ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୩୦ ଡିସେମ୍ବର ୨୦୨୫
ମାହାଙ୍ଗା ଅଞ୍ଚଳର ଉଷୁମା ପଞ୍ଚାୟତ ଅଧିନସ୍ଥ କଏରପୁର ଗ୍ରାମ ସ୍ଥିତ ମାଆ ସ୍ଵର୍ଣ୍ଣ ପାୟୀ କ୍ରିକେଟ ଆସୋସିଏସନ୍ ଆନୁକୂଲ୍ୟରେ ୬ଷ୍ଠ ଦିବସୀୟ ଗ୍ରାମାଞ୍ଚଳ କ୍ରିକେଟ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି । ୧୬ ସଂଖ୍ୟକ ଦଳ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ବେଳେ ଶେଷ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିବା ଦୁଇ କ୍ରିକେଟ୍ ଦଳଙ୍କ ମଧ୍ୟରେ ଫାଇନାଲ ମ୍ୟାଚ ଗତ ୨୮ ତାରିଖ (ରବିବାର) ଦିନ ଅନୁଷ୍ଠିତ ହୋଇଥିଲା । ଏଥିରେ ନରସିଂହ ପୁର କ୍ରିକେଟ୍ ଦଳ ୧୭୧ ରନ୍ ସ୍କୋର କରି ଗଣେଶ୍ୱରପୁର କ୍ରିକେଟ ଦଳକୁ ୧୨ ରନ୍ ରେ ପରାସ୍ତ କରି ବିଜେତା ଘୋଷିତ ହୋଇଥିଲେ ।
ସେହି ସନ୍ଧ୍ୟାରେ ଆୟୋଜିତ ଏକ ଭବ୍ୟ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱନାମଧନ୍ୟ କ୍ରିକେଟର, ପ୍ରାକ୍ତନ ଆୟକର କମିଶନର ତଥା ବିଶିଷ୍ଟ ସମାଜ ସେବୀ ଶ୍ରୀ ଶୋଭନ କର ଉପସ୍ଥିତ ଖେଳାଳି ମାନଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେବାସହ ବିଜେତା ଟ୍ରଫି ଓ ରନର୍ସ ଅପ୍ ଟ୍ରଫି ସହିତ ନଗଦ ଅର୍ଥରାଶି ପ୍ରଦାନ କରିଥିଲେ । ଏହିଁ ଅବସରରେ ମଧ୍ୟ ଦିଲ୍ଲୀପ ଦାସଙ୍କୁ ମ୍ୟାନ୍ ଅଫ ଦି ମ୍ୟାଚ୍, ଜୀବନ ଜ୍ୟୋତି ପଣ୍ଡାଙ୍କୁ ମ୍ୟାନ୍ ଅଫ ଦି ସିରିଜ୍ ଏବଂ ବାଲିଆ ରାଜାଙ୍କୁ ଅଲ୍ ରାଉଣ୍ଡର ଭାବେ ପୁରସ୍କାର ସ୍ୱରୂପ ଟ୍ରଫି ପ୍ରଦାନ କରାଯାଇଥିଲା ।

ଏହି କ୍ରୀଡ଼ା ଉତ୍ସବରେ ବିଶିଷ୍ଟ ସାହିତ୍ୟିକ, ସାମାଜିକ, ସାଂସ୍କୃତିକ ସଂଗଠକ ତଥା ନିର୍ଭୀକ ପତ୍ରିକାର ସମ୍ପାଦକ ଶ୍ରୀ ଅବନୀ ଚନ୍ଦ୍ର ଦାସ , ଗାନ୍ଧୀ ଶିକ୍ଷା ପ୍ରତିଷ୍ଠାନର ପ୍ରଶାସନିକ ଅଧିକାରୀ ଅଜିତ୍ କୁମାର ସାହୁ ଏବଂ ଓଡ଼ିଶା ବିଧାନସଭା ଗବେଷଣା ଅଧିକାରୀ ଅମୂଲ୍ୟ କୁମାର ସ୍ବାଇଁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗ୍ରାମାଞ୍ଚଳରେ ଆୟୋଜିତ ଏଭଳି କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ ।
ସମାଜସେବୀ ଶ୍ରୀ ଦିଲ୍ଲୀପ କୁମାର ମହାନ୍ତି ଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ଏହି ୬ଷ୍ଠ ଦିବସୀୟ କ୍ରିକେଟ୍ ପ୍ରତିଯୋଗିତାର ସମସ୍ତ କାର୍ଯ୍ୟକ୍ରମକୁ ଆସୋସିଏସନ୍ କର୍ମକର୍ତ୍ତା ସର୍ବଶ୍ରୀ ଦୀପକ ବାରିକ, ଗୋପୀନାଥ ମଲ୍ଲିକ, ଗୌରାଙ୍ଗ ମଲ୍ଲିକ ତଥା ସ୍ଥାନୀୟ ନାଏବ ସରପଞ୍ଚ ଭରତ ଚନ୍ଦ୍ର ମଲ୍ଲିକ ଏବଂ ୱାର୍ଡ ସଦସ୍ୟ ପ୍ରମୋଦ କୁମାର ମଲ୍ଲିକ ପରିଚାଳନା କରିଥିଲେ ।






