ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୭ ଜାନୁୟାରୀ ୨୦୨୬
ମାହାଙ୍ଗା ଅଞ୍ଚଳ ର ବନ୍ତଳା ସ୍ଥିତ ଶରତ କର ଓ ଅନିମା କର ଫାଉଣ୍ଡେସନ ପରିଚାଳିତ କୃଷି ଉତ୍କର୍ଷ କେନ୍ଦ୍ର ପରିସରରେ ୭୭ତମ ଜନରାଜ୍ୟ ଦିବସ ପାଳିତ ହୋଇଯାଇଛି । ଫାଉଣ୍ଡେସନ ଅଧ୍ୟକ୍ଷ ତଥା ପୂର୍ବତନ ଆୟକର କମିଶନର ଶ୍ରୀଯୁକ୍ତ ଶୋଭନ କର ଜାତୀୟ ପତାକା ଉତ୍ତୋଳନ କରି କହିଲେ ଆମ ଦେଶ ଭାରତ ବର୍ଷ ରେ ଗଣତନ୍ତ୍ର ଶାସନ ବ୍ୟବସ୍ଥାର ସମ୍ବିଧାନ ୧୯୫୦ ମସିହା ଜାନୁଆରୀ ୨୬ ତାରିଖରୁ ବିଧିବଦ୍ଧ ଭାବେ ପ୍ରଚଳିତ ହେଲା । ସମଗ୍ର ବିଶ୍ଵରେ ସର୍ବ ବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତର ସମ୍ବିଧାନ ନାଗରିକଙ୍କ ଅଧିକାର ଓ ସୁରକ୍ଷା ପାଇଁ ଯେତିକି ଗୁରୁତ୍ଵ ବହନ କରେ ତତୋଧିକ ନିଜ ଦାୟିତ୍ୱ ଓ କର୍ତ୍ତବ୍ୟ ପ୍ରତି ସଚେତନ ରହିବା ପ୍ରତ୍ୟେକ ନାଗରିକଙ୍କ ଧ୍ୟେୟ ହେବା ଉଚିତ୍ । କୃଷି ଉତ୍କର୍ଷ କେନ୍ଦ୍ର ର କର୍ମକର୍ତ୍ତା, କର୍ମଚାରୀଙ୍କ ସମେତ ଶରତ କର ଓ ଅନିମା କର ଫାଉଣ୍ଡେସନ ତଥା ଶରତ ପ୍ରେମୀ ପରିବାର ପକ୍ଷରୁ ବହୁ ସଦସ୍ୟ, ସ୍ଥାନୀୟ ମାହାଙ୍ଗା ଓ ନିଶ୍ଚିନ୍ତ କୋଇଲି ବ୍ଲକ୍ ଅଧିନସ୍ଥ ବିଭିନ୍ନ ଗ୍ରାମରୁ ଶତାଧିକ ବୟୋଜ୍ୟେଷ୍ଠ ମୂରବୀ, ବୁଦ୍ଧିଜୀବି, ଯୁବା ଛାତ୍ର ଓ ମହିଳା ମାନେ ଯୋଗଦେଇ ଜାତୀୟ ସଙ୍ଗୀତ ଗାନ କରିବା ସହିତ ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ଦେଶ ମାତୃକା ତଥା ପୂର୍ବସୁରୀ ମାନଙ୍କ ଜୟ ଧ୍ଵନି ଦେଇଥିଲେ । ଶେଷରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।







