• About
  • Contact
Friday, October 16, 2026
Friday, October 16, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home News

ମାହାଙ୍ଗାରେ ମହାବିଷୁବ ମିଳନ ଉତ୍ସବ ଅନୁଷ୍ଠିତ

ମାହାଙ୍ଗାରେ ମହାବିଷୁବ ମିଳନ ଉତ୍ସବ ଅନୁଷ୍ଠିତ
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୨ ଏପ୍ରିଲ, ୨୦୨୬

ମାହାଙ୍ଗା ବ୍ଲକ ଅନ୍ତର୍ଗତ ମେରିପୂର – ଘିସୁଆଁ ଶ୍ରୀ ବଟ ଠାକୁରଙ୍କ ବିଜେସ୍ଥଳୀ ପୀଠ ପରିସରରେ ଉତ୍କଳୀୟ ନବ ବର୍ଷ (ମହା ବିଷୁବ) ଅତ୍ୟନ୍ତ ଆନନ୍ଦ ଉଲ୍ଲାସ ସହକାରେ ପାଳିତ ହୋଇଯାଇଛି। ମାହାଙ୍ଗା ତଥା ନିଶ୍ଚିନ୍ତ କୋଇଲି ବ୍ଲକ ଅଧିନସ୍ଥ ବିଭିନ୍ନ ପଞ୍ଚାୟତ ସମେତ ବିରୂପା ଗେଙ୍ଗୁଟି ଦ୍ଵୀପାଞ୍ଚଳର କୁଣ୍ଡି, କୁହୁଣ୍ଡା, ବାସୁଦେବପୁର, ମଧୁପୁର, ସାହାପୁର, ମୂଳବସନ୍ତ ଓ କୋଳିଅଠା ଆଦି ବହୁ ଗ୍ରାମ ପଞ୍ଚାୟତ ର ଜନସାଧାରଣ ଙ୍କ ଗହଣରେ ପୂର୍ବତନ ଜନନେତା ଶରତ କର ଙ୍କ ନାମରେ ସାମାଜିକ ଅନୁଷ୍ଠାନ। ଶରତ ପ୍ରେମୀ ପରିବାର ଆନୁକୂଲ୍ୟରେ ଓଡ଼ିଆ ନୂଆ ବର୍ଷ କୁ ସ୍ଵାଗତ କରାଯାଇଥିଲା।

ଏହି ଉପଲକ୍ଷେ ଆୟୋଜିତ ଏକ ବିଶାଳ ଜନ ସମାବେଶ ରେ ନିର୍ଭୀକ ପତ୍ରିକାର ସମ୍ପାଦକ ତଥା ବିଶିଷ୍ଟ ସ୍ତମ୍ଭକାର ଶ୍ରୀ ଅବନୀ ଚନ୍ଦ୍ର ଦାସ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭାରତ ସରକାର ଙ୍କ ପ୍ରାକ୍ତନ ଆୟକର ବିଭାଗ କମିଶନର ତଥା ବିଶିଷ୍ଟ ସମାଜ ସେବୀ ଶ୍ରୀଯୁକ୍ତ ଶୋଭନ କର ଜନ ସମୁଦାୟ ଙ୍କୁ ଉଦବୋଧନ ଦେଇ କହିଲେ ମାହାଙ୍ଗା ଅଞ୍ଚଳର ସାମଗ୍ରିକ ବିକାଶ କୌଣସି ବ୍ୟକ୍ତି କୈନ୍ଦ୍ରିକ ନେତୃତ୍ୱ ଉପରେ କଦାପି ନିର୍ଭରଶୀଳ ନୁହେଁ, ବରଂ ଏହା ସାମୁହିକ ଉଦ୍ୟମ ଓ ମାର୍ଗଦର୍ଶନ ଦ୍ଵାରା ସମ୍ଭବ ହେବ। ଏଣୁ, ଆଗାମୀ ଦିନରେ ସମସ୍ତେ ଏକତ୍ରିତ ହୋଇ ମିଳିତ ଭାବେ ଆମ ଅଞ୍ଚଳ, ମାହାଙ୍ଗା ବିଧାନ ସଭା କ୍ଷେତ୍ର, ରାଜ୍ୟ ତଥା ଦେଶର ପ୍ରଗତି ପରିପ୍ରେକ୍ଷୀରେ ନିଜକୁ ସମର୍ପିତ କରିବା ପାଇଁ ସେ ଆହ୍ବାନ ଦେଇଥିଲେ।

