• About
  • Contact
Friday, October 16, 2026
Friday, October 16, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home News

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୧ତମ ଜୟନ୍ତୀ ପାଳିତ

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୧ତମ ଜୟନ୍ତୀ ପାଳିତ
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ମାହାଙ୍ଗା, ୬ ମାର୍ଚ୍ଚ ୨୦୨୬

ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୧ତମ ଜୟନ୍ତୀ ପାଳିତ ହୋଇ ଯାଇଛି। ଏହି ଉପଲକ୍ଷେ ମାର୍ଚ୍ଚ ୫ ତାରିଖ ପୂର୍ବାହ୍ନ ୧୦ ଘଟିକା ସମୟରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜୟପୁର ଘାଟ (ଭୋଳିଦାସପୁର) ଠାରେ ଥିବା ବିଜୁ ପଟ୍ଟନାୟକ ଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତୀ ରେ ଧୂପ ଦୀପାଦି ସହିତ ମାଲ୍ୟାର୍ପଣ କରି ଫାଉଣ୍ଡେସନ ଅଧ୍ୟକ୍ଷ ତଥା ପୂର୍ବତନ ଆୟକର କମିଶନର ଶ୍ରୀଯୁକ୍ତ ଶୋଭନ କର କହିଲେ ବିଜୁ ବାବୁ ଭଳି ଜନନାୟକ ଙ୍କୁ ଜନ୍ମ ଦେଇ ଖାଲି ଓଡ଼ିଶା ନୁହେଁ ବରଂ ସାରା ଭାରତ ବର୍ଷ ଗୌରବାନ୍ଵିତ ହୋଇଛି ଏବଂ ତାଙ୍କ ଆଦର୍ଶ ଜୀବନ ର ଅନୁଗାମୀ ହୋଇ ଆମ ଅଞ୍ଚଳ ର ସାମଗ୍ରିକ ବିକାଶ ପାଇଁ ଆମେ ସଂକଳ୍ପବଦ୍ଧ ହେବା ଆଜିର ଆହ୍ବାନ।

ଏହି ବିଜୁ ଜୟନ୍ତୀ ଉତ୍ସବରେ ଅଧ୍ୟକ୍ଷତା କରି ମାହାଙ୍ଗା ମୈତ୍ରୀ ମଞ୍ଚ ସମ୍ପାଦକ, ବିଶିଷ୍ଟ ସ୍ତମ୍ଭକାର ତଥା “ନିର୍ଭୀକ” ପତ୍ରିକା ର ସମ୍ପାଦକ ଅବନୀ ଚନ୍ଦ୍ର ଦାସ ବିଜୁ ପଟ୍ଟନାୟକଙ୍କ ଶାସନ କାଳର ସାମାଜିକ ଅଙ୍ଗୀକାରବଦ୍ଧତା ସମ୍ପର୍କରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କବି ଡମ୍ବରୁଧର ପରିଡା, ସାମାଜିକ କର୍ମୀ ରାମ ଚନ୍ଦ୍ର ମହାପାତ୍ର, ଗିରୀଶ ଚନ୍ଦ୍ର ଆଚାର୍ଯ୍ୟ, ଅରବିନ୍ଦ ଆଚାର୍ଯ୍ୟ, ଚୈତନ୍ୟ ସାମଲ, ପ୍ରାକ୍ତନ ଶିକ୍ଷକ ଧନେଶ୍ଵର ପ୍ରଧାନ ପ୍ରମୁଖ ବିଜୁ ବାବୁଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ବାଢ଼ି ଥିଲେ । ଶରତ କର ଓ ଅନିମା କର ଫାଉଣ୍ଡେସନ ସଂସ୍ଥାପିତ କୃଷି ଉତ୍କର୍ଷ କେନ୍ଦ୍ରର ସଂଯୋଜକ ଶ୍ରୀ ଶୁଭେନ୍ଦୁ କୁମାର ସାମଲ ଏହି ପୂଜ୍ୟ ପୂଜା କାର୍ଯ୍ୟକ୍ରମ କୁ ସଂଯୋଜନା କରିବା ସହିତ ବକ୍ତବ୍ୟ ରଖିଥିଲେ ।

