ରାମଚନ୍ଦ୍ର ଦାଶ, କଟକ, ୧୩ ମଇ ୨୦୨୩
ସମଗ୍ର ବିଶ୍ଵ ଜୀବନ ପାଇଁ ମାନବ ସମାଜର ଗୁରୁତ୍ବ ଅପରିହାର୍ଯ୍ୟ । ସମାଜ ଜୀବନରେ ସାମାଜିକତା, ଶାନ୍ତି, ଶୃଙ୍ଖଳା, ଆନନ୍ଦ ଓ ସୁରକ୍ଷା ପାଇଁ ଏକ ସୁସ୍ଥ ଶାସନ ବ୍ୟବସ୍ଥା ନିହାତି ଜରୁରୀ । ଏହି ଶାସନ ଧାରାରେ ସମଗ୍ର ବିଶ୍ବର ମାନବ ଜୀବନ ସଭ୍ୟତାର ଆରମ୍ଭ କାଳରୁ ଆଜି ପର୍ଯ୍ୟନ୍ତ ପରିଚାଳିତ ହେଉଅଛି । ଆମ ଦେଶରେ ପ୍ରଜାମାନଙ୍କୁ ଉତ୍ତମ ନାଗରିକ ଭାବରେ ଗଢ଼ି ସୁଶାସନ ଦେବାପାଇଁ ଦେଶ ସାରା ରାଜ ଶାସନ ବ୍ୟବସ୍ଥା ପ୍ରଚଳିତ ଥିଲା । ଏହି ରାଜ ଶାସନକୁ ପରାଜିତ କରି ବିଦେଶି ବ୍ରିଟିସ୍ ରାଜର ଉପନିବେଶବାଦ ପ୍ରଚଳିତ ହେଲା । ଏହି ପରାଧ୍ଵନତା ବିରୁଦ୍ଧରେ ଦୀର୍ଘ ଦିନ ଜାତୀୟ ସଂଗ୍ରାମ ଚାଳିବା ହେତୁ ଆମ ଦେଶ ୧୯୪୭ ମସିହା ଅଗଷ୍ଟ ମାସ ୧୫ ତାରିଖରେ ସ୍ଵାଧନତା ପ୍ରାପ୍ତ ହେଲା । ପରାଧନତାର ଅନ୍ଧାରରୁ ମୁକ୍ତି ପାଇଁ ସ୍ଵାଧୀନତାର ଆଲୋକ ଦେଖୁଲା ବେଳେ ଆମ ଦେଶର ମହାମନିଷୀମାନେ ଏଠାରେ ଗଣତନ୍ତ୍ର ଶାସନକୁ ପ୍ରତିଷ୍ଠା କଲେ । ଆମ ଦେଶର ନାମ ଆର୍ଯ୍ୟାବର୍ତ୍ତ । ଆର୍ଯ୍ୟ ସଂସ୍କୃତିର ବିଚାର ଧାରାରେ ଗଣତନ୍ତ୍ର ଶାସନ ହିଁ ଜନସାଧାରଣଙ୍କୁ ସୁଶାସନ ଦେଇ ପାରିବ ବୋଲି ଦ୍ଵାରା ଏବଂ ଲୋକମାନଙ୍କ ପାଇଁ । ଏହି ପବିତ୍ର ନୈତିକତା ଉପରେ ପ୍ରତିଷ୍ଠିତ ହୋଇଥିବା ଗଣତନ୍ତ୍ର ଶାସନର ବିଜ୍ଞ, ସଚୋଟ, ଆଦର୍ଶବାନ ବ୍ୟକ୍ତି ବିଶେଷକୁ ସର୍ବ ପ୍ରଥମେ ସ୍ଥାନ ଦିଆଯାଇଥିଲା । କାରଣ ସେମାନେ ଦେଶ ଭକ୍ତ ଓ ଦେଶ ସେବକ ଥିଲେ । ସେତେବେଳର ଦେଶ ସେବକ ପ୍ରତିନିଧ୍ ଭାବରେ ଅନେକ, ଦେଶପ୍ରେମୀ, ସ୍ଵାଧୀନତା ସଂଗ୍ରାମୀ ଓ ବୁଦ୍ଧିଜୀବିମାନେ ଦେଶର ଶାନ୍ତ, ସଂହତି ଓ ସୁରକ୍ଷା ଦିଗରେ କାର୍ଯ୍ୟ କରି ନିଜ ନିଜର କର୍ତ୍ତବ୍ୟ ନିଷ୍ଠାକୁ ପ୍ରମାଣିତ କରିଯାଇଛନ୍ତି । ସେମାନଙ୍କର ଦେଶ ପାଇଁ କର୍ତ୍ତବ୍ୟର ପବିତ୍ରତା ରାଜନୀତିରେ ନୈତିକତାକୁ ସାର୍ଥକ କରିଥିଲା ।
