• About
  • Contact
Saturday, October 17, 2026
Saturday, October 17, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home News

ଶରତ କର ଥିଲେ ଜଣେ ନୀତିବାଦୀ ଆଦର୍ଶ ଅନୁଷ୍ଠାନ (ଶରତ କର ସ୍ମାରକୀ ବକ୍ତୃତା, ସ୍ମାରକୀ ସମ୍ମାନ ପ୍ରଦାନ ଉତ୍ସବ)

ଶରତ କର ଥିଲେ ଜଣେ ନୀତିବାଦୀ ଆଦର୍ଶ ଅନୁଷ୍ଠାନ (ଶରତ କର ସ୍ମାରକୀ ବକ୍ତୃତା, ସ୍ମାରକୀ ସମ୍ମାନ ପ୍ରଦାନ ଉତ୍ସବ)
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨୯ ଅକ୍ଟୋବର ୨୦୨୫

ସ୍ୱର୍ଗତଃ ଶରତ କୁମାର କର କେବଳ ଜଣେ ବ୍ୟକ୍ତି ବିଶେଷ ନଥିଲେ, ବରଂ ସେ ଜଣେ ନୀତି ବାଦୀ ଆଦର୍ଶ ଅନୁଷ୍ଠାନ ଥିଲେ ବୋଲି ଗତକାଲି ସନ୍ଧ୍ୟାରେ ସ୍ଥାନୀୟ ଗୀତ ଗୋବିନ୍ଦ ସଦନରେ ଅନୁଷ୍ଠିତ ସ୍ମୃତି ସମାରୋହ ରେ ବିଶିଷ୍ଟ ଅତିଥି ମାନେ ମତ ପ୍ରକାଶ କରିଛନ୍ତି । ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏହି ଭବ୍ୟ ସମାରୋହ ରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ଏବଂ ମୁଖ୍ୟ ବକ୍ତା ଭାବେ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସାହିତ୍ୟିକ ତଥା ଶିକ୍ଷାବିତ୍ ପ୍ରାଧ୍ୟାପକ ଶ୍ରୀଯୁକ୍ତ ଦାଶ ବେନହୁର ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ସମାରୋହ ଉଦ୍ଘାଟନ କରିଥିଲେ।

ସର୍ବପ୍ରଥମେ ଶ୍ରୀ ଜଗନ୍ନାଥଙ୍କ ବିଗ୍ରହ ଙ୍କୁ ଅର୍ଚ୍ଚନା ବନ୍ଦନା ପୁଷ୍ପାଞ୍ଜଳି ଧୂପ – ଦୀପାର୍ଘ୍ୟ ପ୍ରଦାନ ପରେ ପ୍ରଖ୍ୟାତ ରାଷ୍ଟ୍ରନୀତିଜ୍ଞ ତଥା ସଂସ୍କୃତିବିତ୍ ସ୍ୱର୍ଗତଃ ଶରତ କୁମାର କରଙ୍କ ଫଟୋଚିତ୍ର ରେ ଶ୍ରଦ୍ଧାଞ୍ଜଳି ଅର୍ପିତ ହୋଇଥିଲା । ପ୍ରାରମ୍ଭିକ ସଙ୍ଗୀତ ସ୍ବରୂପ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ଏବଂ ପୂର୍ବତନ ବାଚସ୍ପତି ଶରତ କରଙ୍କ ଉଦ୍ୟମରେ ଓଡ଼ିଶା ରାଜ୍ୟ ସଙ୍ଗୀତ ମାନ୍ୟତା ପ୍ରାପ୍ତ “ବନ୍ଦେ ଉତ୍କଳ ଜନନୀ..” ଗାୟନ କରାଯାଇଥିଲା ।

