• About
  • Contact
Sunday, October 18, 2026
Sunday, October 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home News

ପଦ୍ମଶ୍ରୀ ରଜତ କୁମାର କରଙ୍କ ତୃତୀୟ ଶ୍ରାଦ୍ଧବାଷିର୍କୀ ପାଳିତ

ପଦ୍ମଶ୍ରୀ ରଜତ କୁମାର କରଙ୍କ ତୃତୀୟ ଶ୍ରାଦ୍ଧବାଷିର୍କୀ ପାଳିତ
Share on FacebookShare on Xshare on Whatsappshare on Linkedin
ନିର୍ଭୀକ ବ୍ୟୁରୋ, ଭୁବନେଶ୍ୱର, ୯ ମଇ ୨୦୨୫

ପଦ୍ମଶ୍ରୀ ରଜତ କୁମାର କର ଏକା ଧାରା ରେ ଜଣେ ପ୍ରବୀଣ ବକ୍ତା, ସାହିତ୍ୟିକ, ଲେଖକ, ଇତିହାସ ଗବେଷକ, ନାଟ୍ୟକାର, କବି ଓ ଅଭିନେତା ଥିବା ବେଳେ ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱ-ପ୍ରସିଦ୍ଧ ରଥଯାତ୍ରାରେ ୧୯୫୯ ରୁ ୨୦୨୧ ଯାଏ ଦୀର୍ଘ ୬୨ ବର୍ଷ ଧରି ଧାରାବିବରଣୀ ଦେଇ ନିଜକୁ ମହାପ୍ରଭୁଙ୍କ ଏକ ଅନନ୍ୟ ସେବକ ତଥା ଓଡ଼ିଶା ସଂସ୍କୃତିର ଏକ ଜାଗ୍ରତ ପ୍ରହରୀ ଭାବେ ସ୍ଥାପିତ କରିପାରି ଥିଲେ। ଗତକାଲି ସ୍ଥାନୀୟ ଗୀତଗୋବିନ୍ଦ ସଦନର ସଭାଗୃହରେ ପାରାଦୀପ ବନ୍ଦରର ପୂର୍ବତନ ସଚିବ ଓ ବିଶିଷ୍ଟ ସାହିତ୍ୟିକ ଶ୍ରୀ ପ୍ରଭାତ କୁମାର ନନ୍ଦଙ୍କ ପୌରାହିତ୍ୟ ରେ ଅନୁଷ୍ଠିତ ଓ ପଦ୍ମଶ୍ରୀ ରଜତ କୁମାର କର ସ୍ମୃତି ସଂସଦ ଦ୍ୱାରା ଆୟୋଜିତ ଶ୍ରୀ କରଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ସ୍ମୃତି ସଭା ଓ ପୁସ୍ତକ ଉନ୍ମୋଚନ ସମାରୋହ ରେ ଅତିଥି ମାନେ ମତ ଦେଇଥିଲେ। ଏହି ସଭାରେ ପଦ୍ମଶ୍ରୀ କର ଙ୍କ ଦ୍ୱାରା ରଚିତ ନାଟକ “କବିସମ୍ରାଟ” ଓ ଆଧ୍ୟାତ୍ମିକ ଆଲୋଚନା ଗ୍ରନ୍ଥ “ଭାରତ ଦୀପ୍ତି” ମାର୍ଜିତ ଓ ପରିବର୍ଦ୍ଧିତ ନୂତନ ସଂସ୍କରଣ ଉନ୍ମୋଚିତ ହୋଇଥିଲା। ସଭା ପ୍ରାରମ୍ଭ ରୁ ରଜତ କୁମାର କରଙ୍କ ଅନୁଜ ପ୍ରାକ୍ତନ ଅଧ୍ୟାପକ ଶ୍ରୀ ପ୍ରଭାତ କୁମାର କର ବିୟୋଗ ଖବର ରେ ସଭାରେ ଦିବଂଗତ ଆତ୍ମାର ପରଂଧାମ ପ୍ରାପ୍ତି ପାଇଁ ପ୍ରାର୍ଥନା କରାଗଲା.ବରେଣ୍ୟ ଅତିଥି ଆମେରିକାର ଡା.ଦାଶ ଫାଉଣ୍ଡେସନ ଓ ଭୁବନେଶ୍ୱର କଳିଙ୍ଗ ହସ୍ପିଟାଲ ର ଅଧକ୍ଷ ଡା. ଶୀତିକଣ୍ଠ ଦାଶ ଶ୍ରୀ ରଜତ କୁମାର କରଙ୍କ ସହ ତାଙ୍କର ବନ୍ଧୁତା ଓ ଆମେରିକା ରଥଯାତ୍ରାରେ ଶ୍ରୀ କରଙ୍କ ସାରଗର୍ଭ ବକ୍ତ୍ରୁତାର ଅନନ୍ୟ ଶୈଳୀ ଉପରେ କହି ତାଙ୍କୁ ଓଡ଼ିଶାର ଅଦ୍ଵିତୀୟ ବାଗ୍ମୀ ଭାବେ ସ୍ମରଣ କରିଥିଲେ। ମୁଖ୍ୟ ବକ୍ତା ବିଶିଷ୍ଟ ସାହିତ୍ୟିକ ଓ ଶିକ୍ଷାବିତ୍ ଶ୍ରୀ ଦାଶ ବେନହୁର ରଜତ କର ଙ୍କ ଭଞ୍ଜ ସାହିତ୍ୟ ଆନ୍ଦୋଳନରେ ଥିବା ବଳିଷ୍ଠ ଭୂମିକା ର ସ୍ମୃତି ଚରଣ କରିଥିବା ବେଳେ ଓଡ଼ିଆ ସାମୂହିକ ଜୀବନକୁ ଶ୍ରୀ ଜଗନ୍ନାଥିୟ ଚେତନାରେ ରସାଣିତ କରି ସୁନ୍ଦର କରିବା ଲାଗି ତାଙ୍କ ଅବଦାନ ଯେତିକି ଅପୂର୍ବ, ଅନନ୍ୟ ବି ସେମିତି ବୋଲି କହିଥିଲେ। ଓଡ଼ିଆ ସାହିତ୍ୟ ଓ ସଂସ୍କୃତି ର ଇତିହାସର ପ୍ରଚାର,ସୁରକ୍ଷା ଓ ଏହାର ବିକାଶ ଲାଗି ଶ୍ରୀ କରଙ୍କ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସଂଗ୍ରାମ ସମସ୍ତଙ୍କ ଲାଗି ଏକ ପ୍ରେରଣା ଓ ଯଥାର୍ଥ ରେ ସେ ଏ ଯୁଗରେ ଥିଲେ ଆମର “ସଂସ୍କୃତି ସମ୍ରାଟ” ବୋଲି ସଭାପତି ଶ୍ରୀ ପ୍ରଭାତ ନନ୍ଦ କହିଥିଲେ।


