• About
  • Contact
Friday, September 11, 2026
Friday, September 11, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ରାଜନୀତିରେ ନୈତିକତା

ରାଜନୀତିରେ ନୈତିକତା
Share on FacebookShare on Xshare on Whatsappshare on Linkedin
ରାମଚନ୍ଦ୍ର ଦାଶ, କଟକ, ୧୩ ମଇ ୨୦୨୩

ସମଗ୍ର ବିଶ୍ଵ ଜୀବନ ପାଇଁ ମାନବ ସମାଜର ଗୁରୁତ୍ବ ଅପରିହାର୍ଯ୍ୟ । ସମାଜ ଜୀବନରେ ସାମାଜିକତା, ଶାନ୍ତି, ଶୃଙ୍ଖଳା, ଆନନ୍ଦ ଓ ସୁରକ୍ଷା ପାଇଁ ଏକ ସୁସ୍ଥ ଶାସନ ବ୍ୟବସ୍ଥା ନିହାତି ଜରୁରୀ । ଏହି ଶାସନ ଧାରାରେ ସମଗ୍ର ବିଶ୍ବର ମାନବ ଜୀବନ ସଭ୍ୟତାର ଆରମ୍ଭ କାଳରୁ ଆଜି ପର୍ଯ୍ୟନ୍ତ ପରିଚାଳିତ ହେଉଅଛି । ଆମ ଦେଶରେ ପ୍ରଜାମାନଙ୍କୁ ଉତ୍ତମ ନାଗରିକ ଭାବରେ ଗଢ଼ି ସୁଶାସନ ଦେବାପାଇଁ ଦେଶ ସାରା ରାଜ ଶାସନ ବ୍ୟବସ୍ଥା ପ୍ରଚଳିତ ଥିଲା । ଏହି ରାଜ ଶାସନକୁ ପରାଜିତ କରି ବିଦେଶି ବ୍ରିଟିସ୍ ରାଜର ଉପନିବେଶବାଦ ପ୍ରଚଳିତ ହେଲା । ଏହି ପରାଧ୍ଵନତା ବିରୁଦ୍ଧରେ ଦୀର୍ଘ ଦିନ ଜାତୀୟ ସଂଗ୍ରାମ ଚାଳିବା ହେତୁ ଆମ ଦେଶ ୧୯୪୭ ମସିହା ଅଗଷ୍ଟ ମାସ ୧୫ ତାରିଖରେ ସ୍ଵାଧନତା ପ୍ରାପ୍ତ ହେଲା । ପରାଧନତାର ଅନ୍ଧାରରୁ ମୁକ୍ତି ପାଇଁ ସ୍ଵାଧୀନତାର ଆଲୋକ ଦେଖୁଲା ବେଳେ ଆମ ଦେଶର ମହାମନିଷୀମାନେ ଏଠାରେ ଗଣତନ୍ତ୍ର ଶାସନକୁ ପ୍ରତିଷ୍ଠା କଲେ । ଆମ ଦେଶର ନାମ ଆର୍ଯ୍ୟାବର୍ତ୍ତ । ଆର୍ଯ୍ୟ ସଂସ୍କୃତିର ବିଚାର ଧାରାରେ ଗଣତନ୍ତ୍ର ଶାସନ ହିଁ ଜନସାଧାରଣଙ୍କୁ ସୁଶାସନ ଦେଇ ପାରିବ ବୋଲି ଦ୍ଵାରା ଏବଂ ଲୋକମାନଙ୍କ ପାଇଁ । ଏହି ପବିତ୍ର ନୈତିକତା ଉପରେ ପ୍ରତିଷ୍ଠିତ ହୋଇଥିବା ଗଣତନ୍ତ୍ର ଶାସନର ବିଜ୍ଞ, ସଚୋଟ, ଆଦର୍ଶବାନ ବ୍ୟକ୍ତି ବିଶେଷକୁ ସର୍ବ ପ୍ରଥମେ ସ୍ଥାନ ଦିଆଯାଇଥିଲା । କାରଣ ସେମାନେ ଦେଶ ଭକ୍ତ ଓ ଦେଶ ସେବକ ଥିଲେ । ସେତେବେଳର ଦେଶ ସେବକ ପ୍ରତିନିଧ୍ ଭାବରେ ଅନେକ, ଦେଶପ୍ରେମୀ, ସ୍ଵାଧୀନତା ସଂଗ୍ରାମୀ ଓ ବୁଦ୍ଧିଜୀବିମାନେ ଦେଶର ଶାନ୍ତ, ସଂହତି ଓ ସୁରକ୍ଷା ଦିଗରେ କାର୍ଯ୍ୟ କରି ନିଜ ନିଜର କର୍ତ୍ତବ୍ୟ ନିଷ୍ଠାକୁ ପ୍ରମାଣିତ କରିଯାଇଛନ୍ତି । ସେମାନଙ୍କର ଦେଶ ପାଇଁ କର୍ତ୍ତବ୍ୟର ପବିତ୍ରତା ରାଜନୀତିରେ ନୈତିକତାକୁ ସାର୍ଥକ କରିଥିଲା ।

