• About
  • Contact
Friday, October 16, 2026
Friday, October 16, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home News

ଶରତ ପ୍ରେମୀ ପରିବାର ବନ୍ଧୁ ମିଳନ ଉତ୍ସବ

ଶରତ ପ୍ରେମୀ ପରିବାର ବନ୍ଧୁ ମିଳନ ଉତ୍ସବ
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ନିଶ୍ଚିନ୍ତକୋଇଲି, କଟକ ୨୯ ଡିସେମ୍ବର ୨୦୨୫

ନିଶ୍ଚିନ୍ତକୋଇଲି ବ୍ଲକ ଅଧିନସ୍ଥ ଅସୁରେଶ୍ଵର ରଥଦାଣ୍ଡରେ ଗତ ୨୮ ତାରିଖ (ରବିବାର) ଦିନ ଅନୁଷ୍ଠିତ ହୋଇଥିଲା ଶରତ ପ୍ରେମୀ ପରିବାର ବନ୍ଧୁ ମିଳନ ଉତ୍ସବ ସମାରୋହ। ଆଗାମୀ ୨୦୨୬ ମସିହା ନବବର୍ଷ କୁ ସ୍ବାଗତ ଜଣାଇବା ଉଦ୍ଦେଶ୍ୟରେ ଏବଂ ୨୦୨୫ ବର୍ଷକୁ ବିଦାୟ ଦେବା ଅବସରରେ ଏହି ବନ୍ଧୁ ମିଳନ ଉତ୍ସବରେ ବିଶିଷ୍ଟ ସାହିତ୍ୟିକ, ସ୍ତମ୍ଭକାର ତଥା ନିର୍ଭୀକ ପତ୍ରିକାର ସମ୍ପାଦକ ଶ୍ରୀ ଅବନୀ ଚନ୍ଦ୍ର ଦାସ ଅଧ୍ୟକ୍ଷତା କରିଥିଲେ।

ଶରତ ପ୍ରେମୀ ପରିବାରର ମୁଖ୍ୟ ସଂଚାଳକ ତଥା ଶରତ କର ଓ ଅନିମା କର ଫାଉଣ୍ଡେସନର ଅଧ୍ୟକ୍ଷ ପୂର୍ବତନ ଆୟକର କମିଶନର ଶ୍ରୀ ଶୋଭନ କର ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ଉପସ୍ଥିତ ଜନସାଧାରଣଙ୍କୁ ସ୍ଵାଗତ କରିବା ସହିତ ସମ୍ବୋଧିତ କରି କହିଲେ ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ଏକ ସଭ୍ୟ, ସଂସ୍କୃତି ସଂପନ୍ନ ଅଞ୍ଚଳ ଏବଂ ଏହାର ଗରିମାକୁ ବଜାୟ ରଖିବା ଆମ ସମସ୍ତଙ୍କର ଦାୟିତ୍ୱ। ଭାଇଚାରା ଏବଂ ବନ୍ଧୁତ୍ବପୂର୍ଣ୍ଣ ଢଙ୍ଗରେ ଶାନ୍ତି, ସଂହତି ପ୍ରତିଷ୍ଠା ତଥା ସାମାଜିକ ଜୀବନର ଉତ୍ତରଣ ପାଇଁ ସେବାକୁ ମାଧ୍ୟମ କରି ଅଗ୍ରସର ହେବାକୁ ସେ ଆହ୍ବାନ ଦେଇଥିଲେ।

ସର୍ବ ପ୍ରଥମେ ଶ୍ରୀ ଜଗନ୍ନାଥଙ୍କ ବିଗ୍ରହ ଙ୍କୁ ପୁଷ୍ପମାଳ, ଧୂପ ଦୀପ ଅର୍ପଣ କରାଯିବା ପରେ ଏହି ଅଞ୍ଚଳ ର ଦିବଂଗତ ପ୍ରିୟ ଜନନେତା ସ୍ବର୍ଗତ ଶରତ କୁମାର କରଙ୍କ ପ୍ରତିଛବି ରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।

