• About
  • Contact
Tuesday, October 13, 2026
Tuesday, October 13, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home News

ମାହାଙ୍ଗାରେ ବିଶିଷ୍ଟ ଶିକ୍ଷାବିତ୍ ପଦ୍ମଶ୍ରୀ ଡ଼ଃ ରଜତ କର ଓ ପ୍ରାଧ୍ୟାପକ ପ୍ରଭାତ କରଙ୍କ ସ୍ମୃତି ଚାରଣ ସଭା ଅନୁଷ୍ଠିତ

ମାହାଙ୍ଗାରେ ବିଶିଷ୍ଟ ଶିକ୍ଷାବିତ୍  ପଦ୍ମଶ୍ରୀ ଡ଼ଃ ରଜତ କର  ଓ ପ୍ରାଧ୍ୟାପକ ପ୍ରଭାତ କରଙ୍କ ସ୍ମୃତି ଚାରଣ ସଭା ଅନୁଷ୍ଠିତ
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୯ ମଇ ୨୦୨୬

ଗତକାଲି ୨୦୨୬ ମଇ ୮ରେ ତାରିଖ ମାହାଙ୍ଗା ଅଞ୍ଚଳର ଦୁଇ ବିଶିଷ୍ଟ ବରପୁତ୍ର ଶିକ୍ଷାବିତ୍ ପଦ୍ମଶ୍ରୀ ରଜତ କୁମାର କର ଓ ତାଙ୍କ ଅନୁଜ ପ୍ରାଧ୍ୟାପକ ପ୍ରଭାତ କୁମାର କରଙ୍କ ସ୍ମୃତି ଚାରଣ ଚାରଣ ସଭା ମୂଳବସନ୍ତ ପଞ୍ଚାୟତ ଅନ୍ତର୍ଗତ ଗୁଣୁପୁର ଗ୍ରାମ ସ୍ଥିତ କୃଷକ କ୍ଷେତ୍ର ବିଦ୍ୟାଳୟ ପରିସରରେ ଅତ୍ୟନ୍ତ ଭାବ ଗମ୍ଭୀର ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ସ୍ୱେଚ୍ଛାସେବୀ ଅନୁଷ୍ଠାନ ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ପୂଜ୍ୟପୂଜା କାର୍ଯ୍ୟକ୍ରମ ମାଧ୍ୟମରେ ଆୟୋଜିତ ଏହି ଭ୍ରାତା ଦ୍ବୟଙ୍କ (ଇଂରାଜୀ ତାରିଖ ଅନୁସାରେ) ସ୍ୱର୍ଗତଃ ରଜତ କୁମାର କରଙ୍କ ୪ର୍ଥ ବାର୍ଷିକୀ ଏବଂ ପ୍ରଭାତ କୁମାର କରଙ୍କ ପ୍ରଥମ ବାର୍ଷିକୀ ତିରୋଧାନ ଦିବସ ପାଳନ ଅବସରରେ ତାଙ୍କ ଫଟୋଚିତ୍ର ରେ ଧୂପ ଦୀପାଦି ସହିତ ମାଲ୍ୟାର୍ପଣ କରାଯାଇଥିଲା। ଯୁବ ସଂଗଠକ ଶୁଭେନ୍ଦୁ କୁମାର ସାମଲ ଙ୍କ ସଂଯୋଜନାରେ ଆୟୋଜିତ ସ୍ମୃତି ଚାରଣ ସଭାରେ ପଦ୍ମଶ୍ରୀ ରଜତ କରଙ୍କ ପ୍ରଚଣ୍ଡ ବାଗ୍ମିତା, ଶାସ୍ତ୍ରୀୟ ଜ୍ଞାନ, ସାହିତ୍ୟ ସଂସ୍କୃତି ସଂପନ୍ନ ବ୍ୟକ୍ତିତ୍ଵ ସମ୍ପର୍କରେ ଆଲୋକପାତ କରାଯାଇଥିବା ବେଳେ ପ୍ରାଧ୍ୟାପକ ପ୍ରଭାତ କୁମାର କରଙ୍କ ସରଳ ସ୍ଵଚ୍ଛନ୍ଦ୍ୟ ଜୀବନ ଚର୍ଯ୍ୟା, ଛାତ୍ର ବତ୍ସଳତା ଏବଂ ଆଶୁ କବିତ୍ଵ ତାଙ୍କୁ ସର୍ବସାଧାରଣରେ ଅମର କରି ରଖିବ ବୋଲି ମାହାଙ୍ଗା ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ମତବ୍ୟକ୍ତ କରିଥିଲେ।

