• About
  • Contact
Sunday, October 18, 2026
Sunday, October 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home News

ବିଶିଷ୍ଟ ଶିକ୍ଷାବିତ୍ ପ୍ରାଧ୍ୟାପକ ପ୍ରଭାତ କୁମାର କରଙ୍କ ଦେହାନ୍ତ

ବିଶିଷ୍ଟ ଶିକ୍ଷାବିତ୍ ପ୍ରାଧ୍ୟାପକ ପ୍ରଭାତ କୁମାର କରଙ୍କ ଦେହାନ୍ତ
Share on FacebookShare on Xshare on Whatsappshare on Linkedin
ନିର୍ଭୀକ ବ୍ୟୁରୋ, କଟକ, ୮ ମଇ ୨୦୨୫

ଖ୍ରୀଷ୍ଟ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ତଥା ବିଶିଷ୍ଟ ଶିକ୍ଷାବିତ୍ ପ୍ରାଧ୍ୟାପକ ପ୍ରଭାତ କୁମାର କରଙ୍କ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଦିବା ୧ ଘଟିକା ୨୩ ମିନିଟ୍ ସମୟରେ ଦେହାନ୍ତ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା । ବହୁ ଦିନ ଧରି ବାର୍ଦ୍ଧକ୍ୟ ଜନିତ କାରଣରୁ ସେ ଶଯ୍ୟାଶାୟୀ ଥିଲେ । ପ୍ରାୟ ଏକ ମାସ ରୁ ଉର୍ଦ୍ଧ୍ବ କାଳ ହେଲା ତାଙ୍କୁ ଭେଣ୍ଟିଲେଟର ରେ ରଖାଯାଇ ଚିକିତ୍ସା କରାଯାଉଥିଲା । ମୃତ୍ୟୁ ଶଯ୍ୟା ନିକଟ ରେ ଜ୍ୟେଷ୍ଠ ପୁତ୍ର ପ୍ରଦୀପ କୁମାର କର ତଥା ଅନ୍ୟ ପରିବାର ବର୍ଗ ଉପସ୍ଥିତ ଥିଲେ ।

ଜଣେ ଛାତ୍ର ବତ୍ସଳ ଅଧ୍ୟାପକ ଭାବରେ ସ୍ବର୍ଗତ କରଙ୍କ ସୁନାମ ସର୍ବ ଜନ ବିଦିତ । ତାହା ବ୍ୟତୀତ କଟକ ସହର ଶାନ୍ତି କମିଟି, ପୂଜା କମିଟି, ଉତ୍କଳ ସାହିତ୍ୟ ସମାଜ ଭଳି ବହୁ ବର୍ଷୀୟାନ ସାହିତ୍ୟ, ସଂସ୍କୃତି ତଥା ସାମାଜିକ ସଂଗଠନ ର ପ୍ରମୁଖ କର୍ମକର୍ତ୍ତା ଅବା ସକ୍ରିୟ ସଦସ୍ୟ ଭାବେ ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ । ସାହିତ୍ୟ, ଧର୍ମ, ସଂସ୍କୃତି ଓ ସାମ୍ବାଦିକତା ପ୍ରତି ରୁଚିଶୀଳ ପରିବାରର ଅନ୍ୟ ସଦସ୍ୟ ମାନଙ୍କ ପରି ପ୍ରଭାତ ବାବୁ ମଧ୍ୟ ଲେଖନୀ ଚାଳନା କରିବା ସହିତ ଅନେକ ପ୍ରବନ୍ଧ,ଗଳ୍ପ, କବିତା, ବ୍ୟଙ୍ଗ ସାହିତ୍ୟ ସୃଷ୍ଟି କରି ପାଠକୀୟ ଆଦୃତି ଲାଭ କରିଥିଲେ । ସବୁଠାରୁ ହୃଦୟସ୍ପର୍ଶୀ କଥାଟି ହେଲା ନିଜ ଶେଷ ଇଚ୍ଛା ସ୍ବରୂପ ଗତ ଚାରିଦିନ ତଳେ ତାଙ୍କର ସଦ୍ୟତମ ପୁସ୍ତକ ସଙ୍କଳନ ଦଦରା ନାଆ ର ବୁଢ଼ା ନାଉରି ଶରତ କର ଓ ଅନିମା କର ଫାଉଣ୍ଡେସନ ଦ୍ବାରା ପ୍ରକାଶିତ ହୋଇ କଟକ ଶ୍ରୀରାମ ଚନ୍ଦ୍ର ଭବନରେ ଉନ୍ମୋଚିତ ହୋଇ ଯାଇଛି ।ସ୍ବର୍ଗତ ପ୍ରଭାତ କର ୬୦ ଦଶକ ରୁ ପରିଚାଳନା ସମ୍ପାଦକ ଭାବେ ତାଙ୍କ ସାନଭାଇ ଶରତ କୁମାର କର (ସମ୍ପାଦକ)ଙ୍କ ସହ ମିଶି ଏକ ଜନପ୍ରିୟ ସାପ୍ତାହିକ “ନିର୍ଭୀକ” ପତ୍ରିକା ପ୍ରକାଶ କରି ଆସୁଥିଲେ ।

