• About
  • Contact
Sunday, June 7, 2026
Sunday, June 7, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home News

ବ୍ୟଙ୍ଗ କବି ସ୍ବର୍ଗତ ପ୍ରଭାତ କୁମାର କରଙ୍କ ରଚିତ “ମନ ଗହନର ଭିତିରି କଥା” ପୁସ୍ତକ ଲୋକାର୍ପିତ

ବ୍ୟଙ୍ଗ କବି ସ୍ବର୍ଗତ ପ୍ରଭାତ କୁମାର କରଙ୍କ ରଚିତ “ମନ ଗହନର ଭିତିରି କଥା” ପୁସ୍ତକ ଲୋକାର୍ପିତ
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୯ ମଇ ୨୦୨୬

ଗତକାଲି ସନ୍ଧ୍ୟାରେ ବିଶିଷ୍ଟ ଶିକ୍ଷାବିତ୍ ତଥା ବ୍ୟଙ୍ଗକବି ସ୍ବର୍ଗତ ପ୍ରଭାତ କୁମାର କରଙ୍କ ଦ୍ଵାରା ରଚିତ ତଥା ଶରତ କର ଓ ଅନିମା କର ଫାଉଣ୍ଡେସନ, ଭୁବନେଶ୍ୱର ପକ୍ଷରୁ ସଦ୍ୟ ପ୍ରକାଶିତ କବିତା ପୁସ୍ତକ “ମନ ଗହନର ଭିତିରି କଥା” ଲୋକାର୍ପିତ ହୋଇଯାଇଛି। ଏହି ଉପଲକ୍ଷେ କଟକ ଶ୍ରୀରାମଚନ୍ଦ୍ର ଭବନ ସଭାକକ୍ଷରେ ଏକ ସାରସ୍ଵତ ଉତ୍ସବ ଅନୁଷ୍ଠିତ ହୋଇଥିଲା।

କଟକ ମହାନଗର ନିଗମ ନାଗରିକ ମହାସଭାର ସଭାପତି ଡାକ୍ତର ରବିରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ବିଧାୟକ ପ୍ରଭାତ ତ୍ରିପାଠୀ, ବରେଣ୍ୟ ବିଶିଷ୍ଟ ଅତିଥି ଭାବେ ଖ୍ରୀଷ୍ଟ ମହାବିଦ୍ୟାଳୟର ପୂର୍ବତନ ବରିଷ୍ଠ ପ୍ରାଧ୍ୟାପକ ଡ଼ଃ ପ୍ରଫୁଲ୍ଲ କୁମାର ଦାଶ, ମୁଖ୍ୟବକ୍ତା ଭାବେ ବ୍ୟଙ୍ଗକବି ଜ୍ଞାନ ହୋତା ଏବଂ ବିଶିଷ୍ଟ ବକ୍ତା ଭାବେ ବରିଷ୍ଠ ହାସ୍ୟ ଅଭିନେତା କୁନା ତ୍ରିପାଠୀ ଯୋଗଦେଇ ସ୍ବର୍ଗତ ପ୍ରଭାତ କରଙ୍କ “ମନ ଗହନର ଭିତିରି କଥା” ବ୍ୟଙ୍ଗ କବିତା ପୁସ୍ତକକୁ ଲୋକାର୍ପିତ କରିଥିଲେ। ବହୁବର୍ଷ ଅଧ୍ୟାପନା କରି ପ୍ରଭାତ ବାବୁ କଟକସ୍ଥିତ ଖ୍ରୀଷ୍ଟ ମହାବିଦ୍ୟାଳୟର ଅଧ୍ୟକ୍ଷ ପଦବୀ ମଣ୍ଡନ ସହିତ କଟକ ନଗରର ବିଭିନ୍ନ ପୂଜା କମିଟି, ଶାନ୍ତି କମିଟି ଆଦିର ମୁଖ୍ୟ କାର୍ଯ୍ୟକର୍ତ୍ତା ରହି କିପରି ଜନପ୍ରିୟ ହୋଇପାରିଥିଲେ ଏବଂ ତାଙ୍କର ଆଶୁ ବ୍ୟଙ୍ଗକବିତା ରଚନା କରିଥିଲେ, ସେ ସମ୍ପର୍କରେ ସ୍ମୃତି ଚାରଣ କରି ଅତିଥି / ବକ୍ତାମାନେ ସ୍ଵକୀୟ ବକ୍ତବ୍ୟ ପ୍ରଦାନ କରିଥିଲେ। ସଭାରେ ଓଡ଼ିଶା ସଂସ୍କୃତି ବିଶ୍ଵବିଦ୍ୟାଳୟର ପ୍ରାଧ୍ୟାପକ ଡ଼ଃ ଦେବାଶିଷ ମହାପାତ୍ର ପୁସ୍ତକର ସମୀକ୍ଷା କରିଥିଲେ।

ପ୍ରାରମ୍ଭରେ ଶ୍ରୀଜଗନ୍ନାଥଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ଏବଂ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଏହି ଭବ୍ୟ ଉତ୍ସବ ଉଦ୍ ଘାତିତ ହୋଇଥିଲା। ଏହା ପରେ ଇଂରାଜୀ ତାରିଖ ଅନୁସାରେ ପ୍ରାଧ୍ୟାପକ ସ୍ବର୍ଗତ ପ୍ରଭାତ କୁମାର କରଙ୍କ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ତାଙ୍କ ଫଟୋଚିତ୍ରରେ ଅତିଥିମାନେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ସଭାରେ ମଞ୍ଚାସୀନ ଅତିଥି ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରାରମ୍ଭିକ ରାଜ୍ୟ ସଙ୍ଗୀତ “ବନ୍ଦେ ଉତ୍କଳ ଜନନୀ” ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ଗାୟନ ପରେ ଆକାଶବାଣୀ କଟକ କେନ୍ଦ୍ରର ସ୍ଵୀକୃତି ପ୍ରାପ୍ତ କଣ୍ଠଶିଳ୍ପୀ ଅଭିରାମ ଖୁଣ୍ଟିଆ ଭଜନ ପରିବେଷଣ କରିଥିଲେ।