ନିର୍ଭୀକ ପତ୍ରିକା ର ସମ୍ପାଦକ ତଥା ବିଶିଷ୍ଟ ସ୍ତମ୍ଭକାର ଶ୍ରୀ ଅବନୀ ଚନ୍ଦ୍ର ଦାସ ଙ୍କ ସଂଯୋଜନାରେ ଅନୁଷ୍ଠିତ ସ୍ମୃତି ସମାବେଶ ରେ ଶରତ କର ଓ ଅନିମା କର ଫାଉଣ୍ଡେସନ ର ସହ – ଅଧ୍ୟକ୍ଷ ପ୍ରାଧ୍ୟାପକ ସୁମନ କର ପୌରହିତ୍ୟ କରିଥିଲେ । ମୁଖ୍ୟବକ୍ତା ଶ୍ରୀଯୁକ୍ତ ଦାଶ ବେନହୁର “ସମସାମୟିକ ଭାରତୀୟ ରାଜନୀତିରେ ବୁଦ୍ଧିଜୀବୀଙ୍କ ବିଲୋପ” ଶୀର୍ଷକ ୨ୟ ଶରତ କୁମାର କର ସ୍ମାରକୀ ବକ୍ତୃତା ପ୍ରଦାନ କରିଥିଲେ । ପ୍ରେକ୍ଷଳୟ ର ଭରପୁର ଦର୍ଶକ / ଶ୍ରୋତା ମାନଙ୍କୁ ଦୀକ୍ଷାନ୍ତ ଭାଷଣ ଦେଇ ସେ କହିଲେ ଗଣତନ୍ତ୍ର ରେ ରାଜନୀତି ର ସ୍ଥାନ ନାହିଁ । ସଂପ୍ରତି ଭାରତୀୟ ରାଜନୀତିରେ ବୁଦ୍ଧିବାଦୀ ମାନଙ୍କ ସଂପୃକ୍ତି କ୍ରମଶଃ ହ୍ରାସ ପାଉଥିବା ଯୋଗୁଁ ସେ କ୍ଷୋଭ ପ୍ରକାଶ କରିବା ସହିତ ପ୍ରାକ୍ତନ ବାଚସ୍ପତି, ମନ୍ତ୍ରୀ ତଥା ସାଂସଦ ଶରତ କରଙ୍କ ଆଦର୍ଶ ଅନୁଚିନ୍ତା ରେ ଆଜିର ରାଜନେତା ମାନେ ରାଷ୍ଟ୍ରନୀତିରେ ନିଜ ଦେଶ ପ୍ରତି ସମର୍ପିତ ହେବାକୁ ପରାମର୍ଶ ଦେଇଥିଲେ ।

ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଘଡାଇ ମଧ୍ୟ ସର୍ଗତଃ ଶରତ କରଙ୍କ ସ୍ମୃତି ଚାରଣ କରି ତାଙ୍କର ଅନେକ ଅନୁକରଣୀୟ ରାଜନୈତିକ ଜୀବନ,ନିଷ୍ଠା, ଆଦର୍ଶ, ଓ ସାମାଜିକ ପ୍ରତିବଦ୍ଧତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି ସ୍ମୃତି ସମାରୋହ ଅବସରରେ ଫାଉଣ୍ଡେସନ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ୱ ପ୍ରଦର୍ଶନ କରିଥିବା ପ୍ରତିଭା ତ୍ରୟୀଙ୍କୁ ଯଥାକ୍ରମେ ବିଶିଷ୍ଟ ଗବେଷକ, ଶିକ୍ଷାବିତ୍ ତଥା ସାହିତ୍ୟିକ ଶ୍ରୀ ଅରୁଣ କୁମାର ତ୍ରିପାଠୀ ଙ୍କୁ ୨ୟ ପଦ୍ମଶ୍ରୀ ରଜତ କୁମାର କର ସ୍ମାରକୀ ପୁରସ୍କାର, ଶ୍ରେଷ୍ଠ ଯୁବ ସାଂସଦ ଭାବେ ବିଶିଷ୍ଟ ରାଜନେତା, ସୁଲେଖକ ତଥା ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ସୁଜିତ୍ କୁମାର ଙ୍କୁ ୨ୟ ଶରତ କୁମାର କର ସ୍ମାରକୀ ସମ୍ମାନ ଏବଂ ସ୍ୱନାମଧନ୍ୟ ଗାୟିକା ତଥା ସ୍ଵୀକୃତିପ୍ରାପ୍ତ ବେତାର କଣ୍ଠଶିଳ୍ପୀ ସୋହିନୀ ମିଶ୍ର ଙ୍କୁ ୨ୟ ଅନିମା କର ସ୍ମାରକୀ ପୁରସ୍କାର ସ୍ୱରୂପ ଉତ୍ତରୀୟ, ମାନପତ୍ର, ଉପଢୌକନ, ବୃକ୍ଷଚାରା ଏବଂ ନଗଦ ଅର୍ଥରାଶି ପ୍ରଦାନ କରାଯାଇଥିଲା । ଫାଉଣ୍ଡେସନ ପକ୍ଷରୁ ସିପ୍ରା କର “ମାନପତ୍ର” ପାଠ କରିଥିଲେ ।

ଏତଦ୍ ଭିନ୍ନ ଶରତ କୁମାର କରଙ୍କ ଏହି ସ୍ମୃତି ସଭାରେ ଯଥାକ୍ରମେ ଡ଼ଃ ବିଜୟ କୁମାର ମିଶ୍ର ଓ ଡ଼ଃ ଦିଲ୍ଲୀପ କୁମାର ଲେଙ୍କା ଙ୍କ ରଚିତ ପୁସ୍ତକ “ଓଡ଼ିଶା ବିଧାନ ସଭା ଏବଂ ବାଚସ୍ପତି ଶରତ କରଙ୍କ ଭୂମିକା”, ଶ୍ରୀ ଉତ୍ସବ ମହାପାତ୍ରଙ୍କ ଲିଖିତ ପୁସ୍ତକ “ଶରତ କରଙ୍କ ଅଭୁଲା ସ୍ମୃତି” ଏବଂ କବିୟତ୍ରୀ ସୁଦୀପ୍ତା ମିଶ୍ରଙ୍କ ଇଂରାଜୀ କବିତା ପୁସ୍ତକ “Dancing Souls” ଆଦି ଫାଉଣ୍ଡେସନ ଦ୍ଵାରା ତିନିଗୋଟି ସଦ୍ୟ ପ୍ରକାଶିତ ପୁସ୍ତକକୁ ଅତିଥି ମାନେ ଉନ୍ମୋଚନ କରିଥିଲେ ।

