• About
  • Contact
Monday, August 31, 2026
Monday, August 31, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home News

ଶରତ କର ଓ ଅନିମା କର ଫାଉଣ୍ଡେସନ ୪ର୍ଥ ବାର୍ଷିକ ପ୍ରତିଷ୍ଠା ଉତ୍ସବ
(ନିର୍ଭୀକ ପତ୍ରିକା ସହିତ ୩ଟି କବିତା ପୁସ୍ତକ ଉନ୍ମୋଚିତ)

ଶରତ କର ଓ ଅନିମା କର ଫାଉଣ୍ଡେସନ ୪ର୍ଥ ବାର୍ଷିକ ପ୍ରତିଷ୍ଠା ଉତ୍ସବ  (ନିର୍ଭୀକ ପତ୍ରିକା ସହିତ ୩ଟି କବିତା ପୁସ୍ତକ ଉନ୍ମୋଚିତ)
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ମାହାଙ୍ଗା, ୨ ଅପ୍ରେଲ ୨୦୨୫

ଉତ୍କଳ ଦିବସ ଅବସରରେ ଶରତ କର ଓ ଅନିମା କର ଫାଉଣ୍ଡେସନ ୪ର୍ଥ ବାର୍ଷିକ ପ୍ରତିଷ୍ଠା ଉତ୍ସବ ସ୍ଥାନୀୟ ରେଡ୍ କ୍ରସ ଭବନ ସମ୍ମିଳନୀ କକ୍ଷରେ ମହାସମାରୋହରେ ପାଳିତ ହୋଇ ଯାଇଛି। ଫାଉଣ୍ଡେସନ ର ସହ-ଅଧ୍ୟକ୍ଷ ଅଧ୍ୟାପକ ସୁମନ କର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମାରୋହକୁ ଅତିଥି ମାନଙ୍କ ସହ ମୁଖ୍ୟବକ୍ତା ଓ ଅନୁଷ୍ଠାନର ଅଧ୍ୟକ୍ଷ ତଥା ପୂର୍ବତନ ଆୟକର ଆୟୁକ୍ତ ଶୋଭନ କର ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ ଘାଟନ କରିଥିଲେ।

ପ୍ରାରମ୍ଭରେ ଓଡ଼ିଶା ରାଜ୍ୟ ସଙ୍ଗୀତ କାନ୍ତକବିଙ୍କ ବିରଚିତ “ବନ୍ଦେ ଉତ୍କଳ ଜନନୀ” ଗାୟନ କରାଯାଇଥିଲା। ସଂଯୋଜକ ତଥା ନିର୍ଭୀକ ପତ୍ରିକାର ସମ୍ପାଦକ ଅବନୀ ଚନ୍ଦ୍ର ଦାସ ସ୍ବାଗତ ଭାଷଣ ମାଧ୍ୟମରେ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ।

ଉଦ୍ ଘାଟନୀ ଅଭିଭାଷଣରେ ଶ୍ରୀ ଶୋଭନ କର କହିଲେ ତାଙ୍କ ପିତା ମାତାଙ୍କ ନାମରେ ପ୍ରତିଷ୍ଠିତ ଏହି ଅନୁଷ୍ଠାନ ବିଗତ ୪ ବର୍ଷ ହେଲା ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଶିକ୍ଷା, ସାହିତ୍ୟ, ସଂସ୍କୃତି ଏବଂ କୃଷି ତଥା ଜୀବନ ଜୀବିକା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରି ଆସୁଛି। ରାଜ୍ୟରେ ସାମାଜିକ, ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଆଗାମୀ ଦିନରେ ସମ୍ପ୍ରସାରିତ କାର୍ଯ୍ୟକ୍ରମ ଜାରି ରହିବ ବୋଲି ସେ ଉଲ୍ଲେଖ କରିଥିଲେ।

ମୁଖ୍ୟ ଅତିଥି ପ୍ରାଧ୍ୟାପକ ବୈଷ୍ଣବ ଚରଣ ସାମଲ ଭଗବତ ଗୀତା ଏବଂ ମହାଭାରତ ଆଦିରୁ ବିଭିନ୍ନ ବୃତ୍ତାନ୍ତ ଉଲ୍ଲେଖ କରି ମାନବ ଜୀବନର ସାରବତ୍ତା ସମ୍ପର୍କରେ ବ୍ୟାଖ୍ୟା କରିଥିଲେ।

