• About
  • Contact
Thursday, October 16, 2025
Thursday, October 16, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home News

ରାୟ ବାହାଦୂର ନନ୍ଦ କିଶୋର ଦାସଙ୍କ ୧୩୧ ତମ ପୁଣ୍ୟ ତିଥି ପାଳିତ

ରାୟ ବାହାଦୂର ନନ୍ଦ କିଶୋର ଦାସଙ୍କ ୧୩୧ ତମ ପୁଣ୍ୟ ତିଥି ପାଳିତ
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ମାହାଙ୍ଗା, ୬ ଅପ୍ରେଲ ୨୦୨୫

ସ୍ଵତନ୍ତ୍ର ଓଡ଼ିଶା ଗଠନର ଆଦ୍ୟ ପ୍ରବକ୍ତା ବ୍ରିଟିଶ୍ ଇଣ୍ଡିଆ ପ୍ରଶାସନର ତତ୍କାଳୀନ ଓଡ଼ିଆ ଜିଲ୍ଲା ମାଜିଷ୍ଟ୍ରେଟ ରାୟବାହାଦୁର ନନ୍ଦକିଶୋର ଦାସଙ୍କ ୧୩୧ ତମ ପୁଣ୍ୟ ତିଥି ଅବସରରେ ତାଙ୍କ ପ୍ରତିଛବି ରେ ପୁଷ୍ପମାଲ୍ୟ, ଧୂପ ଦୀପ ଅର୍ପଣ ସହିତ ମାହାଙ୍ଗା ମୈତ୍ରୀ ମଞ୍ଚ ଏବଂ ଶରତ କର ଓ ଅନିମା କର ଫାଉଣ୍ଡେସନର ମିଳିତ ଆନୁକୁଲ୍ୟରେ ଆୟୋଜିତ ସ୍ମୃତି ସଭାରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।

ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୂର୍ବତନ ଆୟକର କମିଶନର ତଥା ବିଶିଷ୍ଟ ସମାଜସେବୀ ଶ୍ରୀ ଶୋଭନ କର ଓଡ଼ିଆ ଜାତିର ଉନ୍ନତି କଳ୍ପେ ମାହାଙ୍ଗା ଅଞ୍ଚଳର କୁମୁଡ଼ା ଜୟପୁର ପ୍ରଗଣାର ଜମିଦାର ନନ୍ଦ କିଶୋର ଦାସଙ୍କ ଅବଦାନ ଅତୁଳନୀୟ ବୋଲି କହିଥିଲେ । ଜନତାର ସେବା ପାଇଁ ତାଙ୍କ ଚାକିରି ଓ ଜମିଦାରୀ ଉଭୟ କାଳରେ ଜୀବନ ଉତ୍ସର୍ଗୀକୃତ ଥିଲା ।

ମାହାଙ୍ଗା ମୈତ୍ରୀ ମଞ୍ଚ ସମ୍ପାଦକ ତଥା ସ୍ମୃତି କମିଟି ସଭାପତି ଅବନୀ ଚନ୍ଦ୍ର ଦାସ ଓଡ଼ିଆ ପ୍ରାଣ ଜନନାୟକ ନନ୍ଦ କିଶୋର ଦାସଙ୍କ ସ୍ମୃତି ଚାରଣ କରି ଓଡ଼ିଶା ବାସୀଙ୍କ ଲାଗି ତାଙ୍କ ମହାନ୍ ଅବଦାନ ସମ୍ପର୍କରେ କହିଥିଲେ ।ଅନୁଗୁଳ ଜିଲ୍ଲା ପୁରୁଣାଗଡ ଠାରେ ମାହାଙ୍ଗା ମୈତ୍ରୀ ମଞ୍ଚ ପକ୍ଷରୁ ନନ୍ଦ କିଶୋର ଦାସଙ୍କ ବହୁ ପୁରାତନ ତଥା ଜରାଜୀର୍ଣ୍ଣ ସମାଧିର ପୁନରୁଦ୍ଧାର ଓ ପୁନଃ ପ୍ରତିଷ୍ଠା କରାଯାଇଥିବା ସତ୍ତ୍ୱେ ସରକାରୀ ସ୍ତରରେ କିମ୍ବା ଅନୁଗୁଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଥିର ରକ୍ଷଣା ବେକ୍ଷଣ ପାଇଁ କୌଣସି ପଦକ୍ଷେପ ନିଆଯାଇ ନଥିବା କ୍ଷୋଭର ବିଷୟ ବୋଲି ଏହି ସ୍ମୃତି ସଭାରେ ମତ ପ୍ରକାଶ ପାଇଥିଲା ।

ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ଅଧ୍ୟାପକ ସୁମନ କର, ଅଜିତ୍ କୁମାର ସାହୁ, ଅମୂଲ୍ୟ କୁମାର ସ୍ବାଇଁ, ଶିବ ପ୍ରସାଦ ଦାଶ, ବିଜୟ କୁମାର ରଥ, ସୁରେନ୍ଦ୍ର ଜେନା, ବିଚିତ୍ର କୁମାର ସାହୁ ପ୍ରମୁଖ ନନ୍ଦ କିଶୋର ଦାସଙ୍କ ଅମ୍ଳାନ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ବାଢ଼ିଥିଲେ।

Nirvik Bureau

Nirvik Bureau

Related Posts

ପ୍ରଖ୍ୟାତ ରାଜନେତା ଶରତ କୁମାର କରଙ୍କ ୫ମ ବାର୍ଷିକ ତିରୋଧାନ ଦିବସରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି
News

ପ୍ରଖ୍ୟାତ ରାଜନେତା ଶରତ କୁମାର କରଙ୍କ ୫ମ ବାର୍ଷିକ ତିରୋଧାନ ଦିବସରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

by Nirvik Bureau
October 12, 2025

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୧୨ ଅକ୍ଟୋବର ୨୦୨୫ ମାହାଙ୍ଗା ର ଅନ୍ୟତମ ବରପୁତ୍ର ତଥା ପ୍ରଖ୍ୟାତ ରାଜନେତା ସ୍ବର୍ଗତ ଶରତ କୁମାର କରଙ୍କ ୫ମ ବାର୍ଷିକ...

Read more
ରାଜଧାନୀ ସମେତ ଜନ୍ମପୀଠ ରେ ଗଣକବି ବୈଷ୍ଣବ ପାଣିଙ୍କ ୧୪୪ ତମ ଜୟନ୍ତୀ ପାଳିତ

ରାଜଧାନୀ ସମେତ ଜନ୍ମପୀଠ ରେ ଗଣକବି ବୈଷ୍ଣବ ପାଣିଙ୍କ ୧୪୪ ତମ ଜୟନ୍ତୀ ପାଳିତ

October 8, 2025
ମାହାଙ୍ଗା ରେ ବିଶିଷ୍ଟ ରାଜନେତା ଶରତ କୁମାର କର ଙ୍କ ୮୭ ତମ ଜୟନ୍ତୀ ପାଳିତ

ମାହାଙ୍ଗା ରେ ବିଶିଷ୍ଟ ରାଜନେତା ଶରତ କୁମାର କର ଙ୍କ ୮୭ ତମ ଜୟନ୍ତୀ ପାଳିତ

September 5, 2025
ଓଡ଼ିଆ ଭାଷା ଓ ସାହିତ୍ୟ ର ସଂରକ୍ଷକ ଥିଲେ ରଜତ୍ କୁମାର କର  (ପଦ୍ମଶ୍ରୀ ଶ୍ରୀ ରଜତ କୁମାର କରଙ୍କ ୯୨ ତମ ଜୟନ୍ତୀ ପାଳିତ )

ଓଡ଼ିଆ ଭାଷା ଓ ସାହିତ୍ୟ ର ସଂରକ୍ଷକ ଥିଲେ ରଜତ୍ କୁମାର କର
(ପଦ୍ମଶ୍ରୀ ଶ୍ରୀ ରଜତ କୁମାର କରଙ୍କ ୯୨ ତମ ଜୟନ୍ତୀ ପାଳିତ )

September 3, 2025
ସହଜ ଓ ସରଳ ଭାଷାରେ ଗଦ୍ୟ ରଚନା ଡଃ ରବି ନାରାୟଣ ସେନାପତିଙ୍କ ବୈଶିଷ୍ଟ୍ୟ

ସହଜ ଓ ସରଳ ଭାଷାରେ ଗଦ୍ୟ ରଚନା ଡଃ ରବି ନାରାୟଣ ସେନାପତିଙ୍କ ବୈଶିଷ୍ଟ୍ୟ

August 14, 2025
RaSpect Unveils Inspectica 3.0: Next-Generation AI-Powered Building Inspection Platform for Property Managers and Facility Engineers

RaSpect Unveils Inspectica 3.0: Next-Generation AI-Powered Building Inspection Platform for Property Managers and Facility Engineers

August 9, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.