• About
  • Contact
Saturday, October 17, 2026
Saturday, October 17, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home News

ପ୍ରଖ୍ୟାତ ରାଜନେତା ଶରତ କୁମାର କରଙ୍କ ୫ମ ବାର୍ଷିକ ତିରୋଧାନ ଦିବସରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ପ୍ରଖ୍ୟାତ ରାଜନେତା ଶରତ କୁମାର କରଙ୍କ ୫ମ ବାର୍ଷିକ ତିରୋଧାନ ଦିବସରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୧୨ ଅକ୍ଟୋବର ୨୦୨୫

ମାହାଙ୍ଗା ର ଅନ୍ୟତମ ବରପୁତ୍ର ତଥା ପ୍ରଖ୍ୟାତ ରାଜନେତା ସ୍ବର୍ଗତ ଶରତ କୁମାର କରଙ୍କ ୫ମ ବାର୍ଷିକ ତିରୋଧାନ ଦିବସ ରେ ମାହାଙ୍ଗା ବାସୀ ଏବଂ ଶରତ ପ୍ରେମୀ ପରିବାର ସଦସ୍ୟ ମାନେ କୁଆଁପାଳ ସ୍ଥିତ ପ୍ରତିମୂର୍ତ୍ତି ସ୍ଥଳରେ ଭାବ ପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଶରତ କର ଓ ଅନିମା କର ଫାଉଣ୍ଡେସନ ତରଫରୁ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ମାହାଙ୍ଗା ମୈତ୍ରୀ ମଞ୍ଚ ର ସାଧାରଣ ସଂପାଦକ ତଥା ବିଶିଷ୍ଟ ସ୍ତମ୍ଭକାର ଶ୍ରୀ ଅବନୀ ଚନ୍ଦ୍ର ଦାସ ସଭାପତିତ୍ବ କରିଥିଲେ ।

ଏଥିରେ ଫାଉଣ୍ଡେସନର ସହ ଅଧ୍ୟକ୍ଷ ଅଧ୍ୟାପକ ଶ୍ରୀଯୁକ୍ତ ସୁମନ କର ଅତିଥି ଭାବେ ଯୋଗ ଦେଇ ଦିବଂଗତ ଶରତ କରଙ୍କୁ ଜଣେ ମାନବ ପ୍ରେମୀ ଜନ ସେବକ ଭାବେ ବର୍ଣ୍ଣନା କରି ତାଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ବାଢ଼ି ଥିଲେ । ସଭାପତି ଶ୍ରୀ ଦାସ ତାଙ୍କ ଅଭିଭାଷଣରେ ସ୍ୱର୍ଗତଃ ଶରତ କର ଙ୍କ ନିଷ୍କପଟ,ସ୍ୱଚ୍ଛ ରାଜନୈତିକ ଆଦର୍ଶ ରେ ଅନୁପ୍ରାଣୀତ ହୋଇ ଏକ ସମୃଦ୍ଧ ନୂଆ ମାହାଙ୍ଗା ଗଢିବାର ସଂକଳ୍ପ ନେଇ ଆଗେଇ ଆସିବାକୁ ମାହାଙ୍ଗା ର ଜନସାଧାରଣଙ୍କୁ ଆହ୍ବାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ରୁଦ୍ର ନାରାୟଣ ସିଂହ, ରାମ ଚନ୍ଦ୍ର ମହାପାତ୍ର, ରତ୍ନାକର ମହାନ୍ତି, ହୃଷୀକେଶ ବେହେରା, ଧନେଶ୍ଵର ପ୍ରଧାନ, ବଟକୃଷ୍ଣ ସ୍ବାଇଁ, ମଥୁରା ନନ୍ଦ ଜେନା, ଶୁଭେନ୍ଦୁ କୁମାର ସାମଲ ଏବଂ ଶ୍ରୀମତୀ ଲବଙ୍ଗଲତା ରାଉତ ପ୍ରମୁଖ ଦିବଂଗତ ନେତାଙ୍କ ସ୍ମୃତିରେ ବକ୍ତବ୍ୟ ରଖିଥିଲେ।