ମୁଖ୍ୟ ବକ୍ତା ଭାବରେ ନ୍ୟାସନାଲ ବୁକ୍ ଟ୍ରଷ୍ଟ ଅଫ ଇଣ୍ଡିଆ ର ଜାତୀୟ ଶିଶୁ ସାହିତ୍ୟ ବିଭାଗ ପ୍ରାକ୍ତନ ସମ୍ପାଦକ ମାନସ ରଞ୍ଜନ ମହାପାତ୍ର ସମାଜ ଜୀବନ ର ଉତ୍ତରଣ ପାଇଁ ଫାଉଣ୍ଡେସନ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ।

ନ୍ୟୁଜ୍ ୭ ଟିଭି ଚ୍ୟାନେଲ ର କାର୍ଯ୍ୟକ୍ରମ ମୁଖ୍ୟ ବିଜୟ କୁମାର ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶରତ କର ଓ ତାଙ୍କ ସହଧର୍ମିଣୀ ଅନିମା କରଙ୍କ ସ୍ମୃତି ଚାରଣ କରି ନିର୍ଭୀକ ପତ୍ରିକାର ନିୟମିତ ପ୍ରକାଶନ ଓ ଏହାର ପ୍ରଚାର ପ୍ରସାର ପାଇଁ ଯଥେଷ୍ଟ ଉଦ୍ୟମ ଅବ୍ୟାହତ ରଖିବାକୁ ପରାମର୍ଶ ଦେଇଥିଲେ।

ବିଶିଷ୍ଟ ଅତିଥି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସାନ୍ତାଳୀ ନାଟ୍ୟକାର ମହେଶ୍ୱର ସୋରେନ୍ ଲେଖା, ଲେଖକ ଓ ପାଠକ ମଧ୍ୟରେ ସମନ୍ଵୟର ଅଭାବ ଦୂର କରିବାକୁ ବକ୍ତବ୍ୟ ଛଳରେ କହିଥିଲେ।

ଇତ୍ୟବସରରେ ଫାଉଣ୍ଡେସନ ଦ୍ବାରା ପ୍ରକାଶିତ ଅବନୀ ଚନ୍ଦ୍ର ଦାସଙ୍କ ସମ୍ପାଦିତ ନିର୍ଭୀକ ପତ୍ରିକାର ଉତ୍କଳ ଦିବସ ସଂସ୍କରଣ ସହିତ ତିନିଗୋଟି ପୁସ୍ତକ ଯଥା କ୍ରମେ ବଟକୃଷ୍ଣ ସ୍ୱାଇଁ ଙ୍କ ରଚିତ ଭଜନ ମାଳା, ନବକିଶୋର ଗୋସ୍ବାମୀଙ୍କ ଶିଶୁ କବିତା ପୁସ୍ତକ ଭଲ ମଣିଷର ସ୍ବପ୍ନ ଦେଖିବୁ ଧନ ଏବଂ ଆଲୋକ କୁମାର ପ୍ରଧାନ ଙ୍କ ୧୧୧ ସନେଟ୍ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା।

ସଭାମୁଖ୍ୟ ଅଧ୍ୟାପକ ସୁମନ କର ନିଜ ଅଭିଭାଷଣରେ ଶରତ କର ଓ ଅନିମା କର ଫାଉଣ୍ଡେସନ ସମାଜସେବା କ୍ଷେତ୍ରରେ ନିରନ୍ତର ଅଗ୍ରସର ହେବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

ସମସ୍ତ ମଞ୍ଚାସୀନ ଅତିଥି ତଥା ପ୍ରକାଶିତ ପୁସ୍ତକର ରଚୟିତା ମାନଙ୍କୁ ଫାଉଣ୍ଡେସନ ତରଫରୁ ଅଙ୍ଗବସ୍ତ୍ର, ବୃକ୍ଷ ଚାରା, ଉପଢୌକନ ଆଦି ସହିତ ସମ୍ବର୍ଦ୍ଧିତ କରାଯାଇ ଥିଲା। ଶେଷରେ ସଂଯୋଜକ ଅବନୀ ଚନ୍ଦ୍ର ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ।