ସ୍ୱର୍ଗତଃ ପ୍ରଭାତ କୁମାର କରଙ୍କ ୪ ଭାଇଙ୍କ ମଧ୍ୟରୁ ବଡଭାଇ ପଦ୍ମଶ୍ରୀ ରଜତ କୁମାର କର ଏବଂ ସାନଭାଇ ପ୍ରାକ୍ତନ ବାଚସ୍ପତି ଶରତ କୁମାର କର ପୂର୍ବରୁ ପରଲୋକ ଗମନ କରିଛନ୍ତି । ସର୍ବକନିଷ୍ଠ ଭାଇ ଡାକ୍ତର ଅଜିତ୍ କୁମାର କର ବ୍ରହ୍ମପୁର ଏମକେସିଜି ହସ୍ପିଟାଲ୍ ରେ କାର୍ଯ୍ୟରତ ଥିଲେ । ସଂଯୋଗ କ୍ରମେ ଆଜି ମଇ ୮ ତାରିଖ ତାଙ୍କ ବଡ଼ଭାଇ ସ୍ବର୍ଗତ ରଜତ କରଙ୍କ ଶ୍ରାଦ୍ଧ ଦିବସରେ ସେ ମଧ୍ୟ ପରଲୋକ ଗମନ କରିଛନ୍ତି ।

ତାଙ୍କ ବିୟୋଗନ୍ତକ ଖବର ପାଇ ତାଙ୍କ ଆତ୍ମୀୟ ସ୍ୱଜନ, ବନ୍ଧୁ, ପରିବାର ବର୍ଗଙ୍କ ସମେତ ଖ୍ରୀଷ୍ଟ କଲେଜ ର ବହୁ ପ୍ରାକ୍ତନ ଅଧ୍ୟାପକ ଓ ଛାତ୍ରଛାତ୍ରୀ, ଅଲିଶା ବଜାର (ମଙ୍ଗଳ ସାହି) ତଥା ଆଖପାଖ ଅଞ୍ଚଳର ବହୁ ବିଶିଷ୍ଟ ବୁଦ୍ଧିଜୀବି, ମୂରବୀ ତଥା ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ବୃନ୍ଦ ଅଲିଶା ବଜାର ସ୍ଥିତ ବାସଗୃହରେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ସ୍ବର୍ଗତ କରଙ୍କ ମରଶରୀରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ପ୍ରଭାତ ବାବୁଙ୍କ ବିୟୋଗରେ ତାଙ୍କ ପୈତୃକ ଗ୍ରାମ ଅଡମ୍ବ ମହେଶପୁର (ଚାଇଆଁପାଳ) ତଥା ମାହାଙ୍ଗା ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ଓ ଅନୁଷ୍ଠାନ ପକ୍ଷରୁ ଗଭୀର ଶୋକ ବ୍ୟକ୍ତ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ରାଜଧାନୀ ସ୍ଥିତ ମାହାଙ୍ଗା ମୈତ୍ରୀ ମଞ୍ଚର ସମ୍ପାଦକ ତଥା ନିର୍ଭୀକ ପତ୍ରିକାର ସମ୍ପାଦକ ଶ୍ରୀ ଅବନୀ ଚନ୍ଦ୍ର ଦାସ ଏକ ଶୋକ ବାର୍ତ୍ତାରେ କହିଛନ୍ତି ସ୍ବର୍ଗତ ପ୍ରଭାତ କର ଙ୍କ ଦରଦୀ ହୃଦୟର ସ୍ମୃତି ଚିର ଅମ୍ଳାନ ହୋଇ ରହିବ ।