ଡାକ୍ତର ଅଂଶୁମାନ କର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ଦେଇ ଥିବା ବେଳେ ଡ଼.ଅନୁପ ମାର୍ଥା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉତ୍ସବରେ ପଣ୍ଡିତ ନଗେନ୍ଦ୍ର କୁମାର ମହାପାତ୍ର ବେଦ ପାଠକରିଥିଲେ। ଶିକ୍ଷା, ସାହିତ୍ୟ, ସଂଗୀତ ଓ ସୃଜନ ରେ ପରିପୂର୍ଣ ସ୍ବର୍ଗତ ପଦ୍ମଶ୍ରୀ ରଜତ କରଙ୍କ ବହୁମୁଖୀ ପ୍ରତିଭା ବିଷୟ ରେ ସଭାରେ ଉପସ୍ଥିତ ଅନେକ ବିଶିଷ୍ଟ ପାଲାଗାୟକ, ସମ୍ପାଦକ ଓ ସାହିତ୍ୟିକ ମାନେ ଆଲୋଚନା କରି ଥିଲେ। ସଭା ପରିଚାଳନାରେ ଦେବସ୍ମିତା ମହାପାତ୍ର ସହଯୋଗ କରିଥିଲେ।ଡାକ୍ତର ଶୈଳେଶ୍ୱର ନନ୍ଦ, ଶ୍ରୀ ପୀତବାସ ରାଉତରାୟ, ଆଡ଼ଭୋକେଟ ବୀର କିଶୋର ମିଶ୍ର, କଳ୍ପନା ଦାଶ, ସୁବୋଧ କାନୁନଗୋ, ଅନୁକୂଳ ପ୍ରସାଦ ମିଶ୍ର, ଶ୍ରୀମତି ନଦିଆ ମୋଗବେଲପୁର, ରଶ୍ମି ସାହୁ, ନିର୍ମଳା ସୁବୁଦ୍ଧି ଆଦି ସ୍ମୃତି ଚାରଣ କରି ଥିବା ବେଳେ, ମିହିର ପ୍ରହରାଜ ଆଦି ସ୍ମୃତି ସଂସଦ ର ସଭ୍ୟ ମାନେ ସହଯୋଗ କରିଥିବା ବେଳେ ବହୁ ବୁଦ୍ଧିଜୀବୀ ଓ ରଜତ ପ୍ରେମୀ ସାହିତ୍ୟ ଅନୁରାଗୀ ଉପସ୍ଥିତ ଥିଲେ।