ସ୍ଵାଧୀନତାର ଜନ୍ମ ଦିବସ ଠାରୁ ଚାଲିଚାଲି ଆମ ଦେଶ ଆସି ୭୫ ବର୍ଷ ଅତିକ୍ରମ କରିସାରିଲାଣି । ଆ’ଭିତରେ ଘଟିଛି । ରାଜନୀତିରେ ସେବା କିମ୍ବା ଦେଶ ପ୍ରେମ ନୁହେଁ କ୍ଷମତା ଲିମ୍ବୁ ବଢ଼ିଚାଲିଛି ଦିନକୁ ଦିନ । ଏହି କ୍ଷମତା ଏକ ନିଶାରେ ପରିଣତ ହୋଇଛି । ରାଜନୀତି ଏବେ ରାଜାଙ୍କର ଆଦର୍ଶଗତ ଶ୍ରେଷ୍ଠ ନୀତି ନୁହେଁ । ଏହା ଏବେ କ୍ଷମତାର ସୁବିଧା ଓ ସୁଯୋଗ ଖୋଜୁଥିବା ଏକ ବ୍ୟବସାୟିକ ମଞ୍ଚରେ ପରିଣତ ହୋଇଛି । ଏହି ଉଦ୍ଦେଶ୍ୟକୁ ଭିଭି କରି ଅନେକ ରାଜନୈତିକ ଦଳ ମୁଣ୍ଡ ନୈତିକତା ଲୋପ ପାଉଛି । ରାଜନୀତିରେ ଆଉ ଦଳୀୟ ନୈତିକତା କିମ୍ବା ଆଦର୍ଶ କିଛି ନାହିଁ । କେବଳ କ୍ଷମତାର ନିଶା ଓ ଅନ୍ୟ ଦଳରେ ମିଶି ଯାଉଛନ୍ତି । ଫଳରେ ବର୍ତ୍ତମାନର ରାଜନୈତିକ ଦଳ ଏକ ସ୍ଵାର୍ଥ ସର୍ବସ୍ଵ ବ୍ୟବସାୟିକ ସୁବିଧାବାଦୀଙ୍କ ମଞ୍ଚ । ପ୍ରଭାବିତ କରି ଭୋଟ୍ ନେବାର ଅପକୌଶଳ ମଧ୍ୟ ରହିଛି । ଭୋଟରମାନେ ପରମେଶ୍ଵର ନୁହନ୍ତି । ଦୁଃଖ ଏବଂ ବିକଳିଆ, ଜାଣିଶୁଣି ରାଜନୀତିରେ ନୈତିକତାକୁ ପ୍ରାଧାନ୍ୟ ଦେଉ ନାହାନ୍ତି । ତେଣୁ ନ୍ୟାୟ ଓ ନୀତି ଲୋପ ହେବାକୁ ଯାଉଛି । କୁଟନୀତି, ଅପକୌଶଳ ଓ ବଳ ଏବଂ ସମ୍ବଳ ଯେଉଁଠି ଅଗ୍ରପୂଜ୍ୟ ସେଠି ନୈତିକତା ହାରିଯିବାକୁ ବାଧ୍ୟ, ଆଦର୍ଶ ବଦଳରେ ଅର୍ଥକୁ I ରାଜନୀତିର ସମ୍ମାନ ଦିଆଯାଉଛି I ଅର୍ଥର ଲୋଭ ବଢ଼ାଇ ଓ ପ୍ରଲୋଭନରେ ପ୍ରଭାବିତ କରିପାରୁଥିବା ପ୍ରାର୍ଥୀ ହିଁ ରାଜନୀତିରେ ଜିତେ ଓ ଶ୍ରେଷ୍ଠ ସ୍ଥାନ ଦଖଲ କରେ । ପ୍ରଜ୍ଞା ଆଦର୍ଶ, ପବିତ୍ରତା ଓ ସେବାକୁ ପ୍ରାଧାନ୍ୟ ଦେଉଥିବା ଦେଶପ୍ରାଣଟିଏ ଅର୍ଥ ଅଭାବରୁ ଆଜିକାଲି ପ୍ରାର୍ଥୀ ହୋଇପାରୁନାହାନ୍ତି । ଯଦି ବି ହୁଏ ସିଏ ଜିତିପାରିବ ନାହିଁ । ଗଣତନ୍ତ୍ରରେ ନିର୍ବାଚନ ଦେଶ ପାଇଁ ପ୍ରଧାନ ଓ ପବିତ୍ର କାର୍ଯ୍ୟକାଳ । ଏହି କାର୍ଯ୍ୟ ରାଜନୀତିରେ ନୈତିକତା ନଥୁଲେ ଅବାଧ ଓ ନିରପକ୍ଷ ଢ଼ଙ୍ଗରେ ହୋଇପାରିବ ନାହିଁ ।