ଏହି ଅବସରରେ ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ଅଞ୍ଚଳର ୬୪ ପଞ୍ଚାୟତର ସହସ୍ରାଧିକ ବିଶିଷ୍ଟ ବୁଦ୍ଧିଜୀବି, ରାଜନେତା, ବୟୋଜ୍ୟେଷ୍ଠ ମୂରବୀ, ଶିକ୍ଷାବିତ୍, କବି ଓ ସାହିତ୍ୟିକ, ସମାଜସେବୀ, ଛାତ୍ର-ଛାତ୍ରୀ, ମହିଳା, ସାମ୍ବାଦିକ, କୃଷକ ଓ ଶ୍ରମିକ ଯୋଗଦେଇ ପରସ୍ପର ଭାବ ବିନିମୟ କରିଥିଲେ। ଓଡ଼ିଶାର ସାଂସ୍କୃତିକ ରାଜଧାନୀ ତଥା ରାଜ୍ୟର ବହୁ ଖ୍ୟାତନାମା ବରପୁତ୍ର ମାନଙ୍କ ଜନ୍ମ ସ୍ଥଳ ଭାବେ ଆମ ମାଟିର ମହକକୁ ଅଧିକ ବିକଶିତ କରିବାର ପ୍ରୟାସ ନେଇ ଏହି ପାରିବାରିକ ବନ୍ଧୁ ମିଳନ ଉତ୍ସବର ଆୟୋଜନ ବୋଲି ସଭାପତି ଶ୍ରୀ ଅବନୀ ଚନ୍ଦ୍ର ଦାସ ନିଜ ଅଭିଭାଷଣ ରେ ଉଲ୍ଲେଖ କରିଥିଲେ।

ମିଳନ ଉତ୍ସବରେ ଭାବ ବିନିମୟ କାର୍ଯ୍ୟ କ୍ରମରେ ସାମିଲ୍ ହୋଇ ବକ୍ତବ୍ୟ ପ୍ରଦାନ କରିଥିଲେ ସମାଜସେବୀ ଶ୍ରୀ ରାମ ଚନ୍ଦ୍ର ମହାପାତ୍ର, ପ୍ରାକ୍ତନ ଶିକ୍ଷକ ଶ୍ରୀ ବଟକୃଷ୍ଣ ସ୍ବାଇଁ, ଅବସର ପ୍ରାପ୍ତ ସରକାରୀ ଅଧିକାରୀ ଶ୍ରୀ ଦେବବ୍ରତ ପଣ୍ଡା, ପୂର୍ବତନ ସମିତି ସଭ୍ୟ ଶ୍ରୀ ହରିବନ୍ଧୁ ରାଉତ, ବିଶିଷ୍ଟ ସମାଜ ସଂଗଠକ ତଥା ବୌଦ୍ଧ କୀର୍ତ୍ତି ପୁନରୁଦ୍ଧାର ସଂଗଠନ ର ଆବାହକ ଶ୍ରୀ ରୁଦ୍ର ନାରାୟଣ ସିଂହ, ପୂର୍ବତନ ସରପଂଚ ତଥା କୃଷକ ନେତା ଶ୍ରୀ ରାମ ଚନ୍ଦ୍ର ସ୍ବାଇଁ, ଅସୁରେଶ୍ଵର ପଞ୍ଚାୟତ ବରିଷ୍ଠ ନାଗରିକ ଶ୍ରୀ ଶ୍ରୀନିବାସ ସାହୁ, ପ୍ରାକ୍ତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ଅଶୋକ କୁମାର ମିଶ୍ର, ଶିକ୍ଷାବିତ୍ ଓ ସ୍ତମ୍ବକାର ଶ୍ରୀ ବିରୁପାକ୍ଷ ରାୟ, ପଦ୍ମଜା ପତ୍ରିକା ସମ୍ପାଦକ ଶ୍ରୀ ପ୍ରକାଶ ଚନ୍ଦ୍ର ପ୍ରଧାନ, ଯୁବ ସଂଗଠକ ଶ୍ରୀ ଶୁଭେନ୍ଦୁ କୁମାର ସାମଲ, ବିଶିଷ୍ଟ ଗବେଷକ ଡ଼ଃ ଏକାଦଶୀ ପ୍ରଧାନ, ସମାଜସେବୀ ଶ୍ରୀ ଉତ୍ସବ ମହାପାତ୍ର, ପୂର୍ବତନ ସମିତି ସଦସ୍ୟ ତଥା ସୁସଂଗଠକ ଶ୍ରୀ ରାମ ଚନ୍ଦ୍ର ବେହେରା, ସାମ୍ବାଦିକ ଓ କବି ଶ୍ରୀ ବିଜୟ କୁମାର କୁଅଁର, ପ୍ରାକ୍ତନ ଶିକ୍ଷକ ଶ୍ରୀ ହୃଷୀକେଶ ବେହେରା, ସଂଗଠକ ଶ୍ରୀ ଅକ୍ଷୟ ସାହୁ, ବିରୂପା ଗେଙ୍ଗୁଟି ଦ୍ଵିପାଞ୍ଚଳ ର ବିଶିଷ୍ଟ ସଂଗଠକ ଶ୍ରୀ ଅବଦୁଲ୍ କୁଦୁସ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଓ ତୁଳସୀକ୍ଷେତ୍ର କଳାକର ସଂଘର ଅଧ୍ୟକ୍ଷ ସଂଗଠକ ଶ୍ରୀ କେଦାର ସାମନ୍ତରାୟ, ଯୁବକବି ଶ୍ରୀ ସୁଶାନ୍ତ ନାୟକ, ସଂଗଠକ ଶ୍ରୀ ଜିଆ-ଉଲ୍ ହକ୍, ସ୍ଥାନୀୟ ସମାଜ ସଂଗଠକ ଏବଂ ଯୁବ ସଂଗଠକ ଶ୍ରୀ ଆଶୀର୍ବାଦ ଦାସ ପ୍ରମୁଖ।

