• About
  • Contact
Saturday, March 14, 2026
Saturday, March 14, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home News

ଓଡ଼ିଆ ଭାଷା ଓ ସାହିତ୍ୟ ର ସଂରକ୍ଷକ ଥିଲେ ରଜତ୍ କୁମାର କର
(ପଦ୍ମଶ୍ରୀ ଶ୍ରୀ ରଜତ କୁମାର କରଙ୍କ ୯୨ ତମ ଜୟନ୍ତୀ ପାଳିତ )

ଓଡ଼ିଆ ଭାଷା ଓ ସାହିତ୍ୟ ର ସଂରକ୍ଷକ ଥିଲେ ରଜତ୍ କୁମାର କର  (ପଦ୍ମଶ୍ରୀ ଶ୍ରୀ ରଜତ କୁମାର କରଙ୍କ ୯୨ ତମ ଜୟନ୍ତୀ ପାଳିତ )
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୩ ସେପ୍ଟେମ୍ବର ୨୦୨୫

ପଦ୍ମଶ୍ରୀ ରଜତ କୁମାର କର ଏକାଧାର ରେ ଜଣେ ପ୍ରବୀଣବକ୍ତା, ସାହିତ୍ୟିକ,ଲେଖକ, ଗବେଷକ, ନାଟ୍ୟକାର, କବି ଓ ଅଭିନେତା ଥିବା ବେଳେ ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରାରେ ୧୯୫୯ ମସିହାରୁ ଦୀର୍ଘ ୬୨ ବର୍ଷ ଧରି ଆକାଶବାଣୀ / ଦୂରଦର୍ଶନ ମାଧ୍ୟମରେ ଧାରାବିବରଣୀ ଦେଇ ନିଜକୁ ମହାପ୍ରଭୁଙ୍କ ଏକ ଅନନ୍ୟ ସେବକ ଭାବେ ଉପସ୍ଥାପିତ କରି ପାରିଥିଲେ । ଓଡ଼ିଶାର ଶିକ୍ଷା ନିର୍ଦ୍ଦେଶକ ବିଛ୍ଚିନ୍ନ ଅଞ୍ଚଳ ଜିଲ୍ଲା ମାନଙ୍କରେ ଓଡ଼ିଆ ଭାଷା ଶିକ୍ଷା ଓ ପ୍ରଶିକ୍ଷଣ ପାଇଁ ତାଙ୍କର ଉଦ୍ୟମ ଆଜି ମଧ୍ୟ ସ୍ମରଣୀୟ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ । ସ୍ଥାନୀୟ ଗୀତଗୋବିନ୍ଦ ସଦନର ସଭାକକ୍ଷରେ ପୂର୍ବତନ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ମନମୋହନ ପ୍ରହରାଜଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଓଡିଶା ସାହିତ୍ୟ ଏକାଡେମୀ ଏବଂ ପଦ୍ମଶ୍ରୀ ରଜତ କୁମାର କର ସ୍ମୃତି ସଂସଦ ମିଳିତ ଆନୁକୁଲ୍ୟରେ ଶ୍ରୀ କରଙ୍କ ୯୨ତମ ଜୟନ୍ତୀ ସମାରୋହ ଆୟୋଜିତ ହୋଇଥିଲା । ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ ଡ଼ ଚନ୍ଦ୍ରଶେଖର ହୋତା ସ୍ବାଗତ ଭାଷଣ ଦେଇ ପଦ୍ମଶ୍ରୀ କରଙ୍କ ଅମ୍ଲାନ ପ୍ରତିଭାର ସ୍ମୃତି ଚାରଣ କରିଥିଲେ ।

ମୁଖ୍ୟ ଅତିଥି ଭାବେ ବର୍ଷିଆନ ସାହିତ୍ୟିକ, ଲେଖକ ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟ ଅତୀତ ସ୍ମୃତିରେ ବାଲ୍ୟକାଳରୁ ସାହିତ୍ୟ ଅନୁରାଗୀ ରଜତ କର କିପରି ଗୁରୁଦେବ ବିଚ୍ଛନ୍ଦ ଚରଣ ପଟ୍ଟନାୟକଙ୍କ ଦ୍ୱାରା ସ୍ଥାପିତ କଳିଙ୍ଗ ଭାରତୀ ମାଧ୍ୟମରେ ଭଞ୍ଜ ସାହିତ୍ୟ ଓ ରୀତି ଯୁଗୀୟ ସାହିତ୍ୟର ପ୍ରସାର କରି ଆସୁଥିଲେ ଏବଂ ପାଲା ସାହିତ୍ୟ ଓ ସଂସ୍କୃତି ର ପ୍ରଚାର ପ୍ରସାର ଓ ସଂରକ୍ଷଣରେ ପଦ୍ମଶ୍ରୀ କରଙ୍କ ଭୂମିକା ଲାଗି ଜାତି ତାଙ୍କ ପାଖରେ ସଦା ଋଣୀ ରହିବ ବୋଲି କହିଥିଲେ ।

ସମ୍ମାନିତ ଅତିଥି ଭାବେ ବରିଷ୍ଠ ପାଲାଗାୟକ ଶ୍ରୀ ସୁଦର୍ଶନ ମହାପାତ୍ର ଏବଂ ମୁଖ୍ୟବକ୍ତା ଭାବେ ଡ଼. ବିଜୟାନନ୍ଦ ସିଂହ ନିଜ ବକ୍ତବ୍ୟ ଛଳରେ ପଦ୍ମଶ୍ରୀ ରଜତ କରଙ୍କ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ସ୍ବର୍ଗତ କର ଓଡ଼ିଶାର ଶିକ୍ଷା, ସାହିତ୍ୟ, ସଂସ୍କୃତି ର ଜଣେ ସାର୍ଥକ ସରଂକ୍ଷକ ଥିଲେ ବୋଲି ଉଲ୍ଲେଖ କରିଥିଲେ ।

