ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୪ ନଭେମ୍ବର, ୨୦୨୬
କହିକି ପାରିବ ମିତ?
ଖରାଦିନେ ଏଠାରେ କିଆଁ ହେଉଛି ଶୀତ,
ବର୍ଷା ଋତୁରେ ଲାଗୁଛି ଗରମ ବହୁତ ।
ଟାଙ୍ଗରା ଭୂଇଁ ସାଜୁଛି ସବୁଜ ପର୍ବତ,
ମରୁଭୂମି ବନୁଛି ପୁଣି ଉର୍ବର କ୍ଷେତ ।
ଶିଳ୍ପାୟନରେ ପବନ ହେଉଛି ବିଷାକ୍ତ,
ନଈର ସୁନୀଳ ଜଳ ଗଭୀର ଦୂଷିତ ।
ଜଳବାୟୁ ପାଣିପାଗ ସବୁ ବିପରୀତ,
ସେଥିନେଇ ଏଠି କେହି ନୁହନ୍ତି ଚିନ୍ତିତ ।
ପରିବା ତିଅଣ ଏଠି ସୁଆଦ ରହିତ,
ପର୍ଯ୍ୟାପ୍ତ ସାରରେ ପରା ତାହା ଉତ୍ପାଦିତ ।
ବେଶଭୂଷା ଖିଆପିଆ ସବୁତ ପାଶ୍ଚାତ୍ୟ,
ଇଂରାଜୀ ସାବ୍ୟସ୍ତ କରେ ଆମରି ପାଣ୍ଡିତ୍ୟ ।
ଓଡ଼ିଆ ପଢ଼ିଲେ ଏଠି ଚାକିରି ନାହିଁତ,
ଇଂରାଜୀ ଭାଷାକୁ ପରା ଆଦର ପର୍ଯ୍ୟାପ୍ତ ।
ଓଡ଼ିଆ ଅସ୍ମିତା ଚର୍ଚ୍ଚା ଏଠି ଅପର୍ଯ୍ୟାପ୍ତ,
ଲୋକ ଭବନେ ଶୁଭେନି ରାଜ୍ୟର ସଙ୍ଗୀତ ।
ଘନ ଘନ ଘୂର୍ଣ୍ଣିଝଡ଼ ଆସେ ଅନାହୂତ,
ଅସହାୟ ମଣିଷକୁ କରେ ଭୀତତ୍ରସ୍ତ ।






