• About
  • Contact
Thursday, October 16, 2025
Thursday, October 16, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home News

ବିଶିଷ୍ଟ ଶିକ୍ଷାବିତ୍ ପ୍ରାଧ୍ୟାପକ ପ୍ରଭାତ କୁମାର କରଙ୍କ ଦେହାନ୍ତ

ବିଶିଷ୍ଟ ଶିକ୍ଷାବିତ୍ ପ୍ରାଧ୍ୟାପକ ପ୍ରଭାତ କୁମାର କରଙ୍କ ଦେହାନ୍ତ
Share on FacebookShare on Xshare on Whatsappshare on Linkedin
ନିର୍ଭୀକ ବ୍ୟୁରୋ, କଟକ, ୮ ମଇ ୨୦୨୫

ଖ୍ରୀଷ୍ଟ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ତଥା ବିଶିଷ୍ଟ ଶିକ୍ଷାବିତ୍ ପ୍ରାଧ୍ୟାପକ ପ୍ରଭାତ କୁମାର କରଙ୍କ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଦିବା ୧ ଘଟିକା ୨୩ ମିନିଟ୍ ସମୟରେ ଦେହାନ୍ତ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା । ବହୁ ଦିନ ଧରି ବାର୍ଦ୍ଧକ୍ୟ ଜନିତ କାରଣରୁ ସେ ଶଯ୍ୟାଶାୟୀ ଥିଲେ । ପ୍ରାୟ ଏକ ମାସ ରୁ ଉର୍ଦ୍ଧ୍ବ କାଳ ହେଲା ତାଙ୍କୁ ଭେଣ୍ଟିଲେଟର ରେ ରଖାଯାଇ ଚିକିତ୍ସା କରାଯାଉଥିଲା । ମୃତ୍ୟୁ ଶଯ୍ୟା ନିକଟ ରେ ଜ୍ୟେଷ୍ଠ ପୁତ୍ର ପ୍ରଦୀପ କୁମାର କର ତଥା ଅନ୍ୟ ପରିବାର ବର୍ଗ ଉପସ୍ଥିତ ଥିଲେ ।

ଜଣେ ଛାତ୍ର ବତ୍ସଳ ଅଧ୍ୟାପକ ଭାବରେ ସ୍ବର୍ଗତ କରଙ୍କ ସୁନାମ ସର୍ବ ଜନ ବିଦିତ । ତାହା ବ୍ୟତୀତ କଟକ ସହର ଶାନ୍ତି କମିଟି, ପୂଜା କମିଟି, ଉତ୍କଳ ସାହିତ୍ୟ ସମାଜ ଭଳି ବହୁ ବର୍ଷୀୟାନ ସାହିତ୍ୟ, ସଂସ୍କୃତି ତଥା ସାମାଜିକ ସଂଗଠନ ର ପ୍ରମୁଖ କର୍ମକର୍ତ୍ତା ଅବା ସକ୍ରିୟ ସଦସ୍ୟ ଭାବେ ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ । ସାହିତ୍ୟ, ଧର୍ମ, ସଂସ୍କୃତି ଓ ସାମ୍ବାଦିକତା ପ୍ରତି ରୁଚିଶୀଳ ପରିବାରର ଅନ୍ୟ ସଦସ୍ୟ ମାନଙ୍କ ପରି ପ୍ରଭାତ ବାବୁ ମଧ୍ୟ ଲେଖନୀ ଚାଳନା କରିବା ସହିତ ଅନେକ ପ୍ରବନ୍ଧ,ଗଳ୍ପ, କବିତା, ବ୍ୟଙ୍ଗ ସାହିତ୍ୟ ସୃଷ୍ଟି କରି ପାଠକୀୟ ଆଦୃତି ଲାଭ କରିଥିଲେ । ସବୁଠାରୁ ହୃଦୟସ୍ପର୍ଶୀ କଥାଟି ହେଲା ନିଜ ଶେଷ ଇଚ୍ଛା ସ୍ବରୂପ ଗତ ଚାରିଦିନ ତଳେ ତାଙ୍କର ସଦ୍ୟତମ ପୁସ୍ତକ ସଙ୍କଳନ ଦଦରା ନାଆ ର ବୁଢ଼ା ନାଉରି ଶରତ କର ଓ ଅନିମା କର ଫାଉଣ୍ଡେସନ ଦ୍ବାରା ପ୍ରକାଶିତ ହୋଇ କଟକ ଶ୍ରୀରାମ ଚନ୍ଦ୍ର ଭବନରେ ଉନ୍ମୋଚିତ ହୋଇ ଯାଇଛି ।ସ୍ବର୍ଗତ ପ୍ରଭାତ କର ୬୦ ଦଶକ ରୁ ପରିଚାଳନା ସମ୍ପାଦକ ଭାବେ ତାଙ୍କ ସାନଭାଇ ଶରତ କୁମାର କର (ସମ୍ପାଦକ)ଙ୍କ ସହ ମିଶି ଏକ ଜନପ୍ରିୟ ସାପ୍ତାହିକ “ନିର୍ଭୀକ” ପତ୍ରିକା ପ୍ରକାଶ କରି ଆସୁଥିଲେ ।