Nirvik Bureau

Nirvik Bureau

Related Posts

ଶରତ କର ଥିଲେ ଏକ ନମ୍ବର ରାଜନେତା (୬ଷ୍ଠ ଶ୍ରାଦ୍ଧ ବାର୍ଷିକୀ ରେ ଶ୍ରଦ୍ଧାଞ୍ଜଳି)
News

ଶରତ କର ଥିଲେ ଏକ ନମ୍ବର ରାଜନେତା (୬ଷ୍ଠ ଶ୍ରାଦ୍ଧ ବାର୍ଷିକୀ ରେ ଶ୍ରଦ୍ଧାଞ୍ଜଳି)

by Nirvik Bureau
October 13, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୩ ଅକ୍ଟୋବର, ୨୦୨୬ ପୂର୍ବତନ ବାଚସ୍ପତି, ସାଂସଦ, ବିଧାୟକ, ମନ୍ତ୍ରୀ ତଥା କବି, ସାହିତ୍ୟିକ, ଓ ଜଗନ୍ନାଥ ସଂସ୍କୃତି ର ଅନ୍ୟତମ ପ୍ରଚାରକ,...

Read more
୬ଷ୍ଠ ଶ୍ରାଦ୍ଧ ବାର୍ଷିକୀରେ ଶରତ କୁମାର କର ଙ୍କୁ ମାହାଙ୍ଗା ବାସୀଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

୬ଷ୍ଠ ଶ୍ରାଦ୍ଧ ବାର୍ଷିକୀରେ ଶରତ କୁମାର କର ଙ୍କୁ ମାହାଙ୍ଗା ବାସୀଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

October 12, 2026
ପ୍ରାଣନାଥ ପଟ୍ଟନାୟକ: ଶୋଷିତ ବର୍ଗର ତ୍ରାଣକର୍ତ୍ତା

ପଲ୍ଲୀ ପ୍ରତିଭା ସାହିତ୍ୟ ସଂସ୍କୃତି ସଂସଦର ୪ର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ।

October 11, 2026
ମାହାଙ୍ଗାରେ ରାଜନେତା ସ୍ବର୍ଗତ ଶରତ କରଙ୍କ ୮୮ ତମ ଜୟନ୍ତୀ ପାଳିତ

ମାହାଙ୍ଗାରେ ରାଜନେତା ସ୍ବର୍ଗତ ଶରତ କରଙ୍କ ୮୮ ତମ ଜୟନ୍ତୀ ପାଳିତ

September 5, 2026
ପଦ୍ମଶ୍ରୀ ରଜତ କର ଙ୍କ ଜୟନ୍ତୀ ସମାରୋହ

ପଦ୍ମଶ୍ରୀ ରଜତ କର ଙ୍କ ଜୟନ୍ତୀ ସମାରୋହ

September 3, 2026
ମାହାଙ୍ଗା ର ପୂର୍ବତନ ବିଧାୟକ ସ୍ବର୍ଗତ ବିକ୍ରମ କେଶରୀ ବର୍ମା ଙ୍କୁ ଶ୍ରଦ୍ଧାଞ୍ଜଳି

ମାହାଙ୍ଗା ର ପୂର୍ବତନ ବିଧାୟକ ସ୍ବର୍ଗତ ବିକ୍ରମ କେଶରୀ ବର୍ମା ଙ୍କୁ ଶ୍ରଦ୍ଧାଞ୍ଜଳି

May 26, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.