ତେଣୁ ଆଜିର ସମୟରେ ରାଜନୈତିକଦଳ କିଛି ସୁବିଧାବାଦୀ ସ୍ୱାର୍ଥପର, ଧନୀ ତଥା କ୍ଷମତା ଲିପ୍ସୁ ବ୍ୟକ୍ତି ବିଶେଷଙ୍କ ମଞ୍ଚ ରୂପରେ ପ୍ରତିଷ୍ଠା ଲାଭ କରିଛି । ରାତି ପାହି ସକାଳ ହେଲାବେଳକୁ ଦେଶ ଭିତରେ ଆଞ୍ଚଳିକ ଦଳଠାରୁ ଆରମ୍ଭ କରି ଏହି ଉଦ୍ଦେଶ୍ୟ ରଖ୍ କେତେ ନୂଆ ଦଳ ଗଠନ ହେଉଅଛି । ଏମିତି ସ୍ଵାର୍ଥପର ଲଢ଼େଇ କରୁକରୁ କେତେ ଦଳ ଅଛନ୍ତି ତ କେତେ ଦଳ ବିଲୁପ୍ତ ପ୍ରାୟ । ଏହି ସବୁଦଳରେ ନୈତିକତା କିମ୍ବା ଆଦର୍ଶର ଲଢ଼େଇ ହେଉନାହିଁ । ଏହି ଲଢ଼େଇ ହେଉଛି କ୍ଷମତା ପାଇଁ ଅନାଦର୍ଶର, ଅନୈତିକତାର ଓ ବ୍ୟବସାୟିକ ଅପକୌଶଳର । ତେଣୁ ଏଥରେ ନୈତିକତା ପରି ସତ୍ୟ ଓ ପବିତ୍ର ଗୁଣ ସବୁ ରହିପାରିବ କିପରି ? ? ?
ରାଜନୀତିରେ ସତ୍ୟ ରକ୍ଷାର କୌଣସି ଔପଚାରିକତା ନାହିଁ । ନିର୍ବାଚନ ବେଳେ ଏଥିରେ ଜିତିବା ପାଇଁ ଯାହାସବୁ ପ୍ରତିଶୃତି ଦିଆ ଯାଉଛି, ନିର୍ବାଚନ ସରିଗଲେ ସେ ସବୁ କେବଳ ଧୁଆଁବାଣରେ ପର୍ଯ୍ୟବେସିତ ହୋଇଛି । ସାଧାରଣ ଲୋକଙ୍କ ସୁଖ, ସୁବିଧା ପାଇଁ ଯାହାସବୁ ଯୋଜନା ପ୍ରସ୍ତୁତ ହେଉଛି, ତାହା ପ୍ରକୃତ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ । କେବଳ ପ୍ରଚାର ପ୍ରସାରରେ ସୀମାବଦ୍ଧ ରହୁଛି । ଏହି ପ୍ରଚାରକୁ ଶୁଣୁଶୁଣୁ ସୁବିଧାବାଦୀଙ୍କ ଭିତରେ ପାଇବାକୁ ପ୍ରତିଯୋଗିତା ଆରମ୍ଭ ହୋଇଯାଉଛି । ଏହାକୁ ପାଇବା ପାଇଁ ପ୍ରକୃତ ହୀତାଧୁକାରୀ ଚିହ୍ନଟ ହେଇପାରୁନାହିଁ । ଦଳେ ମୁଷ୍ଟିମେୟ ସ୍ୱାର୍ଥପର ଲୋକଙ୍କ ସଲାସୁତୁରାରେ ଏହା