ସ୍ମୃତି ସଭାରେ “ନିର୍ଭୀକ” ସମ୍ପାଦକ ଶ୍ରୀଯୁକ୍ତ ଅବନୀ ଚନ୍ଦ୍ର ଦାସ ସ୍ବାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଶରତ କର ଓ ଅନିମା କର ଫାଉଣ୍ଡେସନ ଅଧ୍ୟକ୍ଷ ତଥା ପୂର୍ବତନ ଆୟକର କମିଶନର ଶ୍ରୀଯୁକ୍ତ ଶୋଭନ କର ଧନ୍ୟବାଦ୍ ଅର୍ପଣ କରିଥିଲେ ।

Nirvik Bureau

Nirvik Bureau

Related Posts

ଶରତ କର ଥିଲେ ଏକ ନମ୍ବର ରାଜନେତା (୬ଷ୍ଠ ଶ୍ରାଦ୍ଧ ବାର୍ଷିକୀ ରେ ଶ୍ରଦ୍ଧାଞ୍ଜଳି)
News

ଶରତ କର ଥିଲେ ଏକ ନମ୍ବର ରାଜନେତା (୬ଷ୍ଠ ଶ୍ରାଦ୍ଧ ବାର୍ଷିକୀ ରେ ଶ୍ରଦ୍ଧାଞ୍ଜଳି)

by Nirvik Bureau
October 13, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୩ ଅକ୍ଟୋବର, ୨୦୨୬ ପୂର୍ବତନ ବାଚସ୍ପତି, ସାଂସଦ, ବିଧାୟକ, ମନ୍ତ୍ରୀ ତଥା କବି, ସାହିତ୍ୟିକ, ଓ ଜଗନ୍ନାଥ ସଂସ୍କୃତି ର ଅନ୍ୟତମ ପ୍ରଚାରକ,...

Read more
୬ଷ୍ଠ ଶ୍ରାଦ୍ଧ ବାର୍ଷିକୀରେ ଶରତ କୁମାର କର ଙ୍କୁ ମାହାଙ୍ଗା ବାସୀଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

୬ଷ୍ଠ ଶ୍ରାଦ୍ଧ ବାର୍ଷିକୀରେ ଶରତ କୁମାର କର ଙ୍କୁ ମାହାଙ୍ଗା ବାସୀଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

October 12, 2026
ପ୍ରାଣନାଥ ପଟ୍ଟନାୟକ: ଶୋଷିତ ବର୍ଗର ତ୍ରାଣକର୍ତ୍ତା

ପଲ୍ଲୀ ପ୍ରତିଭା ସାହିତ୍ୟ ସଂସ୍କୃତି ସଂସଦର ୪ର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ।

October 11, 2026
ମାହାଙ୍ଗାରେ ରାଜନେତା ସ୍ବର୍ଗତ ଶରତ କରଙ୍କ ୮୮ ତମ ଜୟନ୍ତୀ ପାଳିତ

ମାହାଙ୍ଗାରେ ରାଜନେତା ସ୍ବର୍ଗତ ଶରତ କରଙ୍କ ୮୮ ତମ ଜୟନ୍ତୀ ପାଳିତ

September 5, 2026
ପଦ୍ମଶ୍ରୀ ରଜତ କର ଙ୍କ ଜୟନ୍ତୀ ସମାରୋହ

ପଦ୍ମଶ୍ରୀ ରଜତ କର ଙ୍କ ଜୟନ୍ତୀ ସମାରୋହ

September 3, 2026
ମାହାଙ୍ଗା ର ପୂର୍ବତନ ବିଧାୟକ ସ୍ବର୍ଗତ ବିକ୍ରମ କେଶରୀ ବର୍ମା ଙ୍କୁ ଶ୍ରଦ୍ଧାଞ୍ଜଳି

ମାହାଙ୍ଗା ର ପୂର୍ବତନ ବିଧାୟକ ସ୍ବର୍ଗତ ବିକ୍ରମ କେଶରୀ ବର୍ମା ଙ୍କୁ ଶ୍ରଦ୍ଧାଞ୍ଜଳି

May 26, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.