ପ୍ରଥମେ ଶ୍ରୀ ବଟ ଠାକୁର ତଥା ଶ୍ରୀ ଜଗନ୍ନାଥ ବିଗ୍ରହ ରେ ପୁଷ୍ପର୍ଘ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରି ମୁଖ୍ୟ ଅତିଥି ବିଷୁବ ମିଳନ ଉତ୍ସବକୁ ଉଦ୍ ଘାଟନ କରିଥିଲେ।

ପରେ ପରେ ଏକ ମନୋଜ୍ଞ କବିତା ଆସର ରେ ସର୍ବଶ୍ରୀ ଡମ୍ବରୁ ଧର ପରିଡା, ଧନେଶ୍ଵର ପ୍ରଧାନ, ଅକ୍ଷୟ କୁମାର ଖଟୁଆ, ଡ଼ଃ ଅର୍ଜୁନ ବିହାରୀ, ବିଜୟ କୁମାର କୁଅଁର ଓ ବିଜୟ କୁମାର ପାଣି ପ୍ରମୁଖ କବି ବୃନ୍ଦ ସ୍ବରଚିତ କବିତା ଆବୃତ୍ତି କରି ଓଡ଼ିଆ ନବ ବର୍ଷକୁ ସ୍ବାଗତ କରିଥିଲେ।

ଏତତ୍ ପରବର୍ତ୍ତୀ ଭାବ ବିନିମୟ କାର୍ଯ୍ୟକ୍ରମ ବୈଠକ ଅନୁଷ୍ଠିତ ହୋଇ ଥିଲା। ଏଥିରେ ଅଂଶ ଗ୍ରହଣ କରି ସର୍ବଶ୍ରୀ ରାମ ଚନ୍ଦ୍ର ମହାପାତ୍ର, ଅଖିଳେଶ ପଦ ମହାନ୍ତି, ରୁଦ୍ରନାରାୟଣ ସିଂହ, ଜ୍ଞାନେନ୍ଦ୍ର ପ୍ରସାଦ ତ୍ରିପାଠୀ, ଡ଼ଃ ଏକାଦଶୀ ପ୍ରଧାନ, ଜ୍ଞାନ ରଞ୍ଜନ ଷଡ଼ଙ୍ଗୀ, ରାମ ଚନ୍ଦ୍ର ବେହେରା, ଉତ୍ସବ ମହାପାତ୍ର, ଅଚ୍ୟୁତାନନ୍ଦ ସାମଲ, ବିବେକାନନ୍ଦ ଦାସ, ରାଜ କୁମାର ବେହେରା, ବିଶ୍ୱେଶ୍ଵର ମହାନ୍ତି, ରାମ ଚନ୍ଦ୍ର ସ୍ବାଇଁ, ନେତ୍ରାନନ୍ଦ ଦାସ, ଅନିରୁଦ୍ଧ ଦଶ, ଶୁଭେନ୍ଦୁ କୁମାର ସାମଲ ଏବଂ ହୃଷିକେଶ ବେହେରା ପ୍ରମୁଖ ମାହାଙ୍ଗା ଅଞ୍ଚଳ ର ମୂରବୀ, ସମାଜସେବୀ, ଶିକ୍ଷାବିତ୍, ଗବେଷକ, ଯୁବ ସଂଗଠକ ତଥା ବିଶିଷ୍ଟ ବ୍ୟକ୍ତିବୃନ୍ଦ ସାମାଜିକ, ସାଂସ୍କୃତିକ, ଅର୍ଥନୈତିକ, ରାଜନୈତିକ ପୃଷ୍ଠଭୂମିରେ ମାହାଙ୍ଗାରେ ପରିବର୍ତ୍ତନର ସ୍ୱରକୁ ଅଧିକ ଶାଣିତ କରିବାକୁ ବକ୍ତବ୍ୟ ରଖିଥିଲେ।