ଏହି ଭବ୍ୟ ସମାରୋହରେ ଓଡ଼ିଶାର ଏକ ସ୍ୱନାମଧନ୍ୟ ସେବା ସଂସ୍ଥାନ – କିଶୋର ନିଶାମୁକ୍ତି ପୁନର୍ବାସ କେନ୍ଦ୍ର “ପରିବର୍ତ୍ତନ” ର ପ୍ରତିଷ୍ଠାତା ଶ୍ରୀ ନରୋତ୍ତମ ଦାସଙ୍କ ତତ୍ତ୍ଵାବଧାନରେ ଏହି ସଂସ୍ଥାର କିଶୋର କଳାକାର ମାନଙ୍କ ଦ୍ଵାରା ଚିତ୍ତାକର୍ଷକ ଆଧ୍ୟାତ୍ମିକ ଓ ଦେଶାତ୍ମବୋଧକ ନୃତ୍ୟ ପରିବେଷଣ କରାଯାଇଥିଲା। ଏହି ଅବସରରେ ସେମାନଙ୍କୁ ଶରତ ପ୍ରେମୀ ପରିବାର ପକ୍ଷରୁ ଅଙ୍ଗବସ୍ତ୍ର ପୁଷ୍ପଗୁଚ୍ଛ ସହିତ ସମ୍ବର୍ଦ୍ଧିତ କରାଯାଇଥିଲା। ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ଅଞ୍ଚଳର ବହୁ ଅନୁଷ୍ଠାନ, ବ୍ୟକ୍ତି ବିଶେଷ ମଧ୍ୟ ଶରତ ପ୍ରେମୀ ପରିବାର ର ମୁଖ୍ୟ ସଂଚାଳକ ଓ ଯୁବ ସମାଜସେବୀ ଶୋଭନ କରଙ୍କ ସମେତ ଆୟୋଜକ ମାନଙ୍କୁ ପୁଷ୍ପମାଳ ଓ ଅଙ୍ଗବସ୍ତ୍ର ପରିଧାନ ପୂର୍ବକ ସମ୍ବର୍ଦ୍ଧନା, ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିଥିଲେ।

ଶେଷରେ ବନ୍ଧୁ ମିଳନ ଉତ୍ସବର ତତ୍ତ୍ୱାବଧାରକ ଶ୍ରୀ ରାଜ କୁମାର ବେହେରା ଉତ୍ସବର ଅଶେଷ ସଫଳତା ପାଇଁ ଶରତ ପ୍ରେମୀ ପରିବାର ତରଫରୁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ଏବଂ ଶରତ କର ଓ ଅନିମା କର ଫାଉଣ୍ଡେସନ ଅଧ୍ୟକ୍ଷ ତଥା ଶରତ ପ୍ରେମୀ ପରିବାର ର ମୁଖ୍ୟ ସଂଚାଳକ ଶ୍ରୀ ଶୋଭନ କର ଧନ୍ୟବାଦ୍ ଅର୍ପଣ କରିବା ସହିତ ଆଗାମୀ ଦିନରେ ତାଙ୍କର ଜନସେବା କୁ ଅବ୍ୟାହତ ରଖିବା ଦିଗରେ ସମସ୍ତ ଜନସାଧାରଣ ଙ୍କ ସହଯୋଗ କାମନା କରିଥିଲେ।

