• About
  • Contact
Tuesday, September 8, 2026
Tuesday, September 8, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Opinion

ସାହିତ୍ୟ, ସଂସ୍କୃତି ଓ ରାଜନୀତିର ତ୍ରିବେଣୀ ସଂଗମ – ଶରତ କର

ସାହିତ୍ୟ, ସଂସ୍କୃତି ଓ ରାଜନୀତିର ତ୍ରିବେଣୀ ସଂଗମ – ଶରତ କର
Share on FacebookShare on Xshare on Whatsappshare on Linkedin
ଜୟନ୍ତ କୁମାର ଦାସ, ୨୦ ସେପ୍ଟେମ୍ବର ୨୦୨୨

ଏହି ପ୍ରଥିତ ଯଶା ସାହିତ୍ୟିକ, ସଂସ୍କୃତି ଅନୁରାଗୀ ଓ ଜନମାନସର ନେତା ଶରତ କରଙ୍କ ଜନ୍ମ ମାହାଙ୍ଗା ବ୍ଲକ ସ୍ଥିତ ଚାଇଁଆ ପାଳ ଗାଁରେ ୧୯୩୯ ମସିହା ସେପ୍ଟେମ୍ବର ୫ ତାରିଖ ଦିନ ଏକ ମାହେନ୍ଦ୍ର ବେଳାରେ I ଏହି ବହୁମୁଖୀ ବ୍ୟକ୍ତିତ୍ୱ ଥିଲେ ସମସ୍ତଙ୍କ ଶ୍ରଦ୍ଧାଶୀଳ ଉଚ୍ଚାରଣ ତଥା ଦରଦୀ ବନ୍ଧୁ I ପ୍ରସିଦ୍ଧ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକତ୍ତୋର ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରି ଏହି ପ୍ରତିଭାବାନ ଛାତ୍ର ସମସ୍ତଙ୍କର ଶ୍ରଦ୍ଧା ଭାଜନ ହୋଇପାରିଥିଲେ I ରାଜନୀତି ବିଜ୍ଞାନ ଅଧ୍ୟାପକ ଭାବେ ନିଜର କର୍ମମୟ ଜୀବନ ଆରମ୍ଭ କରି ଯେତେବେଳେ ସର୍ବ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେବାପାଇଁ ମନ ବଳାଇଲେ ଠିକ୍ ସେତିକିବେଳେ ବିଜୁବାବୁଙ୍କ ପରାମର୍ଶରେ ଏଥିରେ ପୁର୍ଣ୍ଣଛେଦ ପକାଇ ସେ ପ୍ରତ୍ୟକ୍ଷ ରାଜନୀତିରେ ପାଦ ଥାପିଲେ I ସଫଳ ରାଜନୈତିକ ଜୀବନ ଭିତରେ ଅନେକ ଥର ବିଧାୟକ, ମନ୍ତ୍ରୀ, ସାଂସଦ ଓ ବାଚସ୍ପତି ପରି ମର୍ଯ୍ୟାଦା ଜନକ ପଦବୀରେ ଅଧିଷ୍ଠିତ ହୋଇପାରିଥିଲେ ନିଜର ପ୍ରଚଣ୍ଡ ଵାଗ୍ମୀତା ଓ ଧୀଶକ୍ତି ପାଇଁ I ଜନ ସାଧାରଣଙ୍କ ସେବା ଥିଲା ତାଙ୍କ ଜୀବନର ମୂଳ ମନ୍ତ୍ର I ଓଜସ୍ୱିନୀ ଭାଷଣ ପାଇଁ କେବଳ ଆମ ରାଜ୍ୟ କାହିଁକି ସାରା ଦେଶରେ ତାଙ୍କର ସ୍ୱତନ୍ତ୍ର ପରିଚୟ ଥିଲା I ମା’, ମାଟିର ସୁରକ୍ଷା ପାଇଁ ସେ ସର୍ବଦା ସଂଗ୍ରାମରତ ଥିଲେ I

