• About
  • Contact
Sunday, March 15, 2026
Sunday, March 15, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home News

ଅପରାହ୍ନର ଏକାମ୍ର ସାହିତ୍ୟ ସ୍ୱର ପକ୍ଷରୁ ସାରସ୍ଵତ ସମାରୋହ

ଅପରାହ୍ନର ଏକାମ୍ର ସାହିତ୍ୟ ସ୍ୱର ପକ୍ଷରୁ ସାରସ୍ଵତ ସମାରୋହ
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ମାହାଙ୍ଗା, ୧୯ ଜାନୁୟାରୀ ୨୦୨୬

ଦୈନିକ ସମ୍ବାଦପତ୍ର “ଅପରାହ୍ନ”ର ଏକାମ୍ର ସାହିତ୍ୟ ସ୍ୱର ପକ୍ଷରୁ ଜିଲ୍ଲାସ୍ତରୀୟ ସାରସ୍ଵତ ସମାରୋହ – ୨୦୨୬ ଭୁବନେଶ୍ୱର (ୟୁନିଟ୍ – ୬) ସ୍ଥିତ ନେତାଜୀ ଭବନରେ ଅନୁଷ୍ଠିତ ହୋଇ ଯାଇଛି।

୧୮ ତାରିଖ ପୂର୍ବାହ୍ନ ୧୦ ଘଟିକାରେ “ନିର୍ଭୀକ” ପତ୍ରିକା ସମ୍ପାଦକ ତଥା ବିଶିଷ୍ଟ ସାହିତ୍ୟିକ, ସ୍ତମ୍ଭକାର ଅବନୀ ଚନ୍ଦ୍ର ଦାସଙ୍କ ସଭାପତିତ୍ବ ରେ ଅନୁଷ୍ଠିତ “ଅପରାହ୍ନ”ର ଜିଲ୍ଲା ସଂଯୋଜକ ସମ୍ମିଳନୀ ତଥା କବିତା କର୍ମଶାଳାକୁ ଉଦ୍ ଘାଟକ ଭାବେ ବରିଷ୍ଠ କବି ବାଉରୀ ବନ୍ଧୁ ଲେଙ୍କା ଏବଂ ମୁଖ୍ୟ ଅତିଥି ଭାବେ ପୂର୍ବତନ ଆୟକର କମିଶନର ଶୋଭନ କର ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦ୍ଘାଟନ କରିବା ସହିତ “ସାହିତ୍ୟ ହିଁ ସମାଜରେ ସୁଧାର ଆଣିବାକୁ ସମର୍ଥ” ବୋଲି ମତ ବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବରେ କଳିଙ୍ଗ ପଲିଟେକନିକ୍ ର ଅଧ୍ୟାପିକା ମଧୁସ୍ମିତା ଶା ଯୋଗ ଦେଇଥିଲେ। ଅତିଥି ବୃନ୍ଦ ଆଜିର କବି, ଲେଖକ ଓ ସାହିତ୍ୟିକ ମାନେ ଏହି ଦିଗରେ ନିଜ ଲେଖନୀ ମାଧ୍ୟମରେ ଯତ୍ନଶୀଳ ହେବାକୁ ପରାମର୍ଶ ଦେଇଥିଲେ।

ସଭାପତି ଅବନୀ ଚନ୍ଦ୍ର ଦାସ ସମବେତ କବି, କବୀୟତ୍ରୀ ମାନଙ୍କୁ ଉଦ୍ ବୋଧନ ଦେଇ କହିଲେ, କବି ଓ ସାହିତ୍ୟିକମାନେ ଗୋଟିଏ ଗୋଟିଏ ଜ୍ୱଳନ୍ତ ଦୀପ ଶିଖା ଏବଂ ସଳିତା ଭଳି ନିଜେ ଜଳି ସଭିଙ୍କୁ ଆଲୋକ ଦେଖାଇବା ତାଙ୍କର ଧର୍ମ।

ମଧୁମିତା ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଅର୍ଦ୍ଧଶତକ ରୁ ଉର୍ଦ୍ଧ୍ବ କବି/ କବିୟତ୍ରୀ କବିତା ପାଠ କରିଥିଲେ। ଅପରାହ୍ନରେ “ଅପରାହ୍ନ” ପରିବାର ପକ୍ଷରୁ ଆୟୋଜିତ ସାରସ୍ଵତ ବନ୍ଧୁ ମିଳନ ତଥା ସମ୍ବର୍ଦ୍ଧନା ଉତ୍ସବ ସମ୍ପାଦକ ବଂଶୀଧର ଜେନା ଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରାକ୍ତନ ସାଂସଦ, ମନ୍ତ୍ରୀ ତଥା ବିଶିଷ୍ଟ କବି ଡ଼ଃ ପ୍ରସନ୍ନ କୁମାର ପାଟ୍ଟଶାଣୀ ମୁଖ୍ୟ ଅତିଥି ଏବଂ ବିଶିଷ୍ଟ ସମାଜସେବୀ ତଥା ସଂଗଠକ ସୁଦର୍ଶନ ଦାସ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ରାଜଧାନୀରେ “ଅପରାହ୍ନ” ର ଏକାମ୍ର ସାହିତ୍ୟ ସ୍ୱର ପକ୍ଷରୁ ଏଭଳି ସାରସ୍ଵତ ଉତ୍ସବ ଆୟୋଜନ ବେଶ୍ ପ୍ରେରଣାଦାୟୀ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି / ବକ୍ତା ଭାବେ ଅବନୀ ଚନ୍ଦ୍ର ଦାସ, କିଶୋର ଦେଵୀଦତ୍ତ ପୃଥ୍ୱିରାଜ, ଯଶୋବନ୍ତ ଲେଙ୍କା, ଜ୍ୟୋତି ରଞ୍ଜନ ମହାପାତ୍ର ପ୍ରମୁଖ ଯୋଗଦେଇ ସ୍ୱ ସ୍ୱ ବକ୍ତବ୍ୟ ଉପସ୍ଥାପନ କରିଥିଲେ।