ଭାଗବଣ୍ଟନ ହେଇଯାଉଛି । ଅଗଣତାନ୍ତ୍ରିକ ଭାବରେ ଯେଉଁ ଗ୍ରାମସଭା ଅଛି ସେଥୁରେ ଏହା ସ୍ୱୀକୃତି ଲାଭ କରିଛି ବୋଲି ଦର୍ଶାଯାଉଛି । ଏହା ଦ୍ବାରା ସରକାରୀ ସୁବିଧା ଉପଭୋଗ ପାଇଁ ଲାଞ୍ଚ, ମିଛ ଓ ଦୁର୍ନୀତିର ଦ୍ଵାର ଛାଏଁ ଛାଏଁ ଉନ୍ମୁକ୍ତ ହୋଇଯାଉଛି । ସାଧାରଣ ମଣିଷଟିଏ ଲାଭ ଦାୟକ ସୁବିଧା ପାଇବା ପାଇଁ ମିଥ୍ୟାବାଦର ପ୍ରବେଶ ପଥରେ ପଶି ଯାଉଛି ଓ ସୁବିଧାକୁ ହାତଉଛି । ଏହି ପ୍ରତିଦ୍ବନ୍ଦିତାରେ କିଏ ହାରୁଛି ତ କିଏ ଜିତି ଯାଉଛି । ପ୍ରକୃତ ଦୁଃଖ୍ ଓ ପାଇବାକୁ ହକଦାର୍ ବ୍ୟକ୍ତିଟିଏ ଏଥୁରୁ ବାଦ୍ ପଡିଯାଉଛି । କାରଣ ରାଜନୀତିରେ ସବୁ ନାହିଁ ନାହିଁକୁ ହଁ କହିବାର ଯେଉଁ ଗଳିବାଟ ରହିଛି ତା’ର ନାମ ହେଉଛି ଦୁର୍ନୀତି । ପ୍ରତିନିଧ୍ଵ ସ୍ତରରେ ଗ୍ରାମ ପଞ୍ଚାୟତର ୱାର୍ଡ ମେମ୍ବରଠାରୁ ଆରମ୍ଭ କରି ସର୍ବୋଚ ପ୍ରତିନିଧୃତ୍ଵ ଆସନ ପର୍ଯ୍ୟନ୍ତ ସବୁ ଠାରେ ଏଇ ଦୃଶ୍ୟ ହିଁ ଦୃଶ୍ୟମାନ । ସାଧାରଣ ମଣିଷର ଅଭିଯୋଗ କିମ୍ବା ଦୁଃଖ କଷ୍ଟ ଶୁଣିବାକୁ ଯେଉଁ ପ୍ରଶାସନ ରହିଛି, ତାହା ରାଜନୈତିକ ଡରଭୟରେ ଭୟଭିତ ଓ ଦୁର୍ନୀତି ଗ୍ରସ୍ତ । କାଦୁଅରେ ପଶିଲେ ଗୋଡ଼ ଧୋଇବାକୁ ପଡ଼ିବ ବୋଲି ସେମାନେ ଶାସନର ପ୍ରାକୃତିକ ତର୍ଜମା ପାଇଁ ନିର୍ବାକ ଓ ଭୟଭିତ ।
ଏହି ନିଷ୍ଠୁର ଅନୈତିକତାର ଆଡ଼ମ୍ବର ଭିତରେ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ରାମରାଜ୍ୟ ଆଜି ରାବଣର ରାଜ୍ୟରେ ପରିଣତ ହୋଇଛି । ଲଙ୍କା ଗଡ଼ରେ ସୁନା ଛାଉଣି ହେଲେ କଣ ହେବ ସେଥିରେ ସ୍ଵଚ୍ଛ ଶାସନର ସତ୍ୟତା କିମ୍ବା ନୈତିକତା ନାହିଁ । ଆସନ୍ତୁ ଆମେ ସମସ୍ତେ ମିଶି ଏହି ଦୁଃଖର ମୂଳଉତ୍ପାଟନ କରିବା ସହିତ ଆମ ପ୍ରାଣପ୍ରିୟ ଜନ୍ମଭୂମିକୁ ଏହି ଅସତ୍ୟ, ଅନ୍ୟାୟ, ଅବିଚାର ଓ ଅନୀତି କବଳରୁ ରକ୍ଷା କରିବା ।