• About
  • Contact
Sunday, October 18, 2026
Sunday, October 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home News

ରାଜଧାନୀ ସମେତ ଜନ୍ମପୀଠ ରେ ଗଣକବି ବୈଷ୍ଣବ ପାଣିଙ୍କ ୧୪୪ ତମ ଜୟନ୍ତୀ ପାଳିତ

ରାଜଧାନୀ ସମେତ ଜନ୍ମପୀଠ ରେ ଗଣକବି ବୈଷ୍ଣବ ପାଣିଙ୍କ ୧୪୪ ତମ ଜୟନ୍ତୀ ପାଳିତ
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର,  ୮ ଅକ୍ଟୋବର ୨୦୨୫

ଗଣକବି ବୈଷ୍ଣବ ପାଣିଙ୍କ ସ୍ମୃତି ରକ୍ଷା ଏବଂ ପାଣି ସାହିତ୍ୟ ତଥା ତାଙ୍କ ରଚିତ ଗୀତିନାଟ୍ୟର ପ୍ରଚାର ପ୍ରସାର ନିମିତ୍ତ ମାହାଙ୍ଗାର ଅନ୍ୟତମ ପୂଜ୍ୟ ପୂଜକ ତଥା ରାଜନୀତିଜ୍ଞ ଶରତ କୁମାର କରଙ୍କ ଦ୍ଵାରା ପ୍ରତିଷ୍ଠିତ ଗଣକବି ସ୍ମୃତି ସଂସଦ ପକ୍ଷରୁ ପୂର୍ବ ବର୍ଷ ଭଳି ଚଳିତ ୨୦୨୫ ମସିହା ଅକ୍ଟୋବର ୭ ତାରିଖ (କୁମାର ପୂର୍ଣ୍ଣିମା)ଦିନ ପୂର୍ବାହ୍ନ ୯ ଘ. ୩୦ ମିନିଟ୍ ସମୟରେ ଗଣକବି ବୈଷ୍ଣବ ପାଣିଙ୍କ ୧୪୪ ତମ ଜୟନ୍ତୀ ଉତ୍ସବ ଆନନ୍ଦ ଉଲ୍ଲାସରେ ପାଳିତ ହୋଇ ଯାଇଛି ।

ଏହି ଉପଲକ୍ଷେ କବି ବୈଷ୍ଣବ ପାଣିଙ୍କ ଜନ୍ମପୀଠ କୋଠପଦା ସ୍ଥିତ ତାଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହିତ ରଘୁନାଥ ଜୀୟୁ ମଠ ପ୍ରାଙ୍ଗଣରେ ଗଣକବିଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏଥିରେ ଶରତ କର ଓ ଅନିମା କର ଫାଉଣ୍ଡେସନ ର ସହ – ଅଧ୍ୟକ୍ଷ ଅଧ୍ୟାପକ ସୁମନ କର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗଣକବି ବୈଷ୍ଣବ ପାଣିଙ୍କ ଅମ୍ଳାନ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ତାଙ୍କର ଅମର ଲେଖନୀ ନିସୃତ ସମସ୍ତ ସାହିତ୍ୟ ସୃଷ୍ଟି ସମ୍ଭାର କୁ ସଂରକ୍ଷଣ କରି ରଖିବାର ଆବଶ୍ୟକତା ରହିଛି ବୋଲି କହିଥିଲେ ।

ଏହି କାର୍ଯ୍ୟକ୍ରମରେ ଗଣକବି ସ୍ମୃତି ସଂସଦ, ମାହାଙ୍ଗାର କର୍ମକର୍ତ୍ତା ଓ ସଦସ୍ୟ ବୃନ୍ଦ, ଶରତ ପ୍ରେମୀ ପରିବାରର ସଦସ୍ୟଙ୍କ ସମେତ ବୈଷ୍ଣବ ପାଣି ପ୍ରେମୀ ଜନ ସାଧାରଣ ଏବଂ ସ୍ଥାନୀୟ ବହୁ ବୁଦ୍ଧିଜୀବି, ସାହିତ୍ୟିକ, ପାଣି ସାହିତ୍ୟ ଅନୁରାଗୀ ବିଶିଷ୍ଟ ବ୍ୟକ୍ତି ବୃନ୍ଦ ଯୋଗଦେଇ ଗଣକବିଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ଅନୁରୂପ ଭାବରେ ମଧ୍ୟ ରାଜଧାନୀ ଭୁବନେଶ୍ୱର ସ୍ଥିତ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ସମ୍ମୁଖସ୍ଥ ଗଣକବି ବୈଷ୍ଣବ ପାଣିଙ୍କ ପ୍ରତିମୂର୍ତ୍ତି ରେ ଗଣକବି ସ୍ମୃତି ସଂସଦ, ମାହାଙ୍ଗା, ଶରତ କର ଓ ଅନିମା କର ଫାଉଣ୍ଡେସନ ଏବଂ ମାହାଙ୍ଗା ମୈତ୍ରୀ ମଞ୍ଚ ପକ୍ଷରୁ ମାଲ୍ୟାର୍ପଣ ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । “ନିର୍ଭୀକ” ପତ୍ରିକାର ସମ୍ପାଦକ ଶ୍ରୀ ଅବନୀ ଚନ୍ଦ୍ର ଦାସ ରାଜଧାନୀରେ ବୈଷ୍ଣବ ପାଣିଙ୍କ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ ଏବଂ ଏକ ପ୍ରମୁଖ ମାର୍ଗ କୁ ଗଣକବିଙ୍କ ନାମରେ ନାମିତ କରିବାକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

