• About
  • Contact
Thursday, March 12, 2026
Thursday, March 12, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home News

ଆଧ୍ୟାତ୍ମିକ ପତ୍ରିକା “ଶ୍ରୀରଘୁନାଥ” ଉନ୍ମୋଚିତ

ଆଧ୍ୟାତ୍ମିକ ପତ୍ରିକା “ଶ୍ରୀରଘୁନାଥ” ଉନ୍ମୋଚିତ
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୩ ଅପ୍ରେଲ ୨୦୨୫

ଅସୁରେଶ୍ଵର (ମଲ୍ଲିପୁର) ସ୍ଥିତ ପୁରାତନ ମନ୍ଦିର ଶ୍ରୀ ରଘୁନାଥ ଜୀଉ ପୀଠ ପରିସରରେ ପବିତ୍ର ଚୈତ୍ର ପୂର୍ଣ୍ଣିମାରେ ଆଧ୍ୟାତ୍ମିକ ପତ୍ରିକା ଶ୍ରୀ ରଘୁନାଥ ଏକ ଭବ୍ୟ ସମାବେଶ ରେ ଉନ୍ମୋଚିତ ହୋଇଯାଇଛି। ବେଦଜ୍ଞ ପଣ୍ଡିତ ଜୟନ୍ତ କୁମାର ଶତପଥୀ ଙ୍କ ବେଦମନ୍ତ୍ର ପାଠ ଏବଂ ଶ୍ରୀ ରଘୁନାଥଙ୍କ ଫଟୋ ଚିତ୍ର ରେ ଧୂପ, ଦୀପ ତଥା ପୁଷ୍ପର୍ଘ୍ୟ ଅର୍ପଣ ପୂର୍ବକ ଏହି ପୁରାତନ ଦେବ ପୀଠର ପରିଚାଳନା ଟ୍ରଷ୍ଟ ଅନୁମୋଦନ କ୍ରମେ ପତ୍ରିକା ପ୍ରକାଶନ ସମିତି ପକ୍ଷରୁ ସ୍ଥାନୀୟ ବିଶିଷ୍ଟ କବିୟତ୍ରୀ ସସ୍ମିତା ପଣ୍ଡାଙ୍କ ସମ୍ପାଦନାରେ ପ୍ରକାଶିତ ପତ୍ରିକା “ଶ୍ରୀ ରଘୁନାଥ” ଓଡ଼ିଶା ବିଧାନ ସଭା ପ୍ରାକ୍ତନ ସଚିବ ଦାଶରଥି ଶତପଥୀ, ସୁସାହିତ୍ୟିକା ଡ଼ଃ ଆରତୀ କର ଏବଂ ବିଶିଷ୍ଟ ସ୍ତମ୍ଭକାର ତଥା ନିର୍ଭୀକ ପତ୍ରିକା ର ସମ୍ପାଦକ ଅବନୀ ଚନ୍ଦ୍ର ଦାସ ପ୍ରମୁଖ ଅତିଥି ମାନେ ଉନ୍ମୋଚନ କରିଥିଲେ।

ତିନିଶହ ବର୍ଷରୁ ଉର୍ଦ୍ଧ୍ବ ପୁରାତନ ଦେବ ପୀଠ ଶ୍ରୀ ରଘୁନାଥ ଜୀଉ ମନ୍ଦିର ର ମାହାତ୍ମ୍ୟ ପାଇଁ ମାହାଙ୍ଗା ଅଞ୍ଚଳ ମହିମାନ୍ଵିତ । ପୁସ୍ତକ ପ୍ରକାଶନ ମାଧ୍ୟମରେ ଏଠାକାର ପ୍ରାଚୀନ ପରମ୍ପରାକୁ ଉଜ୍ଜୀବିତ କରିବାପାଇଁ ସବୁ ସ୍ତରରେ ପ୍ରୟାସ ଜାରି ରଖିବା ଦରକାର ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶାରଦା ପ୍ରସାଦ ମିଶ୍ର ଉତ୍ସବରେ ଅଧ୍ୟକ୍ଷତା କରିଥିଲେ। ସମ୍ପାଦନା ମଣ୍ଡଳୀ ର ଅନ୍ୟତମ ସଦସ୍ୟ ଅଭୟ କୁମାର ଜେନା ସ୍ବାଗତ ଭାଷଣ ଦେଇଥିବାବେଳେ ଗୌତମ ଚରଣ ଜେନା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ପତ୍ରିକାର ସମ୍ପାଦିକା ବିଶିଷ୍ଟ କବିୟତ୍ରୀ ସସ୍ମିତା ପଣ୍ଡା ସଂପାଦକୀୟ ବିବରଣୀ ଉପସ୍ଥାପନ କରିବା ସହିତ ଆଧ୍ୟାତ୍ମିକ ଉନ୍ମେଷ ପାଇଁ ଏହି ପତ୍ରିକାର ଉପଯୋଗୀତା ସମ୍ପର୍କରେ ଅବହିତ କରିଥିଲେ । ପ୍ରକାଶନ ସମିତି ସଭାପତି ଶ୍ରୀନିବାସ ସାହୁ ମଧ୍ୟ ପ୍ରଚଳିତ ଐତିହାସିକ କିମ୍ବଦନ୍ତୀ ପାରମ୍ପରିକ ଉତ୍ସବ ଅନୁଷ୍ଠାନ ପାଇଁ ସମ୍ମିଳିତ ସହଯୋଗ କାମନା କରିଥିଲେ ।

