• About
  • Contact
Saturday, October 17, 2026
Saturday, October 17, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home News

ପିଲାଦିନର ଚିତ୍ର ଓ ଚରିତ୍ର ମାନଙ୍କର ସ୍ମୃତି ଅବିସ୍ମରଣୀୟ

ପିଲାଦିନର ଚିତ୍ର ଓ ଚରିତ୍ର ମାନଙ୍କର ସ୍ମୃତି ଅବିସ୍ମରଣୀୟ
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨୮ ଜୁଲାଇ ୨୦୨୫

ଗତକାଲି ଶ୍ରାବଣୀ ସନ୍ଧ୍ୟାରେ ଭୁବନେଶ୍ୱର (ୟୁନିଟ୍ – ୪) ସ୍ଥିତ ରାଷ୍ଟ୍ରୀୟ ଅଭିଲେଖାଗାର ସମ୍ମିଳନୀ କକ୍ଷରେ ପ୍ରଖ୍ୟାତ କବିୟତ୍ରୀ ତଥା ସାହିତ୍ୟ ଏକାଡେମୀ ପୁରସ୍କାର ବିଜୟିନୀ ଅଧ୍ୟାପିକା ଡ଼ଃ ମନୋରମା ବିଶ୍ଵାଳ ମହାପାତ୍ରଙ୍କ ଆଂଶିକ ଆତ୍ମଜୀବନୀ ଚରିତ ର ସ୍ମୃତିଚିତ୍ର “ଚିତ୍ରମୟ ପିଲାଦିନ” ଏକ ମନୋରମ ସମାବେଶରେ ଉନ୍ମୋଚିତ ହୋଇଯାଇଛି । ବିଶିଷ୍ଟ ଭାଷାବିତ୍ ପଦ୍ମଶ୍ରୀ ଡ଼ଃ ଦେବୀ ପ୍ରସନ୍ନ ପଟ୍ଟନାୟକ ଉଦ୍ ଘାଟକ ଭାବେ ଯୋଗଦେଇ ପ୍ରାଣକୃଷ୍ଣ କଲ୍ ଚରାଲ୍ ଫାଉଣ୍ଡେସନ ଏବଂ ବନଫୁଲ ପ୍ରକାଶନର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଭବ୍ୟ ଉତ୍ସବକୁ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ। ସଭା ପ୍ରାରମ୍ଭରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବିରଚିତ ବନ୍ଦେ ଉତ୍କଳ ଜନନୀ ଗାୟନ କରାଯାଇଥିଲା ।

ପୁସ୍ତକର ଲେଖିକା ଡ଼ଃ ମନୋରମା ବିଶ୍ଵାଳ ମହାପାତ୍ର ଉନ୍ମୋଚନ ଉତ୍ସବରେ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ଡ଼ଃ ମିହିର କୁମାର ସାହୁ, ମୁଖ୍ୟ ବକ୍ତା ଭାବେ ପ୍ରାକ୍ତନ ପ୍ରଶାସକ ତଥା କବି ଡ଼ଃ ରବିନାରାୟଣ ସେନାପତି ଏବଂ ସମ୍ମାନିତ ଅତିଥି ଭାବେ ପୂର୍ବତନ ଆୟକର କମିଶନର ତଥା ବିଶିଷ୍ଟ ସମାଜସେବୀ ଶ୍ରୀ ଶୋଭନ କର ଯୋଗଦେଇ ଡ଼ଃ ବିଶ୍ଵାଳ ମହାପାତ୍ର ଙ୍କ ରଚିତ ତଥା ବନଫୁଲ ପ୍ରକାଶନ ଦ୍ଵାରା ସଦ୍ୟ ପ୍ରକାଶିତ ଚିତ୍ରମୟ ପିଲାଦିନ ପୁସ୍ତକକୁ ଉନ୍ମୋଚନ କରିବା ସହିତ ନିଜ ନିଜ ପିଲାଦିନର ଅନୁଭୂତି ତଥା ଅଭିଜ୍ଞତା ବର୍ଣ୍ଣନା କରିଥିଲେ । ଏଥିସହିତ ପୁସ୍ତକରେ ସ୍ଥାନିତ ହୋଇଥିବା ଲେଖାରେ ପିଲାଦିନର ସ୍ମୃତି ଚିତ୍ର ଗୁଡ଼ିକ କିପରି ଅବିସ୍ମରଣୀୟ ଅନୁଭୂତି ହୋଇ ରହିଛି ଏବଂ ତାହା ଉତ୍ତର ପୀଢ଼ିଙ୍କ ଜୀବନକୁ କିପରି ସକାରାତ୍ମକ ଭାବେ ପ୍ରଭାବିତ କରି ପାରିବ, ସେ ସମ୍ପର୍କରେ ଅତିଥି ମାନେ ବିସ୍ତୃତ ଆଲୋଚନା କରିଥିଲେ।

