• About
  • Contact
Saturday, October 17, 2026
Saturday, October 17, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home News

ସହଜ ଓ ସରଳ ଭାଷାରେ ଗଦ୍ୟ ରଚନା ଡଃ ରବି ନାରାୟଣ ସେନାପତିଙ୍କ ବୈଶିଷ୍ଟ୍ୟ

ସହଜ ଓ ସରଳ ଭାଷାରେ ଗଦ୍ୟ ରଚନା ଡଃ ରବି ନାରାୟଣ ସେନାପତିଙ୍କ ବୈଶିଷ୍ଟ୍ୟ
Share on FacebookShare on Xshare on Whatsappshare on Linkedin
ନିର୍ଭୀକ ବ୍ୟୁରୋ, ଭୁବନେଶ୍ୱର, ୧୪ ଅଗଷ୍ଟ ୨୦୨୫

ସହଜ ଓ ସରଳ ଭାଷାରେ ପ୍ରବନ୍ଧ, ସମାଲୋଚନା ଓ ଗଳ୍ପ ଲେଖିବା ହେଉଛି ବିଶିଷ୍ଟ ସାହିତ୍ୟିକ ଡଃ ରବି ନାରାୟଣ ସେନାପତିଙ୍କ ସ୍ୱାତନ୍ତ୍ର୍ୟ। ତାଙ୍କ ଗଳ୍ପ ଲେଖିବାର ଶୈଳୀ ଅତ୍ୟନ୍ତ ପ୍ରାଞ୍ଜଳ ଓ ପରିଚ୍ଛନ୍ନ ବୋଲି ପ୍ରଥିତଯଶା ସାହିତ୍ୟିକମାନେ ମତବ୍ୟକ୍ତ କରିଛନ୍ତି।

ରବିବାର ସନ୍ଧ୍ୟାରେ (୧୦ ଅଗଷ୍ଟ) ସ୍ଥାନୀୟ ରେଡ଼କ୍ରସ୍ ଭବନ ପ୍ରେକ୍ଷାଳୟରେ ବିଶିଷ୍ଟ ସାହିତ୍ୟିକ ତଥା ଅବସରପ୍ରାପ୍ତ ପ୍ରଶାସକ ଡଃ ରବି ନାରାୟଣ ସେନାପତି ପାଞ୍ଚୋଟି ପ୍ରବନ୍ଧ ପୁସ୍ତକକୁ ନେଇ ସଂକଳିତ “ଗଦ୍ୟସମ୍ଭାର” ପୁସ୍ତକ ଲୋକାର୍ପିତ ହୋଇଥିଲା। ଲୋକାର୍ପଣ ଉତ୍ସବରେ ପ୍ରଥିତଯଶା ସାହିତ୍ୟିକ, ପ୍ରାବନ୍ଧିକ, ସମାଲୋଚକ, ଗାଳ୍ପିକମାନେ ବିଶିଷ୍ଟ ଅତିଥିଭାବେ ଯୋଗ ଦେଇଥିଲେ। ସେମାନେ ଦର୍ଶାଇଥିଲେ ଯେ, ବହୁମୁଖୀ ପ୍ରତିଭାର ଅଧିକାରୀ ଡଃ ସେନାପତି ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗ ତଥା କବିତା, ପ୍ରବନ୍ଧ, ସମାଲୋଚନା, ଗଳ୍ପ, ଶିଶୁ ସାହିତ୍ୟ, ଅଧ୍ୟାତ୍ମିକ ରଚନା ଆଦି କ୍ଷେତ୍ରରେ ଶାଣିତ ଲେଖନୀ ଚାଳନା କରି ନିଜର ସ୍ୱତନ୍ତ୍ର ପିରଚୟ ସୃଷ୍ଟି କରି ପାରିଛନ୍ତି। ପ୍ରଶାସକ ଜୀବନର ଚର୍ମଭେଦି ଅନୁଭବକୁ ପାଥେୟ କରି ସେ ମନୋରମ ଗଳ୍ପ ରଚନା କରିଥିବାବେଳେ ଜୀବନର ଅପରାହ୍ଣରେ ତାଙ୍କର ଲେଖନୀ ଆଧ୍ୟାତ୍ମିକତାବାଦ ଅଭିମୁଖୀ ହୋଇଛି। ସେହିପରି ତାଙ୍କ ବ୍ୟକ୍ତିତ୍ୱରେ ଶିଶୁ ସୁଲଭ ଦରଦୀପଣ ଡଃ ସେନାପତିଙ୍କୁ ଜଣେ ସଫଳ ଶିଶୁ ସାହିତ୍ୟିକର ମାନ୍ୟତା ପ୍ରଦାନ କରିଛି।

ବିଶିଷ୍ଟ କଥାକାର ତଥା ଦୈନିକ “ନିତିଦିନ”ର ସମ୍ପାଦକ ମନୋଜ କୁମାର ମହାପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସାରସ୍ୱତ ସମାବେଶରେ ଅଧ୍ୟାପକ ବିଶ୍ୱରଞ୍ଜନ ମୁଖ୍ୟ ଅତିଥି, ପ୍ରଫେସର ବିଜୟ କୁମାର ଶତପଥୀ ସମ୍ମାନିତ ଅତିଥି, ଡଃ ବାସନ୍ତୀ ମହାନ୍ତି ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ସାହିତ୍ୟିକା ବିଜୟଲକ୍ଷ୍ମୀ ପଟ୍ଟନାୟକ ଏହି ଉତ୍ସବକୁ ସଂଯୋଜନା କରିଥିବାବେଳେ କଣ୍ଠଶିଳ୍ପୀ ରଶ୍ମି ଦାସ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ।