ସେ ଅନେକ ପ୍ରବନ୍ଧ, ଗଳ୍ପ ଓ କବିତା ରଚନା କରି ସାରସ୍ୱତ ସାଧକ ଭାବେ ନିଜର ପରିଚୟ ସୃଷ୍ଟି କରିଥିଲେ । ତାଙ୍କ ରଚିତ ଦ୍ରୁତ ବିଳସ୍ଵିତ, ମନ୍ଥନ, ରୋମନ୍ଥନ ଓ ଅନନ୍ୟ ସାରା ରାଜ୍ୟରେ ପାଠକୀୟ ସ୍ୱୀକୃତି ଲାଭ କରିଥିଲା । ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଓଡ଼ିଶା ସଂଗୀତ ନାଟକ ଏକାଡେମୀର ସଭାପତି ଭାବେ ତାଙ୍କର ଭୂମିକା ଉଲ୍ଲେଖନୀୟ । ଅତିବଡ଼ି ସମ୍ମାନ, ଧର୍ମପଦ ପୁରସ୍କାର, ଉପେନ୍ଦ୍ରଭଞ୍ଜ ପୁରସ୍କାର ର ପରିକଳ୍ପନା କରିଥିଲେ ଏହି ମହାନ ସାଧକ । ୧୯୫୮ ମସିହାରେ ଏହି ବାଗ୍ମୀ ପୁରୁଷଙ୍କ ସମ୍ପାଦନାରେ ପ୍ରକାଶ ଲାଭ କରିଥିଲା ନିର୍ଭୀକ ପତ୍ରିକା । ଏହି ଯୁଗ ପୁରୁଷ କେବଳ ମାହାଙ୍ଗା କାହିଁକି ସାରା ଓଡ଼ିଶାର ଥିଲେ ଗର୍ବ ଓ ଗୌରବ । ମନ୍ତ୍ରୀପଦ ବହନ କରିଥିବା ବେଳେ ନିଜ ନିର୍ବାଚନ ମଣ୍ଡଳୀ ମାହାଙ୍ଗା ପାଇଁ ଅନେକ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟ କରିଥିଲେ ସେ ଶିକ୍ଷା କ୍ଷେତ୍ରରେ ହେଉ, ସ୍ୱାସ୍ଥ୍ୟସେବା ହେଉ ଅବା ଗମନା ଗମନ କ୍ଷେତ୍ର ହେଉ । ଜନସାଧାରଣ ଙ୍କ ହିତ ପାଇଁ ସେ ସଦା ସର୍ବଦା ଜାଗ୍ରତ ପ୍ରହରୀ ଭାବେ କାର୍ଯ୍ୟ କରୁଥିଲେ । ପୂଜ୍ୟ ପୂଜା ପ୍ରତି ସେ ଅତ୍ୟନ୍ତ ଯତ୍ନଶୀଳ ଥିଲେ । ବୈଷ୍ଣବ ପାଣି ଜୟନ୍ତୀ ସମୟ ପାଖେଇ ଆସିଲେ ମନେ ପଡିଯାଏ ଏହି ଉତ୍ତୁଙ୍ଗ ବ୍ୟକ୍ତିତ୍ୱଙ୍କ ଦ୍ୱାରା ପ୍ରତିଷ୍ଠିତ ‘ଗଣକବି ସ୍ମୃତି ସଂସଦ’ କଥା । ପାଣି ସାହିତ୍ୟର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ତାଙ୍କର ଭୂମିକା ଥିଲା ଅଗ୍ରଗଣ୍ୟ । ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତ କୁ ରାଜ୍ୟ ସଂଗୀତ ମାନ୍ୟତା ଦେବାପାଇଁ ତାଙ୍କ ଅବଦାନ ଅନସ୍ୱୀକାର୍ଯୀ ।

ସୁଲେଖକ, ବାଗ୍ମୀ, ଗାଳ୍ପିକ, କବି, ବରିଷ୍ଠ ରାଜନୀତିଜ୍ଞ ଓ ଜଗନ୍ନାଥ ସଂସ୍କୃତିର ଉପାସକ ଓ ବାର୍ତ୍ତାବହ ଥିଲେ ଚିରସ୍ମରଣୀୟ ଶରତ କର । ତାଙ୍କ ଅବର୍ତ୍ତମାନର ଦୁଇ ବର୍ଷ ପରେ ମଧ୍ୟ ତାଙ୍କ ପ୍ରିୟ ଜନ୍ମମାଟି ଆଜି ବି ଖୋଜୁଛି ତାର ସୁଯୋଗ୍ୟ ସନ୍ତାନକୁ । ଦୀର୍ଘ ପାଞ୍ଚ ଦଶନ୍ଧି ଧରି ରାଜନୈତିକ, ସାଂସ୍କୃତିକ, ସାହିତ୍ୟ ଓ ସମାଜସେବା କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ଏହି ପ୍ରଚଣ୍ଡ ସ୍ୱାଭିମାନୀ ସଂସ୍କୁତିପ୍ରାଣ ଜନସେବକ ଶରତ କର । ଆଜି ଯଦିଓ ସେ ଆମ ଗହଣରେ ସଶରୀରେ ନାହାନ୍ତି କିନ୍ତୁ ତାଙ୍କ ଅନବଦ୍ୟ କୃତି ତାଙ୍କୁ ସବୁଦିନ ପାଇଁ ଉଜ୍ଜୀବିତ କରି ରଖିଥିବ ମାନସପଟରେ । ସେ ଚିରକାଳ ଅବିସ୍ମରଣୀୟ ।

ଜୟନ୍ତ କୁମାର ଦାସ

ଜୟନ୍ତ କୁମାର ଦାସ

ସଂପାଦକ, ଉତ୍କଳ ଗାନ୍ଧୀ ସ୍ମାରକ ନିଧି, କଟକ

Related Posts

When the Referee becomes part of the Game!
Opinion

When the Referee becomes part of the Game!

by Ambika Prasad Kanungo
September 5, 2026

Ambika Prasad Kanungo, Bhubaneswar, 5 September 2026 Democracy survives not merely because citizens vote, but because they trust the institutions...

Read more
Why Frequent Use of the Term “Civilisational History” Needs Regular Unpacking?

Why Frequent Use of the Term “Civilisational History” Needs Regular Unpacking?

September 4, 2026
Gen Z: The Powerhouse of Future India

Gen Z: The Powerhouse of Future India

August 25, 2026
MMDR Amendment: Odisha’s mineral wealth and the price of federalism

MMDR Amendment: Odisha’s mineral wealth and the price of federalism

August 23, 2026
How safe is Democracy when the Media becomes weak? The Fourth Estate, Democratic accountability, and the future of free Journalism

How safe is Democracy when the Media becomes weak? The Fourth Estate, Democratic accountability, and the future of free Journalism

August 10, 2026
Jay’s Thoughts: Gen Z – the new Jeans?

Jay’s Thoughts:
Gen Z – the new Jeans?

August 10, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.