ସର୍ବଶ୍ରୀ ଅଜିତ୍ କୁମାର ସାହୁ, ଅମୂଲ୍ୟ କୁମାର ସ୍ବାଇଁ, ବିଜୟ କୁମାର ବେହେରା, ଦିଲ୍ଲୀପ କୁମାର ମହାନ୍ତି, ଶିବ ପ୍ରସାଦ ଦାଶ, ବିଚିତ୍ର ସାହୁ ପ୍ରମୁଖ ଏହି ଉତ୍ସବ ପରିଚାଳନାରେ ସହଯୋଗିତା କରିଥିଲେ।

Nirvik Bureau

Nirvik Bureau

Related Posts

ମାହାଙ୍ଗା ର ପୂର୍ବତନ ବିଧାୟକ ସ୍ବର୍ଗତ ବିକ୍ରମ କେଶରୀ ବର୍ମା ଙ୍କୁ ଶ୍ରଦ୍ଧାଞ୍ଜଳି
News

ମାହାଙ୍ଗା ର ପୂର୍ବତନ ବିଧାୟକ ସ୍ବର୍ଗତ ବିକ୍ରମ କେଶରୀ ବର୍ମା ଙ୍କୁ ଶ୍ରଦ୍ଧାଞ୍ଜଳି

by Nirvik Bureau
May 26, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୬ ମଇ ୨୦୨୬ ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ଗତକାଲି ୨୫ ତାରିଖ ପୂର୍ବାହ୍ନ ୯ ଘଟିକା ରେ...

Read more
ଶ୍ରୀନିବାସ ସାହୁଙ୍କ ଗଳ୍ପ ସଙ୍କଳନ “କିନ୍ନର” ଉନ୍ମୋଚିତ

ଶ୍ରୀନିବାସ ସାହୁଙ୍କ ଗଳ୍ପ ସଙ୍କଳନ “କିନ୍ନର” ଉନ୍ମୋଚିତ

May 25, 2026
ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ କୃତୀ ବିଦ୍ୟାର୍ଥୀ ସମ୍ମାନ ସମାରୋହ

ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ କୃତୀ ବିଦ୍ୟାର୍ଥୀ ସମ୍ମାନ ସମାରୋହ

May 25, 2026
ବିଶିଷ୍ଟ କବି ଧନେଶ୍ଵର ପାଣିଙ୍କ ୨୮ତମ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି

ବିଶିଷ୍ଟ କବି ଧନେଶ୍ଵର ପାଣିଙ୍କ ୨୮ତମ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି

May 23, 2026
ସ୍ମାର୍ଟ୍ କୃଷି ପ୍ରକଳ୍ପ ମାଧ୍ୟମରେ ସଚେତନତା ସୃଷ୍ଟି କରୁଛି ଶରତ କର ଓ ଅନିମା କର ଫାଉଣ୍ଡେସନ

ସ୍ମାର୍ଟ୍ କୃଷି ପ୍ରକଳ୍ପ ମାଧ୍ୟମରେ ସଚେତନତା ସୃଷ୍ଟି କରୁଛି ଶରତ କର ଓ ଅନିମା କର ଫାଉଣ୍ଡେସନ

May 10, 2026
ବ୍ୟଙ୍ଗ କବି ସ୍ବର୍ଗତ ପ୍ରଭାତ କୁମାର କରଙ୍କ ରଚିତ “ମନ ଗହନର ଭିତିରି କଥା” ପୁସ୍ତକ ଲୋକାର୍ପିତ

ବ୍ୟଙ୍ଗ କବି ସ୍ବର୍ଗତ ପ୍ରଭାତ କୁମାର କରଙ୍କ ରଚିତ “ମନ ଗହନର ଭିତିରି କଥା” ପୁସ୍ତକ ଲୋକାର୍ପିତ

May 9, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.