ଏହି ଅବସର ରେ ସାହିତ୍ୟ ଓ ସମାଜସେବା ପାଇଁ ସ୍ୱନାମଧନ୍ୟା ଡାକ୍ତର ଅନିତା ପଣ୍ଡାଙ୍କୁ ପ୍ରାଣକୃଷ୍ଣ ଫାଉଣ୍ଡେସନ ପକ୍ଷରୁ ଅଙ୍ଗବସ୍ତ୍ର, ମାନପତ୍ର, ପୁସ୍ତକ, ବୃକ୍ଷଚାରା, ଉପଢୌକନ ଆଦି ସହିତ ସମ୍ବର୍ଦ୍ଧିତ କରାଯାଇଥିଲା । ବନଫୁଲ ପ୍ରକାଶନର ନିର୍ଦ୍ଦେଶକ ପବିତ୍ର ବ୍ରହ୍ମପୁତ୍ର ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଶିଷ୍ଟ ଗବେଷିକା ଶାର୍ମଷ୍ଠା ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲl ବେଳେ ଡ଼ଃ ସସ୍ମିତା ନାୟକ ମାନପତ୍ର ପାଠ କରିଥିଲେ।

ଶେଷରେ ଡ଼ଃ ସୁଶୀଲ କୁମାର ବାଗ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି ପୁସ୍ତକ ଲୋକାର୍ପଣ ଉତ୍ସବରେ ବହୁ ବୁଦ୍ଧିଜୀବି, ସାହିତ୍ୟିକ, ଅଧ୍ୟାପକ, ସ୍ତମ୍ଭକାର, ପତ୍ରପତ୍ରିକା ସମ୍ପାଦକ, ସାହିତ୍ୟ ସଂସ୍କୃତି ପ୍ରେମୀ ଜନସାଧାରଣ ଉପସ୍ଥିତ ଥିଲେ।

Nirvik Bureau

Nirvik Bureau

Related Posts

ଶରତ କର ଥିଲେ ଏକ ନମ୍ବର ରାଜନେତା (୬ଷ୍ଠ ଶ୍ରାଦ୍ଧ ବାର୍ଷିକୀ ରେ ଶ୍ରଦ୍ଧାଞ୍ଜଳି)
News

ଶରତ କର ଥିଲେ ଏକ ନମ୍ବର ରାଜନେତା (୬ଷ୍ଠ ଶ୍ରାଦ୍ଧ ବାର୍ଷିକୀ ରେ ଶ୍ରଦ୍ଧାଞ୍ଜଳି)

by Nirvik Bureau
October 13, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୩ ଅକ୍ଟୋବର, ୨୦୨୬ ପୂର୍ବତନ ବାଚସ୍ପତି, ସାଂସଦ, ବିଧାୟକ, ମନ୍ତ୍ରୀ ତଥା କବି, ସାହିତ୍ୟିକ, ଓ ଜଗନ୍ନାଥ ସଂସ୍କୃତି ର ଅନ୍ୟତମ ପ୍ରଚାରକ,...

Read more
୬ଷ୍ଠ ଶ୍ରାଦ୍ଧ ବାର୍ଷିକୀରେ ଶରତ କୁମାର କର ଙ୍କୁ ମାହାଙ୍ଗା ବାସୀଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

୬ଷ୍ଠ ଶ୍ରାଦ୍ଧ ବାର୍ଷିକୀରେ ଶରତ କୁମାର କର ଙ୍କୁ ମାହାଙ୍ଗା ବାସୀଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

October 12, 2026
ପ୍ରାଣନାଥ ପଟ୍ଟନାୟକ: ଶୋଷିତ ବର୍ଗର ତ୍ରାଣକର୍ତ୍ତା

ପଲ୍ଲୀ ପ୍ରତିଭା ସାହିତ୍ୟ ସଂସ୍କୃତି ସଂସଦର ୪ର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ।

October 11, 2026
ମାହାଙ୍ଗାରେ ରାଜନେତା ସ୍ବର୍ଗତ ଶରତ କରଙ୍କ ୮୮ ତମ ଜୟନ୍ତୀ ପାଳିତ

ମାହାଙ୍ଗାରେ ରାଜନେତା ସ୍ବର୍ଗତ ଶରତ କରଙ୍କ ୮୮ ତମ ଜୟନ୍ତୀ ପାଳିତ

September 5, 2026
ପଦ୍ମଶ୍ରୀ ରଜତ କର ଙ୍କ ଜୟନ୍ତୀ ସମାରୋହ

ପଦ୍ମଶ୍ରୀ ରଜତ କର ଙ୍କ ଜୟନ୍ତୀ ସମାରୋହ

September 3, 2026
ମାହାଙ୍ଗା ର ପୂର୍ବତନ ବିଧାୟକ ସ୍ବର୍ଗତ ବିକ୍ରମ କେଶରୀ ବର୍ମା ଙ୍କୁ ଶ୍ରଦ୍ଧାଞ୍ଜଳି

ମାହାଙ୍ଗା ର ପୂର୍ବତନ ବିଧାୟକ ସ୍ବର୍ଗତ ବିକ୍ରମ କେଶରୀ ବର୍ମା ଙ୍କୁ ଶ୍ରଦ୍ଧାଞ୍ଜଳି

May 26, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.