Nirvik Bureau

Nirvik Bureau

Related Posts

ଶରତ କର ଥିଲେ ଏକ ନମ୍ବର ରାଜନେତା (୬ଷ୍ଠ ଶ୍ରାଦ୍ଧ ବାର୍ଷିକୀ ରେ ଶ୍ରଦ୍ଧାଞ୍ଜଳି)
News

ଶରତ କର ଥିଲେ ଏକ ନମ୍ବର ରାଜନେତା (୬ଷ୍ଠ ଶ୍ରାଦ୍ଧ ବାର୍ଷିକୀ ରେ ଶ୍ରଦ୍ଧାଞ୍ଜଳି)

by Nirvik Bureau
October 13, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୩ ଅକ୍ଟୋବର, ୨୦୨୬ ପୂର୍ବତନ ବାଚସ୍ପତି, ସାଂସଦ, ବିଧାୟକ, ମନ୍ତ୍ରୀ ତଥା କବି, ସାହିତ୍ୟିକ, ଓ ଜଗନ୍ନାଥ ସଂସ୍କୃତି ର ଅନ୍ୟତମ ପ୍ରଚାରକ,...

Read more
୬ଷ୍ଠ ଶ୍ରାଦ୍ଧ ବାର୍ଷିକୀରେ ଶରତ କୁମାର କର ଙ୍କୁ ମାହାଙ୍ଗା ବାସୀଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

୬ଷ୍ଠ ଶ୍ରାଦ୍ଧ ବାର୍ଷିକୀରେ ଶରତ କୁମାର କର ଙ୍କୁ ମାହାଙ୍ଗା ବାସୀଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

October 12, 2026
ପ୍ରାଣନାଥ ପଟ୍ଟନାୟକ: ଶୋଷିତ ବର୍ଗର ତ୍ରାଣକର୍ତ୍ତା

ପଲ୍ଲୀ ପ୍ରତିଭା ସାହିତ୍ୟ ସଂସ୍କୃତି ସଂସଦର ୪ର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ।

October 11, 2026
ମାହାଙ୍ଗାରେ ରାଜନେତା ସ୍ବର୍ଗତ ଶରତ କରଙ୍କ ୮୮ ତମ ଜୟନ୍ତୀ ପାଳିତ

ମାହାଙ୍ଗାରେ ରାଜନେତା ସ୍ବର୍ଗତ ଶରତ କରଙ୍କ ୮୮ ତମ ଜୟନ୍ତୀ ପାଳିତ

September 5, 2026
ପଦ୍ମଶ୍ରୀ ରଜତ କର ଙ୍କ ଜୟନ୍ତୀ ସମାରୋହ

ପଦ୍ମଶ୍ରୀ ରଜତ କର ଙ୍କ ଜୟନ୍ତୀ ସମାରୋହ

September 3, 2026
ମାହାଙ୍ଗା ର ପୂର୍ବତନ ବିଧାୟକ ସ୍ବର୍ଗତ ବିକ୍ରମ କେଶରୀ ବର୍ମା ଙ୍କୁ ଶ୍ରଦ୍ଧାଞ୍ଜଳି

ମାହାଙ୍ଗା ର ପୂର୍ବତନ ବିଧାୟକ ସ୍ବର୍ଗତ ବିକ୍ରମ କେଶରୀ ବର୍ମା ଙ୍କୁ ଶ୍ରଦ୍ଧାଞ୍ଜଳି

May 26, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.