ଏହି ଅବସରରେ ରଜତ କରଙ୍କ ପ୍ରଥମ ଗଳ୍ପ ସଂକଳନ “ ଅଳ୍ପ ଦିନର ଗଳ୍ପ” ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ସ୍ମୃତି ସଂସଦ ତରଫରୁ ଡାକ୍ତର ଅଂଶୁମାନ କର ଦିବଂଗତ ପଦ୍ମଶ୍ରୀ କରଙ୍କ କାଳଜୟୀ ସୃଷ୍ଟି ସମ୍ଭାରକୁ ପ୍ରକାଶ କରିବା ଏବଂ ଓଡ଼ିଆ ଭାଷା ସାହିତ୍ୟ ସଂରକ୍ଷଣ ଦିଗରେ ପ୍ରୟାସ କରା ଯାଉଥିବା ସୂଚନା ଦେଇଥିଲେ । ଇଂ ରଣଜୀତ କର ଅତିଥି ପରିଚୟ ଦେଇଥିବା ବେଳେ ଅଧ୍ୟାପକ ଡ଼. ରାଜୀବ କୁମାର କର ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ଉତ୍ସବରେ ବରିଷ୍ଠ ଶିକ୍ଷାବିତ୍ ପଣ୍ଡିତ ନଗେନ୍ଦ୍ର କୁମାର ମହାପାତ୍ର ବେଦ ଓ କବିତା ପାଠ କରିଥିଲେ । ଗାୟକ ଉଦୟଭାନୁ ଶ୍ରୀ ଅମରେନ୍ଦ୍ର ପଟ୍ଟନାୟକ ଓ ସାଥି ମାନେ ପାଲା ପରିବେଷଣ କରିଥିବା ବେଳେ ଅନୁଷ୍ଠାନ ତରଫରୁ ପାଲାଗାୟକ ଓ ତାଙ୍କ ସହଯୋଗୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶ୍ରୀମତୀ ସାଗରିକା ପ୍ରହରାଜ ସଭାମଞ୍ଚ ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ନିବେଦିତା କର, ଦେବସ୍ମିତା ମହାପାତ୍ର ଓ ଅଂଶୁମିତା, ଡାକ୍ତର ଉପେନ୍ଦ୍ର ପ୍ରସାଦ ନାୟକ , ପ୍ରଭାତ କୁମାର ନନ୍ଦ, ପୀତବାସ ରାଉତାରୟ, ଅଶୋକ କୁମାର ଦାଶ, ତପସ୍ୱିନୀ କର, ଡାକ୍ତର ଦୀପକ ରାଜ, ଅମୁଲ୍ୟ କୁମାର ସ୍ୱାଇଁ ,ପ୍ରଦୀପ କୁମାର କର, ଡ଼ ଅନୁପ ମାର୍ଥା ଓ ଜ୍ଞାନରଞ୍ଜନ ନନ୍ଦ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ । ସମାରୋହରେ ବହୁ ବୁଦ୍ଧିଜୀବୀ ଓ ରଜତ କର ପ୍ରେମୀ ସାହିତ୍ୟ ଅନୁରାଗୀ ଉପସ୍ଥିତ ଥିଲେ ।

Nirvik Bureau

Nirvik Bureau

Related Posts

କର୍ମବୀର ଗୌରୀ ଶଙ୍କର ରାୟଙ୍କ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି
News

କର୍ମବୀର ଗୌରୀ ଶଙ୍କର ରାୟଙ୍କ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି

by Nirvik Bureau
March 7, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୭ ମାର୍ଚ୍ଚ ୨୦୨୬ ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ପୂଜ୍ୟପୂଜା କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶାର ଅନ୍ୟତମ ବରପୁତ୍ର କର୍ମବୀର...

Read more
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୧ତମ ଜୟନ୍ତୀ ପାଳିତ

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୧ତମ ଜୟନ୍ତୀ ପାଳିତ

March 6, 2026
ସଂସ୍କାରକ ବୈରାଗୀ ଚରଣ ମିଶ୍ରଙ୍କ ୬୦ତମ ଶ୍ରାଦ୍ଧବାର୍ଷିକୀ ରେ ଶ୍ରଦ୍ଧାଞ୍ଜଳି

ସଂସ୍କାରକ ବୈରାଗୀ ଚରଣ ମିଶ୍ରଙ୍କ ୬୦ତମ ଶ୍ରାଦ୍ଧବାର୍ଷିକୀ ରେ ଶ୍ରଦ୍ଧାଞ୍ଜଳି

February 20, 2026
ଯୁଧୁଷ୍ଠିର ଦାସ ଥିଲେ ତ୍ୟାଗର ମୂର୍ତ୍ତିମନ୍ତ ଅବତାର

ଯୁଧୁଷ୍ଠିର ଦାସ ଥିଲେ ତ୍ୟାଗର ମୂର୍ତ୍ତିମନ୍ତ ଅବତାର

February 19, 2026
ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, (କଇଥା) ରେ ସାଧାରଣ ତନ୍ତ୍ର ଦିବସ ଏବଂ ପୁରସ୍କାର ବିତରଣ ଉତ୍ସବ

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, (କଇଥା) ରେ ସାଧାରଣ ତନ୍ତ୍ର ଦିବସ ଏବଂ ପୁରସ୍କାର ବିତରଣ ଉତ୍ସବ

January 27, 2026
୭୭ତମ ଜନରାଜ୍ୟ ଦିବସ ପାଳିତ

୭୭ତମ ଜନରାଜ୍ୟ ଦିବସ ପାଳିତ

January 27, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.