• About
  • Contact
Sunday, March 15, 2026
Sunday, March 15, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home News

ଶିଶୁ ସାହିତ୍ୟ ପୁସ୍ତକ “ଶ୍ରୀ ରାମ କୁଟୀର” ଉନ୍ମୋଚିତ

ଶିଶୁ ସାହିତ୍ୟ ପୁସ୍ତକ “ଶ୍ରୀ ରାମ କୁଟୀର”  ଉନ୍ମୋଚିତ
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ମାହାଙ୍ଗା, ୫ ଜାନୁୟାରୀ ୨୦୨୬

ମଧୁପୁର ପଞ୍ଚାୟତ ଅଧିନସ୍ଥ ମେରିପୁର ବଟ ମହାପୁରୁଷଙ୍କ ପୀଠରେ ଗତ କାଲି ଶ୍ରୀ ସରୋଜ ସାମଲ ଙ୍କ ରଚିତ ଏକ ଶିଶୁ ସାହିତ୍ୟ ପୁସ୍ତକ- “ଶ୍ରୀ ରାମ କୁଟୀର” ଅତିଥି ମାନଙ୍କ କର କମଳ ରେ ଉନ୍ମୋଚିତ ହୋଇଯାଇଛି ।

ଏହି ଉପଲକ୍ଷେ ଶ୍ରୀରାମ କୁଟୀର ପରିବାର ପକ୍ଷରୁ ଏକ ଭବ୍ୟ ସାହିତ୍ୟ ଉତ୍ସବ ପ୍ରାକ୍ତନ ଶିକ୍ଷକ ଅଲେଖ ଚନ୍ଦ୍ର ଦାସ ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରାକ୍ତନ ସଦସ୍ୟ ତଥା ଆକାଶବାଣୀ ଗୀତିକାର ବିଶ୍ୱେଶ୍ୱର ମହାନ୍ତି ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ମାହାଙ୍ଗା ମୈତ୍ରୀ ମଞ୍ଚ ର ସାଧାରଣ ସମ୍ପାଦକ, ସ୍ତମ୍ଭକାର ତଥା “ନିର୍ଭୀକ” ପତ୍ରିକାର ସମ୍ପାଦକ ଅବନୀ ଚନ୍ଦ୍ର ଦାସ ଯୋଗ ଦେଇ ସାଂପ୍ରତିକ ସମାଜରେ ଓଡ଼ିଆ ଶିଶୁ ସାହିତ୍ୟ ପ୍ରତି ପାଠକୀୟ ଶ୍ରଦ୍ଧା ଅତୁଟ ରଖିବାକୁ ଆହ୍ବାନ ଦେଇଥିଲେ । ଏଥିପାଇଁ ଲେଖକ, ପାଠକ, ଛାତ୍ର ଓ ତାଙ୍କ ଅଭିଭାବକ ମାନଙ୍କ ଭାବ ବିନିମୟ ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି ହେବା ଆବଶ୍ୟକ ବୋଲି ଶ୍ରୀ ଦାସ ଉଲ୍ଲେଖ କରିଥିଲେ । ଏଥି ସହିତ ମାହାଙ୍ଗାର ସମୃଦ୍ଧ ସାହିତ୍ୟ, ସଂସ୍କୃତି ଓ ପରମ୍ପରା କୁ ଆଧାର କରି ବିରୂପା ଗେଙ୍ଗୁଟି ଦ୍ଵୀପାଞ୍ଚଳରେ ଏକ ଅଣ ରାଜନୈତିକ ବୁଦ୍ଧିଜୀବି ସଂଗଠନର ଆବଶ୍ୟକତା ରହିଛି ବୋଲି ମତ ବ୍ୟକ୍ତ କରିଥିଲେ । ଶିକ୍ଷକ ତଥା ସଂଗଠକ ଶ୍ରୀ ତରୁଣ କୁମାର ମହାନ୍ତି ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଶୁକବି ଡମ୍ବରୁଧର ପରିଡା ସ୍ବାଗତ ବକ୍ତବ୍ୟ ପ୍ରଦାନ କରିଥିଲେ ।

ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ପ୍ରଶାନ୍ତ କୁମାର ପଟ୍ଟନାୟକ, ଅଧ୍ୟାପକ ପ୍ରଦୀପ କୁମାର ବରାଳ, ବୟୋଜ୍ୟେଷ୍ଠ ମୂରବୀ ସୁରେନ୍ଦ୍ର କୁମାର ସାମଲ ଯୋଗଦେଇ କୁଣ୍ଡି, ମଧୁପୁର, ବାସୁଦେବପୁର, କୁହୂଣ୍ଡା, ସାହାପୁର,, ମୂଳବସନ୍ତ, କୋଲିଅଠା, ସମସରପୁର, କଇଥା ଆଦି ବିଭିନ୍ନ ପଞ୍ଚାୟତ ର ସାହିତ୍ୟ ସଂସ୍କୃତି ଅନୁରାଗୀ, ବୁଦ୍ଧିଜୀବି, ମୂରବୀ, ଯୁବା ଛାତ୍ର, ମହିଳା ଙ୍କ ସମାବେଶ ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ । ଆସନ୍ତା ଓଡ଼ିଆ ନବର୍ଷ ଅବସର ରେ ଏଭଳି ଏକ ଭବ୍ୟ ସମାବେଶର ଆୟୋଜନ କରିବାକୁ ଆହ୍ବାନ ଦିଆଯାଇଥିଲା ।

ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ରାମଚନ୍ଦ୍ର ମହାପାତ୍ର, ଶାଶ୍ଵତ ରଞ୍ଜନ ଦାସ, ସତ୍ୟ ନାରାୟଣ ମହାନ୍ତି, ରିତେଶ ମହାନ୍ତି, ନରେଶ କୁମାର ମହାନ୍ତି, ନରେନ୍ଦ୍ର କୁମାର ବେହେରା, ପ୍ରଭାକର ଗୋଛୟତ, ସୁଜ୍ଞାନ ବଳସମନ୍ତ, ସରୋଜ ପଣ୍ଡା, ରଣଜିତ୍ କୁମାର ନାୟକ, ମାନସ ରଞ୍ଜନ ସାହୁ, ଲକ୍ଷ୍ମୀ ନାରାୟଣ ମହାନ୍ତି, କେଶବ ଚନ୍ଦ୍ର ମହାନ୍ତି, ବିକାଶ ରଞ୍ଜନ ସୁବୁଦ୍ଧି, ସୁଶିଲ ମହାନ୍ତି, କୈଳାଶ ଚନ୍ଦ୍ର ରାଉତ, ଦୀନବନ୍ଧୁ ସାହୁ ଓ ମନ ମୋହନ ନାୟକ ପ୍ରମୁଖ ବହୁ ବିଶିଷ୍ଟ ଗଣ୍ୟମାନ୍ୟ ବୁଦ୍ଧିଜୀବି, କବି, ସାହିତ୍ୟିକ, ଶିକ୍ଷକ, ଉପସ୍ଥିତ ରହି ଶ୍ରୀରାମ କୁଟୀର ପୁସ୍ତକ ରଚୟିତା ସରୋଜ ସାମଲ ଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ । ଶେଷରେ ତରୁଣ କୁମାର ମହାନ୍ତି ଧନ୍ୟବାଦ୍ ଦେଇଥିଲେ ।

Nirvik Bureau

Nirvik Bureau

Related Posts

କର୍ମବୀର ଗୌରୀ ଶଙ୍କର ରାୟଙ୍କ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି
News

କର୍ମବୀର ଗୌରୀ ଶଙ୍କର ରାୟଙ୍କ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି

by Nirvik Bureau
March 7, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୭ ମାର୍ଚ୍ଚ ୨୦୨୬ ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ପୂଜ୍ୟପୂଜା କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶାର ଅନ୍ୟତମ ବରପୁତ୍ର କର୍ମବୀର...

Read more
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୧ତମ ଜୟନ୍ତୀ ପାଳିତ

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୧ତମ ଜୟନ୍ତୀ ପାଳିତ

March 6, 2026
ସଂସ୍କାରକ ବୈରାଗୀ ଚରଣ ମିଶ୍ରଙ୍କ ୬୦ତମ ଶ୍ରାଦ୍ଧବାର୍ଷିକୀ ରେ ଶ୍ରଦ୍ଧାଞ୍ଜଳି

ସଂସ୍କାରକ ବୈରାଗୀ ଚରଣ ମିଶ୍ରଙ୍କ ୬୦ତମ ଶ୍ରାଦ୍ଧବାର୍ଷିକୀ ରେ ଶ୍ରଦ୍ଧାଞ୍ଜଳି

February 20, 2026
ଯୁଧୁଷ୍ଠିର ଦାସ ଥିଲେ ତ୍ୟାଗର ମୂର୍ତ୍ତିମନ୍ତ ଅବତାର

ଯୁଧୁଷ୍ଠିର ଦାସ ଥିଲେ ତ୍ୟାଗର ମୂର୍ତ୍ତିମନ୍ତ ଅବତାର

February 19, 2026
ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, (କଇଥା) ରେ ସାଧାରଣ ତନ୍ତ୍ର ଦିବସ ଏବଂ ପୁରସ୍କାର ବିତରଣ ଉତ୍ସବ

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, (କଇଥା) ରେ ସାଧାରଣ ତନ୍ତ୍ର ଦିବସ ଏବଂ ପୁରସ୍କାର ବିତରଣ ଉତ୍ସବ

January 27, 2026
୭୭ତମ ଜନରାଜ୍ୟ ଦିବସ ପାଳିତ

୭୭ତମ ଜନରାଜ୍ୟ ଦିବସ ପାଳିତ

January 27, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.