ସମସରପୁର, କୁଣ୍ଡି, ମଧୁପୁର, ସାହାପୁର, କୁହୁଣ୍ଡା, ବାସୁଦେବପୁର, କଇଥା ଓ ବାଜପୁରା ଅଞ୍ଚଳ ରୁ ବିଜୁ ପ୍ରେମୀ ସ୍ଥାନୀୟ ବହୁ ବୟୋଜ୍ୟେଷ୍ଠ ମୂରବୀ, ବରିଷ୍ଠ ନାଗରିକ, ଯୁବା ଛାତ୍ର ଗୋଷ୍ଠୀ ବିଜୁବାବୁଙ୍କ ପ୍ରତି ମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Nirvik Bureau

Nirvik Bureau

Related Posts

ଶରତ କର ଥିଲେ ଏକ ନମ୍ବର ରାଜନେତା (୬ଷ୍ଠ ଶ୍ରାଦ୍ଧ ବାର୍ଷିକୀ ରେ ଶ୍ରଦ୍ଧାଞ୍ଜଳି)
News

ଶରତ କର ଥିଲେ ଏକ ନମ୍ବର ରାଜନେତା (୬ଷ୍ଠ ଶ୍ରାଦ୍ଧ ବାର୍ଷିକୀ ରେ ଶ୍ରଦ୍ଧାଞ୍ଜଳି)

by Nirvik Bureau
October 13, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୩ ଅକ୍ଟୋବର, ୨୦୨୬ ପୂର୍ବତନ ବାଚସ୍ପତି, ସାଂସଦ, ବିଧାୟକ, ମନ୍ତ୍ରୀ ତଥା କବି, ସାହିତ୍ୟିକ, ଓ ଜଗନ୍ନାଥ ସଂସ୍କୃତି ର ଅନ୍ୟତମ ପ୍ରଚାରକ,...

Read more
୬ଷ୍ଠ ଶ୍ରାଦ୍ଧ ବାର୍ଷିକୀରେ ଶରତ କୁମାର କର ଙ୍କୁ ମାହାଙ୍ଗା ବାସୀଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

୬ଷ୍ଠ ଶ୍ରାଦ୍ଧ ବାର୍ଷିକୀରେ ଶରତ କୁମାର କର ଙ୍କୁ ମାହାଙ୍ଗା ବାସୀଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

October 12, 2026
ପ୍ରାଣନାଥ ପଟ୍ଟନାୟକ: ଶୋଷିତ ବର୍ଗର ତ୍ରାଣକର୍ତ୍ତା

ପଲ୍ଲୀ ପ୍ରତିଭା ସାହିତ୍ୟ ସଂସ୍କୃତି ସଂସଦର ୪ର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ।

October 11, 2026
ମାହାଙ୍ଗାରେ ରାଜନେତା ସ୍ବର୍ଗତ ଶରତ କରଙ୍କ ୮୮ ତମ ଜୟନ୍ତୀ ପାଳିତ

ମାହାଙ୍ଗାରେ ରାଜନେତା ସ୍ବର୍ଗତ ଶରତ କରଙ୍କ ୮୮ ତମ ଜୟନ୍ତୀ ପାଳିତ

September 5, 2026
ପଦ୍ମଶ୍ରୀ ରଜତ କର ଙ୍କ ଜୟନ୍ତୀ ସମାରୋହ

ପଦ୍ମଶ୍ରୀ ରଜତ କର ଙ୍କ ଜୟନ୍ତୀ ସମାରୋହ

September 3, 2026
ମାହାଙ୍ଗା ର ପୂର୍ବତନ ବିଧାୟକ ସ୍ବର୍ଗତ ବିକ୍ରମ କେଶରୀ ବର୍ମା ଙ୍କୁ ଶ୍ରଦ୍ଧାଞ୍ଜଳି

ମାହାଙ୍ଗା ର ପୂର୍ବତନ ବିଧାୟକ ସ୍ବର୍ଗତ ବିକ୍ରମ କେଶରୀ ବର୍ମା ଙ୍କୁ ଶ୍ରଦ୍ଧାଞ୍ଜଳି

May 26, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.