• About
  • Contact
Monday, October 12, 2026
Monday, October 12, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home News

ସ୍ମାର୍ଟ୍ କୃଷି ପ୍ରକଳ୍ପ ମାଧ୍ୟମରେ ସଚେତନତା ସୃଷ୍ଟି କରୁଛି ଶରତ କର ଓ ଅନିମା କର ଫାଉଣ୍ଡେସନ

ସ୍ମାର୍ଟ୍ କୃଷି ପ୍ରକଳ୍ପ ମାଧ୍ୟମରେ ସଚେତନତା ସୃଷ୍ଟି କରୁଛି ଶରତ କର ଓ ଅନିମା କର ଫାଉଣ୍ଡେସନ
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୦ ମଇ ୨୦୨୬

ନିଶ୍ଚିନ୍ତ କୋଇଲି ବ୍ଲକ ଅନ୍ତର୍ଗତ ଓରତି ଗ୍ରାମପଞ୍ଚାୟତ ଓରତି ଗ୍ରାମର ମାଆ ବଜ୍ର ମହାକାଳୀ ମନ୍ଦିର ପ୍ରାଙ୍ଗଣରେ ଏସିଆ ମହାଦେଶୀୟ ସ୍ୱେଚ୍ଛାସେବୀ ସଂସ୍ଥା “ସଲିଡ଼ାରିଡ଼ାଡ୍” ଏବଂ ଭୁବନେଶ୍ବର ସ୍ଥିତ “ଶରତ କର ଓ ଅନିମା କର ଫାଉଣ୍ଡେସନ” ର ମିଳିତ ସହଯୋଗରେ ଚାଲୁଥିବା ସ୍ମାର୍ଟ୍ ଏଗ୍ରୀ ପ୍ରୋଜେକ୍ଟ ତରଫରୁ ଆଗାମୀ ଧାନ ଚାଷ ଲାଗି ଜୈବିକ ପଦ୍ଧତି ରେ ଚାଷ କରିବା ନିମନ୍ତେ ୭ ମଇ ୨୦୨୬ ଦିନ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ପ୍ରକଳ୍ପ ପରିଚାଳକ ଶ୍ରୀ ଜ୍ଞାନ ରଞ୍ଜନ ଷଡ଼ଙ୍ଗୀ, ବିଶେଷଜ୍ଞ ଶ୍ରୀ ଜୀବନ ଜ୍ୟୋତି ମିଶ୍ର ଓ ପଂଚାୟତ ସଂଯୋଜକ ହିମାଂଶୁ ଶେଖର ସ୍ୱାଇଁ, ତପନ କୁମାର ଦାସ, ଅମିତାଭ ସ୍ୱାଇଁ ଏବଂ ଓରତି ଗ୍ରାମପଞ୍ଚାୟତର କୃଷକ ସାଥୀ ପ୍ରଦୀପ୍ତ କୁମାର ନନ୍ଦଙ୍କ ଉପସ୍ଥିତିରେ ଚାଷୀମାନେ ଜୈବିକ ସାର ପ୍ରୟୋଗ କରି ମୃତ୍ତିକାରେ ଅଭିବୃଦ୍ଧି ଆଣିପାରିବେ ବୋଲି ବିସ୍ତୃତ ଆଲୋଚନା କରା ଯାଇଥିଲା। ପୁନଃ ଉତ୍ପାଦକ କୃଷି ପଦ୍ଧତି ରେ ୫ ଟି ନୀତି ଯଥାକ୍ରମେ ଫସଲ ବିବିଧତା, ମୃତ୍ତିକାକୁ ଢାଙ୍କି ରଖିବା, ଜମିକୁ ଅଧିକ ଥର ହଳ ନକରିବା, ପଶୁପାଳନ ସହ କୃଷିକୁ ସଂଯୋଗ କରିବା, ଜମିରେ ବର୍ଷ ସାରା ଫସଲ ସୁନିଶ୍ଚିତ କରିବା ଆଦି ପଦ୍ଧତିକୁ ଅନୁସରଣ କରିବାକୁ ପରାମର୍ଶ ଦିଆଯାଇଥିଲା।

ନିକଟସ୍ଥ ବିଶମପଡା ଗ୍ରାମରେ ତା:୦୬/୦୫/୨୦୨୬ ରିଖ ରେ ଏକ ପାଣି ପାଗ ସୂଚନା କେନ୍ଦ୍ର ସ୍ଥାପନ ଦ୍ୱାରା ଲୁଣା – ଚତ୍ରୋତ୍ପଳା ଦ୍ଵୀପାଞ୍ଚଳର ପାର୍ଶ୍ଵବର୍ତ୍ତୀ ୪/୫ଟି ପଞ୍ଚାୟତର ଚାଷୀଭାଇ ମାନେ ନିଜ ନିଜର ଚାଷ କାର୍ଯ୍ୟପାଇଁ ପାଣିପାଗ ସମ୍ବନ୍ଧୀୟ ଆଗୁଆ ସୂଚନା ପ୍ରାପ୍ତ ହୋଇଇପାରିବେ ବୋଲି ଉପସ୍ଥିତ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଗଭୀର ଉତ୍ସାହ ଦେଖିବାକୁ ମିଳିଥିଲା।

