• About
  • Contact
Saturday, October 17, 2026
Saturday, October 17, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home News

ଜନ୍ମ ମାଟିରେ ସ୍ୱର୍ଗତଃ ପ୍ରଦୀପ୍ତ କିଶୋର ଦାସଙ୍କ ୧୦୬ ତମ ଜୟନ୍ତୀ ପାଳିତ

ଜନ୍ମ ମାଟିରେ ସ୍ୱର୍ଗତଃ ପ୍ରଦୀପ୍ତ କିଶୋର ଦାସଙ୍କ ୧୦୬ ତମ ଜୟନ୍ତୀ ପାଳିତ
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨ ନଭେମ୍ବର ୨୦୨୫

ମାହାଙ୍ଗା ଅଞ୍ଚଳର ଅନ୍ୟତମ ସୁଯୋଗ୍ୟ ବରପୁତ୍ର ଓଡ଼ିଶାର ପ୍ରାକ୍ତନ ଶିକ୍ଷା ଓ ସ୍ଵାସ୍ଥ୍ୟ ମନ୍ତ୍ରୀ ସ୍ୱର୍ଗତଃ ପ୍ରଦୀପ୍ତ କିଶୋର ଦାସଙ୍କ ୧୦୬ ତମ ଜୟନ୍ତୀ ତାଙ୍କ ଜନ୍ମ ମାଟି ରେ କୁଣ୍ଡି ପଞ୍ଚାୟତ ହାଇସ୍କୁଲ ପରିସରରେ ପାଳିତ ହୋଇ ଯାଇଛି । ୧୯୨୦ ମସିହା ପବିତ୍ର ଦୀପାବଳି ଦିବସରେ ଜମିଦାର କର୍ତ୍ତିକେଶ୍ୱର୍ ଦାସଙ୍କ କନିଷ୍ଠ ପୁତ୍ର ସନ୍ତାନ ଭାବେ ଜନ୍ମିତ ପ୍ରଦୀପ୍ତ କିଶୋର ଦାସଙ୍କ ଜୀବନ ଏକ ଦୀପ୍ତ ଆଲୋକ ଶିଖା ସଦୃଶ ସମଗ୍ର ରାଜ୍ୟରେ ଉଦ୍ଭସିତ ହୋଇଥିଲା ଏବଂ ଜଣେ ନିଷ୍ଠାବାନ ତଥା ସାଚ୍ଚୋଟ ରାଜନୀତିଜ୍ଞ ଭାବେ ସେ ନିଜକୁ ପ୍ରତିପାଦିତ କରି ପାରି ଥିଲେ ବୋଲି ବିଶିଷ୍ଟ ବକ୍ତା ମାନେ ମତ ପ୍ରକାଶ କରିଥିଲେ । ସରକାରୀ ଦସ୍ତାବିଜ୍ ଅନୁଯାୟୀ ତାଙ୍କ ଜନ୍ମ ଦିବସ ନଭେମ୍ବର ୧ ତାରିଖ ଦିନ ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏହି ପୂଜ୍ୟପୂଜା କାର୍ଯ୍ୟକ୍ରମରେ ପୂର୍ବତନ ଆୟକର କମିଶନର ତଥା ଅନୁଷ୍ଠାନ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଶୋଭନ କର ଯୋଗ ଦେଇ ସ୍ୱର୍ଗତଃ ପ୍ରଦୀପ୍ତ ବାବୁଙ୍କ ଆବକ୍ଷ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ସହିତ ତାଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣୀତ ହେବାକୁ ଆହ୍ବାନ ଦେଇଥିଲେ ।