ସ୍ଵାଧୀନତାର ଜନ୍ମ ଦିବସ ଠାରୁ ଚାଲିଚାଲି ଆମ ଦେଶ ଆସି ୭୫ ବର୍ଷ ଅତିକ୍ରମ କରିସାରିଲାଣି । ଆ’ଭିତରେ ଘଟିଛି । ରାଜନୀତିରେ ସେବା କିମ୍ବା ଦେଶ ପ୍ରେମ ନୁହେଁ କ୍ଷମତା ଲିମ୍ବୁ ବଢ଼ିଚାଲିଛି ଦିନକୁ ଦିନ । ଏହି କ୍ଷମତା ଏକ ନିଶାରେ ପରିଣତ ହୋଇଛି । ରାଜନୀତି ଏବେ ରାଜାଙ୍କର ଆଦର୍ଶଗତ ଶ୍ରେଷ୍ଠ ନୀତି ନୁହେଁ । ଏହା ଏବେ କ୍ଷମତାର ସୁବିଧା ଓ ସୁଯୋଗ ଖୋଜୁଥ‌ିବା ଏକ ବ୍ୟବସାୟିକ ମଞ୍ଚରେ ପରିଣତ ହୋଇଛି । ଏହି ଉଦ୍ଦେଶ୍ୟକୁ ଭିଭି କରି ଅନେକ ରାଜନୈତିକ ଦଳ ମୁଣ୍ଡ ନୈତିକତା ଲୋପ ପାଉଛି । ରାଜନୀତିରେ ଆଉ ଦଳୀୟ ନୈତିକତା କିମ୍ବା ଆଦର୍ଶ କିଛି ନାହିଁ । କେବଳ କ୍ଷମତାର ନିଶା ଓ ଅନ୍ୟ ଦଳରେ ମିଶି ଯାଉଛନ୍ତି । ଫଳରେ ବର୍ତ୍ତମାନର ରାଜନୈତିକ ଦଳ ଏକ ସ୍ଵାର୍ଥ ସର୍ବସ୍ଵ ବ୍ୟବସାୟିକ ସୁବିଧାବାଦୀଙ୍କ ମଞ୍ଚ । ପ୍ରଭାବିତ କରି ଭୋଟ୍ ନେବାର ଅପକୌଶଳ ମଧ୍ୟ ରହିଛି । ଭୋଟରମାନେ ପରମେଶ୍ଵର ନୁହନ୍ତି । ଦୁଃଖ ଏବଂ ବିକଳିଆ, ଜାଣିଶୁଣି ରାଜନୀତିରେ ନୈତିକତାକୁ ପ୍ରାଧାନ୍ୟ ଦେଉ ନାହାନ୍ତି । ତେଣୁ ନ୍ୟାୟ ଓ ନୀତି ଲୋପ ହେବାକୁ ଯାଉଛି । କୁଟନୀତି, ଅପକୌଶଳ ଓ ବଳ ଏବଂ ସମ୍ବଳ ଯେଉଁଠି ଅଗ୍ରପୂଜ୍ୟ ସେଠି ନୈତିକତା ହାରିଯିବାକୁ ବାଧ୍ୟ, ଆଦର୍ଶ ବଦଳରେ ଅର୍ଥକୁ I ରାଜନୀତିର ସମ୍ମାନ ଦିଆଯାଉଛି I ଅର୍ଥର ଲୋଭ ବଢ଼ାଇ ଓ ପ୍ରଲୋଭନରେ ପ୍ରଭାବିତ କରିପାରୁଥିବା ପ୍ରାର୍ଥୀ ହିଁ ରାଜନୀତିରେ ଜିତେ ଓ ଶ୍ରେଷ୍ଠ ସ୍ଥାନ ଦଖଲ କରେ । ପ୍ରଜ୍ଞା ଆଦର୍ଶ, ପବିତ୍ରତା ଓ ସେବାକୁ ପ୍ରାଧାନ୍ୟ ଦେଉଥ‌ିବା ଦେଶପ୍ରାଣଟିଏ ଅର୍ଥ ଅଭାବରୁ ଆଜିକାଲି ପ୍ରାର୍ଥୀ ହୋଇପାରୁନାହାନ୍ତି । ଯଦି ବି ହୁଏ ସିଏ ଜିତିପାରିବ ନାହିଁ । ଗଣତନ୍ତ୍ରରେ ନିର୍ବାଚନ ଦେଶ ପାଇଁ ପ୍ରଧାନ ଓ ପବିତ୍ର କାର୍ଯ୍ୟକାଳ । ଏହି କାର୍ଯ୍ୟ ରାଜନୀତିରେ ନୈତିକତା ନଥୁଲେ ଅବାଧ ଓ ନିରପକ୍ଷ ଢ଼ଙ୍ଗରେ ହୋଇପାରିବ ନାହିଁ ।

