• About
  • Contact
Monday, May 25, 2026
Monday, May 25, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home News

ରାୟ ବାହାଦୁର ନନ୍ଦ କିଶୋର ଦାସ ଏବଂ ପ୍ରାକ୍ତନ ମନ୍ତ୍ରୀ ପ୍ରଦୀପ୍ତ କିଶୋର ଦାସ ଙ୍କ ସ୍ମୃତି ଦିବସ ପାଳିତ

ରାୟ ବାହାଦୁର ନନ୍ଦ କିଶୋର ଦାସ  ଏବଂ ପ୍ରାକ୍ତନ ମନ୍ତ୍ରୀ ପ୍ରଦୀପ୍ତ କିଶୋର ଦାସ ଙ୍କ ସ୍ମୃତି ଦିବସ ପାଳିତ
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୮ ଏପ୍ରିଲ ୨୦୨୬

ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ପୂଜ୍ୟ ପୂଜା କାର୍ଯ୍ୟକ୍ରମ ମାଧ୍ୟମ ରେ ମାହାଙ୍ଗା ଅଞ୍ଚଳରେ ବିଶିଷ୍ଟ ବରପୁତ୍ର ଦ୍ବୟ ଙ୍କ ସ୍ମୃତି ଦିବସରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ମୂଳବସନ୍ତ ପଞ୍ଚାୟତ ଅଧିନସ୍ଥ ଗୁଣୁପୁର ସ୍ଥିତ କୃଷି ପ୍ରଶିକ୍ଷଣ କେନ୍ଦ୍ରରେ ଗତ ୬ ତାରିଖ ରେ ଓଡ଼ିଆ ପ୍ରାଣ ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ୧୩୨ ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଦିବଂଗତ ବରପୁତ୍ର ଙ୍କ ପ୍ରତିଛବିର ମାଲ୍ୟାର୍ପଣ ସହିତ ସ୍ମୃତି ଚାରଣ କରାଯାଇ ଥିଲା । ସ୍ଥାନୀୟ ଅଞ୍ଚଳ ର ଜନସାଧାରଣ ଙ୍କ ସମେତ ବିଶିଷ୍ଟ ସମାଜ ସେବୀ ରାମ ଚନ୍ଦ୍ର ମହାପାତ୍ର, କବି ଡମ୍ବରୁଧର ପରିଡା, ବୟୋଜ୍ୟେଷ୍ଠ ମୂରବୀ ସୁନ୍ଦର ରାମ ସାହୁ, ପ୍ରାକ୍ତନ ଶିକ୍ଷକ ଧନେଶ୍ଵର ପ୍ରଧାନ, ସ୍ଥାନୀୟ ନେତା ପ୍ରଶାନ୍ତ କୁମାର କର ପ୍ରମୁଖ ବ୍ରିଟିଶ୍ ଅମଳର ଏହି ସୁନାମଧନ୍ୟ ପ୍ରଶାସକ ନନ୍ଦ କିଶୋର ଦାସଙ୍କ ଓଡ଼ିଆ ପ୍ରୀତି ତଥା ଜନସେବା ଏବଂ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ତାଙ୍କର ଅବଦାନ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ମାହାଙ୍ଗା ମୈତ୍ରୀ ମଞ୍ଚ ଏବଂ ଶରତ କର & ଅନିମା କର ଫାଉଣ୍ଡେସନ ର ମିଳିତ ଉଦ୍ୟମରେ ଅନୁଗୁଳ ଜିଲ୍ଲା ପୁରୁଣାଗଡ ସ୍ଥିତ ସ୍ବର୍ଗତ ନନ୍ଦ କିଶୋର ଦାସଙ୍କ ସମାଧି ପୀଠରେ ସ୍ଥାନୀୟ ମୂରବୀ କ୍ଷୀରୋଦ ଚଂଦ୍ର ପଟ୍ଟନାୟକଙ୍କ ନେତୃତ୍ଵାଧୀନ ବଡ଼ଦାଣ୍ଡ ସାହି ଯୁବକମାନଙ୍କ ମିଳିତ ସହଯୋଗ ରେ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇ ଥିଲା।

ସେହିପରି ଏପ୍ରିଲ୍ ୭ ତାରିଖ ପୂର୍ବାହ୍ନ ରେ ମାହାଙ୍ଗା ର ଅନ୍ୟତମ ବରପୁତ୍ର ବିଶିଷ୍ଟ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ପ୍ରଦୀପ୍ତ କିଶୋର ଦାସ ଙ୍କ ପୁଣ୍ୟ ତିଥି ଅବସରରେ ତାଙ୍କ ଜନ୍ମପୀଠ କୁଣ୍ଡି ପଞ୍ଚାୟତ ହାଇ ସ୍କୁଲ ପରିସର ସ୍ଥିତ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଏବଂ ଧୂପ ଦୀପାର୍ଘ୍ୟ ଅର୍ପଣ କରାଯାଇଛି । ବିଦ୍ୟାଳୟର ଶିକ୍ଷକ ଓ ବିଦ୍ୟାର୍ଥୀମାନଙ୍କ ଗହଣରେ ସ୍ଥାନୀୟ ମୂରବୀ ତଥା ବିଶିଷ୍ଟ ବ୍ୟକ୍ତିମାନେ ଦିବଂଗତ ଆତ୍ମା ପ୍ରତି ଶ୍ରଦ୍ଧା ନିବେଦନ କରିଥିଲେ । ସ୍ମୃତି ସଭାରେ ଓଡ଼ିଶା ରତ୍ନ ପ୍ରଦୀପ୍ତ କିଶୋର ଦାସ ଜଣେ ସଚ୍ଚୋଟ ରାଜନୀତିଜ୍ଞ ଥିଲେ ବୋଲି ମତ ପ୍ରକାଶ ପାଇଥିଲା । ସମ୍ଭ୍ରାନ୍ତ କରଣ ଜମିଦାର ବଂଶରେ ଜନ୍ମ ଗ୍ରହଣ କରି ମଧ୍ୟ ସେ ଗାନ୍ଧୀବାଦୀ ସରଳ ଜୀବନ ଯାପନ କରୁଥିଲେ ବୋଲି ବକ୍ତାମାନେ ଉଲ୍ଲେଖ କରିଥିଲେ।