ନିର୍ଭୀକ ପତ୍ରିକା ର ସମ୍ପାଦକ ତଥା ମାହାଙ୍ଗା ମୈତ୍ରୀ ମଞ୍ଚ ର ସଂପାଦକ ଶ୍ରୀଯୁକ୍ତ ଅବନୀ ଚନ୍ଦ୍ର ଦାସ ମଧ୍ୟ ଯୋଗ ଦେଇ ଦିବଂଗତ ବିଶିଷ୍ଟ ଜନନେତା ପ୍ରଦୀପ୍ତ କିଶୋର ଦାସଙ୍କ ଅମ୍ଳାନ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ନିଜ ପିଲାଦିନର ସ୍ମୃତି ଚାରଣ କରି ସ୍ୱର୍ଗତଃ ପ୍ରଦୀପ୍ତ ବାବୁ (ଆଦରଣୀୟ ଦିଲ୍ଲୀ ଜେଜେ)ଙ୍କ ସାନ୍ନିଧ୍ୟ, ଶ୍ରଦ୍ଧା ଓ ଆଶୀର୍ବାଦ ଆମକୁ ବହୁଭାବେ ପ୍ରଭାବିତ କରିଛି ବୋଲି କହିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ସ୍ଥାନୀୟ ବୟୋଜ୍ୟେଷ୍ଠ ମୂରବୀ ରାମ ଚନ୍ଦ୍ର ମହାପାତ୍ର, ବିଶିଷ୍ଟ ସମାଜ ସଂଗଠକ ରୁଦ୍ର ନାରାୟଣ ସିଂହ, ପୂର୍ବତନ ସମିତି ସଭ୍ୟ ରାମ ଚନ୍ଦ୍ର ବେହେରା, ପ୍ରାକ୍ତନ ଅଡିଟ ଅଧିକାରୀ ଅବଦୁଲ୍ କୁଦୁସ୍, ତାରକେଶ୍ୱର ମହାନ୍ତି, ପଞ୍ଚାୟତ ହାଇସ୍କୁଲ ପ୍ରଧାନ ଶିକ୍ଷକ ଅନନ୍ତ କୁମାର ସାହୁ,, ପୂର୍ବତନ ଶିକ୍ଷକ ତଥା କବି ଧନେଶ୍ଵର ପ୍ରଧାନ, ସମ୍ ଶେର ଅଲ୍ଲୀ, ଜ୍ଞାନରଞ୍ଜନ ମହାନ୍ତି, ମାଧବ ଚନ୍ଦ୍ର ପଲେଇ, ଅଶୋକ କୁମାର ନାଥ, କାର୍ତ୍ତିକ ଚନ୍ଦ୍ର ବିହାରୀ, ଓ ଅଶୋକ ଜେନା ପ୍ରମୁଖ ମାହାଙ୍ଗା ଅଞ୍ଚଳର ବିଭିନ୍ନ ପଞ୍ଚାୟତରୁ ବହୁ ବ୍ୟକ୍ତି ବିଶେଷ, କୁଣ୍ଡି ପଞ୍ଚାୟତ ହାଇସ୍କୁଲର ଶିକ୍ଷକ ଏବଂ ଛାତ୍ରଛାତ୍ରୀ ବୃନ୍ଦ ଜୟନ୍ତୀ ସଭାରେ ଉପସ୍ଥିତ ରହି ସ୍ୱର୍ଗତଃ ପ୍ରଦୀପ୍ତ ଦାସଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ଶ୍ରୀ ଶୁଭେନ୍ଦୁ କୁମାର ସାମଲ ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ସଂଯୋଜନା କରିବା ସହିତ ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Nirvik Bureau

Nirvik Bureau

Related Posts

ଶରତ କର ଥିଲେ ଏକ ନମ୍ବର ରାଜନେତା (୬ଷ୍ଠ ଶ୍ରାଦ୍ଧ ବାର୍ଷିକୀ ରେ ଶ୍ରଦ୍ଧାଞ୍ଜଳି)
News

ଶରତ କର ଥିଲେ ଏକ ନମ୍ବର ରାଜନେତା (୬ଷ୍ଠ ଶ୍ରାଦ୍ଧ ବାର୍ଷିକୀ ରେ ଶ୍ରଦ୍ଧାଞ୍ଜଳି)

by Nirvik Bureau
October 13, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୩ ଅକ୍ଟୋବର, ୨୦୨୬ ପୂର୍ବତନ ବାଚସ୍ପତି, ସାଂସଦ, ବିଧାୟକ, ମନ୍ତ୍ରୀ ତଥା କବି, ସାହିତ୍ୟିକ, ଓ ଜଗନ୍ନାଥ ସଂସ୍କୃତି ର ଅନ୍ୟତମ ପ୍ରଚାରକ,...

Read more
୬ଷ୍ଠ ଶ୍ରାଦ୍ଧ ବାର୍ଷିକୀରେ ଶରତ କୁମାର କର ଙ୍କୁ ମାହାଙ୍ଗା ବାସୀଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

୬ଷ୍ଠ ଶ୍ରାଦ୍ଧ ବାର୍ଷିକୀରେ ଶରତ କୁମାର କର ଙ୍କୁ ମାହାଙ୍ଗା ବାସୀଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

October 12, 2026
ପ୍ରାଣନାଥ ପଟ୍ଟନାୟକ: ଶୋଷିତ ବର୍ଗର ତ୍ରାଣକର୍ତ୍ତା

ପଲ୍ଲୀ ପ୍ରତିଭା ସାହିତ୍ୟ ସଂସ୍କୃତି ସଂସଦର ୪ର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ।

October 11, 2026
ମାହାଙ୍ଗାରେ ରାଜନେତା ସ୍ବର୍ଗତ ଶରତ କରଙ୍କ ୮୮ ତମ ଜୟନ୍ତୀ ପାଳିତ

ମାହାଙ୍ଗାରେ ରାଜନେତା ସ୍ବର୍ଗତ ଶରତ କରଙ୍କ ୮୮ ତମ ଜୟନ୍ତୀ ପାଳିତ

September 5, 2026
ପଦ୍ମଶ୍ରୀ ରଜତ କର ଙ୍କ ଜୟନ୍ତୀ ସମାରୋହ

ପଦ୍ମଶ୍ରୀ ରଜତ କର ଙ୍କ ଜୟନ୍ତୀ ସମାରୋହ

September 3, 2026
ମାହାଙ୍ଗା ର ପୂର୍ବତନ ବିଧାୟକ ସ୍ବର୍ଗତ ବିକ୍ରମ କେଶରୀ ବର୍ମା ଙ୍କୁ ଶ୍ରଦ୍ଧାଞ୍ଜଳି

ମାହାଙ୍ଗା ର ପୂର୍ବତନ ବିଧାୟକ ସ୍ବର୍ଗତ ବିକ୍ରମ କେଶରୀ ବର୍ମା ଙ୍କୁ ଶ୍ରଦ୍ଧାଞ୍ଜଳି

May 26, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.