କବି ପ୍ରସନ୍ନ କୁମାର ଦାସ ଆନୁଷ୍ଠାନିକ ଧନ୍ୟବାଦ୍ ଅର୍ପଣ କରିଥିଲେ ।ଏହି ଅବସରରେ ସମାଜସେବୀ ଧ୍ରୁବ ଚରଣ ପାଢ଼ୀ ଙ୍କ ତତ୍ତ୍ଵାବଧାନରେ ଲୋକ କଳା – ସଂସ୍କୃତି ଆଦି ବିଭିନ୍ନ କ୍ଷେତ୍ର ରେ ସୁଖ୍ୟାତି ଅର୍ଜନ କରିଥିବା ସର୍ବଶ୍ରୀ ସୁରେନ୍ଦ୍ର ନାଥ ଖଟୁଆ, କୃଷ୍ଣ ଚନ୍ଦ୍ର ନାୟକ, ତ୍ରିଲୋଚନ ପଣ୍ଡା ଓ ମହେନ୍ଦ୍ର ଦାସ ପ୍ରମୁଖ ବୟୋଜ୍ୟେଷ୍ଠ ପ୍ରତିଭାମାନଙ୍କୁ ଅନୁଷ୍ଠାନ ପକ୍ଷରୁ ଅଙ୍ଗବସ୍ତ୍ର, ପୁଷ୍ପ ଗୁଚ୍ଛ ଓ ମାନପତ୍ର ଦିଆଯାଇ ଅତିଥି ମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା । ଏଥି ସହିତ ପତ୍ରିକା ଶ୍ରୀ ରଘୁନାଥ ପ୍ରକାଶନ ରେ ଅକୁଣ୍ଠ ସହଯୋଗୀ ଆଲୋକ କୁମାର ରଥଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା ।

କଣ୍ଠ ଶିଳ୍ପୀ ଶ୍ରୀଯୁକ୍ତ ଦେବ ପ୍ରସାଦ କରଙ୍କ ଭଜନ ଗାୟନ ଏବଂ ନୃତ୍ୟଶିଳ୍ପୀ ସୁଶ୍ରୀ ଅନ୍ବେଷା ଅତିଥିଙ୍କ ନୃତ୍ୟ ପରିବେଷଣ ବେଶ୍ ମନ ମୁଗ୍ଧକର ହୋଇଥିଲା । ଏହି ସମାବେଶରେ ସ୍ଥାନୀୟ ବହୁ ବିଶିଷ୍ଟ ବ୍ୟକ୍ତି,ମହିଳା ତଥା ଶତାଧିକ ଆଧ୍ୟାତ୍ମ୍ୟ ପ୍ରେମୀ ଶ୍ରଦ୍ଧାଳୁ ଯୋଗଦେଇଥିଲେ ।

Nirvik Bureau

Nirvik Bureau

Related Posts

କର୍ମବୀର ଗୌରୀ ଶଙ୍କର ରାୟଙ୍କ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି
News

କର୍ମବୀର ଗୌରୀ ଶଙ୍କର ରାୟଙ୍କ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି

by Nirvik Bureau
March 7, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୭ ମାର୍ଚ୍ଚ ୨୦୨୬ ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ପୂଜ୍ୟପୂଜା କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶାର ଅନ୍ୟତମ ବରପୁତ୍ର କର୍ମବୀର...

Read more
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୧ତମ ଜୟନ୍ତୀ ପାଳିତ

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୧ତମ ଜୟନ୍ତୀ ପାଳିତ

March 6, 2026
ସଂସ୍କାରକ ବୈରାଗୀ ଚରଣ ମିଶ୍ରଙ୍କ ୬୦ତମ ଶ୍ରାଦ୍ଧବାର୍ଷିକୀ ରେ ଶ୍ରଦ୍ଧାଞ୍ଜଳି

ସଂସ୍କାରକ ବୈରାଗୀ ଚରଣ ମିଶ୍ରଙ୍କ ୬୦ତମ ଶ୍ରାଦ୍ଧବାର୍ଷିକୀ ରେ ଶ୍ରଦ୍ଧାଞ୍ଜଳି

February 20, 2026
ଯୁଧୁଷ୍ଠିର ଦାସ ଥିଲେ ତ୍ୟାଗର ମୂର୍ତ୍ତିମନ୍ତ ଅବତାର

ଯୁଧୁଷ୍ଠିର ଦାସ ଥିଲେ ତ୍ୟାଗର ମୂର୍ତ୍ତିମନ୍ତ ଅବତାର

February 19, 2026
ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, (କଇଥା) ରେ ସାଧାରଣ ତନ୍ତ୍ର ଦିବସ ଏବଂ ପୁରସ୍କାର ବିତରଣ ଉତ୍ସବ

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, (କଇଥା) ରେ ସାଧାରଣ ତନ୍ତ୍ର ଦିବସ ଏବଂ ପୁରସ୍କାର ବିତରଣ ଉତ୍ସବ

January 27, 2026
୭୭ତମ ଜନରାଜ୍ୟ ଦିବସ ପାଳିତ

୭୭ତମ ଜନରାଜ୍ୟ ଦିବସ ପାଳିତ

January 27, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.