ଏତଦ୍ ଭିନ୍ନ ଜୀବାମୃତ ଓ ଘନଜୀବାମୃତ ପ୍ରସ୍ତୁତି ଓ ଏହାର ଉପାଦେୟତା ସମ୍ପର୍କରେ ବୈଠକ ରେ ଚାଷୀ ମାନଙ୍କୁ ସଚେତନ କରାଯାଇଥିଲା।

ପାଣିପାଗ ସମ୍ବନ୍ଧୀୟ ସଠିକ୍ ସୂଚନା ତଥା ରୋଗପୋକ ସୂଚନା ପାଇବା ଲାଗି ଫାଉଣ୍ଡେସନ ଦ୍ବାରା ଅନୁସୃତ “ସ୍ମାର୍ଟ୍ ଏଗ୍ରି ମାର୍ଗଦର୍ଶିକା” ର ସହାୟତା ନେବାକୁ ଚାଷୀ ମାନଙ୍କୁ ବୈଠକରେ ଅବଗତ କରାଯାଇଥିଲା।

ଏଥିରେ ସ୍ଥାନୀୟ ଓରତି,ଜମରା, ବନ୍ଧକାଟିଆ ଓ ତରତ ଶାସନ ଅଞ୍ଚଳର ୫୬ ଜଣ ଚାଷୀଭାଇ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

Nirvik Bureau

Nirvik Bureau

Related Posts

ପ୍ରାଣନାଥ ପଟ୍ଟନାୟକ: ଶୋଷିତ ବର୍ଗର ତ୍ରାଣକର୍ତ୍ତା
News

ପଲ୍ଲୀ ପ୍ରତିଭା ସାହିତ୍ୟ ସଂସ୍କୃତି ସଂସଦର ୪ର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ।

by Nirvik Bureau
October 11, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୧ ଅକ୍ଟୋବର, ୨୦୨୬ କଟକ ମହାନଗର ସ୍ଥିତ ବାଣୀ ପୀଠ ଶ୍ରୀରାମ ଚନ୍ଦ୍ର ଭବନ ଠାରେ ପଲ୍ଲୀ ପ୍ରତିଭା ସାହିତ୍ୟ ସଂସ୍କୃତି ସଂସଦର...

Read more
ମାହାଙ୍ଗାରେ ରାଜନେତା ସ୍ବର୍ଗତ ଶରତ କରଙ୍କ ୮୮ ତମ ଜୟନ୍ତୀ ପାଳିତ

ମାହାଙ୍ଗାରେ ରାଜନେତା ସ୍ବର୍ଗତ ଶରତ କରଙ୍କ ୮୮ ତମ ଜୟନ୍ତୀ ପାଳିତ

September 5, 2026
ପଦ୍ମଶ୍ରୀ ରଜତ କର ଙ୍କ ଜୟନ୍ତୀ ସମାରୋହ

ପଦ୍ମଶ୍ରୀ ରଜତ କର ଙ୍କ ଜୟନ୍ତୀ ସମାରୋହ

September 3, 2026
ମାହାଙ୍ଗା ର ପୂର୍ବତନ ବିଧାୟକ ସ୍ବର୍ଗତ ବିକ୍ରମ କେଶରୀ ବର୍ମା ଙ୍କୁ ଶ୍ରଦ୍ଧାଞ୍ଜଳି

ମାହାଙ୍ଗା ର ପୂର୍ବତନ ବିଧାୟକ ସ୍ବର୍ଗତ ବିକ୍ରମ କେଶରୀ ବର୍ମା ଙ୍କୁ ଶ୍ରଦ୍ଧାଞ୍ଜଳି

May 26, 2026
ଶ୍ରୀନିବାସ ସାହୁଙ୍କ ଗଳ୍ପ ସଙ୍କଳନ “କିନ୍ନର” ଉନ୍ମୋଚିତ

ଶ୍ରୀନିବାସ ସାହୁଙ୍କ ଗଳ୍ପ ସଙ୍କଳନ “କିନ୍ନର” ଉନ୍ମୋଚିତ

May 25, 2026
ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ କୃତୀ ବିଦ୍ୟାର୍ଥୀ ସମ୍ମାନ ସମାରୋହ

ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ କୃତୀ ବିଦ୍ୟାର୍ଥୀ ସମ୍ମାନ ସମାରୋହ

May 25, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.