• About
  • Contact
Sunday, June 7, 2026
Sunday, June 7, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ସନ୍ତ୍ରାସବାଦୀ

ସନ୍ତ୍ରାସବାଦୀ
Share on FacebookShare on Xshare on Whatsappshare on Linkedin
ସୁଚରିତା ମହାନ୍ତି, ମାହାଙ୍ଗା, କଟକ, ୬ ମଇ ୨୦୨୪

ସଂସାର ଭିତରେ କିଏ କେତେବେଳେ ବଦଳି ଯା’ନ୍ତି, ତା’ କହିବା ଭାରି କଷ୍ଟ । ଯିଏ ଯାହା ବାଟରେ ବାଟୋଇ ହୁଅନ୍ତି, ସ୍ୱାର୍ଥ ଯେତେବେଳେ ମଣିଷ କୁ ଅନ୍ଧ ସଜେଇ ଦିଏ ସେତେବେଳେ ଭଲମନ୍ଦ ବିଚାର କରିବା ର ସମସ୍ତ ଶକ୍ତି ଲୋପ ପାଇଯାଏ। ବାପାଙ୍କ ଯିବା ପରଠାରୁ ସେ ଶୂନ୍ୟସ୍ଥାନ କିଏ ବା କ’ଣ ପୂରଣ କରି ପାରିବ । ଯୁଆଡ଼େ ଚାହିଁଲେ ଘରଟା ଖାଁ ଖାଁ ଲାଗେ। ମା’ଙ୍କ ପାଇଁ ଛାଡ଼ି ଯାଇଥିବା ପେନସନ ଗଣ୍ଡାକ ରେ ଘର ଚଳେ ।ବୟସର ଅପରାହ୍ଣ ରେ ସେ ଆଶା ବାନ୍ଧିଥାନ୍ତି ପିଲାମାନଙ୍କ ପାଖରୁ ଟିକିଏ ଆଦର ଓ ସେବା ପାଇବାକୁ।

ବର୍ତ୍ତମାନ ସମୟରେ ଖୁବ୍ କମ୍ ସେମିତି ପିଲା ଅଛନ୍ତି ଯେଉଁମାନେ ତାଙ୍କ ବାପା ମା’ଙ୍କ ର ସେବା କରୁଚନ୍ତି ନ’ହେଲେ ଯାହା ଘଟୁଚି ସେସବୁ କାହାକୁ ବା ଅଛପା ଅଛି । ପୁଅ ମାନେ ଅନେକ ଥର କହିଲେଣି ଯେତିକି ସମ୍ପତ୍ତି ବାଡ଼ି ଅଛି ତାକୁ ଭାଗ ବଣ୍ଟରା କରି ଯିଏ ଯେମିତି ନେଇ ଯିବାକୁ ହେଲେ ମା’ ଙ୍କ ର ରୋକ୍ ଠୋକ୍ କଥା ଯେ ମୁଁ ବଞ୍ଚି ଥିବା ଯାଏ ଏ ଯାଗା ବାଡ଼ି ଭାଗ ହେଇପାରିବ ନାହିଁ।

ଆଜିକାଲି ଯୁଗରେ ପୁଅ ମାନଙ୍କୁ ଏମିତି ଗୋଟେ ଗୋଟେ ଅପୂର୍ବ ବୋହୂ ଜୁଟି ଯାଉଚନ୍ତି ଯେ, ବାପା ଘରୁ ସମ୍ପତ୍ତି ଆଣିବା ଭଳି ଶାଶୁଘର ସମ୍ପତ୍ତି କୁ ବିକି ଅର୍ଥ ନ ନେବା ଯାକେ ତାଙ୍କୁ ରାତିରେ ନିଦ ଆସେନି। ପୁଅ ବୋହୂ ଲାଗି ପଡ଼ନ୍ତି ମା’ ପାଖରୁ କଳେବଳେ କୌଶଳେ ସମ୍ପତ୍ତି ଏବଂ ପେନସନ ଅର୍ଥ ହାତେଇବାକୁ। ଯାହା କି ସରଳ ଭାବରେ ସମ୍ଭବ ହୋଇ ପାରେନି। ଯେତେବେଳେ ଯାହା ମା’ ପାଇଁ ଆଣନ୍ତି ସେ ସବୁକୁ ହିସାବ କରି ମା’ ପାଖରୁ ଖର୍ଚ୍ଚ ନେବାକୁ ଭୁଲନ୍ତିନି। କିନ୍ତୁ ମା’ କେବେ ଆଜି ଯାଏ ହିସାବ କରିନାହିଁ, କେତେ ରାତି ଅନିଦ୍ରା ଅଛି, କେତେ ଦିନ କେତେ କାମ କରିଚି, କେତେଥର ଖଣ୍ଡିଆ ଖାବରା ହୋଇଚି, କେତେ ଦିଅଁ ଙ୍କୁ ମନାସିଚି, କେତେ ଲୁହ ଗଡ଼େଇଚି । ସେ ସବୁ ହିସାବ କରି କେବେ ଯଦି ମା’ ତା’ର ମୂଲ୍ୟ ମାଗି ପାରନ୍ତା ହୁଏତ ଆଜି କାଲିର ସମାଜରେ ପୁଅ ବୋହୂ ଆପଣାଛାଏଁ ସୁଧୁରି ଯାନ୍ତେ। ପୁଅ ମାନଙ୍କୁ ଫୋନ୍ କରି ମା’ ପଚାରନ୍ତି କେମିତି ଅଛୁ ଆଜି କ’ଣ ଖାଇଚୁ,ବୋହୂ ପିଲା ସମସ୍ତେ ଭଲ ଅଛନ୍ତି ତ । ଏମିତି ଅନେକ ମମତା ଭରା କଥା ଝରିପଡ଼େ । ହେଲେ ପିଲା ମାନଙ୍କର ସବୁ ନିତି ନିୟମ ମା’ ପାଇଁ ଓଲଟା ହୋଇଯାଏ । ଘର କୁ ଘର ଭଳି ଦେଖିଲେ ଘର ସ୍ୱର୍ଗପୁର ଲାଗନ୍ତା । ଯେଉଁ ଘରେ ହସିଖେଳି ଅଳି ଅଝଟ କରି ଗେଲବସର ରେ ବଡ଼ ହେଲେ ସେଇ ଘର କୁ ନଷ୍ଟ କରିଦେବାକୁ ପୁଅ ମାନେ କେବେ ବି ପଛାନ୍ତି ନାହିଁ।