ସ୍ୱର୍ଗତଃ ପ୍ରଭାତ କୁମାର କରଙ୍କ ୪ ଭାଇଙ୍କ ମଧ୍ୟରୁ ବଡଭାଇ ପଦ୍ମଶ୍ରୀ ରଜତ କୁମାର କର ଏବଂ ସାନଭାଇ ପ୍ରାକ୍ତନ ବାଚସ୍ପତି ଶରତ କୁମାର କର ପୂର୍ବରୁ ପରଲୋକ ଗମନ କରିଛନ୍ତି । ସର୍ବକନିଷ୍ଠ ଭାଇ ଡାକ୍ତର ଅଜିତ୍ କୁମାର କର ବ୍ରହ୍ମପୁର ଏମକେସିଜି ହସ୍ପିଟାଲ୍ ରେ କାର୍ଯ୍ୟରତ ଥିଲେ । ସଂଯୋଗ କ୍ରମେ ଆଜି ମଇ ୮ ତାରିଖ ତାଙ୍କ ବଡ଼ଭାଇ ସ୍ବର୍ଗତ ରଜତ କରଙ୍କ ଶ୍ରାଦ୍ଧ ଦିବସରେ ସେ ମଧ୍ୟ ପରଲୋକ ଗମନ କରିଛନ୍ତି ।

ତାଙ୍କ ବିୟୋଗନ୍ତକ ଖବର ପାଇ ତାଙ୍କ ଆତ୍ମୀୟ ସ୍ୱଜନ, ବନ୍ଧୁ, ପରିବାର ବର୍ଗଙ୍କ ସମେତ ଖ୍ରୀଷ୍ଟ କଲେଜ ର ବହୁ ପ୍ରାକ୍ତନ ଅଧ୍ୟାପକ ଓ ଛାତ୍ରଛାତ୍ରୀ, ଅଲିଶା ବଜାର (ମଙ୍ଗଳ ସାହି) ତଥା ଆଖପାଖ ଅଞ୍ଚଳର ବହୁ ବିଶିଷ୍ଟ ବୁଦ୍ଧିଜୀବି, ମୂରବୀ ତଥା ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ବୃନ୍ଦ ଅଲିଶା ବଜାର ସ୍ଥିତ ବାସଗୃହରେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ସ୍ବର୍ଗତ କରଙ୍କ ମରଶରୀରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ପ୍ରଭାତ ବାବୁଙ୍କ ବିୟୋଗରେ ତାଙ୍କ ପୈତୃକ ଗ୍ରାମ ଅଡମ୍ବ ମହେଶପୁର (ଚାଇଆଁପାଳ) ତଥା ମାହାଙ୍ଗା ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ଓ ଅନୁଷ୍ଠାନ ପକ୍ଷରୁ ଗଭୀର ଶୋକ ବ୍ୟକ୍ତ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ରାଜଧାନୀ ସ୍ଥିତ ମାହାଙ୍ଗା ମୈତ୍ରୀ ମଞ୍ଚର ସମ୍ପାଦକ ତଥା ନିର୍ଭୀକ ପତ୍ରିକାର ସମ୍ପାଦକ ଶ୍ରୀ ଅବନୀ ଚନ୍ଦ୍ର ଦାସ ଏକ ଶୋକ ବାର୍ତ୍ତାରେ କହିଛନ୍ତି ସ୍ବର୍ଗତ ପ୍ରଭାତ କର ଙ୍କ ଦରଦୀ ହୃଦୟର ସ୍ମୃତି ଚିର ଅମ୍ଳାନ ହୋଇ ରହିବ ।