ତେଣୁ ଆଜିର ସମୟରେ ରାଜନୈତିକଦଳ କିଛି ସୁବିଧାବାଦୀ ସ୍ୱାର୍ଥପର, ଧନୀ ତଥା କ୍ଷମତା ଲିପ୍ସୁ ବ୍ୟକ୍ତି ବିଶେଷଙ୍କ ମଞ୍ଚ ରୂପରେ ପ୍ରତିଷ୍ଠା ଲାଭ କରିଛି । ରାତି ପାହି ସକାଳ ହେଲାବେଳକୁ ଦେଶ ଭିତରେ ଆଞ୍ଚଳିକ ଦଳଠାରୁ ଆରମ୍ଭ କରି ଏହି ଉଦ୍ଦେଶ୍ୟ ରଖ୍ କେତେ ନୂଆ ଦଳ ଗଠନ ହେଉଅଛି । ଏମିତି ସ୍ଵାର୍ଥପର ଲଢ଼େଇ କରୁକରୁ କେତେ ଦଳ ଅଛନ୍ତି ତ କେତେ ଦଳ ବିଲୁପ୍ତ ପ୍ରାୟ । ଏହି ସବୁଦଳରେ ନୈତିକତା କିମ୍ବା ଆଦର୍ଶର ଲଢ଼େଇ ହେଉନାହିଁ । ଏହି ଲଢ଼େଇ ହେଉଛି କ୍ଷମତା ପାଇଁ ଅନାଦର୍ଶର, ଅନୈତିକତାର ଓ ବ୍ୟବସାୟିକ ଅପକୌଶଳର । ତେଣୁ ଏଥରେ ନୈତିକତା ପରି ସତ୍ୟ ଓ ପବିତ୍ର ଗୁଣ ସବୁ ରହିପାରିବ କିପରି ? ? ?

ରାଜନୀତିରେ ସତ୍ୟ ରକ୍ଷାର କୌଣସି ଔପଚାରିକତା ନାହିଁ । ନିର୍ବାଚନ ବେଳେ ଏଥିରେ ଜିତିବା ପାଇଁ ଯାହାସବୁ ପ୍ରତିଶୃତି ଦିଆ ଯାଉଛି, ନିର୍ବାଚନ ସରିଗଲେ ସେ ସବୁ କେବଳ ଧୁଆଁବାଣରେ ପର୍ଯ୍ୟବେସିତ ହୋଇଛି । ସାଧାରଣ ଲୋକଙ୍କ ସୁଖ, ସୁବିଧା ପାଇଁ ଯାହାସବୁ ଯୋଜନା ପ୍ରସ୍ତୁତ ହେଉଛି, ତାହା ପ୍ରକୃତ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ । କେବଳ ପ୍ରଚାର ପ୍ରସାରରେ ସୀମାବଦ୍ଧ ରହୁଛି । ଏହି ପ୍ରଚାରକୁ ଶୁଣୁଶୁଣୁ ସୁବିଧାବାଦୀଙ୍କ ଭିତରେ ପାଇବାକୁ ପ୍ରତିଯୋଗିତା ଆରମ୍ଭ ହୋଇଯାଉଛି । ଏହାକୁ ପାଇବା ପାଇଁ ପ୍ରକୃତ ହୀତାଧୁକାରୀ ଚିହ୍ନଟ ହେଇପାରୁନାହିଁ । ଦଳେ ମୁଷ୍ଟିମେୟ ସ୍ୱାର୍ଥପର ଲୋକଙ୍କ ସଲାସୁତୁରାରେ ଏହା ଭାଗବଣ୍ଟନ ହେଇଯାଉଛି । ଅଗଣତାନ୍ତ୍ରିକ ଭାବରେ ଯେଉଁ ଗ୍ରାମସଭା ଅଛି ସେଥୁରେ ଏହା ସ୍ୱୀକୃତି ଲାଭ କରିଛି ବୋଲି ଦର୍ଶାଯାଉଛି । ଏହା ଦ୍ବାରା ସରକାରୀ ସୁବିଧା ଉପଭୋଗ ପାଇଁ ଲାଞ୍ଚ, ମିଛ ଓ ଦୁର୍ନୀତିର ଦ୍ଵାର ଛାଏଁ ଛାଏଁ ଉନ୍ମୁକ୍ତ ହୋଇଯାଉଛି । ସାଧାରଣ ମଣିଷଟିଏ ଲାଭ ଦାୟକ ସୁବିଧା ପାଇବା ପାଇଁ ମିଥ୍ୟାବାଦର ପ୍ରବେଶ ପଥରେ ପଶି ଯାଉଛି ଓ ସୁବିଧାକୁ ହାତଉଛି । ଏହି ପ୍ରତିଦ୍ବନ୍ଦିତାରେ କିଏ ହାରୁଛି ତ କିଏ ଜିତି ଯାଉଛି । ପ୍ରକୃତ ଦୁଃଖ୍ ଓ ପାଇବାକୁ ହକଦାର୍ ବ୍ୟକ୍ତିଟିଏ ଏଥୁରୁ ବାଦ୍ ପଡିଯାଉଛି । କାରଣ ରାଜନୀତିରେ ସବୁ ନାହିଁ ନାହିଁକୁ ହଁ କହିବାର ଯେଉଁ ଗଳିବାଟ ରହିଛି ତା’ର ନାମ ହେଉଛି ଦୁର୍ନୀତି । ପ୍ରତିନିଧ୍ଵ ସ୍ତରରେ ଗ୍ରାମ ପଞ୍ଚାୟତର ୱାର୍ଡ ମେମ୍ବରଠାରୁ ଆରମ୍ଭ କରି ସର୍ବୋଚ ପ୍ରତିନିଧୃତ୍ଵ ଆସନ ପର୍ଯ୍ୟନ୍ତ ସବୁ ଠାରେ ଏଇ ଦୃଶ୍ୟ ହିଁ ଦୃଶ୍ୟମାନ । ସାଧାରଣ ମଣିଷର ଅଭିଯୋଗ କିମ୍ବା ଦୁଃଖ କଷ୍ଟ ଶୁଣିବାକୁ ଯେଉଁ ପ୍ରଶାସନ ରହିଛି, ତାହା ରାଜନୈତିକ ଡରଭୟରେ ଭୟଭିତ ଓ ଦୁର୍ନୀତି ଗ୍ରସ୍ତ । କାଦୁଅରେ ପଶିଲେ ଗୋଡ଼ ଧୋଇବାକୁ ପଡ଼ିବ ବୋଲି ସେମାନେ ଶାସନର ପ୍ରାକୃତିକ ତର୍ଜମା ପାଇଁ ନିର୍ବାକ ଓ ଭୟଭିତ ।