ଶରତ କର ଓ ଅନିମା କର ଫାଉଣ୍ଡେସନ ତଥା ମାହାଙ୍ଗା ମୈତ୍ରୀ ମଞ୍ଚ ପକ୍ଷରୁ ମାହାଙ୍ଗା ର ବିଭିନ୍ନ ସ୍ଥାନରେ ବିଶିଷ୍ଟ ବରପୁତ୍ର ମାନଙ୍କ ସହିତ ଏହି ଦିବଂଗତ ମହାନ୍ ଜନନାୟକଙ୍କ ପ୍ରତିମୂର୍ତ୍ତି ସ୍ଵତନ୍ତ୍ର ଭାବେ ପ୍ରତିଷ୍ଠା କରାଯିବାକୁ ସ୍ଥିର କରାଯାଇଛି । ଏହି ପୂଜ୍ୟ ପୂଜା କାର୍ଯ୍ୟକ୍ରମକୁ ଫାଉଣ୍ଡେସନ କୃଷି ଉତ୍କର୍ଷ କେନ୍ଦ୍ର ର ସଂଯୋଜକ ଯୁବ ସଂଗଠକ ଶୁଭେନ୍ଦୁ କୁମାର ସାମଲ ପରିଚାଳନା କରିଥିବା ବେଳେ କାର୍ତ୍ତିକ ଚନ୍ଦ୍ର ବିହାରୀ, ସମ୍ ଶେର ଅଲ୍ଲୀ, ମୁନା ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ।

Nirvik Bureau

Nirvik Bureau

Related Posts

ବିଶିଷ୍ଟ କବି ଧନେଶ୍ଵର ପାଣିଙ୍କ ୨୮ତମ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି
News

ବିଶିଷ୍ଟ କବି ଧନେଶ୍ଵର ପାଣିଙ୍କ ୨୮ତମ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି

by Nirvik Bureau
May 23, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୩ ମଇ ୨୦୨୬ ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ଗତକାଲି ୨୨ ତାରିଖ ଶୁକ୍ରବାର ପୂର୍ବାହ୍ନ ୯ ଘଟିକରେ...

Read more
ସ୍ମାର୍ଟ୍ କୃଷି ପ୍ରକଳ୍ପ ମାଧ୍ୟମରେ ସଚେତନତା ସୃଷ୍ଟି କରୁଛି ଶରତ କର ଓ ଅନିମା କର ଫାଉଣ୍ଡେସନ

ସ୍ମାର୍ଟ୍ କୃଷି ପ୍ରକଳ୍ପ ମାଧ୍ୟମରେ ସଚେତନତା ସୃଷ୍ଟି କରୁଛି ଶରତ କର ଓ ଅନିମା କର ଫାଉଣ୍ଡେସନ

May 10, 2026
ବ୍ୟଙ୍ଗ କବି ସ୍ବର୍ଗତ ପ୍ରଭାତ କୁମାର କରଙ୍କ ରଚିତ “ମନ ଗହନର ଭିତିରି କଥା” ପୁସ୍ତକ ଲୋକାର୍ପିତ

ବ୍ୟଙ୍ଗ କବି ସ୍ବର୍ଗତ ପ୍ରଭାତ କୁମାର କରଙ୍କ ରଚିତ “ମନ ଗହନର ଭିତିରି କଥା” ପୁସ୍ତକ ଲୋକାର୍ପିତ

May 9, 2026
ମାହାଙ୍ଗାରେ ବିଶିଷ୍ଟ ଶିକ୍ଷାବିତ୍  ପଦ୍ମଶ୍ରୀ ଡ଼ଃ ରଜତ କର  ଓ ପ୍ରାଧ୍ୟାପକ ପ୍ରଭାତ କରଙ୍କ ସ୍ମୃତି ଚାରଣ ସଭା ଅନୁଷ୍ଠିତ

ମାହାଙ୍ଗାରେ ବିଶିଷ୍ଟ ଶିକ୍ଷାବିତ୍ ପଦ୍ମଶ୍ରୀ ଡ଼ଃ ରଜତ କର ଓ ପ୍ରାଧ୍ୟାପକ ପ୍ରଭାତ କରଙ୍କ ସ୍ମୃତି ଚାରଣ ସଭା ଅନୁଷ୍ଠିତ

May 9, 2026
Inaugural ‘Padmashree Rajat Kar Memorial Odisha Quiz’ and 4th Memorial Function

Inaugural ‘Padmashree Rajat Kar Memorial Odisha Quiz’ and 4th Memorial Function

May 9, 2026
ମଧୁବାବୁଙ୍କ ନିଜ ଜାତି ଓ ଦେଶ ପ୍ରୀତି ଅବିସ୍ମରଣୀୟ

ମଧୁବାବୁଙ୍କ ନିଜ ଜାତି ଓ ଦେଶ ପ୍ରୀତି ଅବିସ୍ମରଣୀୟ

April 28, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.