ଏତଦ୍ ଭିନ୍ନ ରାମ ଚନ୍ଦ୍ର ବେହେରା, ଦିଲ୍ଲୀପ କୁମାର ମହାନ୍ତି, ଉତ୍ସବ ମହାପାତ୍ର, ବାଦଲ ମିଶ୍ର, ରାମ ଚନ୍ଦ୍ର ସ୍ବାଇଁ, କାର୍ତ୍ତିକ ଚନ୍ଦ୍ର ବିହାରୀ, ମୁନା ମହାନ୍ତି, ସରୋଜ ଦାସ, ଅଶୋକ କୁମାର ନାଥ, ସମ୍ ଶେର ଅଲ୍ଲୀ, ପାର୍ଥ ସାରଥି ନାୟକ,ଦୋଳଗୋବିନ୍ଦ ସାହୁ, ଅଶୋକ ଜେନା, ସୁନ୍ଦର ରାମ ସାହୁ, ତାରକେଶ୍ୱର ମହାନ୍ତି, ନେତ୍ରାନନ୍ଦ ଦାସ, ଜ୍ଞାନ ରଞ୍ଜନ ମହାନ୍ତି, ବାବୁଲି ପ୍ରଧାନ ପ୍ରମୁଖ ଙ୍କ ସମେତ ମାହାଙ୍ଗା ତଥା ନିଶ୍ଚିନ୍ତ କୋଇଲି ଅଞ୍ଚଳ ର ଶତାଧିକ ବୁଦ୍ଧିଜୀବି, ବୟୋଜ୍ୟେଷ୍ଠ ମୂରବୀ, ଶିକ୍ଷକ, ଯୁବା ଛାତ୍ର ଏହି କାର୍ଯ୍ୟକ୍ରମ ପରିଚାଳନାରେ ପ୍ରତ୍ୟକ୍ଷ ଭାବେ ସହଯୋଗ କରିବା ସହିତ ସ୍ବର୍ଗତ ଶରତ କରଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।

Nirvik Bureau

Nirvik Bureau

Related Posts

ଶରତ କର ଥିଲେ ଏକ ନମ୍ବର ରାଜନେତା (୬ଷ୍ଠ ଶ୍ରାଦ୍ଧ ବାର୍ଷିକୀ ରେ ଶ୍ରଦ୍ଧାଞ୍ଜଳି)
News

ଶରତ କର ଥିଲେ ଏକ ନମ୍ବର ରାଜନେତା (୬ଷ୍ଠ ଶ୍ରାଦ୍ଧ ବାର୍ଷିକୀ ରେ ଶ୍ରଦ୍ଧାଞ୍ଜଳି)

by Nirvik Bureau
October 13, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୩ ଅକ୍ଟୋବର, ୨୦୨୬ ପୂର୍ବତନ ବାଚସ୍ପତି, ସାଂସଦ, ବିଧାୟକ, ମନ୍ତ୍ରୀ ତଥା କବି, ସାହିତ୍ୟିକ, ଓ ଜଗନ୍ନାଥ ସଂସ୍କୃତି ର ଅନ୍ୟତମ ପ୍ରଚାରକ,...

Read more
୬ଷ୍ଠ ଶ୍ରାଦ୍ଧ ବାର୍ଷିକୀରେ ଶରତ କୁମାର କର ଙ୍କୁ ମାହାଙ୍ଗା ବାସୀଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

୬ଷ୍ଠ ଶ୍ରାଦ୍ଧ ବାର୍ଷିକୀରେ ଶରତ କୁମାର କର ଙ୍କୁ ମାହାଙ୍ଗା ବାସୀଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

October 12, 2026
ପ୍ରାଣନାଥ ପଟ୍ଟନାୟକ: ଶୋଷିତ ବର୍ଗର ତ୍ରାଣକର୍ତ୍ତା

ପଲ୍ଲୀ ପ୍ରତିଭା ସାହିତ୍ୟ ସଂସ୍କୃତି ସଂସଦର ୪ର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ।

October 11, 2026
ମାହାଙ୍ଗାରେ ରାଜନେତା ସ୍ବର୍ଗତ ଶରତ କରଙ୍କ ୮୮ ତମ ଜୟନ୍ତୀ ପାଳିତ

ମାହାଙ୍ଗାରେ ରାଜନେତା ସ୍ବର୍ଗତ ଶରତ କରଙ୍କ ୮୮ ତମ ଜୟନ୍ତୀ ପାଳିତ

September 5, 2026
ପଦ୍ମଶ୍ରୀ ରଜତ କର ଙ୍କ ଜୟନ୍ତୀ ସମାରୋହ

ପଦ୍ମଶ୍ରୀ ରଜତ କର ଙ୍କ ଜୟନ୍ତୀ ସମାରୋହ

September 3, 2026
ମାହାଙ୍ଗା ର ପୂର୍ବତନ ବିଧାୟକ ସ୍ବର୍ଗତ ବିକ୍ରମ କେଶରୀ ବର୍ମା ଙ୍କୁ ଶ୍ରଦ୍ଧାଞ୍ଜଳି

ମାହାଙ୍ଗା ର ପୂର୍ବତନ ବିଧାୟକ ସ୍ବର୍ଗତ ବିକ୍ରମ କେଶରୀ ବର୍ମା ଙ୍କୁ ଶ୍ରଦ୍ଧାଞ୍ଜଳି

May 26, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.