ମା’ ହାତକୁ ଯଦି ପେନସନ ପଇସା ମୁଠାକ ଆସୁନଥାନ୍ତା ତା’ହେଲେ ପରିସ୍ଥିତି କ’ଣ ହେଇଥାନ୍ତା ଏଇ କଥା ମା’ ମନରେ ପ୍ରଶ୍ନ ର ପାହାଡ଼ ଟିଏ ଠିଆ କରିଦିଏ । କେତେବେଳେ ମନ ଖୋଲି ପିଲାମାନଙ୍କ ସହିତ ସମୟ ବିତାଇବାକୁ ଚାହିଁଲେ ନିରାଶାର ଛାୟା ଟେ ମେଘ ପରି ଢାଙ୍କି ହେଇ ଆସେ । କେହି କେବେ ପଚାରିନି ମା’ କେମିତି ଅଛ, କ’ଣ ଖାଇବାକୁ ଇଛା ହେଉଚି କି ଇତ୍ୟାଦି ଇତ୍ୟାଦି। କେବଳ ଲୋଭ ହିଂସା ସ୍ୱାର୍ଥ ସାଧନ ପାଇଁ ସମ୍ପର୍କର ଦ୍ୱାହି ଦେଇ ଆଜିର ସନ୍ତାନ ସାଜେ ସନ୍ତ୍ରାସବାଦୀ । ଆପଣାଛାଏଁ ଗଢ଼ି ଚାଲେ ଗୋଟିଏ ପରେ ଗୋଟିଏ ସନ୍ତ୍ରାସ ର ପିରାମିଡ୍।

ସୁଚରିତା ମହାନ୍ତି

ସୁଚରିତା ମହାନ୍ତି

ଶ୍ରୀରାମ ଚଂଦ୍ର ଭଞ୍ଜ ସାହିତ୍ୟ ସଂସଦ ର ପ୍ରତିଷ୍ଠାତା ସମ୍ପାଦିକା, ଭଞ୍ଜଦୀପ ପତ୍ରିକା ରେ ସମ୍ପାଦିକା, କବି, ଗାଳ୍ପିକା, ଔପନ୍ୟାସିକା, ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ କବିତା, ଗଳ୍ପ, ପ୍ରବନ୍ଧ, ସଂଗଠିକା ।

Related Posts

ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ୧୮୨ ତମ ଜୟନ୍ତୀ ପାଳିତ
More

ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ୧୮୨ ତମ ଜୟନ୍ତୀ ପାଳିତ

by Nirvik Bureau
June 5, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୫ ଜୁନ୍ ୨୦୨୬ ମାହାଙ୍ଗା ମାଟିର ଅନ୍ୟତମ ବରପୁତ୍ର ତଥା ଓଡ଼ିଆ ଅସ୍ମିତାର ଆଦ୍ୟ ଉଦ୍ ଗାତା ରାୟ ବାହାଦୁର ନନ୍ଦ କିଶୋର...

Read more
ଜଣେ ବିସ୍ମୃତ ଓଡ଼ିଆ ଅଭିଭାବକ

ଜଣେ ବିସ୍ମୃତ ଓଡ଼ିଆ ଅଭିଭାବକ

June 5, 2026
Story Not So Untrue

Story Not So Untrue

May 21, 2026
Vipul’s Voice: Crystal Clear Reality

Vipul’s Voice:
 Crystal Clear Reality

May 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୫)

May 15, 2026
Dhanada’s Discourse: Super El Nino Fear  and the Built Environment: India’s Heatwave Crisis and the Coming ENSO Challenge — A Call for Climate-Resilient Infrastructure

Dhanada’s Discourse: Super El Nino Fear  and the Built Environment: India’s Heatwave Crisis and the Coming ENSO Challenge — A Call for Climate-Resilient Infrastructure

May 8, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.