କଟକ ସ୍ଥିତ ସତୀ ଚଉରା ଶ୍ମଶାନ ରେ ସ୍ବର୍ଗତ ପ୍ରଭାତ କୁମାର କରଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି ।

Nirvik Bureau

Nirvik Bureau

Related Posts

ପ୍ରଖ୍ୟାତ ରାଜନେତା ଶରତ କୁମାର କରଙ୍କ ୫ମ ବାର୍ଷିକ ତିରୋଧାନ ଦିବସରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି
News

ପ୍ରଖ୍ୟାତ ରାଜନେତା ଶରତ କୁମାର କରଙ୍କ ୫ମ ବାର୍ଷିକ ତିରୋଧାନ ଦିବସରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

by Nirvik Bureau
October 12, 2025

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୧୨ ଅକ୍ଟୋବର ୨୦୨୫ ମାହାଙ୍ଗା ର ଅନ୍ୟତମ ବରପୁତ୍ର ତଥା ପ୍ରଖ୍ୟାତ ରାଜନେତା ସ୍ବର୍ଗତ ଶରତ କୁମାର କରଙ୍କ ୫ମ ବାର୍ଷିକ...

Read more
ରାଜଧାନୀ ସମେତ ଜନ୍ମପୀଠ ରେ ଗଣକବି ବୈଷ୍ଣବ ପାଣିଙ୍କ ୧୪୪ ତମ ଜୟନ୍ତୀ ପାଳିତ

ରାଜଧାନୀ ସମେତ ଜନ୍ମପୀଠ ରେ ଗଣକବି ବୈଷ୍ଣବ ପାଣିଙ୍କ ୧୪୪ ତମ ଜୟନ୍ତୀ ପାଳିତ

October 8, 2025
ମାହାଙ୍ଗା ରେ ବିଶିଷ୍ଟ ରାଜନେତା ଶରତ କୁମାର କର ଙ୍କ ୮୭ ତମ ଜୟନ୍ତୀ ପାଳିତ

ମାହାଙ୍ଗା ରେ ବିଶିଷ୍ଟ ରାଜନେତା ଶରତ କୁମାର କର ଙ୍କ ୮୭ ତମ ଜୟନ୍ତୀ ପାଳିତ

September 5, 2025
ଓଡ଼ିଆ ଭାଷା ଓ ସାହିତ୍ୟ ର ସଂରକ୍ଷକ ଥିଲେ ରଜତ୍ କୁମାର କର  (ପଦ୍ମଶ୍ରୀ ଶ୍ରୀ ରଜତ କୁମାର କରଙ୍କ ୯୨ ତମ ଜୟନ୍ତୀ ପାଳିତ )

ଓଡ଼ିଆ ଭାଷା ଓ ସାହିତ୍ୟ ର ସଂରକ୍ଷକ ଥିଲେ ରଜତ୍ କୁମାର କର
(ପଦ୍ମଶ୍ରୀ ଶ୍ରୀ ରଜତ କୁମାର କରଙ୍କ ୯୨ ତମ ଜୟନ୍ତୀ ପାଳିତ )

September 3, 2025
ସହଜ ଓ ସରଳ ଭାଷାରେ ଗଦ୍ୟ ରଚନା ଡଃ ରବି ନାରାୟଣ ସେନାପତିଙ୍କ ବୈଶିଷ୍ଟ୍ୟ

ସହଜ ଓ ସରଳ ଭାଷାରେ ଗଦ୍ୟ ରଚନା ଡଃ ରବି ନାରାୟଣ ସେନାପତିଙ୍କ ବୈଶିଷ୍ଟ୍ୟ

August 14, 2025
RaSpect Unveils Inspectica 3.0: Next-Generation AI-Powered Building Inspection Platform for Property Managers and Facility Engineers

RaSpect Unveils Inspectica 3.0: Next-Generation AI-Powered Building Inspection Platform for Property Managers and Facility Engineers

August 9, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.