ସ୍ଥାନୀୟ ମେରୀପୁର ଗ୍ରାମର ସୁନ୍ଦର ରାମ ସାହୁ, ବିଜୟ କୁମାର ପାଣି, କ୍ଷୀରୋଦ ଚନ୍ଦ୍ର ରାଉତ, ପ୍ରଭାତ ପରିଡା ଓ ଅଜିତ୍ କୁମାର ସାହୁ ପ୍ରମୁଖ ଏହି ସାରସ୍ଵତ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

Nirvik Bureau

Nirvik Bureau

Related Posts

ଶରତ କର ଥିଲେ ଏକ ନମ୍ବର ରାଜନେତା (୬ଷ୍ଠ ଶ୍ରାଦ୍ଧ ବାର୍ଷିକୀ ରେ ଶ୍ରଦ୍ଧାଞ୍ଜଳି)
News

ଶରତ କର ଥିଲେ ଏକ ନମ୍ବର ରାଜନେତା (୬ଷ୍ଠ ଶ୍ରାଦ୍ଧ ବାର୍ଷିକୀ ରେ ଶ୍ରଦ୍ଧାଞ୍ଜଳି)

by Nirvik Bureau
October 13, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୩ ଅକ୍ଟୋବର, ୨୦୨୬ ପୂର୍ବତନ ବାଚସ୍ପତି, ସାଂସଦ, ବିଧାୟକ, ମନ୍ତ୍ରୀ ତଥା କବି, ସାହିତ୍ୟିକ, ଓ ଜଗନ୍ନାଥ ସଂସ୍କୃତି ର ଅନ୍ୟତମ ପ୍ରଚାରକ,...

Read more
୬ଷ୍ଠ ଶ୍ରାଦ୍ଧ ବାର୍ଷିକୀରେ ଶରତ କୁମାର କର ଙ୍କୁ ମାହାଙ୍ଗା ବାସୀଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

୬ଷ୍ଠ ଶ୍ରାଦ୍ଧ ବାର୍ଷିକୀରେ ଶରତ କୁମାର କର ଙ୍କୁ ମାହାଙ୍ଗା ବାସୀଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

October 12, 2026
ପ୍ରାଣନାଥ ପଟ୍ଟନାୟକ: ଶୋଷିତ ବର୍ଗର ତ୍ରାଣକର୍ତ୍ତା

ପଲ୍ଲୀ ପ୍ରତିଭା ସାହିତ୍ୟ ସଂସ୍କୃତି ସଂସଦର ୪ର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ।

October 11, 2026
ମାହାଙ୍ଗାରେ ରାଜନେତା ସ୍ବର୍ଗତ ଶରତ କରଙ୍କ ୮୮ ତମ ଜୟନ୍ତୀ ପାଳିତ

ମାହାଙ୍ଗାରେ ରାଜନେତା ସ୍ବର୍ଗତ ଶରତ କରଙ୍କ ୮୮ ତମ ଜୟନ୍ତୀ ପାଳିତ

September 5, 2026
ପଦ୍ମଶ୍ରୀ ରଜତ କର ଙ୍କ ଜୟନ୍ତୀ ସମାରୋହ

ପଦ୍ମଶ୍ରୀ ରଜତ କର ଙ୍କ ଜୟନ୍ତୀ ସମାରୋହ

September 3, 2026
ମାହାଙ୍ଗା ର ପୂର୍ବତନ ବିଧାୟକ ସ୍ବର୍ଗତ ବିକ୍ରମ କେଶରୀ ବର୍ମା ଙ୍କୁ ଶ୍ରଦ୍ଧାଞ୍ଜଳି

ମାହାଙ୍ଗା ର ପୂର୍ବତନ ବିଧାୟକ ସ୍ବର୍ଗତ ବିକ୍ରମ କେଶରୀ ବର୍ମା ଙ୍କୁ ଶ୍ରଦ୍ଧାଞ୍ଜଳି

May 26, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.