତୁରି ଦଶକରେ କରିଥିଲେ।

ପୁସ୍ତକର ସୂଚିପତ୍ର ଓ ପ୍ରକାଶକୀୟ ସୂଚନା ପୃଷ୍ଠା (ଇମ୍ପ୍ରିଣ୍ଟ) ମଧ୍ୟ ହାଉସ୍ ଷ୍ଟାଇଲର ଅନ୍ତର୍ଭୁକ୍ତ । ଅଶି ଦଶକରେ ବହୁ ପତ୍ରିକା ନିଜ ସୂଚୀପତ୍ର ପଛପଟ ପ୍ରଚ୍ଛଦରେ ଛାପିଥିବା ଏହାର ଉଦାହରଣ। ତିନୋଟି ଭିନ୍ନ ପ୍ରକାରର ପ୍ରକାଶକୀୟ ସୂଚନା ପତ୍ର ଏଥିସହ ଦିଆଯାଇଛି । ପ୍ରଚ୍ଛଦପତ୍ରର ଗୋଟିଏ ଉଦାହରଣ ଅଛି ।

ପୁସ୍ତକର ପଛ ପ୍ରଚ୍ଛଦରେ ଆଜିକାଲି ବହୁ ପ୍ରକାଶକ ବହି ଓ ଲେଖକଙ୍କ ସମ୍ପର୍କରେ ସୂଚନା ଦେଇଥାନ୍ତି। ତାହାକୁ ବ୍ୟାକ୍ ପେଜର ଟେକଟ୍ ବା ପୁସ୍ତକ ଲେଖକଙ୍କ ସମ୍ପର୍କରେ ସୂଚନା ପତ୍ର କୁହାଯାଇପାରିବ। ଏକଦା ପେପରବ୍ୟାକ ବନ୍ଧେଇ ପ୍ରାୟ ନ ଥିଲା। ବୋର୍ଡ ବନ୍ଧେଇ ବହିର ପ୍ରଚ୍ଛଦ ଉପରେ ଏକ ଜ୍ୟାକେଟ୍ ରହୁଥିଲା। ଜ୍ୟାକେଟର ପ୍ରଥମ ପଟେ ରହୁଥିଲା ବହି ଓ ପ୍ରକାଶନ ସଂସ୍ଥା ସମ୍ପର୍କରେ। ଶେଷ ପ୍ରଚ୍ଛଦ ପଛପଟ ଜ୍ୟାକେଟରେ ରହୁଥିଲା ଲେଖକଙ୍କ ସମ୍ପର୍କରେ। ପ୍ରତି ପ୍ରକାଶକଙ୍କ ଶୈଳୀ ଥୁଲା ଅଲଗା – ଅଲଗା – ସ୍ଵକୀୟ ହାଉସ୍ ଷ୍ଟାଇଲ୍ ।

ହାଉସ୍ ଷ୍ଟାଇଲ୍ ମୂଳତଃ ପ୍ରକାଶକଙ୍କ ଦ୍ଵାରା ପ୍ରକାଶନକୁ ସୁସଂହତ କରିବା ପାଇଁ ସ୍ଥିରୀକୃତ ନିୟମ। ଏହା ବ୍ୟାକରଣଗତ ବା ଅକ୍ଷରଗତ ହୋଇପାରେ। ମାତ୍ର ଯଦି ଲେଖକଙ୍କ ଶୈଳୀ ଏକ ବିଶେଷ ଶୈଳୀ ହୋଇଥାଏ ( ଯଥା ମନୋଜ ଦାସ ବା ଏଚ୍. ଜି. ୱେଲସ୍) ତେବେ ପ୍ରକାଶକ ନିଜସ୍ଵ ସ୍ଵକୀୟ ପ୍ରକାଶନ ଶୈଳୀ ବଦଳାଇ ପାରନ୍ତି ବା ତା’ ସହ ବୁଝାମଣା କରିପାରନ୍ତି ।

ତେବେ, ପ୍ରକାଶକଙ୍କ ନିର୍ଦ୍ଦେଶିକା ସ୍ପଷ୍ଟ ଓ ନିର୍ଦ୍ଦିଷ୍ଟ ହେବା ଜରୁରୀ। ହାଉସ୍ ଷ୍ଟାଇଲର ଲକ୍ଷ୍ୟ ଭାଷାର ସ୍ଥିରତା ବା ଆକ୍ୟୁରାସି, ଗତି ବା ୱିଡ୍, ସ୍ଥିର ସଞ୍ଚାର ବା ଅନେଷ୍ଟ କମ୍ୟୁନିକେସନ, ପ୍ରକାଶନର ପରମ୍ପରା ବା କନଭେନସନ୍ ରକ୍ଷା, ବର୍ଣନାର ସ୍ୱଚ୍ଛତା ବା କ୍ଲାରିଟି ଓ ସମ୍ପାଦକଙ୍କ ପାଇଁ ପାଠକଙ୍କ ସୁବିଧା ନିମନ୍ତେ ପୁସ୍ତକର ବିଷୟ ସଂଯୋଜନାକୁ ସଙ୍ଗତ ରଖିବାରେ ସହଯୋଗ କରିବ। ଏହା ନିୟମାବଳୀ, ମାତ୍ର ବ୍ୟତିକ୍ରମ ପାଇଁ କଠୋର ଦଣ୍ଡର ବ୍ୟବସ୍ଥା ନାହିଁ।

Manas Ranjan Mahapatra

Manas Ranjan Mahapatra

Former Editor, National Book Trust and Head of National Children's Literature

Related Posts

ଆମେ ପାଉଡି ଭୂୟାଁ (ଭାଗ ୧୮)
More

ଆମେ ପାଉଡି ଭୂୟାଁ (ଭାଗ ୭୯)

by ଭବେଶ ଚନ୍ଦ୍ର କର
September 17, 2026

ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୭ ସେପ୍ଟେମ୍ବର ୨୦୨୬ ତାପରଦିନ ସନ୍ଧ୍ୟାରେ ଆମେ ଜଙ୍ଗଲରୁ ଫେରି ଦାଣ୍ଡପିଣ୍ଡାରେ ବସି କଥା ହେଉଛୁ ଏହି ସମୟରେ ଦେହୁରୀ ଦାଦାଙ୍କ...

Read more
Dhanada’s Discourse: The Day AI Started Doing the Work  – The Opportunity and Pitfalls of Agentic AI

Dhanada’s Discourse: The Day AI Started Doing the Work – The Opportunity and Pitfalls of Agentic AI

September 9, 2026
Vipul’s Voice:What is Spirituality?

Vipul’s Voice:
What is Spirituality?

August 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୮)

August 14, 2026
Dhanada’s Discourse: The Cloud Has a Thirst – India’s data-centre dilemma

Dhanada’s Discourse: 
The Cloud Has a Thirst – India’s data-centre dilemma

August 10, 2026
Vipul’s Voice: Realisation at the age of 70

Vipul’s Voice:
 Realisation at the age of 70

July 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.