ଏହି ନିଷ୍ଠୁର ଅନୈତିକତାର ଆଡ଼ମ୍ବର ଭିତରେ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ରାମରାଜ୍ୟ ଆଜି ରାବଣର ରାଜ୍ୟରେ ପରିଣତ ହୋଇଛି । ଲଙ୍କା ଗଡ଼ରେ ସୁନା ଛାଉଣି ହେଲେ କଣ ହେବ ସେଥ‌ିରେ ସ୍ଵଚ୍ଛ ଶାସନର ସତ୍ୟତା କିମ୍ବା ନୈତିକତା ନାହିଁ । ଆସନ୍ତୁ ଆମେ ସମସ୍ତେ ମିଶି ଏହି ଦୁଃଖର ମୂଳଉତ୍ପାଟନ କରିବା ସହିତ ଆମ ପ୍ରାଣପ୍ରିୟ ଜନ୍ମଭୂମିକୁ ଏହି ଅସତ୍ୟ, ଅନ୍ୟାୟ, ଅବିଚାର ଓ ଅନୀତି କବଳରୁ ରକ୍ଷା କରିବା ।

ରାମଚନ୍ଦ୍ର ଦାଶ

ରାମଚନ୍ଦ୍ର ଦାଶ

ସାମ୍ବାଦିକ ଓ ସ୍ତମ୍ଭକାର,
ସାରସ୍ଵତ ଭବନ, ଅକରପଡା
ମାହାଙ୍ଗା, କଟକ
ମୋବାଇଲ୍ ନଂ - 8457991317
E-MAIL ID - ramachandradash71@gmail.com

Related Posts

Dhanada’s Discourse: The Day AI Started Doing the Work  – The Opportunity and Pitfalls of Agentic AI
More

Dhanada’s Discourse: The Day AI Started Doing the Work – The Opportunity and Pitfalls of Agentic AI

by Dhanada K. Mishra
September 9, 2026

Dhanada K Mishra, Hong Kong, 9 September 2026 Last week, I asked my computer to find every project report I...

Read more
Vipul’s Voice:What is Spirituality?

Vipul’s Voice:
What is Spirituality?

August 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୮)

August 14, 2026
Dhanada’s Discourse: The Cloud Has a Thirst – India’s data-centre dilemma

Dhanada’s Discourse: 
The Cloud Has a Thirst – India’s data-centre dilemma

August 10, 2026
Vipul’s Voice: Realisation at the age of 70

Vipul’s Voice:
 Realisation at the age of 70

July 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୭)

July 17, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.