ପ୍ରାକ୍ତନ ଶିକ୍ଷକ ଧନେଶ୍ଵର ପ୍ରଧାନ, କବି ପ୍ରଶାନ୍ତ କର, ବୟୋଜ୍ୟେଷ୍ଠ ମୂରବୀ ରାମ ଚନ୍ଦ୍ର ମହାପାତ୍ର, ତାରକେଶ୍ଵର ମହାନ୍ତି, ମୁନା ମହାନ୍ତି, ସମସେର ଅଲ୍ଲୀ, କବି ଡମ୍ବରୁ ଧର ପରିଡ଼ା, ପଞ୍ଚାନନ ଦାସ, କମଳାକାନ୍ତ ଦାସ, ଦିଗମ୍ବର ସାହୁ, ତ୍ରୈଲୋକ୍ୟ ସାହୁ, ରାମକୃଷ୍ଣ ସାହୁ, ଶଙ୍କର୍ଷଣ ଦାସ, ବିନୟ ପରିଡ଼ା, ଧନେଶ୍ଵର ଦାସ, ବିଜୟ କୁମାର ସାହୁ , ଶଚ୍ଚିନ୍ଦ୍ର ରଣା ଓ ଶୁଭେନ୍ଦୁ କୁମାର ସାମଲ ପ୍ରମୁଖ ଏହି ପୂଜ୍ୟପୂଜା କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

Nirvik Bureau

Nirvik Bureau

Related Posts

୬ଷ୍ଠ ଶ୍ରାଦ୍ଧ ବାର୍ଷିକୀରେ ଶରତ କୁମାର କର ଙ୍କୁ ମାହାଙ୍ଗା ବାସୀଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି
News

୬ଷ୍ଠ ଶ୍ରାଦ୍ଧ ବାର୍ଷିକୀରେ ଶରତ କୁମାର କର ଙ୍କୁ ମାହାଙ୍ଗା ବାସୀଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

by Nirvik Bureau
October 12, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୨ ଅକ୍ଟୋବର, ୨୦୨୬ ମାହାଙ୍ଗା ଅଞ୍ଚଳର ଲୋକପ୍ରିୟ ରାଜନେତା, ବିଶିଷ୍ଟ ବାଗ୍ମୀ, ସୁସହିତ୍ୟିକ, ଓଡ଼ିଶାର ପ୍ରାକ୍ତନ ମନ୍ତ୍ରୀ, ବାଚସ୍ପତି ତଥା ପୂର୍ବତନ ସାଂସଦ...

Read more
ପ୍ରାଣନାଥ ପଟ୍ଟନାୟକ: ଶୋଷିତ ବର୍ଗର ତ୍ରାଣକର୍ତ୍ତା

ପଲ୍ଲୀ ପ୍ରତିଭା ସାହିତ୍ୟ ସଂସ୍କୃତି ସଂସଦର ୪ର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ।

October 11, 2026
ମାହାଙ୍ଗାରେ ରାଜନେତା ସ୍ବର୍ଗତ ଶରତ କରଙ୍କ ୮୮ ତମ ଜୟନ୍ତୀ ପାଳିତ

ମାହାଙ୍ଗାରେ ରାଜନେତା ସ୍ବର୍ଗତ ଶରତ କରଙ୍କ ୮୮ ତମ ଜୟନ୍ତୀ ପାଳିତ

September 5, 2026
ପଦ୍ମଶ୍ରୀ ରଜତ କର ଙ୍କ ଜୟନ୍ତୀ ସମାରୋହ

ପଦ୍ମଶ୍ରୀ ରଜତ କର ଙ୍କ ଜୟନ୍ତୀ ସମାରୋହ

September 3, 2026
ମାହାଙ୍ଗା ର ପୂର୍ବତନ ବିଧାୟକ ସ୍ବର୍ଗତ ବିକ୍ରମ କେଶରୀ ବର୍ମା ଙ୍କୁ ଶ୍ରଦ୍ଧାଞ୍ଜଳି

ମାହାଙ୍ଗା ର ପୂର୍ବତନ ବିଧାୟକ ସ୍ବର୍ଗତ ବିକ୍ରମ କେଶରୀ ବର୍ମା ଙ୍କୁ ଶ୍ରଦ୍ଧାଞ୍ଜଳି

May 26, 2026
ଶ୍ରୀନିବାସ ସାହୁଙ୍କ ଗଳ୍ପ ସଙ୍କଳନ “କିନ୍ନର” ଉନ୍ମୋଚିତ

ଶ୍ରୀନିବାସ ସାହୁଙ୍କ ଗଳ୍ପ ସଙ୍କଳନ “କିନ୍ନର” ଉନ୍ମୋଚିତ

May 25, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.