• About
  • Contact
Wednesday, April 15, 2026
Wednesday, April 15, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ସମୟ ବଦଳି ଯାଇଚି

ସମୟ ବଦଳି ଯାଇଚି
Share on FacebookShare on Xshare on Whatsappshare on Linkedin
ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨ ଜୁଲାଇ ୨୦୨୪

ସମୟ ବଦଳି ଯାଇଚି
ବିଗତ ଦିନର କ୍ଷମତାସୀନ ଦଳ
ଏବେ ବିରୋଧୀ ଆସନେ ବସିଚି,
କାଲି ଯିଏ ଥିଲା ବିରୋଧୀ ପକ୍ଷରେ
ଆଜି ସେ ଶାସନର ଡ଼ୋରି ଧରିଚି ।। ୧ ।।

ସର୍କାର ବଦଳି ଯାଇଚି
ଚବିଶ ବର୍ଷର ମୁଖ୍ୟମନ୍ତ୍ରୀ ଏବେ
ମୁଖ୍ୟ ବିରୋଧୀଦଳ ନେତା ସାଜିଚି,
ବିରୋଧୀ ଦଳର ପୂର୍ବ ସଚେତକ
ଆଜି ରାଜ୍ୟ ଶାସନ ମୁଖିଆ ହୋଇଚି ।। ୨ ।।

ଶାସନ ବଦଳି ଯାଇଚି
ଶିରିମନ୍ଦିରର ଚାରୋଟି ଦୁଆର
ଭକ୍ତମାନଙ୍କ ପାଇଁ ଖୋଲି ଯାଇଚି,
‘ମୋ ସର୍କାର’ ର ବିଲୁପ୍ତି ଘଟାଇ
ଏଣେ ‘ଲୋକଙ୍କ ସର୍କାର’ ଚାଲିଚି ।। ୩ ।।

ଯୋଜନା ବଦଳି ଯାଇଚି
‘ଓଡ଼ିଶା କନକ୍ଳେଭ’ ଲିଭି ଯାଇ ଏବେ
‘ଉତ୍କଳ ଇନଭେଷ୍ଟ ସମିଟ୍’ ବନିଚି,
‘ମିଶନ ଶକ୍ତି’ ଥାନରେ ଏଣିକି
ପ୍ରତୀକ୍ଷିତ ‘ସୁଭଦ୍ରା’ ଯୋଜନା ଆସୁଚି ।। ୪ ।।

ବ୍ୟବସ୍ଥା ବଦଳି ଯାଇଚି
ଗୁହାରି ବଢ଼ିବା ପାଇଁ ଲୋକ ଆଜି
ରାଜ୍ୟ ମୁଖିଆକୁ ଭେଟି ପାରୁଚି,
ବିଗତ ଦିନର ଓଗାଳିବା ପ୍ରଥା
ଏବେ ମୂଲ୍ୟହୀନ ହୋଇ ପଡ଼ିଚି ।। ୫ ।।

ମନଟା ଅବୁଝା ହେଉଚି
ବିରୋଧୀ ଦଳଟା ଜାଣି ପାରୁନାହିଁ
କେମିତି କ୍ଷମତା ଓହ୍ଲାଇ ଯାଇଚି,
ଶାସକ ଦଳକୁ ଅବୁଝା ହେଉଚି
ତାଙ୍କ ସର୍କାର କେମିତି ଆସିଚି ।। ୬ ।।

ଭୋଟର ମୁରୁକି ହସୁଚି
ଶାସକ ଦଳର ବିରୋଧୀ ଭୂମିକା
ତାଙ୍କ ବକ୍ତବ୍ୟରୁ ବାରି ହେଉଚି,
ବିରୋଧୀ ଦଳର ଶାସକ ଅଭ୍ୟାସ
ତା’ର ମଉନ ମୁଦ୍ରାରୁ ଦିଶୁଚି ।। ୭ ।।

ପ୍ରଭୁକଲ୍ୟାଣ ମହାପାତ୍ର

ପ୍ରଭୁକଲ୍ୟାଣ ମହାପାତ୍ର

ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର
ମୋବାଇଲ : ୯୯୩୭୭୧୧୩୮୯

Related Posts

ମହା ବିଷୁବ ସଂକ୍ରାନ୍ତି
Literature

ମହା ବିଷୁବ ସଂକ୍ରାନ୍ତି

by ଦେବେନ୍ଦ୍ର କୁମାର ସାହୁ
April 14, 2026

ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୪ ଅପ୍ରେଲ ୨୦୨୬ ତୁମେ ଓଡ଼ିଆ ର ଆରାଧ୍ୟ ପ୍ରଭୁହେ ତୁମେ ଓଡ଼ିଆ ର କର୍ମ ଧର୍ମ ତୁମେ ଓଡ଼ିଆ ର...

Read more
ଗାଆଁର ବିକାଶ, କରୁଛି ହତାଶ

ଗାଆଁର ବିକାଶ, କରୁଛି ହତାଶ

April 11, 2026
A Dying Ember

A Dying Ember

April 4, 2026
ମୋ ରାଇଜ ଓଡ଼ିଶା

ମୋ ରାଇଜ ଓଡ଼ିଶା

April 1, 2026
ଜୟ ଶ୍ରୀରାମ

ଜୟ ଶ୍ରୀରାମ

March 27, 2026
ଶେଷ ସଂଳାପ (ଭାଗ ୬୪)

ଶେଷ ସଂଳାପ (ଭାଗ ୬୪)

March 24, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.