• About
  • Contact
Friday, September 11, 2026
Friday, September 11, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home News

ମାହାଙ୍ଗା ରେ ବିଶିଷ୍ଟ ରାଜନେତା ଶରତ କୁମାର କର ଙ୍କ ୮୭ ତମ ଜୟନ୍ତୀ ପାଳିତ

ମାହାଙ୍ଗା ରେ ବିଶିଷ୍ଟ ରାଜନେତା ଶରତ କୁମାର କର ଙ୍କ ୮୭ ତମ ଜୟନ୍ତୀ ପାଳିତ
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, କୁଆଁପାଳ, ୫ ସେପ୍ଟେମ୍ବର ୨୦୨୫

ମାହାଙ୍ଗା ମାଟିର ସୁଯୋଗ୍ୟ ସନ୍ତାନ, ବିଶିଷ୍ଟ ବାଗ୍ମୀ, ବରେଣ୍ୟ ସାହିତ୍ୟିକ,ପ୍ରଖ୍ୟାତ ରାଜନେତା ତଥା ଓଡ଼ିଶାର ଭୂତପୂର୍ବ ମନ୍ତ୍ରୀ, ବାଚସ୍ପତି ଏବଂ ଲୋକସଭା ସାଂସଦ ସ୍ବର୍ଗତ ଶରତ କୁମାର କରଙ୍କ ୮୭ ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ସେପ୍ଟେମ୍ୱର ୫ ତାରିଖ (ଶୁକ୍ରବାର) ସକାଳ ୯ଘ. ୩୦ମି. ସମୟରେ ମାହାଙ୍ଗା ବ୍ଲକ୍ କାର୍ଯ୍ୟାଳୟ କୁଆଁପାଳ ସ୍ଥିତ ସ୍ବର୍ଗତ ଶରତ କୁମାର କରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ସହିତ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ମାହାଙ୍ଗା ମୈତ୍ରୀ ମଞ୍ଚର ସାଧାରଣ ସମ୍ପାଦକ ତଥା ନିର୍ଭୀକ ପତ୍ରିକାର ସମ୍ପାଦକ ଶ୍ରୀ ଅବନୀ ଚନ୍ଦ୍ର ଦାସ ଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସମାରୋହ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ବର୍ଗତ ଶରତ କୁମାର କରଙ୍କ ଜ୍ୟେଷ୍ଠ ପୁତ୍ର ତଥା ଫାଉଣ୍ଡେସନ ର ସହ – ଅଧ୍ୟକ୍ଷ ଅଧ୍ୟାପକ ସୁମନ କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହିତ ପ୍ରଦୀପ ପ୍ରଜ୍ବଳନ କରି କହିଲେ ଯେ ତାଙ୍କ ସ୍ୱର୍ଗୀୟ ପିତା ପ୍ରତ୍ୟେକ ମାହାଙ୍ଗା ବାସୀଙ୍କ ହୃଦୟରେ ଏବେବି ଜୀବିତ ଅଛନ୍ତି ।

ସଂଯୋଜକ ଶ୍ରୀ ଶୁଭେନ୍ଦୁ କୁମାର ସାମଲ ଅତିଥି ପରିଚୟ ପ୍ରଦାନ କରିଥିଲେ । ବହୁ ଅନୁଷ୍ଠାନ ତଥା ସ୍ଥାନୀୟ ଶରତ କର ସ୍ମୃତି କମିଟି ପକ୍ଷରୁ ଦିବଂଗତ ନେତାଙ୍କ ପ୍ରତିମୂର୍ତ୍ତି ରେ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା । ଏହି ଉତ୍ସବରେ ମାହାଙ୍ଗା ଓ ନିଶ୍ଚିନ୍ତ କୋଇଲି ଅଞ୍ଚଳରୁ ଶତାଧିକ ବରିଷ୍ଠ ସମାଜସେବୀ, ଯୁବା ଛାତ୍ର, ଶିକ୍ଷକ, ରାଜନୈତିକ ପ୍ରତିନିଧି , କୃଷକ, ବ୍ୟବସାୟୀ ବୃନ୍ଦ ଯୋଗ ଦେଇଥିଲେ

ଅନ୍ୟମାନଙ୍କ ମଧ୍ୟରେ ବୟୋଜ୍ୟେଷ୍ଠ ମୂରବୀ ରାମ ଚନ୍ଦ୍ର ମହାପାତ୍ର, ଗୀତିକାର ବିଶ୍ୱେଶ୍ୱର ମହାନ୍ତି, ପୂର୍ବତନ ସମିତି ସଭ୍ୟ ରାମ ଚନ୍ଦ୍ର ବେହେରା, ବିଶିଷ୍ଟ ସଂଗଠକ ରୁଦ୍ର ନାରାୟଣ ସିଂହ, ଦୋଳ ଗୋବିନ୍ଦ ସାହୁ, ପୂର୍ବତନ ଶିକ୍ଷକ ହୃଷୀକେଶ ବେହେରା, ଆଶୁକବି ଡମ୍ବରୁଧର ପରିଡା, କବିୟତ୍ରୀ ଲବଙ୍ଗଲତା ରାଉତ, ଅନ୍ୟତମ ବରିଷ୍ଠ ସଂଗଠକ ରାଜ କୁମାର ବେହେରା, ପଦ୍ମଜା ସାହିତ୍ୟ ସଂସଦ ର କାର୍ଯ୍ୟ ନିର୍ବାହୀ ସମ୍ପାଦକ ପ୍ରକାଶ କୁମାର ପ୍ରଧାନ ଶରତ ପ୍ରେମୀ ପରିବାରର ଚୈତନ୍ୟ ସାମଲ ପ୍ରମୁଖ ଶରତ କରଙ୍କ ବହୁମୁଖି ପ୍ରତିଭା ର ସ୍ମୃତି ଚାରଣ କରିଥିଲେ । ଶେଷରେ ଶୁଭେନ୍ଦୁ ସାମଲ ଧନ୍ୟବାଦ୍ ଅର୍ପଣ କରିଥିଲେ ।