ପ୍ରାରମ୍ଭରେ ଡଃ ରବି ନାରାୟଣ ସେନାପତି ଲେଖକୀୟ ବକ୍ତବ୍ୟ ପ୍ରଦାନ କରି ଦର୍ଶାଇଥିଲେ ଯେ, ତିରିଶ ବର୍ଷ ପୂର୍ବେ ଲିଖିତ ତାଙ୍କର ପାଞ୍ଚୋଟି ପ୍ରବନ୍ଧ ପୁସ୍ତକର ସମ୍ମିଶ୍ରଣରେ ଏହି “ଗଦ୍ୟସମ୍ଭାର” ପୁସ୍ତିକା ଜନ୍ମଲାଭ କରିଛି। ଅନ୍ୟପକ୍ଷରେ ଏଥନା ବୁକ୍ସର ସତ୍ତ୍ୱାଧିକାରୀ ରାଜ କିଶୋର ଦାସ ତାଙ୍କ ପ୍ରକାଶନୀ ସଂସ୍ଥା ଏଭଳି ମୁଦ୍ରଣ କରି ଗର୍ବିତ ବୋଲି ଦର୍ଶାଇଥିଲେ। ଭ୍ରଦକ ସମ୍ମିଳନୀ ଏବଂ ସାରଳା ଦାସ ସ୍ମୃତି ସଂସଦର ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି ଲୋକାର୍ପଣ ଉତ୍ସବରେ ପ୍ରଥମେ ସ୍ମୃତି ସଂସଦର ସମ୍ପାଦକ ପ୍ରଦୀପ୍ତ କୁମାର ବିଶ୍ୱାଳ ସ୍ୱାଗତ ଭାଷଣ ଓ ସମ୍ମିଳନୀର ସାଧାରଣ ସମ୍ପାଦକ ନିରୋଦ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

Nirvik Bureau

Nirvik Bureau

Related Posts

ଶରତ କର ଥିଲେ ଏକ ନମ୍ବର ରାଜନେତା (୬ଷ୍ଠ ଶ୍ରାଦ୍ଧ ବାର୍ଷିକୀ ରେ ଶ୍ରଦ୍ଧାଞ୍ଜଳି)
News

ଶରତ କର ଥିଲେ ଏକ ନମ୍ବର ରାଜନେତା (୬ଷ୍ଠ ଶ୍ରାଦ୍ଧ ବାର୍ଷିକୀ ରେ ଶ୍ରଦ୍ଧାଞ୍ଜଳି)

by Nirvik Bureau
October 13, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୩ ଅକ୍ଟୋବର, ୨୦୨୬ ପୂର୍ବତନ ବାଚସ୍ପତି, ସାଂସଦ, ବିଧାୟକ, ମନ୍ତ୍ରୀ ତଥା କବି, ସାହିତ୍ୟିକ, ଓ ଜଗନ୍ନାଥ ସଂସ୍କୃତି ର ଅନ୍ୟତମ ପ୍ରଚାରକ,...

Read more
୬ଷ୍ଠ ଶ୍ରାଦ୍ଧ ବାର୍ଷିକୀରେ ଶରତ କୁମାର କର ଙ୍କୁ ମାହାଙ୍ଗା ବାସୀଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

୬ଷ୍ଠ ଶ୍ରାଦ୍ଧ ବାର୍ଷିକୀରେ ଶରତ କୁମାର କର ଙ୍କୁ ମାହାଙ୍ଗା ବାସୀଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

October 12, 2026
ପ୍ରାଣନାଥ ପଟ୍ଟନାୟକ: ଶୋଷିତ ବର୍ଗର ତ୍ରାଣକର୍ତ୍ତା

ପଲ୍ଲୀ ପ୍ରତିଭା ସାହିତ୍ୟ ସଂସ୍କୃତି ସଂସଦର ୪ର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ।

October 11, 2026
ମାହାଙ୍ଗାରେ ରାଜନେତା ସ୍ବର୍ଗତ ଶରତ କରଙ୍କ ୮୮ ତମ ଜୟନ୍ତୀ ପାଳିତ

ମାହାଙ୍ଗାରେ ରାଜନେତା ସ୍ବର୍ଗତ ଶରତ କରଙ୍କ ୮୮ ତମ ଜୟନ୍ତୀ ପାଳିତ

September 5, 2026
ପଦ୍ମଶ୍ରୀ ରଜତ କର ଙ୍କ ଜୟନ୍ତୀ ସମାରୋହ

ପଦ୍ମଶ୍ରୀ ରଜତ କର ଙ୍କ ଜୟନ୍ତୀ ସମାରୋହ

September 3, 2026
ମାହାଙ୍ଗା ର ପୂର୍ବତନ ବିଧାୟକ ସ୍ବର୍ଗତ ବିକ୍ରମ କେଶରୀ ବର୍ମା ଙ୍କୁ ଶ୍ରଦ୍ଧାଞ୍ଜଳି

ମାହାଙ୍ଗା ର ପୂର୍ବତନ ବିଧାୟକ ସ୍ବର୍ଗତ ବିକ୍ରମ କେଶରୀ ବର୍ମା ଙ୍କୁ ଶ୍ରଦ୍ଧାଞ୍ଜଳି

May 26, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.