କଟକ ସ୍ଥିତ ସତୀ ଚଉରା ଶ୍ମଶାନ ରେ ସ୍ବର୍ଗତ ପ୍ରଭାତ କୁମାର କରଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି ।

Nirvik Bureau

Nirvik Bureau

Related Posts

ଶରତ କର ଥିଲେ ଏକ ନମ୍ବର ରାଜନେତା (୬ଷ୍ଠ ଶ୍ରାଦ୍ଧ ବାର୍ଷିକୀ ରେ ଶ୍ରଦ୍ଧାଞ୍ଜଳି)
News

ଶରତ କର ଥିଲେ ଏକ ନମ୍ବର ରାଜନେତା (୬ଷ୍ଠ ଶ୍ରାଦ୍ଧ ବାର୍ଷିକୀ ରେ ଶ୍ରଦ୍ଧାଞ୍ଜଳି)

by Nirvik Bureau
October 13, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୩ ଅକ୍ଟୋବର, ୨୦୨୬ ପୂର୍ବତନ ବାଚସ୍ପତି, ସାଂସଦ, ବିଧାୟକ, ମନ୍ତ୍ରୀ ତଥା କବି, ସାହିତ୍ୟିକ, ଓ ଜଗନ୍ନାଥ ସଂସ୍କୃତି ର ଅନ୍ୟତମ ପ୍ରଚାରକ,...

Read more
୬ଷ୍ଠ ଶ୍ରାଦ୍ଧ ବାର୍ଷିକୀରେ ଶରତ କୁମାର କର ଙ୍କୁ ମାହାଙ୍ଗା ବାସୀଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

୬ଷ୍ଠ ଶ୍ରାଦ୍ଧ ବାର୍ଷିକୀରେ ଶରତ କୁମାର କର ଙ୍କୁ ମାହାଙ୍ଗା ବାସୀଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

October 12, 2026
ପ୍ରାଣନାଥ ପଟ୍ଟନାୟକ: ଶୋଷିତ ବର୍ଗର ତ୍ରାଣକର୍ତ୍ତା

ପଲ୍ଲୀ ପ୍ରତିଭା ସାହିତ୍ୟ ସଂସ୍କୃତି ସଂସଦର ୪ର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ।

October 11, 2026
ମାହାଙ୍ଗାରେ ରାଜନେତା ସ୍ବର୍ଗତ ଶରତ କରଙ୍କ ୮୮ ତମ ଜୟନ୍ତୀ ପାଳିତ

ମାହାଙ୍ଗାରେ ରାଜନେତା ସ୍ବର୍ଗତ ଶରତ କରଙ୍କ ୮୮ ତମ ଜୟନ୍ତୀ ପାଳିତ

September 5, 2026
ପଦ୍ମଶ୍ରୀ ରଜତ କର ଙ୍କ ଜୟନ୍ତୀ ସମାରୋହ

ପଦ୍ମଶ୍ରୀ ରଜତ କର ଙ୍କ ଜୟନ୍ତୀ ସମାରୋହ

September 3, 2026
ମାହାଙ୍ଗା ର ପୂର୍ବତନ ବିଧାୟକ ସ୍ବର୍ଗତ ବିକ୍ରମ କେଶରୀ ବର୍ମା ଙ୍କୁ ଶ୍ରଦ୍ଧାଞ୍ଜଳି

ମାହାଙ୍ଗା ର ପୂର୍ବତନ ବିଧାୟକ ସ୍ବର୍ଗତ ବିକ୍ରମ କେଶରୀ ବର୍ମା ଙ୍କୁ ଶ୍ରଦ୍ଧାଞ୍ଜଳି

May 26, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.