ସର୍ବଶ୍ରୀ ନିରଞ୍ଜନ ସାହୁ, ଦିଲ୍ଲୀପ କୁମାର ମହାନ୍ତି, ଧ୍ରୁବ ଚରଣ ପାଢ଼ୀ, ଅଜିତ୍ କୁମାର ସାହୁ, ଅମୂଲ୍ୟ କୁମାର ସ୍ବାଇଁ, ହିମାଂଶୁ ପଣ୍ଡା, ବିଭୁ ପ୍ରସାଦ ସିଂହ, ବିଦ୍ୟାଧର ଦାସ, ଓ ଅଧୀଶ୍ଵର ଶତପଥୀ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗିତା କରିଥିଲେ।

Nirvik Bureau

Nirvik Bureau

Related Posts

ଶରତ କର ଥିଲେ ଏକ ନମ୍ବର ରାଜନେତା (୬ଷ୍ଠ ଶ୍ରାଦ୍ଧ ବାର୍ଷିକୀ ରେ ଶ୍ରଦ୍ଧାଞ୍ଜଳି)
News

ଶରତ କର ଥିଲେ ଏକ ନମ୍ବର ରାଜନେତା (୬ଷ୍ଠ ଶ୍ରାଦ୍ଧ ବାର୍ଷିକୀ ରେ ଶ୍ରଦ୍ଧାଞ୍ଜଳି)

by Nirvik Bureau
October 13, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୩ ଅକ୍ଟୋବର, ୨୦୨୬ ପୂର୍ବତନ ବାଚସ୍ପତି, ସାଂସଦ, ବିଧାୟକ, ମନ୍ତ୍ରୀ ତଥା କବି, ସାହିତ୍ୟିକ, ଓ ଜଗନ୍ନାଥ ସଂସ୍କୃତି ର ଅନ୍ୟତମ ପ୍ରଚାରକ,...

Read more
୬ଷ୍ଠ ଶ୍ରାଦ୍ଧ ବାର୍ଷିକୀରେ ଶରତ କୁମାର କର ଙ୍କୁ ମାହାଙ୍ଗା ବାସୀଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

୬ଷ୍ଠ ଶ୍ରାଦ୍ଧ ବାର୍ଷିକୀରେ ଶରତ କୁମାର କର ଙ୍କୁ ମାହାଙ୍ଗା ବାସୀଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

October 12, 2026
ପ୍ରାଣନାଥ ପଟ୍ଟନାୟକ: ଶୋଷିତ ବର୍ଗର ତ୍ରାଣକର୍ତ୍ତା

ପଲ୍ଲୀ ପ୍ରତିଭା ସାହିତ୍ୟ ସଂସ୍କୃତି ସଂସଦର ୪ର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ।

October 11, 2026
ମାହାଙ୍ଗାରେ ରାଜନେତା ସ୍ବର୍ଗତ ଶରତ କରଙ୍କ ୮୮ ତମ ଜୟନ୍ତୀ ପାଳିତ

ମାହାଙ୍ଗାରେ ରାଜନେତା ସ୍ବର୍ଗତ ଶରତ କରଙ୍କ ୮୮ ତମ ଜୟନ୍ତୀ ପାଳିତ

September 5, 2026
ପଦ୍ମଶ୍ରୀ ରଜତ କର ଙ୍କ ଜୟନ୍ତୀ ସମାରୋହ

ପଦ୍ମଶ୍ରୀ ରଜତ କର ଙ୍କ ଜୟନ୍ତୀ ସମାରୋହ

September 3, 2026
ମାହାଙ୍ଗା ର ପୂର୍ବତନ ବିଧାୟକ ସ୍ବର୍ଗତ ବିକ୍ରମ କେଶରୀ ବର୍ମା ଙ୍କୁ ଶ୍ରଦ୍ଧାଞ୍ଜଳି

ମାହାଙ୍ଗା ର ପୂର୍ବତନ ବିଧାୟକ ସ୍ବର୍ଗତ ବିକ୍ରମ କେଶରୀ ବର୍ମା ଙ୍କୁ ଶ୍ରଦ୍ଧାଞ୍ଜଳି

May 26, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.