କାର୍ଯ୍ୟକ୍ରମ ପରିଚାଳନାରେ ଦିଲ୍ଲୀପ କୁମାର ମହାନ୍ତି, କୁଆଁ ପାଳ ବଜାର କମିଟି ସଭାପତି ତଥା ଶରତ କର ସ୍ମୃତି କମିଟି ସଦସ୍ୟ ଜ୍ଞାନେନ୍ଦ୍ର ତ୍ରିପାଠୀ, ବିଚିତ୍ର ସାହୁ, ଅବଦୁଲ୍ କୁଦୁସ, କାର୍ତ୍ତିକ ଚନ୍ଦ୍ର ବିହାରୀ, ଦୀପକ ଦାସ, ବିଜୟ କୁମାର ନନ୍ଦ, ସରୋଜ କୁମାର ଦାସ, ଅଶୋକ ଜେନା, ସମ୍ ଶେର ଅଲ୍ଲୀ, ସରୋଜ କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ ।

ଶରତ କର ଓ ଅନିମା କର ଫାଉଣ୍ଡେସନ ଅଧ୍ୟକ୍ଷ ତଥା ପରିଚାଳନା ଟ୍ରଷ୍ଟି ଶ୍ରୀଯୁକ୍ତ ଶୋଭନ କରଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନ ଓ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

Nirvik Bureau

Nirvik Bureau

Related Posts

ମାହାଙ୍ଗାରେ ରାଜନେତା ସ୍ବର୍ଗତ ଶରତ କରଙ୍କ ୮୮ ତମ ଜୟନ୍ତୀ ପାଳିତ
News

ମାହାଙ୍ଗାରେ ରାଜନେତା ସ୍ବର୍ଗତ ଶରତ କରଙ୍କ ୮୮ ତମ ଜୟନ୍ତୀ ପାଳିତ

by Nirvik Bureau
September 5, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୫ ସେପ୍ଟେମ୍ବର ୨୦୨୬ କୁଆଁପଳ ସ୍ଥିତ ମାହାଙ୍ଗା ବ୍ଲକ୍ ଅଫିସ୍ ସମ୍ମୁଖ ପ୍ରାଙ୍ଗଣରେ ପୂର୍ବତନ ବିଧାୟକ, ମନ୍ତ୍ରୀ, ସାଂସଦ ତଥା ବାଚସ୍ପତି ସ୍ବର୍ଗତ...

Read more
ପଦ୍ମଶ୍ରୀ ରଜତ କର ଙ୍କ ଜୟନ୍ତୀ ସମାରୋହ

ପଦ୍ମଶ୍ରୀ ରଜତ କର ଙ୍କ ଜୟନ୍ତୀ ସମାରୋହ

September 3, 2026
ମାହାଙ୍ଗା ର ପୂର୍ବତନ ବିଧାୟକ ସ୍ବର୍ଗତ ବିକ୍ରମ କେଶରୀ ବର୍ମା ଙ୍କୁ ଶ୍ରଦ୍ଧାଞ୍ଜଳି

ମାହାଙ୍ଗା ର ପୂର୍ବତନ ବିଧାୟକ ସ୍ବର୍ଗତ ବିକ୍ରମ କେଶରୀ ବର୍ମା ଙ୍କୁ ଶ୍ରଦ୍ଧାଞ୍ଜଳି

May 26, 2026
ଶ୍ରୀନିବାସ ସାହୁଙ୍କ ଗଳ୍ପ ସଙ୍କଳନ “କିନ୍ନର” ଉନ୍ମୋଚିତ

ଶ୍ରୀନିବାସ ସାହୁଙ୍କ ଗଳ୍ପ ସଙ୍କଳନ “କିନ୍ନର” ଉନ୍ମୋଚିତ

May 25, 2026
ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ କୃତୀ ବିଦ୍ୟାର୍ଥୀ ସମ୍ମାନ ସମାରୋହ

ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ କୃତୀ ବିଦ୍ୟାର୍ଥୀ ସମ୍ମାନ ସମାରୋହ

May 25, 2026
ବିଶିଷ୍ଟ କବି ଧନେଶ୍ଵର ପାଣିଙ୍କ ୨୮ତମ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି

ବିଶିଷ୍ଟ କବି ଧନେଶ୍ଵର ପାଣିଙ୍କ ୨୮ତମ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି

May 23, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.