ସ୍ବର୍ଗତ ପ୍ରଭାତ କରଙ୍କ କନିଷ୍ଠା କନ୍ୟା ସିପ୍ରା କର ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ପ୍ରାକ୍ତନ ବରିଷ୍ଠ ପ୍ରଶାସକ ଅଶୋକ କୁମାର ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ବ୍ୟଙ୍ଗ କବିତାର ବିଶିଷ୍ଟ ବିଦଗ୍ଧ ଶ୍ରୋତା ଭାବେ ମୀରା କରଙ୍କୁ ଉତ୍ତରୀୟ, ମାନପତ୍ର ଆଦି ଉପଢୌକନ ସହିତ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ଅଶୋକ କୁମା ଦାଶ ଧନ୍ୟବାଦ୍ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ କଟକ, ଭୁବନେଶ୍ୱର ତଥା ମାହାଙ୍ଗା ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ଓ ପ୍ରଭାତ କରଙ୍କ ପ୍ରଶଂସକ ତଥା ସାହିତ୍ୟ ପ୍ରେମୀ ଜନସାଧାରଣ ଉତ୍ସବରେ ଉପସ୍ଥିତ ଥିବାବେଳେ ପ୍ରଦୀପ କୁମାର କର, ଡାକ୍ତର ଅଭୟ କୁମାର ଦାଶ ଓ ପ୍ରବୀର କୁମାର କର ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ।

Nirvik Bureau

Nirvik Bureau

Related Posts

ମାହାଙ୍ଗା ର ପୂର୍ବତନ ବିଧାୟକ ସ୍ବର୍ଗତ ବିକ୍ରମ କେଶରୀ ବର୍ମା ଙ୍କୁ ଶ୍ରଦ୍ଧାଞ୍ଜଳି
News

ମାହାଙ୍ଗା ର ପୂର୍ବତନ ବିଧାୟକ ସ୍ବର୍ଗତ ବିକ୍ରମ କେଶରୀ ବର୍ମା ଙ୍କୁ ଶ୍ରଦ୍ଧାଞ୍ଜଳି

by Nirvik Bureau
May 26, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୬ ମଇ ୨୦୨୬ ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ଗତକାଲି ୨୫ ତାରିଖ ପୂର୍ବାହ୍ନ ୯ ଘଟିକା ରେ...

Read more
ଶ୍ରୀନିବାସ ସାହୁଙ୍କ ଗଳ୍ପ ସଙ୍କଳନ “କିନ୍ନର” ଉନ୍ମୋଚିତ

ଶ୍ରୀନିବାସ ସାହୁଙ୍କ ଗଳ୍ପ ସଙ୍କଳନ “କିନ୍ନର” ଉନ୍ମୋଚିତ

May 25, 2026
ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ କୃତୀ ବିଦ୍ୟାର୍ଥୀ ସମ୍ମାନ ସମାରୋହ

ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ କୃତୀ ବିଦ୍ୟାର୍ଥୀ ସମ୍ମାନ ସମାରୋହ

May 25, 2026
ବିଶିଷ୍ଟ କବି ଧନେଶ୍ଵର ପାଣିଙ୍କ ୨୮ତମ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି

ବିଶିଷ୍ଟ କବି ଧନେଶ୍ଵର ପାଣିଙ୍କ ୨୮ତମ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି

May 23, 2026
ସ୍ମାର୍ଟ୍ କୃଷି ପ୍ରକଳ୍ପ ମାଧ୍ୟମରେ ସଚେତନତା ସୃଷ୍ଟି କରୁଛି ଶରତ କର ଓ ଅନିମା କର ଫାଉଣ୍ଡେସନ

ସ୍ମାର୍ଟ୍ କୃଷି ପ୍ରକଳ୍ପ ମାଧ୍ୟମରେ ସଚେତନତା ସୃଷ୍ଟି କରୁଛି ଶରତ କର ଓ ଅନିମା କର ଫାଉଣ୍ଡେସନ

May 10, 2026
ମାହାଙ୍ଗାରେ ବିଶିଷ୍ଟ ଶିକ୍ଷାବିତ୍  ପଦ୍ମଶ୍ରୀ ଡ଼ଃ ରଜତ କର  ଓ ପ୍ରାଧ୍ୟାପକ ପ୍ରଭାତ କରଙ୍କ ସ୍ମୃତି ଚାରଣ ସଭା ଅନୁଷ୍ଠିତ

ମାହାଙ୍ଗାରେ ବିଶିଷ୍ଟ ଶିକ୍ଷାବିତ୍ ପଦ୍ମଶ୍ରୀ ଡ଼ଃ ରଜତ କର ଓ ପ୍ରାଧ୍ୟାପକ ପ୍ରଭାତ କରଙ୍କ ସ୍ମୃତି ଚାରଣ ସଭା ଅନୁଷ୍ଠିତ

May 9, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.