ଏହି ଅବସରରେ ପ୍ରବୀଣ ସାହିତ୍ୟ – ସଂସ୍କୃତି ସଂଗଠକ, କବି, ସାହିତ୍ୟିକ ତଥା ସ୍ତମ୍ଭକାର ଅବନୀ ଚନ୍ଦ୍ର ଦାସ ଙ୍କୁ ଉତ୍ତରୀୟ, ମାନପତ୍ର ଏବଂ ପୁଷ୍ପଗୁଚ୍ଛ ସହିତ ଅପରାହ୍ନ ତରଫରୁ ସାରସ୍ଵତ ସମ୍ମାନ -୨୦୨୬ ରେ ସମ୍ମାନିତ କରାଯାଇଥିଲା। ଏତଦ୍ ଭିନ୍ନ କବିତା କର୍ମଶାଳାରେ ଅଂଶ ଗ୍ରହଣ କରିଥିବା ସମସ୍ତ କବି ମାନଙ୍କୁ ମଧ୍ୟ ପ୍ରମାଣ ପତ୍ର ପ୍ରଦାନ କରାଯାଇ ଥିଲା। ପୁନଶ୍ଚ କବି ଅରବିନ୍ଦ ସ୍ବାଇଁଙ୍କ ରଚିତ ଦୁଇଟି ନବ ପ୍ରକାଶିତ କବିତା ପୁସ୍ତକ ଯଥାକ୍ରମେ “ଜାଗ କଙ୍କାଳ” ଓ “ଖଜୁରୀ ଗଛର କି ଗୁଣ ଗାଇବି” କୁ ଅତିଥି ମାନେ ମଞ୍ଚରେ ଉନ୍ମୋଚନ କରିଥିଲେ।

ପ୍ରାରମ୍ଭରେ ଅପରାହ୍ନ ର ପ୍ରକାଶକ ତଥା ଶ୍ରୀଲିପ୍ତା ପ୍ରିଣ୍ଟ ମିଡିଆର ପରିଚାଳନା ନିର୍ଦ୍ଦେଶିକା ଲକ୍ଷ୍ମୀପ୍ରିୟା ଦାସ ପ୍ରାରମ୍ଭିକ ଭଜନ ପରିବେଷଣ ସହିତ ସ୍ବାଗତ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ପରିଶେଷରେ ଅପରାହ୍ନ (ଏକାମ୍ର ସାହିତ୍ୟ ସ୍ୱର)ର ଭୁବନେଶ୍ୱର ( ଖୋର୍ଦ୍ଧା ଜିଲ୍ଲା) ସଂଯୋଜକ ନିହାର ରଞ୍ଜନ ସାବତ ଧନ୍ୟବାଦ୍ ଅର୍ପଣ କରିଥିଲେ।

Nirvik Bureau

Nirvik Bureau

Related Posts

କର୍ମବୀର ଗୌରୀ ଶଙ୍କର ରାୟଙ୍କ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି
News

କର୍ମବୀର ଗୌରୀ ଶଙ୍କର ରାୟଙ୍କ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି

by Nirvik Bureau
March 7, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୭ ମାର୍ଚ୍ଚ ୨୦୨୬ ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ପୂଜ୍ୟପୂଜା କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶାର ଅନ୍ୟତମ ବରପୁତ୍ର କର୍ମବୀର...

Read more
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୧ତମ ଜୟନ୍ତୀ ପାଳିତ

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୧ତମ ଜୟନ୍ତୀ ପାଳିତ

March 6, 2026
ସଂସ୍କାରକ ବୈରାଗୀ ଚରଣ ମିଶ୍ରଙ୍କ ୬୦ତମ ଶ୍ରାଦ୍ଧବାର୍ଷିକୀ ରେ ଶ୍ରଦ୍ଧାଞ୍ଜଳି

ସଂସ୍କାରକ ବୈରାଗୀ ଚରଣ ମିଶ୍ରଙ୍କ ୬୦ତମ ଶ୍ରାଦ୍ଧବାର୍ଷିକୀ ରେ ଶ୍ରଦ୍ଧାଞ୍ଜଳି

February 20, 2026
ଯୁଧୁଷ୍ଠିର ଦାସ ଥିଲେ ତ୍ୟାଗର ମୂର୍ତ୍ତିମନ୍ତ ଅବତାର

ଯୁଧୁଷ୍ଠିର ଦାସ ଥିଲେ ତ୍ୟାଗର ମୂର୍ତ୍ତିମନ୍ତ ଅବତାର

February 19, 2026
ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, (କଇଥା) ରେ ସାଧାରଣ ତନ୍ତ୍ର ଦିବସ ଏବଂ ପୁରସ୍କାର ବିତରଣ ଉତ୍ସବ

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, (କଇଥା) ରେ ସାଧାରଣ ତନ୍ତ୍ର ଦିବସ ଏବଂ ପୁରସ୍କାର ବିତରଣ ଉତ୍ସବ

January 27, 2026
୭୭ତମ ଜନରାଜ୍ୟ ଦିବସ ପାଳିତ

୭୭ତମ ଜନରାଜ୍ୟ ଦିବସ ପାଳିତ

January 27, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.