• About
  • Contact
Saturday, March 7, 2026
Saturday, March 7, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home News

ଅଧ୍ୟାପକ ଶ୍ରୀଯୁକ୍ତ ପ୍ରଭାତ କୁମାର କରଙ୍କ ପୁସ୍ତକ “ଦଦରା ନାଆର ବୁଢ଼ା ନାଉରି” ଉନ୍ମୋଚିତ

ଅଧ୍ୟାପକ ଶ୍ରୀଯୁକ୍ତ ପ୍ରଭାତ କୁମାର କରଙ୍କ  ପୁସ୍ତକ “ଦଦରା ନାଆର ବୁଢ଼ା ନାଉରି” ଉନ୍ମୋଚିତ
Share on FacebookShare on Xshare on Whatsappshare on Linkedin
ନିର୍ଭୀକ ବ୍ୟୁରୋ, କଟକ, ୫ ମଇ ୨୦୨୫

ଶରତ କର ଓ ଅନିମା କର ଫାଉଣ୍ଡେସନ ଭୁବନେଶ୍ୱର ପକ୍ଷରୁ ସଦ୍ୟ ପ୍ରକାଶିତ ଅଧ୍ୟାପକ ପ୍ରଭାତ କୁମାର କରଙ୍କ ପୁସ୍ତକ “ଦଦରା ନାଆ ର ବୁଢ଼ା ନାଉରି ” କଟକ ସ୍ଥିତ ଶ୍ରୀରାମ ଚନ୍ଦ୍ର ଭବନ ସଭା ଗୃହରେ ବହୁ ବିଶିଷ୍ଟ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇ ଯାଇଛି। ପ୍ରାରମ୍ଭରେ ଶ୍ରୀ ଜଗନ୍ନାଥଙ୍କ ଫଟୋଚିତ୍ର ରେ ପୁଷ୍ପର୍ଘ୍ଯ ସହିତ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଏହି ଭବ୍ୟ ସମାରୋହକୁ ଅତିଥି ମାନେ ଉଦ୍ଘାଟନ କରିଥିଲେ । ପରେ ପରେ ରାଜ୍ୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ପରିବେଷଣ କରାଯାଇଥିଲା ।

ଡାକ୍ତର ରବି ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ମୁଖ୍ୟଅତିଥି ଭାବେ ପ୍ରାକ୍ତନ ଅଧ୍ୟାପକ ଡଃ ମହେଶ୍ୱର ମହାନ୍ତି ଯୋଗଦେଇ ପୁସ୍ତକର ରଚୟିତା ଶ୍ରୀ ପ୍ରଭାତ କୁମାର କରଙ୍କ ଲେଖନୀର ସ୍ୱତନ୍ତ୍ରତା ସମ୍ପର୍କରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଡାକ୍ତର ଶୈଳେଶ୍ୱର ନନ୍ଦ, ସମ୍ମାନିତ ଅତିଥି ପ୍ରଭାତ କୁମାର ନନ୍ଦ, ପ୍ରାକ୍ତନ ବିଧାୟକ ମହମ୍ମଦ ମୋକିମ୍ ପ୍ରମୁଖ ପ୍ରଭାତ କୁମାର କରଙ୍କ ପୁସ୍ତକ ରେ ସାହିତ୍ୟର ବିଭିନ୍ନ ବିଭାବ ଭରି ରହିଛି ବୋଲି ଉଲ୍ଲେଖ କରିଥିଲେ ।

ପ୍ରାକ୍ତନ ପ୍ରଶାସକ ଶ୍ରୀ ଅଶୋକ କୁମାର ଦାଶ ସ୍ବାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ନିର୍ଭୀକ ପତ୍ରିକାର ସମ୍ପାଦକ ଅବନୀ ଚନ୍ଦ୍ର ଦାସ ଧନ୍ୟବାଦ୍ ପ୍ରସ୍ତାବ ବାଢ଼ିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ କବି ଇଂ. ସୁଶାନ୍ତ କୁମାର ବଳ, ଡାକ୍ତର ଅଂଶୁମାନ କର, ଶ୍ରୀମତୀ ସାଗରିକା ପ୍ରହରାଜ ଉନ୍ମୋଚିତ ପୁସ୍ତକର ଆଲେଖ୍ୟ ଓ ଏହାର ଲେଖକ ଙ୍କ ଅନବଦ୍ୟ କୃତିତ୍ୱ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।

ପ୍ରଦୀପ କୁମାର କର, ଅଧ୍ୟାପକ ବିଜୟ ଆଚାର୍ଯ୍ୟ,ସିପ୍ରା କର ଓ ଡକ୍ଟର ଅଭୟ ଦାସ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗିତା କରିଥିଲେ ।

Nirvik Bureau

Nirvik Bureau

Related Posts

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୧ତମ ଜୟନ୍ତୀ ପାଳିତ
News

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୧ତମ ଜୟନ୍ତୀ ପାଳିତ

by Nirvik Bureau
March 6, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ମାହାଙ୍ଗା, ୬ ମାର୍ଚ୍ଚ ୨୦୨୬ ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୧ତମ ଜୟନ୍ତୀ ପାଳିତ...

Read more
ସଂସ୍କାରକ ବୈରାଗୀ ଚରଣ ମିଶ୍ରଙ୍କ ୬୦ତମ ଶ୍ରାଦ୍ଧବାର୍ଷିକୀ ରେ ଶ୍ରଦ୍ଧାଞ୍ଜଳି

ସଂସ୍କାରକ ବୈରାଗୀ ଚରଣ ମିଶ୍ରଙ୍କ ୬୦ତମ ଶ୍ରାଦ୍ଧବାର୍ଷିକୀ ରେ ଶ୍ରଦ୍ଧାଞ୍ଜଳି

February 20, 2026
ଯୁଧୁଷ୍ଠିର ଦାସ ଥିଲେ ତ୍ୟାଗର ମୂର୍ତ୍ତିମନ୍ତ ଅବତାର

ଯୁଧୁଷ୍ଠିର ଦାସ ଥିଲେ ତ୍ୟାଗର ମୂର୍ତ୍ତିମନ୍ତ ଅବତାର

February 19, 2026
ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, (କଇଥା) ରେ ସାଧାରଣ ତନ୍ତ୍ର ଦିବସ ଏବଂ ପୁରସ୍କାର ବିତରଣ ଉତ୍ସବ

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, (କଇଥା) ରେ ସାଧାରଣ ତନ୍ତ୍ର ଦିବସ ଏବଂ ପୁରସ୍କାର ବିତରଣ ଉତ୍ସବ

January 27, 2026
୭୭ତମ ଜନରାଜ୍ୟ ଦିବସ ପାଳିତ

୭୭ତମ ଜନରାଜ୍ୟ ଦିବସ ପାଳିତ

January 27, 2026
ଅପରାହ୍ନର ଏକାମ୍ର ସାହିତ୍ୟ ସ୍ୱର ପକ୍ଷରୁ ସାରସ୍ଵତ ସମାରୋହ

ଅପରାହ୍ନର ଏକାମ୍ର ସାହିତ୍ୟ ସ୍ୱର ପକ୍ଷରୁ ସାରସ୍ଵତ ସମାରୋହ

January 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.